Tuesday, May 3, 2022

🙏ଅକ୍ଷୟ ତୃତୀୟା🙏




୧-ଏହି ଦିନ  ଗଙ୍ଗା ମାତାଙ୍କର  ଧରାବତରଣ ହୋଇଥିଲା।

୨- ଏହା ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ।

୩- ମା ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ।

୪-କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଏହିଦିନ।

୫- ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ମିଳନ ମଧ୍ୟ ଏହି ଦିନ ସଂଘଟିତ ହୋଇଥିଲା।

୬- ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ଦିନ।

୭- ସତ୍ୟ ଏବଂତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ମହାନ ଦିନରେ।

୮-ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଏହିଦିନ ହୋଇଥିଲା।

୯- ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ।

୧୦- ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ।

୧୧- ଏହିଦିନ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା।

୧୨- ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ, ପୂଣ୍ୟ ତିଥି ଟିଏ,ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ।

🕉️🕉️🚩🚩🙏🙏🌼🌼

Wednesday, November 4, 2020

ମା

Sweet

ତାଜା ସ୍ଥିତି ଆଜିର:ଜନ ହିତରେ ଜାରି ***************************
1.ଦ୍ବିତୀୟ ଲହର କରୋନାର ଏବେ
                        ପଶ୍ଚିମରେ ଭୟାବହ
   ସେହିଠାରେ ପୁଣି ଲକ ଡାଉନ୍
                        ନ ରଖ ମନେ ସଂଶୟ ।
2. ଜିବନ ଜୀବିକା ଖୋଲିଗଲା ସିନା
                        ନ ଥିଲା କିଛି ଉପାୟ
    ଧର୍ମ ଅନୁଷ୍ଠାନ ବନ୍ଦ ରହିବ
                        ଗୁରୁତ୍ବତ୍ପୁର୍ଣ ରାୟ   ।
୩. କୋଭିଡ ଯୋଦ୍ଧାଙ୍କ ସ୍ବାସ୍ଥ୍ଯ କର୍ମିଙ୍କୁ
                        ଟିକାକରଣ ନିଶ୍ଚୟ
    ଆଠ ମାସ ପରେ ସ୍କୁଲ ଖୋଲିବ
                        ତାରିଖ ହୋଇନି ତୟ ।
4. ପାଠ ପଢାନାହିଁ ପରୀକ୍ଷା ନିଶ୍ଚିତ
                        ପିଲାଙ୍କୁ ଲାଗୁଛି ଭୟ
   ଟିଉସନ୍ କେତେ ଯାଉଛନ୍ତି ଲୁଚି
                         କିଛି ନ ପାଇ ଉପାୟ ।
 5. ବେସରକାରି ସ୍କୁଲର ଏବେ
                         ଭବିଷ୍ଯତ ଭୟାବହ
    କାମ ନାହିଁ ତ ରୋଜଗାର ନାହିଁ
                          ସବୁ ଅନ୍ଧକାରମୟ ।
  6.ଯେତେ ସାବଧାନ ସତର୍କ ରହିବା
                           ମାନବ ଜାତିର ଜୟ
     ଅମାନିଆଁ କିମ୍ବା ଅବହେଳା କଲେ
                            ଚାଇନାକୁ ଯିବ ଶ୍ରେୟ ।

        Writer:  ସୂର୍ଯ୍ଯ ନାରାୟଣ ଦାଶ ।
Source : facebook

Friday, October 30, 2020

Morning Vibes

.      Good morning
🙏🙏🙏🙏🙏🙏🙏🙏🙏🙏
  *🌻ନୀତିବାଣୀ🌻*
                    *=============*      

*🌹ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ.... ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ...*

*🌹ଧନ ଥିଲେ ଦlରିଦ୍ରର ଭୟ ଜ୍ଞାନ ଥିଲେ ଅଜ୍ଞାନର ଭୟ ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି ତାହାର କୌଣସି ଭୟ ନାହିଁ।*

*🌹ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଧା, ପିଂପୁଡି ମାନଙ୍କୁ ଖାଇଥାନ୍ତି । ସେହି ପକ୍ଷୀଟି ମରିଗଲେ ଜନ୍ଦା, ପିଂପୁଡି ମାନେ ତାକୁ ଖାଆନ୍ତି । ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ ।*

*🌹ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।*

*🌹ଜୀବନର ସଂଜ୍ଞା ବୁଝିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ..... ସେହି ମଣିଷ ଜୀବନର ସଂଜ୍ଞା ବୁଝିଥାଏ, ଯିଏ ଦୁଃଖ କଷ୍ଟ ସହିବା ଜାଣିଥାଏ....*

*🌹ମଣିଷ ଏମିତି ଏକ ପ୍ରାଣୀ ଯାହାକୁ ପଶୁ କହିଲେ ଖରାପ ଭାବେ କିନ୍ତୁ ବାଘ କହିଲେ ଗର୍ବ ଅନୁଭବ କରେ।*

*🌹ଜୀବନରେ କାହାକୁ ଅଧିକ ଭଲ ପାଇବା ତ ମା' କୁ ହିଁ ଭଲ ପାଅ। କାରଣ ଏହି ଭଲ ପାଇବାରେ କେବେବି ଧୋକା ଓ ପ୍ରତାରଣା ନଥାଏ...*

*🌼🌸🙏ଜୟ ଶ୍ରୀକୃଷ୍ଣ🙏🌸🌼*

Thursday, October 22, 2020

Daily Khabar 22nd Oct 2020

*ଆଜିର ଖବର*
*ତାରିଖ – ୨୨/୧୦/୨୦୨୦(ଗୁରୁବାର)*

୧. ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌।

୨. ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ରେକି କରିଥିଲେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ସଦସ୍ୟ, ଭୁବନେଶ୍ୱରରେ ରହି ପୁରୀ ଓ କଟକ ବୁଲିଥିଲେ ।

୩. ଭୁବନେଶ୍ୱର : ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଖଣ୍ଡଗିରି ଯଦୁପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ୫ ଘଣ୍ଟା ଜେରା କରିବା ପରେ ରାଜଧାନୀକୁ ଆତଙ୍କବାଦ ଭୟ ଘାରିଛି । 

୪. ତିର୍ତୋଲ ଉପନିର୍ବାଚନ : ବିଜେଡି ପାର୍ଥୀ ବିଜୟ ବିଜୟ ଶଙ୍କର ବିରିଡିରେ ରୋଡ ସୋ ବିପୁଳ ଜନ ସମର୍ଥନ ସହ ବରାହପୁରରୁ ଆରମ୍ଭ କଲେ ପ୍ରଚାର ।

୫. ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ନିକଟତର ହୋଇଛି । ଗତ ୨୪ଘଣ୍ଟାରେ ଭୁବନେଶ୍ବରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୭,୯୦୯କୁ ବୃଦ୍ଧି ପାଇଛି ।

୬.  ନୂଆଦିଲ୍ଲୀ: ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କ ପ୍ରତି ‘ଆଇଟମ୍’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା କମଲ୍‌ ନାଥଙ୍କୁ ବୁଧବାର ଦିନ ନିର୍ବାଚନ କମିସନ୍ ନୋଟିସ ଜାରି କରିଛନ୍ତି ।

୭. କରୋନାରୁ ସୁସ୍ଥ ରୋଗୀଙ୍କ ପାଇଁ ଜାରି ହେଲା ନିର୍ଦେଶନାମା : ଡିସଚାର୍ଜର ୭ଦିନ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦେଶ ।

୮. ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ଆସନ ଟଳ ମଳ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍ ।

୯. କର୍କଟ ରୋଗ ରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ।

୧୦. ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ ଟପିଲା, କୋଭିଡ ଯୋଦ୍ଧାଙ୍କୁ ପ୍ରସଂଶା କଲେ ମୁଖ୍ୟମନ୍ତ୍ରୀ ।

୧୧. ଏବେ ମହାରାଷ୍ଟ୍ରରେ ବିନା ଅନୁମତିରେ ତଦନ୍ତ କରି ପାରିବନାହିଁ ସିବିଆଇ, ରୋକ୍ ଲଗାଇଲେ ଉଦ୍ଧବ ସରକାର ।

୧୨. ହ୍ରିତିକଙ୍କ ହୃଦୟ ଜିଣିନେଲା ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ । କୋଭିଡ ହସ୍ପିଟାଲରେ ପିପିଇ କିଟ୍ ପିନ୍ଧା ନାଚକୁ ପସନ୍ଦ କଲେ ବଲିଉଡ ହିରୋ । ଟ୍ୱିଟ୍ କରି କହିଲେ, ଡାକ୍ତରଙ୍କଠୁ ମୁଁ ଶିଖିବି ଡ୍ୟାନ୍ସ… ।

୧୩. ଆବୁଧାବି :  ବୋଲରଙ୍କ ଘାତକ ବୋଲିଂ ବଳରେ ଆଇପିଏଲର ୩୯ତମ ଲୋ ସ୍କୋରିଂ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍‌ ରାଇଡର୍ସକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି ।

୧୪. ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଅର୍ଥନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କରୋନା ଭାଇରସ ପାଇଁ ଭୁଷୁଡି ପଡିଥିବା ଦେଶର ଆର୍ଥିକ ସ୍ଥିତିରେ ଏବେ ପୁଣି ସୁଧାର ଆସୁଥିବା ସେ କହିଛନ୍ତି ।

୧୫. ମହିଷାସୁର ପରି ମହାମାରୀ ମାରିବାକୁ ଦୁର୍ଗା ଅବତାର ନେଲେ ଡାକ୍ତର, ନର୍ସ । ହାତରେ ମାସ୍କ, ସାନିଟାଇଜର, ଇଞ୍ଜେକ୍ସନ ଧରି ସେବିକା ସାଜିଲେ ଦୁର୍ଗତୀନାଶିନୀ ।

୧୬. ବିହାର ରେ ଜନମତ ସର୍ଭେରେ ବିହାରରେ ପୁଣି କ୍ଷମତାକୁ ଫେରିବ ଏନଡିଏ । ସେପଟେ ତେଜସ୍ୱୀଙ୍କ ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ । ଉତ୍ସାହିତ ମହାମେଂଟ, ଅଡୁଆରେ ପଡିପାରେ ଏନଡିଏ ।

୧୭. ଓ୍ବାଶିଂଟନ : ଆମେରିକା ମହାକାଶ ଏଜେନ୍ସି ‘ନାସା’କୁ ମିଳିଛି ବଡ଼ ସଫଳତା ।
ଓସିରିସ୍‌-ରେକ୍ସମହାକାଶ ଯାନ ପାଖାପାଖି ୪ ବର୍ଷର ଯାତ୍ରା ଶେଷ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛି । 

୧୮. ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଭାରତରେ ଏହାର ବିକଶିତ ମୋବାଇଲ୍ ବ୍ରାଉଜର ‘ଜିଓ ପେଜ୍’ (JioPages) କୁ ଲଞ୍ଚ କରିଛି। ଏହା ଆଠଟି ଭାରତୀୟ ଭାଷାରେ ଉପଲବ୍ଧ ହେବ ।

୧୯. ନୂଆଦିଲ୍ଲୀ :  ଜଣାଶୁଣା କ୍ରୀଡ଼ା ପ୍ରଶାସକ ଆଦିଲେ ସୁମରିଓ୍ବାଲା ତୃତୀୟଥର ପାଇଁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ।

୨୦. ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ମୟୂରଭଞ୍ଜ ଜିଲାରେ ଥିବା ୧୧୦୬ ସ୍କୁଲରେ ତାଲା ଝୁଲିବ ବୋଲି ବିଭାଗର ଚିଠି ନଂ. ୫୫୩୮/୧୧ା୩ା୨୦ରୁ ଜଣାପଡ଼ିଛି ।

୨୧. ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । 

୨୨. ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା : ୨ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ; ଆଜି ଲଘୁଚାପ ନେବ ଅବପାତ ରୂପ, ଆଗକୁ ହେବ ଗଭୀର ଅବପାତ ।

୨୩. କରାଚୀ: ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସେନା ଓ ପୁଲିସ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି ।

*କରୋନା ଟିପ୍ସ୍ : ଲକଡାଉନ୍ ଉଠିଛି କିନ୍ତୁ ସାରା ବିଶ୍ୱରେ ଭାଇରସ୍ ଯାଇନାହିଁ । ଯେପର୍ଯ୍ୟନ୍ତ ଟିକାର ନିରାକରଣ ନାହିଁ ,  ସେପର୍ଯ୍ୟନ୍ତ ଆମ୍ଭେମାନେ ହାଲୁକା ନେବା ନାହିଁ । କରୋନା କୁ ଜିତିବା ଓ ସୁସ୍ଥରେ ରହିବା । ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।*

*ସୁପ୍ରଭାତ , ଗୁଡ଼ମର୍ଣ୍ଣିଂ 🙏*

Sunday, September 6, 2020

~ସ୍ବୀକାରୋକ୍ତି ~



ବେଳେ ବେଳେ ମନୁଷ୍ଯ ଅନ୍ୟର କଥାକୁ ଅତିଶୀଘ୍ର ସ୍ବୀକାର କରେ । ଅନ୍ଯର କେତେ ଗୁଡ଼ିଏ କଥାକୁ ଗଣ୍ଠି କରି ଧରେ । ଆଉ  ନିରବତା ଅବଲମ୍ବନ କରେ ସତେ ଯେମିତି ସେ କିଛି ଜାଣି ନାହିଁ। ସେହି ନିରବତା ମନୁଷ୍ଯର ଅସ୍ତିତ୍ବକୁ ଧ୍ବଂସ କରିଦିଏ । ନିଜକୁ ଜାଣିବା ପାଇଁ ମଣିଷର ପ୍ରକୃଷ୍ଠ ସମୟ ନିରବ ମୂହୁର୍ତ୍ତ ହେଲେ ମଧ୍ୟ... । ପରିପକ୍ବ ଋତୁ ପରି ନିରବତା ଉଜାଡି ଦେଇଥିଲା ପ୍ରଚେତା ଜୀବନରେ । ପ୍ରତାରଣା କ'ଣ କେବେ ପ୍ରେମକୁ ଅକ୍ଲେଶରେ ଧୋଇ ଦେଇପାରେ ? ? ?

ଜୀବନଟା ଏତେ ସହଜ ସରଳ ନୁହେଁ ? ସାମାନ୍ୟ ଘଟଣା ଦୁର୍ଘଟଣାକୁ ନେଇ ଗଣ୍ଠିକରି ବସିଲେ..... କ'ଣ ଜୀବନ ସଫଳ ହେବ ? ମାନ ଅଭିମାନ କ୍ଷଣିକ ହେବା ଦରକାର । ଚିରସ୍ଥାୟୀ ହେଲେ ନିଶ୍ଚିତ ଘର ସଂସାର ଉଜାଡି ଦେବ । କୁଆଡେ ଗଲା ପ୍ରଚେତାର ସ୍ଥିତପ୍ରଜ୍ଞ ଆଉ ପ୍ରତିସ୍ବନର ପ୍ରତିଶ୍ରୁତି ।

କେତେଦିନ ହେବ ସୁଜାତା ଦେବୀଙ୍କ ପାଖରେ ରହୁଛି ଝିଅ ପ୍ରଚେତା । ବିବାହ ପୂର୍ବରୁ ଚାକିରୀ କରିବାର ଇଚ୍ଛା ନ ଥିଲା । ପରବର୍ତ୍ତୀ ସମୟରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ବ୍ଯାଙ୍କ ମ୍ୟାନେଜର ପଦବୀ ପାଇଛି । ଜ୍ବାଇଁ ପ୍ରତିସ୍ବନଙ୍କ ସହିତ କୌଣସି ନା କୌଣସି କଥାରେ ତାର ମନୋମାଳିନ୍ୟ। ତେଣୁ ପ୍ରଚେତା ଆଉ ପ୍ରତିସ୍ବନଙ୍କ ପାଖକୁ ଯିବାକୁ ଇଛା କରୁନାହିଁ । ସୁଜାତାଙ୍କର ଏକ ମାତ୍ର କନ୍ୟା ପ୍ରଚେତା । ପ୍ରଚେତାର ବିବାହ ପରେ ବିମ୍ବାଧର ବାବୁ ହୃଦ୍ଘାତରେ ଆରପାରିକୁ ଚାଲିଗଲେ ।  ଏତେ ବଡ ଘରଟିରେ ଚାକର ବାକରଙ୍କୁ ନେଇ ଏକା ରହୁଥିଲେ ସୁଜାତା ଦେବୀ । ଏବେ ପ୍ରଚେତା ଆସି ରହୁଛି ।

ପ୍ରତିସ୍ବନଙ୍କ କଥା କହିଲେ ଚିଡି ଚିଡି ହେଉଛି । କ'ଣ ହୋଇଛି କେଜାଣି ? ସେ ବି ଦିନେ ଆସୁ ନାହାଁନ୍ତି ? ତାଙ୍କୁ ଫୋନ୍ ଲଗାଇଲେ ଏହି ନମ୍ବରଟି କାହାକୁ ଦିଆଯାଇ ନାହିଁ କହୁଛି । ପ୍ରଚେତାକୁ ଫୋନ୍ ନମ୍ବର ମାଗିଲେ ନାହିଁ କହୁଛି । ଅଧିକ ପଚାରିଲେ ବିରକ୍ତ ହୋଇ କହୁଛି “ତୁ ବ୍ୟସ୍ତ ହୁଅନା, ସେ ଆସିବେ ଆପେ ଆପେ । ଏହା ଭିତରେ ”ଏକ ବର୍ଷ ବିତି ଗଲାଣି । ଧର୍ମସଂକଟରେ ପଡିଛନ୍ତି ସୁଜାତା ଦେବୀ । ଝିଅ ଘରେ ରହିବାରେ କୌଣସି ଆପତ୍ତି ନାହିଁ । ପ୍ରତିସ୍ବନଙ୍କ ଠାରୁ ଅଲଗା ରହିବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି  । ସତରେ,ଏ ଝିଅଟା ତାଙ୍କ ପାଇଁ ସବୁକିଛି । ଝିଅକୁ ତା ବାପାଙ୍କ ଆଦର୍ଶରେ ଗଢିବାକୁ ଚେଷ୍ଟାକଲେ । ତାକୁ ଶିଖାଇଲେ ଚାଲିବାକୁ ନିଜ ଗୋଡରେ । ମାଟି ତାଡିବାକୁ ନିଜ ଶିଂଘରେ । ଝିଅ ମଧ୍ୟ ବଞ୍ଚିଲା ତା ନିଜ ଆଦର୍ଶରେ । ସରଳ ଜୀବନଚର୍ଯ୍ୟା କିନ୍ତୁ ଉଚ୍ଚଭାବନା । ସୀମିତ ଆଶା, ସୀମିତ ସ୍ୱପ୍ନ । କାହା ପାଖରେ ଅନୁନୟ ନାହିଁ । ଦେବତା ବା ଭାଗ୍ୟ ପାଖେ ସମର୍ପଣ ନାହିଁ । ତେବେ ବେଳେବେଳେ ଡରହୁଏ ସୁଜାତା ଦେବୀଙ୍କର ।

ଏତେ ସରଳତା ଏବଂ ଖୋଲାପଣ ନେଇ କଣ ବଞ୍ଚିପାରିବ ? ଏ ଜଟିଳ ଦୁନିଆରେ ? ବାହାଘରର ବର୍ଷେ ପର୍ଯ୍ୟନ୍ତ ସବୁ ଚାଲିଲା ଠିକ୍‌ରେ । ମନେ ମନେ ଖୁସୀ ହୁଅନ୍ତି ସୁଜାତା ଦେବୀ । ମଝିରେ ମଝିରେ ଦୁଇଜଣ ଯାକ ଆସନ୍ତି ଘରକୁ । ଖୁସୀରେ ଉଛୁଳି ଉଠେ ଘର । ମାଆ ମାଆ ବୋଲି ତାଙ୍କର ପିଛା ଛାଡନ୍ତିନି ପ୍ରତିସ୍ବନ। ତେବେ କଣ ହେଲା କେଜାଣି, ଦିନେ ଝଡ ଭଳି ଆସି ପହଞ୍ଚିଲା ପ୍ରଚେତା । ମାଆକୁ ଶୁଣାଇ ଦେଲା, ସେ ନିକଟ ଭବିଷ୍ୟତରେ ଯିବନାହିଁ ପ୍ରତିସ୍ବନଙ୍କ ପାଖକୁ । ସମୟ ଗଡିଚାଲେ , ପ୍ରତିସ୍ବନ ଆସନ୍ତିନି । ତଥାପି ଆଶା ରଖନ୍ତି ନିଶ୍ଚୟ ପ୍ରତିସ୍ବନ ଦିନେ ଆସିବେ । ଆଉ ନେଇ ଯିବେ ପ୍ରଚେତାକୁ ତାଙ୍କ ସାଙ୍ଗରେ ।

ଏହା ଭିତରେ ଅନେକ ଦିନ ବବିତିଗଲାଣି । କଥାରେ ଅଛି - ବିନାଶ୍ରୟେ ନ ବର୍ତନ୍ତେ... କବିତା ବନିତା ଲତା । ପ୍ରଚେତା ନିଜ ଗୋଡ଼ରେ ଠିଆ ହେବ ବୋଲି ପ୍ରତିଜ୍ଞା କଲା । ହେଲେ ସମାଜ ପରିବେଶ ପରିସ୍ଥିତି କ'ଣ ନିଜ ଗୋଡ଼ରେ ଠିଆ କରେଇ ଦେଉଛି । ଲୋକ ମାନଙ୍କର ଡାହାଣିଆ ଆଖି ଗୁଡିକ ପଡୁଛି ପ୍ରଚେତା ଉପରେ । ମନେପଡେ ସେଦିନର କଥା -ନୂଆ ନୂଆ କରି ବିମ୍ବାଧର ବାବୁଙ୍କ ଅଫିସ୍ ରେ ଚାକିରୀ ପାଇଥିଲେ ପ୍ରତିସ୍ବନ ।  ସେତେବେଳେ ଏମ୍ ବିଏ ଫାଇନାଲ୍ ପ୍ରଚେତାର । ବିମ୍ବାଧର ବାବୁଙ୍କ ସାଥିରେ ଥରେ ଥରେ  ପ୍ରତିସ୍ବନ ଆସନ୍ତି ଘରକୁ  । ବିମ୍ବାଧର ବାବୁଙ୍କ  ତାଙ୍କୁ ବହୁତ ଭଲ ପାଆନ୍ତି । କିଛି ଦିନ ଭିତରେ ସତେକି  ଘରର ଜଣେ ସଦସ୍ୟ ହୋଇଗଲେ । ବିମ୍ବାଧର ବାବୁଙ୍କୁ   ପ୍ରତିସ୍ବନ ଭାରି ସମ୍ମାନ କରନ୍ତି । ଘରେ ବେଳେ ବେଳେ ଖିଆ ପିଆ କରନ୍ତି । ଘରର ଗାଡି ନେବା, ସୁଖ ଦୁଃଖରେ ସେ ବିମ୍ବାଧର ବାବୁଙ୍କ  ସହଯୋଗୀ  ।

ଏହା ଭିତରେ ପ୍ରତିସ୍ବନଙ୍କ ସରଳତା ଏବଂ ସହୃଦୟତା ଲାଗି ମୁଁ ମନେ ମନେ ଭଲ ପାଇ ବସିଲା ପ୍ରଚେତା। ଏ କଥା ମଧ୍ଯ ଅଛପା ରହିଲା ନାହିଁ ପ୍ରତିସ୍ବନଙ୍କୁ ।  ଦୁହେଁ ଦୁହିଁଙ୍କୁ ଲୁଚି ଲୁଚି ଭଲ ପାଉଥିଲେ । କିଏ କାହାକୁ ଭାଷାରେ ବ୍ୟକ୍ତ କରି ପାରୁ ନ ଥିଲୁ । ଦିନକର ଘଟଣା ପ୍ରଚେତାର ମାଉସୀ ଝିଅ ଭଉଣୀର ବିବାହ ଥାଏ । ପ୍ରଚେତାର ବାପା ମାଆ ଆଗରୁ ପଳାଇ ଯାଇଥିଲେ । ପ୍ରଚେତାର ସେଦିନ ପରୀକ୍ଷା ଥାଏ । ପରୀକ୍ଷା ଦେଇ ଫେରିଲା ବେଳକୁ ପାଞ୍ଚଟା ହୋଇ ଯାଇଥିଲା । ବିମ୍ବାଧର ବାବୁ ପ୍ରତିସ୍ବନଙ୍କୁ କାର୍ ଚାବି ଦେଇ ଯାଇଥିଲେ । ପ୍ରଚେତାକୁ ନେଇ ସାଥୀ ହୋଇ ଆସିବାକୁ କହିଥିଲେ । ପ୍ରଚେତାକୁ ଅପେକ୍ଷା କରି ଥିଲେ ପ୍ରତିସ୍ବନ ।

ପ୍ରଚେତା ପରୀକ୍ଷା ଦେଇ ଆସିଲା ପରେ ସାଥି ହୋଇ ଯାଇଥିଲେ କାର୍ ରେ  । ସନ୍ଧ୍ୟା ହୋଇ ଆସୁଥାଏ । ଦୁହେଁ ନିରବ, ଅଧା ରାସ୍ତା ପରେ ଗୋଟେ ସଟକଟ୍ ରାସ୍ତା ଅଛି ।  ନିଛାଟିଆ ରାସ୍ତା । ସନ୍ଧ୍ୟା ପରେ ସେ ରାସ୍ତାରେ ସେତେ କେହି ଯାଆନ୍ତି ନାହିଁ । ସେଇ ରାସ୍ତାରେ ପ୍ରତିସ୍ବନ ଗାଡି ମୁହାଁଇଲେ । ପ୍ରଚେତା ଅସ୍ତ ବ୍ୟସ୍ତ ହୋଇ କହିଲା - ଇଆଡ଼େ କୁଆଡେ ଯାଉଛ । ପ୍ରତିସ୍ବନ ଗାଡି ଚଲାଇ ପଛକୁ ଅଧା ଚାହିଁ କହିଲେ - ଏମିତି ବ୍ୟସ୍ତ ହେଉଛ କାହଁକି ? 

ମୁଁ ତୁମ ପାଇଁ ଅଜଣା ନା.... ତୁମେ ମୋ ପାଇଁ... । ସେ ଶୂନଶାନ ରାସ୍ତାରେ ଫାଙ୍କା ଜାଗା ଦେଖି ଗାଡି ରଖିଲେ ।  ପ୍ରଚେତା ଭାବିଲା ଗାଡି ରଖିଲେ - ବୋଧହୁଏ ପାସ୍ ଯିବେ । ଦୁହେଁ ଚୁପ ଚାପ ଗାଡିକୁ ଆଉଜି ଜହ୍ନ କୁ ଚାହିଁଥାଉ । ଦୁହେଁ ପରସ୍ପର କୁ ସ୍ପର୍ଶ ନକରି ମଧ୍ୟ ଦୁହେଁ ମୃଦୁ କମ୍ପନ ରେ ବିଚଳିତ । ପ୍ରଚେତା ଚାହିଁ ପାରୁନି ପ୍ରତିସ୍ବନ କୁ । କିଏ କାହାକୁ ନିଜ ମନର କଥା କହି ନାହାଁନ୍ତି । କେତେ ଦିନର ସମ୍ପର୍କ । ଶରୀର ନୁହେଁ ଆତ୍ମା ର । ପ୍ରତାରଣା ର ନୁହେଁ ଶାଶ୍ୱତ ପ୍ରେମର । କେହି କାହାରିକୁ କେବେ ଛୁଇଁ ନାହାଁନ୍ତି । ଉଭୟ ଙ୍କ ନିଶ୍ୱାସ ପ୍ରତିମୁହୂର୍ତ୍ତ ରେ ଉଭୟ ଙ୍କୁ ସ୍ପର୍ଶ କରେ । କେତେ ମହାନ୍ ସ୍ବର୍ଗୀୟ ପ୍ରେମ । ଗଭୀର ବିଶ୍ୱାସ, ନିଶବ୍ଦ ପ୍ରତିଶୃତି, ଅକମ୍ପ ଆକର୍ଷଣ, ଆକଳନ୍ତା ଭଲ ପାଇବା । ସମସ୍ତ ଙ୍କ ଅଜାଣତରେ ହୁଏ ସେମାନଙ୍କ ଆତ୍ମା ର ମିଳନ । ପାଟି ଖୋଲି କଥା ନହେଲେ ମଧ୍ୟ ଉଭୟ ଉଭୟ ଙ୍କ ଆଖିରେ ବୁଝି ଯାଉଥିଲେ ହୃଦୟ ର ଭାଷା ଯାହା ଚିରନ୍ତନ। କାହିଁକି ନାଁ ହୃଦୟ କେବେ ମିଛ କହେନି କି ଆଖି କେବେ ଭୁଲ ବୁଝେନି । 

ଆଜି ଶୂନଶାନ ରାସ୍ତା ର ନିସ୍ତବ୍ଦ ରାତିରେ ଦୁହେଁ ପାଖା ପାଖି ।  ଗାଡି କୁ ଆଉଜି କଇଁ ଫୁଲିଆ ଜହ୍ନ କୁ ଚାହିଁଛନ୍ତି । ଅଛି ଖଣ୍ଡ ଖଣ୍ଡ କଳା ବାଦଲ ଜହ୍ନ କୁ ଲୁଚେଇ । ଏମାନଙ୍କୁ ଅନ୍ଧାର ରେ ଛାଡି ଦେଇଛି । ସେ ଅନ୍ଧାର ରେ ପ୍ରତିସ୍ବନ ପ୍ରଚେତା କୁ ଚାହୁଁଛି । ଝାଉଁ ଗଛ ର ଶିରି ଶିରି ଶବ୍ଦ ସାଙ୍ଗକୁ ସୁଲୁସୁଲିଆ ଶୀତଳ ପବନ ।  ଉଷ୍ମ ହୋଇ ସେମାନଙ୍କୁ ଆହୁରି ଉଷ୍ମ କରି ଦେଉଛି । କେହି କାହାରିକୁ ସ୍ପର୍ଶ ନକଲେ ମଧ୍ୟ ଉଭୟ ସ୍ନାୟବିକ ଉତେଜନା ରେ ଅସ୍ତବ୍ୟସ୍ତ । ପ୍ରତିସ୍ବନ ପ୍ରଚେତା କୁ ଏତେ ପାଖରେ କେବେ ଦେଖି ନଥିଲା । ସେ ବାରମ୍ବାର ପ୍ରଚେତା କୁ ଚାହୁଁ ଥାଏ ।

ପ୍ରଚେତା  ଅନ୍ଧାର ରେ ଜହ୍ନ ଠୁ ବି ଉଜ୍ୱଳ ଦେଖା ଯାଉଛି । ପ୍ରତିସ୍ବନ ଧୀରେ ନିଜ ବାଁ ହାତ କୁ ପ୍ରଚେତା ର ଡାହାଣ ହାତର ପାପୁଲି କୁ ସ୍ପର୍ଶ କରେ । ପ୍ରଚେତା ଚି଼ଇଙ୍କି ଉଠି ହାତ ଛାଟି ନେଲା । ନିଜକୁ ସଜାଡ଼ିଲା ପରି ଛିଡା ହୋଇ କହିଲା ଚାଲ ଯିବା । ଏଠି କେହି ନାହାନ୍ତି । ଏତେ ରାତି ହେଲାଣି । ତା ପାଟିରୁ କଥା ଛଡେଇ ନେଇ ପ୍ରତିସ୍ବନ କହିଲେ - ମୁଁ ତ ଅଛି । ତୁମକୁ କ'ଣ ଡର ଲାଗୁଚି । ନାଁ ମୋ ଉପରେ ତୁମର ବିଶ୍ୱାସ ନାହିଁ । ପ୍ରଚେତା ର ଡାହାଣ ହାତ ପାପୁଲି କୁ ଆଣିଲା । ନିଜ ଦି ପାପୁଲି ର ଆଙ୍ଗୁଠି ଭିତରେ ଛନ୍ଦି କହିଲେ - ମାନୁଛି ! ମୁଁ ତୁମକୁ ଆଜିଯାଏ କହି ପାରିଲିନି । କି ମୁଁ ତୋତେ ପାଗଳ ଙ୍କ ପରି ଭଲ ପାଏ ବୋଲି । ପ୍ରଚେତା ସ୍ଥିର ହୋଇ ସବୁ ଶୁଣୁଥିଲା । ଶେଷରେ କହିଲା ଚାଲ ଯିବା ବାପା ମାଆ କ'ଣ ଭାବିବେ... ସତରେ ବାପା ମାଆଙ୍କ ମନରେ ସେଦିନ ଏକ ଭାବନା ସୃଷ୍ଟି ହୋଇଥିଲା ।

ଦିନେ ରାତିରେ ମାଆ ବାପାଙ୍କୁ ଧୀରେ ଧୀରେ କହୁଥିଲେ - ଶୁଣୁଛ !  ଆମ ଝିଅ ପ୍ରତିସ୍ବନକୁ ଭଲ ପାଉଛି । ବାପା ହସିହସି କହିଲେ ତୁମେ ମା ହେଲେ ମୁଁ ବାପା ପରା।  ହଁ  ମତେ ବି ସେୟା ଲାଗୁଛି। ନ ହେଲେ ଦେଖୁନ ପ୍ରଚେତା ଲୁଚି କରି ତାର କଥା ଶୁଣୁଛି ଏବଂ ବାରମ୍ବାର ଦେଖୁଛି । ଦୁହିଁଙ୍କ ଭିତରେ ସତରେ ପ୍ରେମ ହୋଇଗଲାଣି । ଆଉ କିଛି ହେବା ଆଗରୁ ଆମେ ଦୁହିଁଙ୍କୁ ଛନ୍ଦି ଦେଲେ କେମିତି ହୁଅନ୍ତା ? ମାଆ କହିଲା - ଆମେ ତାଙ୍କ ଘରକୁ ଯାଇ ପ୍ରସ୍ତାବ ରଖିବା । ଆଶା ତାଙ୍କ ଘରେ ନିଶ୍ଚିତ ରାଜି ହେବେ। 

ବାପା କହିଲେ .. ଧୀରେ ଧୀରେ କୁହମ ! ଝିଅ ଶୁଣୁଥିବ । ମୋ ମନ ଖୁସିରେ ଶିହରି ଗଲା। ରାତିରେ ନିଦ ହେଲାନି ମୋ କାନରେ ଖାଲି ଯୋଡ଼ି ମହୁରୀ ର ଶବ୍ଦ। ଆଉ ଆଶାର ତାଜମହଲ  । ମୁଁ ତୁମ ଭିତରେ ଏକ ସରଳ ନିଷ୍କପଟ ପୁରୁଷକୁ ଆବିଷ୍କାର କରୁଥିଲି। ଆମର ବିବାହର ହୋଇଗଲା ।

ବିବାହ କରି ସୁଖରେ କିଛି ଦିନ ବିତାଇବା ପରେ ମନୋମାଳିନ୍ୟ । ସାମାନ୍ୟ କେତେଗୁଡିଏ ଫଟୋକୁ ନେଇ ଦୁଇ ଜଣକୁ ଅଲଗା କରିଦେଲା । ଦୁଇଜଣ ଙ୍କର ସମ୍ମାନ ଅଛି, ପ୍ରତିପତ୍ତି ଅଛି । ସମାଜରେ ଅନ୍ୟ ମାନଙ୍କ ଠାରୁ ପ୍ରଶ୍ନ ବାଣର ଶୀକାର ହେଉଛନ୍ତି  । ଦୁଇଜଣ ଯାକ ମନକୁ ବୁଝାଇ ପାରୁ ନାହାଁନ୍ତି । ଅଲଗା ହେବା କଥା କିମ୍ବା  ଦ୍ବିତୀୟ ବିବାହ କରିବା କଥା ମନକୁ ଆସୁନାହିଁ । ପ୍ରଚେତା ବ୍ୟାଙ୍କ ମ୍ୟାନେଜର ସଦା ବ୍ୟସ୍ତ । ଏପଟେ ପ୍ରତିସ୍ବନ ପ୍ରମୋଶନ ପାଇ ବ୍ଲକ୍ କୃଷି ଅଧିକାରୀ । ଦୁଇ ଜଣ ଦୁଇଜଣଙ୍କ ପାଇଁ ସମର୍ପିତ ହେଲେ ମଧ୍ୟ ମିଶିବାର ସାହସ କରି ପାରୁ ନାହାଁନ୍ତି  । ଏହା ଭିତରେ ପାଞ୍ଚବର୍ଷ ବିତିଗଲାଣି  । ଅଭିମାନ, ସ୍ବାଭିମାନ, ଉଚ୍ଚ ସମ୍ମାନ, ପଦ ପଦବୀ ଦୁଇଜଣଙ୍କୁ କ୍ଷତାକ୍ତ କରୁଛି । ସ୍ତ୍ରୀ ର ଅହଂକାର ପୁରୁଷର ସ୍ବାଭିମାନ ଦୁହିଁଙ୍କୁ ମିଶାଇ ଦେଇ ପାରୁ ନାହିଁ  ।

 ଦିନେ ହଠାତ୍ ଦୁଇ ଜଣ ଦୁଇଜଣଙ୍କୁ ଦେଖାହେଲେ ଏକ ସପିଂ ମଲ୍ ରେ  । ପ୍ରଚେତାଙ୍କର ସାଥିରେ ଥାଆନ୍ତି ସୁଜାତା ଦେବୀ । ଶାଶୁ ମାଆଙ୍କୁ ଦେଖି ପାଦ ସ୍ପର୍ଶ କରି ଅଭିବାଦନ ଜଣାଇଲେ ପ୍ରତିସ୍ବନ । ଅଭିମାନରେ ପଛକୁ ଘୁଞ୍ଚି ଗଲା ପ୍ରଚେତା । ସୁଜାତା ଦେବୀ ଜୋଇଁ ପୁଅକୁ କେତେ କ'ଣ ତୁନି ତୁନି କହିଲେ । ଶେଷରେ ତାଙ୍କର ଆଖିରୁ ଲୋତକର ଧାର ବହିଗଲା । କିଛି ସମୟ ପାଇଁ ଶାଶୁମାଆଙ୍କ ହାତରେ କଥାବାର୍ତ୍ତା । ତାପରେ ପ୍ରଣାମ ଜଣାଇ ମଲ୍ ରୁ ଚାଲିଯାଇଥିଲେ ପ୍ରତିସ୍ବନ । ଘରକୁ ଫେରିବା ବାଟରେ ପ୍ରଚେତାକୁ ବହୁତ ବୁଝାଇ ଥିଲେ ସୁଜାତା ଦେବୀ ।

ପ୍ରଚେତା ନିଜକୁ ଅନୁତପ୍ତ ଅଗ୍ନିରେ ଦଗ୍ଧୀଭୂତ ହେଉଥାଏ  । ପଶ୍ଚାତାପ କରୁଥାଏ କେଉଁଠି ନା କେଉଁଠି ମୋର ଭୁଲ୍ ରହିଗଲା । ଦୁଇ ଦିନ ପରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା । ରାତି ସେତେବେଳକୁ ଆଠ ନଅ ହେବ । ଫୋନ୍ ଉଠାଇବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ଯ ହୋଇ ଉଠାଇଲା । ସେପଟରୁ ଭାସି ଆସିଲା ମଧୁର କଣ୍ଠ - ପ୍ରଚେତା  !  !  ! 
ଜଣା ଶୁଣା କଣ୍ଠ ଲାଗୁଥିଲେ ମଧ୍ୟ ପୁରୁଣା ।  କିଏ କହୁଥିଲେ ପ୍ରଶ୍ନ  । ସେପଟରୁ ନିରବତା । ବାରମ୍ବାର କିଏ କହୁଥିଲେ... ଶେଷରେ ସେପଟରୁ ଉତ୍ତର ଆସିଲା ! ମୁଁ ପ୍ରତିସ୍ବନ...

ଏହା ଭିତରେ ପ୍ରତିସ୍ବନର କଣ୍ଠ ମଧ୍ଯ ଭୁଲି ଗଲେଣି ପ୍ରଚେତା । କିଛି ସମୟର ନିରବତା । ଉଭୟ ଉଭୟଙ୍କୁ କ'ଣ କହିବେ କେଉଁଠୁ ଆରମ୍ଭ କରିବେ..... ଶଙ୍କା ରେ ପଡିଥାନ୍ତି । ଆରମ୍ଭ କଲେ ପ୍ରତିସ୍ବନ - ମୋତେ ତୁମେ ଭୁଲ୍ ବୁଝିଛ ପ୍ରଚେତା । ଆମ ଭୁଲ୍ ବୁଝାମଣା ଯୋଗୁଁ ଏହା ଭିତରେ ପାଞ୍ଚ ଛଅ ବର୍ଷ ବିତିଗଲାଣି। ଜୀବନର  ଅପରାହ୍ନ ଆଡକୁ ଗତି କରୁଅଛେ । ତୁମ ପ୍ରେମର ସ୍ମୃତି କୁ ଧରି ମୁଁ ଆଉ ବିବାହ କରି ପାରିଲିନି। ମୋ ବାପା ଦୁଇବର୍ଷ ତଳେ ଚାଲିଗଲେ ।  ଭଉଣୀ ବାହାହୋଇ ତା ସୁଖ ସଂସାରରେ ରହିଛି। ବୋଉ ମୋର ତୁମକୁ ମନେ ପକାଉଛି । ମୁଁ ବର୍ତ୍ତମାନ ବ୍ଲକ୍ କୃଷି ଅଧିକାରୀ । ବୋଉ ରହୁଛି ମୋ ପାଖରେ । କାଲି ମଲ୍ ରେ ତୁମକୁ ଦେଖିଲା ପରେ ତୁମେ ଅନୁତପ୍ତ ଥିବା ଲକ୍ଷ୍ୟ କଲି । ସେଥିପାଇଁ ତୁମକୁ ଆଜି ଫୋନ୍ କଲି । ଆଶା... ତୁମ ମନରେ ସନ୍ଦେହ ଘୃଣା ଅବିଶ୍ବାସ ଆଉ ନ ଥିବ ବୋଲି । ଏ ଘର ଏ ହୃଦୟ ତୁମ ଛଡ଼ା ଆଉ କାହାକୁ ଗ୍ରହଣ କରିପାରିନି। ଖୋଲା ପଡ଼ିଛି ତୁମ ପାଇଁ ଏସବୁ।  ତୁମର ମନ....

କିଛି ସମୟର ନିରବତା ପରେ ପ୍ରଚେତା କହିଲା - ଅପରାଧୀ ପରି ସତ୍ୟକୁ ସାମ୍ମନା କରିବାକୁ ସାହସ ନାହିଁ । ପାଞ୍ଚ ଛଅ ବର୍ଷଧରି ମୁଁ ଯେଉଁ ଆତ୍ମଗ୍ଲାନିରେ ଯନ୍ତ୍ରଣା ପାଉଛି । ତାକୁ ତୁମକୁ କହିବାକୁ ଆଜି ସୁଯୋଗ ମିଳିଛି। ମନର ସବୁ କଥା ଫୋନରେ କହି ପାରିବିନି ତଥାପି କହିବି । ଯେଉଁ ଚିତ୍ରପଟକୁ ପାଞ୍ଚ ବର୍ଷ ହେଲା ଛାତିରେ ଧରି ରଖିଛି । ଯାହାଙ୍କ ପାଖରେ ଅକ୍ଷମଣୀୟ ଭୁଲ୍ କରିଛି । ସେଇ ଅହଂ ମିଶା ସ୍ବାଭିମାନୀ ଆଶାର କେବେଠାରୁ ମୃତ୍ୟୁ ହେଇଯାଇଛି । ଗୁମୁରି ଗୁମୁରି କାନ୍ଦୁଛି ସେଇ ଅହଂକାରୀ ଝିଅଟା ।

ମନେପଡେ ସେଦିନ କଥା - ତୁମର ସାଙ୍ଗ ଅରୁନ୍ଧତୀ କୁ ବଜାରରେ ମିଶିଥିଲି । ସେ ପ୍ରଥମେ ତୁମ ବିଷୟରେ ଭଲ ମନ୍ଦ ପଚାରିଲା । ତା'ପରେ ତାଙ୍କର ଘରକୁ ଡାକିନେଲା । ଘରକୁ ଯିବା ଭିତରେ ଭାବୁଥିଲି । ଏ ମୋ ପାଇଁ ସୌଭାଗ୍ୟ ଆଣିବ ନା ଦୁର୍ଭାଗ୍ୟ ? ତାଙ୍କର ଘରେ ବସି ବହୁ ସମୟ କଥା ହେଲୁ । ସେ ତୁମକୁ ଭଲ ପାଉଥିଲା ବୋଲି କହିଲା । ବିଭିନ୍ନ ପୋଜରେ ଫଟୋ ଉଠାଇ ଥିବାର ଦେଖାଇଲା । ଶେଷରେ କେତୋଟି  ଅସଞ୍ଜତ ଅବସ୍ଥାରେ ଥିବା ଫଟୋ ଦେଖାଇଲା । ଫଟୋସବୁ ଦେଖି ମୋ ମୁଣ୍ଡ ଗରମ ହେଇଗଲା। କ୍ରୋଧ ମୋର ତାଳୁରୁ ତଳିପା ପର୍ଯ୍ୟନ୍ତ ସଞ୍ଚରିଗଲା। ହିତାହିତ ଜ୍ଞାନ ଲୋପ ଭୁଲିଗଲଟି । ତୁମ ପ୍ରତି ପ୍ରଚଣ୍ଡ ଘୃଣା ଆସିଲା । ଭାବିଲି ତୁମେ ମୋ ସାଙ୍ଗରେ ପ୍ରବଞ୍ଚନା କଲ । ତୁମେ ଜଣେ ଠକ ପ୍ରତାରକ । ମୋ  ସହିତ ପ୍ରେମ ଅଭିନୟ କରିଥିବା ଧାରଣା  ଦୃଢ଼ୀଭୂତ ହେଲା। ଚିନ୍ତା କରିବା ଶକ୍ତି ହରାଇ ଦେଲି । ନାରୀର ଯାହା ସ୍ବାଭାବିକ ଲକ୍ଷଣ ତାହା ମୋ ଠାରେ ଦେଖାଗଲା । କାରଣ ନାରୀ ସବୁ ସହିପାରେ । ନିଜର ପ୍ରେମିକା ବା ସ୍ବାମୀ........ ପର ସ୍ତ୍ରୀ ସାଥିରେ ସମ୍ପର୍କ ରଖିବା କେବେ ସହ୍ୟ କରିପାରେ ନାହିଁ । 

ମୁଁ କେତେବଡ଼ ଭୁଲ୍ କଲି ଆଜି ଚିନ୍ତା କରୁଛି । ସେତେବେଳେ ଯଦି ଏତିକି....। ସଦା ନିଃସଙ୍ଗତା ହେତୁ ମାଆ ଦିନେ ରାଣ ପ୍ରମାଣ କରି ସବୁକଥା ପଚାରିଲା । ମନର କଥା ମନରେ କେତେ ଦିନ ଲୁଚାଇ ରଖିପାରିବି ? ମାଆକୁ ବାଧ୍ଯ ହୋଇ ସବୁ କଥା କହିଲି । ସମସ୍ତ ଫଟୋ ମଧ୍ୟ ଦେଖାଇଲି । ମାଆ ସେସବୁ ଫଟୋ ଦେଖି ମୋତେ କହିଲା । ଝିଅ ମୋତେ ଲାଗୁଛି - ଏଥିରେ ଏସବୁ କ୍ୟାମେରା ବାହାଦୂରୀ । ଅଥବା କମ୍ପୁଟରର ଚାତୁରୀ । ତୁ ଏତେ ରାଗିଲେ ଚଳିବ ? ରାଗି ପାଇଲୁ କ'ଣ ?  ମୁଁ କିନ୍ତୁ ମୋ ନିଷ୍ପତ୍ତିରେ ଅଟଳ ଥିଲି । "କ୍ରୋଧ ସୁଦୁର୍ଜୟ ଶତ୍ରୁ" .......  କ୍ରୋଧ ରୂପକ ଶତ୍ରୁକୁ ବିଜୟ ଲାଭ କରିବା ଏତେ ସହଜ ନୁହେଁ । ଶାନ୍ତ ହୁଅ । ଧୀର ସ୍ଥିର ଚିତ୍ତ ଶାନ୍ତ ମନରେ ଚିନ୍ତା କର.... ଭଲ କ'ଣ ଖରାପ କ'ଣ  ? 

ସବୁ ପାଇଲି କିନ୍ତୁ ଜୀବନଟା ନିଃସଙ୍ଗତା ଭିତରେ ବିତୁଛି। ତୁମ ପାଖରେ କ୍ଷମା ମାଗିବାକୁ ସାହାସ ନାହିଁ ମୋର। ଯଦିପାର କ୍ଷମା କରିଦେବ।ବୟସର କୃଷ୍ଣଚୂଡ଼ା ଫିକା ପଡି଼ଆସୁଛି, ହାତରେ ମେହେନ୍ଦି ସଜାଇବା ଆଶାଟିଏ ଆଶା ଭିତରେ ପୁଣି ଉଙ୍କି ମାରୁଛି ଆଜି। ତୁମ ଶୂନ୍ୟତାରେ ପୁଣି ବସନ୍ତର ରଙ୍ଗ ଭରିବାକୁ ମନ ଚାହୁଁଛି। କ'ଣ ସୁଯୋଗ ଦେବ ନା ? ?
ଉତ୍ତର ପୁରୁଷ ପାଇଁ ଗ୍ୟାରେଣ୍ଟି ଦେଇ ପାରୁନି ? ସ୍ଥାନଟିଏ ଚାହୁଁଛି ତୁମ ହୃଦୟରେ । ସ୍ବପ୍ନଟିଏ ଚାହୁଁଛି ତୁମ କୋଳରେ। ଆତ୍ମଗ୍ଲାନିର ଯନ୍ତ୍ରଣା ଆଉ ସହିପାରିବିନି।

ସେଦିନ ରାତିରେ ତୁମ ଘରକୁ ବୋହୁ ହୋଇ ଯିବା । ମଧୁଶଯ୍ୟାର ଦୃଶ୍ୟ, ତୁମ ବାହୁ ବନ୍ଧନରେ ମୋର ଦେହ । ତୁମର ଅନୁରାଗ ବୋଳା ଚୁମ୍ବନ ... ଭାବୁଥିଲି ରାତିଟା ଆଉ ଟିକିଏ ଲମ୍ବା ହୁଅନ୍ତା କି ? ଯାହାର ସତ୍ୟତା ଏବେ ଉପଲବ୍ଧି କରୁଛି। ଛନ୍ଦାୟିତ ଝରଣାପରି ମୋ ଯୌବନର ଚଉହଦିକୁ ତୁମେ ଅନୁରାଗ ବାରିରେ ପ୍ଲାବିତ କରିଦେଇଥିଲ।ତୁମର ପ୍ରଥମ ଚୁମ୍ବନ ଆଜି ବି ମୁଁ ସାଇତି ରଖିଛି ମନ ସିନ୍ଦୁକରେ। ତୁମ ଚୁମ୍ବନ ରେ ଏକ ଶୀହରଣ ବିଜୁଳି ପରି ଖେଳି ଯାଇଥିଲା ମୋ ଦେହରେ। ମନରେ ଶତ କଦମ୍ବର ରୋମାଞ୍ଚ ।ଆଉ ତୁମ ଗାଲରେ ସ୍ବୀକୃତି ଦେଇଥିଲା ମୋ କମ୍ପିତ ଓଠ। ରାତିସାରା ପ୍ରେମର ଶୀହରଣରେ ଶୋଇ ପାରି ନ ଥିଲି। ଏବେ ବି ସେ ଅଭୁଲା ସ୍ମୃତି ମନ ଭିତରେ ରୋମନ୍ଥନ ହେଉଅଛି । 

ଆଶା ରଖିଛି..   ଆମ ସମ୍ପର୍କରେ କିଛି ଦିନ ପାଇଁ ପାଚେରୀ ଉଠିଗଲା । ସେ ପାଚେରୀ ଭାଙ୍ଗି ଆମେ ପୁଣି ନୂତନ ଘର କରିବା । ମୁଁ ପରେ ମୋର କେତେକ ବାନ୍ଧବୀଙ୍କ ଠାରୁ ଅରୁନ୍ଧତୀ ବିଷୟରେ ଜାଣିଥିଲି । ସେ ଏକ ନଷ୍ଟ ଚରିତ୍ରର ଝିଅ । ପର ଘର ଭାଙ୍ଗିବା ତାର ସ୍ବଭାବ । ପଛ କଥା ପଛରେ ଥାଉ ।  ଆମେ ମିଶି ପୁଣି ଆମର ଘର ସଂସାର କରି ପାରିବା ନା..... ପ୍ରତିସ୍ବନ ସେପଟରୁ କୋହ ଆବେଗଭରା କଣ୍ଠରେ କହିଥିଲେ ତୁମେ ଚାହିଁଲେ ସବୁ ସମ୍ଭବ....

Source : Facebook

Monday, August 17, 2020

*🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹*

*🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹*

୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।
୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।
୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।
୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।
୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।
୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।
୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।
୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।
୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।
୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।
୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।
୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।
୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।
୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।
୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।
୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।
୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।
୧୮: ରାମ ରାବଣଙ୍କୁ ସବୁଠାରୁ ପ୍ରଥମେ ମାରିଥିଲେ= ୬ ବର୍ଷ ବୟସରେ ।
୧୯: ରାବଣକୁ ଜୀବନଦାନ ଦେଇଥିଲେ= ସୁସେନ ବୈଦ୍ୟ ନାଭିରେ ଅମୃତ ରଖି।

*ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହ ଙ୍କ ନାମ କଣ ଥିଲା ? ଜାଣନ୍ତୁ:-*
୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,
୨- ମରୀଚି ଙ୍କ ପୁତ୍ର କଶ୍ୟପ, 
୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ, 
୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।
୫- ବୈବସ୍ଵତ ମନୁ ଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁ ଙ୍କ *ଅଯୋଧ୍ୟା* ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।
୬- ଇକ୍ଷ୍ବାକୁ ଙ୍କ ପୁତ୍ର କୁକ୍ଷି ଥିଲେ, 
୭- କୁକ୍ଷି ଙ୍କ ପୁତ୍ରଙ୍କ ନାମ ବିକୁକ୍ଷି ଥିଲା, 
୮- ବିକୁକ୍ଷି ଙ୍କ ପୁତ୍ର ଵାଣ ଥିଲେ, 
୯- ଵାଣ ଙ୍କ ପୁତ୍ର ଅନରଣ୍ୟ ଥିଲେ, 
୧୦- ଅନରଣ୍ୟ ଙ୍କ ଠାରୁ ପୃଥୁ ଜନ୍ମ ହୋଇଥିଲେ, 
୧୧- ପୃଥୁ ଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ, 
୧୨- ତ୍ରିଶଙ୍କୁ ଙ୍କ ପୁତ୍ର ଧୁଂଧୁମାର ଥିଲେ, 
୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ, 
୧୪- ଯୁବନାଶ୍ଵ ଙ୍କ ପୁତ୍ର ମାନ୍ଧାତା ଅଟନ୍ତି, 
୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ, 
୧୬- ସୁସନ୍ଧି ଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ, 
୧୭- ଧ୍ରୁବସନ୍ଧି ଙ୍କ ପୁତ୍ର ଭରତ ଅଟନ୍ତି, 
୧୮- ଭରତ ଙ୍କ ପୁତ୍ର ଅସିତ ଅଟନ୍ତି, 
୧୯- ଅସିତ ଙ୍କ ପୁତ୍ର ସଗର ଅଟନ୍ତି, 
୨୦- ସଗର ଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା, 
୨୧- ଅସମଂଜ ଙ୍କ ପୁତ୍ରଙ୍କ ନାମ ଅଂଶୁମାନ ଥିଲା, 
୨୨- ଅଂଶୁମାନ ଙ୍କ ପୁତ୍ରଙ୍କ ନାମ ଦିଲୀପ ଥିଲା, 
୨୩- ଦିଲୀପ ଙ୍କ ପୁତ୍ର ଭଗୀରଥ ଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ରଙ୍କ ନାମ ଥିଲା କକୁତ୍ସ୍ଥ, 
୨୪- କକୁତ୍ସ୍ଥ ଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ *ରଘୁବଂଶ* ହୋଇଥିଲା, ସେହି ଦିନଠାରୁ ଶ୍ରୀରାମ ଙ୍କ ବଂଶ ରଘୁବଂଶ ନାମରେ ପରିଚିତ।
୨୫- ରଘୁ ଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି, 
୨୬- ପ୍ରବୃଦ୍ଧ ଙ୍କ ପୁତ୍ର ଶଂଖଣ ଅଟନ୍ତି, 
୨୭- ଶଂଖଣ ଙ୍କ ପୁତ୍ର ସୁଦର୍ଶନ ଅଟନ୍ତି, 
୨୮- ସୁଦର୍ଶନ ଙ୍କ ପୁତ୍ରଙ୍କ ନାମ ଅଗ୍ନିବର୍ଣ ଥିଲା, 
୨୯- ଅଗ୍ନିବର୍ଣ ଙ୍କ ପୁତ୍ର ଶୀଘ୍ରଗ ଥିଲେ, 
୩୦- ଶୀଘ୍ରଗ ଙ୍କ ପୁତ୍ର ନାମ ମରୁ ଥିଲା, 
୩୧- ମରୁ ଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ, 
୩୨- ପ୍ରଶୁଶ୍ରୁକ ଙ୍କ ପୁତ୍ର ଅମ୍ବରୀଷ ଥିଲେ, 
୩୩- ଅମ୍ବରୀଷ ଙ୍କ ପୁତ୍ରଙ୍କ ନାମ ନହୁଷ ଥିଲା, 
୩୪- ନହୁଷ ଙ୍କ ପୁତ୍ରଙ୍କ ନାମ ଯଯାତି ଥିଲା, 
୩୫- ଯଯାତି ଙ୍କ ପୁତ୍ରଙ୍କ ନାମ ନାଭାଗ ଥିଲା, 
୩୬- ନାଭାଗ ଙ୍କ ପୁତ୍ରଙ୍କ ନାମ ଅଜ ଥିଲା, 
୩୭- ଅଜ ଙ୍କ ପୁତ୍ରଙ୍କ ନାମ ଦଶରଥ ଥିଲା, 
୩୮- ଦଶରଥଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲା।

ଏହିପରି ବ୍ରହ୍ମାଙ୍କ ଅଣଚାଳିଶ (୩୯) ବଂଶରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲେ।

🔱⚕️🔱 *ଧର୍ମ ଜ୍ଞାନ* 🔱⚕️🔱

*ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହାକୁ ଧୋର୍ଯ୍ୟର ସହ ପଢି ନିଜର ଯୁବ ପୀଢ଼ିଙ୍କ ଧର୍ମ ଜ୍ଞାନକୁ ବଢାଇବା ପାଇଁ ଅଧିକ ରୁ ଅଧିକ ଅନ୍ୟଙ୍କୁ ଅଗ୍ରସର କରିବା ପାଇଁ ଚେଷ୍ଟା କରିବେ ।*

*ମହାଭାରତ:-*
ପାଣ୍ଡୁ ଓ ଧୃତରାଷ୍ଟ୍ର ଦୁଇ ଭ୍ରାତା ଥିଲେ ।

ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ -

୧.ଯୁଧିଷ୍ଠିର ୨.ଭୀମ ୩.ଅର୍ଜୁନ ୪.ନକୁଳ ୫.ସହଦେଵ

ଏଠି ଧ୍ୟାନ ରହେ ଯେ .... ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା କୁନ୍ତୀଙ୍କ ପୁତ୍ର ଥିଲେ । ନକୁଳ ଓ ସହଦେଵ ମାତା ମାଦ୍ରୀଙ୍କ ପୁତ୍ର ଥିଲେ ।

ଏହି ପାଞ୍ଚ ଜଣଙ୍କ ଛଡା, ମହବଳୀ କର୍ଣ୍ଣ ମଧ୍ୟ କୁନ୍ତୀଙ୍କ ପୁତ୍ର ଥିଲେ, କିନ୍ତୁ ତାଙ୍କୁ ପାଣ୍ଡବମାନଙ୍କ ଭିତରେ ଗଣା ଯାଏନାହିଁ ।

ଅନ୍ୟପକ୍ଷରେ କୌରବରେ,
ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶତ ପୁତ୍ର ଥିଲେ । ଯାହାଙ୍କ ନାମ :-

୧.ଦୁର୍ଯ୍ୟୋଧନ ୨.ଦୁଃଶାସନ ୩.ଦୁଃସହ ୪.ଦୁଃଶଳ ୫.ଜଳସନ୍ଧ ୬.ସମ ୭.ସହ ୮.ବିନ୍ଦ ୯.ଅନୁବିନ୍ଦ ୧୦.ଦୁର୍ଦ୍ଧର୍ଷ ୧୧.ସୁବାହୁ ୧୨.ଦୁଷପ୍ରଦର୍ଶନ ୧୩.ଦୁର୍ମର୍ଷଣ ୧୪.ଦୁର୍ମୁଖ ୧୫.ଦୁଷ୍କର୍ଣ ୧୬.ବିକର୍ଣ୍ଣ ୧୭.ଶଳ ୧୮.ସତ୍ୱାନ ୧୯.ସୁଲୋଚନ ୨୦.ଚିତ୍ର ୨୧.ଉପଚିତ୍ର ୨୨.ଚିତ୍ରାକ୍ଷ ୨୩.ଚାରୁଚିତ୍ର ୨୪.ଶରାସନ ୨୫.ଦୁର୍ମଦା ୨୬.ଦୁର୍ବିଗାହ ୨୭.ବିବିତ୍ସୁ ୨୮.ବିକଟାନନ୍ଦ ୨୯.ଉର୍ଣ୍ଣନାଭ ୩୦.ସୁନାଭ ୩୧.ନନ୍ଦ ୩୨.ଉପନନ୍ଦ ୩୩.ଚିତ୍ରବାଣ ୩୪.ଚିତ୍ରବର୍ମା ୩୫.ସୁବର୍ମା ୩୬.ଦୁର୍ବିମୋଚନ ୩୭.ଅୟୋବାହୁ ୩୮.ମହାବାହୁ ୩୯.ଚିତ୍ରାଙ୍ଗ ୪୦.ଚିତ୍ରକୁଣ୍ଡଳ ୪୧.ଭୀମବେଗ ୪୨.ଭୀମବଳ ୪୩.ବାଲାକୀ ୪୪.ବଳବର୍ଦ୍ଧନ ୪୫.ଉଗ୍ରାଯୁଦ୍ଧ ୪୬.ସୁଷେର୍ଣ ୪୭.କୁଣ୍ଡଧର ୪୮.ମହଦୋର ୪୯.ଚିତ୍ରାଯୁଦ୍ଧ ୫୦.ନିସଙ୍ଗୀ ୫୧.ପାସି ୫୨.ବୃନ୍ଦାରକ ୫୩.ଦୃଢ଼ବର୍ମା ୫୪.ଦୃଢ଼କ୍ଷେତ୍ର ୫୫.ସୋମକୀର୍ତ୍ତି ୫୬.ଅନୁଦର ୫୭.ଦଢସଂଘ ୫୮.ଜରାସଂଘ ୫୯.ସତ୍ୟସଂଘ ୬୦.ସଦସୁବାକ ୬୧.ଉଗ୍ରଶ୍ରବା ୬୨.ଉଗ୍ରସେନ ୬୩.ସେନାନୀ ୬୪.ଦୁଷ୍ପରାଜୟ ୬୫.ଅପରାଜିତ ୬୬.କୁଣ୍ଡସାୟୀ ୬୭.ବିଶାଲାକ୍ଷ ୬୮.ଦୁରାଧର ୬୯.ଦ୍ରୁଢହସ୍ତ ୭୦.ସୁହସ୍ତ ୭୧.ବାତବେଗ ୭୨.ସୁବର୍ଚ୍ଚ ୭୩.ଆଦିତ୍ୟକେତୁ ୭୪.ବହ୍ମାଶ୍ରୀ ୭୫.ନାଗଦତ୍ତ ୭୬.ଉଗ୍ରସାୟୀ ୭୭.କବଚି ୭୮.କ୍ରଥନ ୭୯.କୁଣ୍ଡି ୮୦.ଭୀମବିକ୍ର ୮୧.ଧନୁର୍ଦ୍ଧର ୮୨.ବିରବା ୮୩.ଅଳଲୁପ ୮୪.ଅଭୟ ୮୫.ଦୃଢ଼କର୍ମା ୮୬.ଦୃଢ଼ରଥାଶ୍ରୟ ୮୭.ଅନାଧୃଷ୍ୟ ୮୮.କୁଣ୍ଡଭେଦି ୮୯.ବିରବୀ ୯୦.ଚିତ୍ରକୁଣ୍ଡଳ ୯୧.ପ୍ରଧମ ୯୨.ଅମାପ୍ରମାଥି ୯୩.ଦୀର୍ଘରୋମା ୯୪.ସୁବିର୍ଯ୍ୟଵାନ ୯୫.ଦୀର୍ଘବାହୁ ୯୬.ସୁଜାତ ୯୭.କନକଧ୍ୱଜ ୯୮.କୁଣ୍ଡାଶୀ ୯୯.ବିରଜ ୧୦୦.ଯୁଜୁସ୍ତୁ ।

ଏହି ଶତଭ୍ରାତା ଛଡା କୌରବର ଗୋଟିଏ ଭଗ୍ନୀ ବି ଥିଲା, ଯାହାର ନାମ ଦୃଶଳା ଥିଲା ଏବଂ ତାହାର ବିବାହ ଜୟଦ୍ରଥ ସହିତ ହୋଇଥିଲା ।

*ଶ୍ରୀମଦ ଭାଗବତ ଗୀତା :-*
ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?
ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ।
ଓଁ- କେବେ ଶୁଣାଇ ଥିଲେ ?
ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।
ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?
ଉ- ରବିବାର ।
ଓଁ- କେଉଁ ତିଥିରେ ?
ଉ- ଏକାଦଶୀ ।
ଓଁ- କୋଉଠି ଶୁଣାଇଥିଲେ ?
ଉ- କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।
ଓଁ- କେତେ ସମୟରେ ଶୁଣାଇ ଥିଲେ ?
ଉ- ପାଖା ପାଖି ୪୫ ମିନିଟରେ।
ଓଁ- କାହିଁକି ଶୁଣାଇ ଥିଲେ ?
ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।
ଓଁ- ଗୀତାରେ କେତେ ଅଧ୍ୟାୟ ?
ଉ- ୧୮ ଅଧ୍ୟାୟ।
ଓଁ- କେତୋଟି ଶ୍ଳୋକ ଅଛି ?
ଉ- ୭୦୦ ଶ୍ଳୋକ।
ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
ଉ- ଉପନିଷଦ ରେ।
ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
ଉ- ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
ଓଁ- ଗୀତାର  ଅନ୍ୟ ନାମ କଣ ?
ଉ- ଗୀତୋପନିଷଦ।
ଓଁ- ଗୀତାର ସାର କଣ ?
ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
ଉ- ଶ୍ରୀ କୃଷ୍ଣ-୫୭୪, ଅର୍ଜୁନ-୮୫, ଧୃତରାଷ୍ଟ୍ର-୧ ଏବଂ ସଞ୍ଜୟ- ୪୦।

*ଅଳ୍ପ ଜ୍ଞାନ ବିପଦପୂର୍ଣ୍ଣ*

ହିନ୍ଦୁମାନଙ୍କ ତେତିଶ(୩୩) କୋଟି ଦେବୀ ଦେବତା ନୁହେଁ ଏହା ତେତିଶ(୩୩) କୋଟି । 

ଏଠି "କୋଟି" ଅର୍ଥ "ପ୍ରକାର" ।

ଦେବନଗରୀ (ସଂସ୍କୃତ) ଭାଷାରେ "କୋଟି" ର ଦୁଇଟି ଅର୍ଥ ରହିଛି ଗୋଟିଏ କୋଟି (ପ୍ରକାର) ଅନ୍ୟ କୋଟି (ସଂଖ୍ୟା) କୁ ବୁଝାଯାଏ ।

ହିନ୍ଦୁ ଧର୍ମର ଦୁଃପ୍ରଚାର କରିବା ପାଇଁ କିଛି ବ୍ୟକ୍ତି ଏହି କଥାକୁ ଭୁଲ ଅର୍ଥରେ ଉଡାଇ ଚାଲିଛନ୍ତି । ଆଉ ଏବେତ କିଛି ଅଜ୍ଞାନୀ ହିନ୍ଦୁ ଏହା ଗାଇ ଚାଲିଛନ୍ତି ଯେ ଆମର ତେତିଶ କୋଟି ଦେବୀ ଦେବତା ଅଛନ୍ତି.... ଅଥଚ ଅନ୍ୟ ଧର୍ମର ଧର୍ମଗୁରୁ ମନେ ସେମାନଙ୍କ ନାମ ପଚାରିଲା ବେଳକୁ ଏ ଅଜ୍ଞାନୀ ମାନେ ମୁକ ହୋଇ ଯାଆନ୍ତି ।

*ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି ।*

*ବାର(୧୨) ପ୍ରକାର :-* ଆଦିତ୍ୟ:
୧.ଧାତା, ୨.ମିତ, ୩.ଅର୍ଯ୍ୟାମା, ୪.ଶକ୍ରା, ୫.ବରୁଣ, ୬.ଅଂଶ, ୭.ଭାଗ, ୮.ବିବାସ୍ୱାନ, ୯.ପୁଷ, ୧୦.ତବସ୍ଥା, ୧୧.ସବିତା ଏବଂ ୧୨.ବିଷ୍ଣୁ ..।

*ଆଠ (୮) ପ୍ରକାର:-* ବାସୁ:
୧.ଘର, ୨.ଧ୍ରୁବ, ୩.ସୋମ, ୪.ଅହ, ୫.ଅନୀଳ, ୬.ଅନଳ, ୭.ପ୍ରତୁଷ ଏବଂ ୮.ପ୍ରଭାଷ...।
*ଏଗାର (୧୧) ପ୍ରକାର :-* ରୁଦ୍ର:
୧.ହର, ୨.ବହୁରୂପ, ୩.ତ୍ରୟଂବକ, ୪.ଅପରାଜିତା, ୫.ବୃଷାକାପି, ୬.ଶମ୍ଭୁ, ୭.କପାଆର୍ଡି, ୮.ରେବାତ, ୯.ମୃଗବ୍ୟାଧ, ୧୦.ଶର୍ବା ଏବଂ ୧୧.କପାଳି...।
ଏବଂ
*ଦୁଇ (୨) ପ୍ରକାର :-*
୧.ଅଶ୍ୱିନୀ, ୨.କୁମାର...।

*ସର୍ବମୋଟ:-* ୧୨+୮+୧୧+୨=୩୩ କୋଟି (ପ୍ରକାର)...।

*ଦେବୀ ଦେବତାଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବା ପୂର୍ବରୁ ଉପର ଲିଖିତ ସମସ୍ତ ତଥ୍ୟ ଜାଣିବା ସାଧାରଣତଃ ଜଣେ ହିନ୍ଦୁଙ୍କ ପକ୍ଷରେ ନିହାତି  ଆବଶ୍ୟକ।*

*ଭାରତ ସଂସ୍କୃତି ତଥା ହିନ୍ଦୁ ଶାସ୍ତ୍ର ସହିତ ଜଡ଼ିତ କିଛି ସାଧାରଣ କଥା ଯାହା ସମସ୍ତଙ୍କ ଗୋଚରରେ ରହିବା ଆବଶ୍ୟକ ।*

*ଦୁଇ (୨) ପକ୍ଷ* :-
୧.କୃଷ୍ଣ ପକ୍ଷ, ୨.ଶୁକ୍ଳ ପକ୍ଷ ।

*ତିନି (୩) ଋଣ* :-
୧.ଦେବ ଋଣ, ୨.ପିତୃ ଋଣ, ୩.ଋଷି ଋଣ ।

*ଚାରି (୪) ଯୁଗ* :-
୧.ସତ୍ୟ ଯୁଗ, ୨.ତ୍ରେତୟା ଯୁଗ, ୩.ଦ୍ୱାପର ଯୁଗ, ୪.କଳି ଯୁଗ ।

*ଚାରି (୪) ଧାମ* :-
୧.ଦ୍ଵାରିକା, ୨.ବଦ୍ରିନାଥ, ୩.ଜଗନ୍ନାଥ, ୪.ରାମେଶ୍ୱମ ।

*ଚାରି (୪) ପୀଠ* :-
୧.ଶାରଦା ପୀଠ (ଦ୍ଵାରିକା, ଗୁଜୁରାଟ), ୨.ଜ୍ୟୋତିଷ ପୀଠ (ଯୋଶୀମଠ, ବଦ୍ରିଧାମ, ଉତ୍ତରାଖଣ୍ଡ ), ୩.ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ, ଓଡ଼ିଶା), ୪.ଶୃଙ୍ଗେରୀ ଶାରଦା ପୀଠ (ଶୃଙ୍ଗେରୀ, କର୍ଣ୍ଣାଟକ) ।

*ଚାରି (୪) ବେଦ* :-
୧.ରୁକବେଦ, ୨.ଅଥର୍ବେଦ, ୩.ଯଦୁର୍ବେଦ, ୪.ସାମ ବେଦ ।

*ଚାରି (୪) ଆଶ୍ରମ* :-
୧.ବ୍ରହ୍ମଚର୍ଯ୍ୟ, ୨.ଗୃହସ୍ଥ, ୩.ବାନପ୍ରସ୍ଥ, ୪.ସନ୍ୟାସ ।

*ଚାରି (୪) ଅନ୍ତ* :-
୧.ମନ, ୨.ବୁଦ୍ଧି, ୩.ଚିତ୍ତ, ୪.ଅହଙ୍କାର ।

*ପଞ୍ଚ ଅମୃତ* :-
୧.ଗାଈ ଘିଅ, ୨.ଗାଈ ଦୁଗ୍ଧ, ୩.ଦହି, ୪.ଗୋମୂତ୍ର, ୫.ଗୋବର ।

*ପଞ୍ଚ (୫) ଦେଵତା* :-
୧.ଗଣେଶ, ୨.ବିଷ୍ଣୁ, ୩.ଶିଵ, ୪.ଦେବୀ, ୫.ସୂର୍ଯ୍ୟ ।

*ପଞ୍ଚ (୫) ତତ୍ତ୍ୱ* :-
୧.ପୃଥିବୀ, ୨.ଜଳ, ୩.ଅଗ୍ନି, ୪.ବାୟୁ, ୫.ଆକାଶ ।

*ଛଅ (୬) ଦର୍ଶନ* :- ୧.ବୈଶେଷିକ, ୨.ନ୍ୟାୟ, ୩.ସାଂକ୍ଷ, ୪.ଯୋଗ, ୫.ପୂର୍ବ ମିମାଂସା, ୬.ଦକ୍ଷିଣ ମିମାଂସା ।

*ସପ୍ତ (୭) ଋଷି* :-
୧.ବିଶ୍ଵାମିତ୍ର, ୨.ଜମଦଗ୍ନି, ୩.ଭରଦ୍ୱାଜ, ୪.ଗୌତମ, ୫.ଅତ୍ରି, ୬.ବଶିଷ୍ଠ, ୭.କଶ୍ୟପ ।

*ସପ୍ତ (୭) ପୁର* :-
୧.ଅଯୋଧ୍ୟା ପୁର, ୨.ମଥୁରା ପୁର, ୩.ମାୟା ପୁର (ହରିଦ୍ୱାର), ୪.କାଶୀ, ୫.କାଞ୍ଚି (ଶିନ କାଞ୍ଚି-ବିଷ୍ଣୁ କାଞ୍ଚି), ୬.ଅବନ୍ତିକା, ୭.ଦ୍ଵାରିକା ପୁର ।

*ଅଷ୍ଟ (୮) ଯୋଗ* :-
୧.ଯମ, ୨.ନିୟମ, ୩.ଆସନ, ୪.ପ୍ରାଣାୟାମ, ୫.ପ୍ରତ୍ୟାହାର, ୬.ଧାରଣା, ୭.ଧ୍ୟାନ ୮.ସମୀଧ ।

*ଅଷ୍ଟ (୮) ଲକ୍ଷ୍ମୀ* :-
୧.ଆଗ୍ଧ, ୨.ବିଧା, ୩.ସୌଭାଗ୍ୟ, ୪.ଅମୃତ, ୫.କାମ, ୬.ସତ୍ୟ, ୭.ଭୋଗ, ୮.ଲକ୍ଷ୍ମୀ ।

*ନବ (୯) ଦୁର୍ଗା* :-
୧.ଶୈଳି ପୁତ୍ରୀ, ୨.ବ୍ରହ୍ମଚାରିଣୀ, ୩.ଚନ୍ଦ୍ରଘଣ୍ଟା, ୪.କୁଷ୍ମାଣ୍ଡ, ୫.ସ୍କାଦମାତା, ୬.କାନ୍ୟାୟିନୀ, ୭.କାଳରାତ୍ରୀ, ୮.ମହାଗୌରୀ, ୯.ସିଦ୍ଧିଦାତ୍ରୀ ।

*ଦଶ (୧୦) ଦିଗ* :-
୧.ପୂର୍ବ, ୨.ପଶ୍ଚିମ, ୩.ଉତ୍ତର, ୪.ଦକ୍ଷିଣ, ୫.ଐଶ୍ୱନ, ୬.ନୈରୁତ, ୭.ବାୟୁ, ୮.ଅଗ୍ନି, ୯.ଆକାଶ, ୧୦.ପାତାଳ ।

*ଏଗାର (୧୧) ଅବତାର* :-
୧.ମତ୍ସ, ୨.କଛପ, ୩.ବରାହ, ୪.ନୃସିଂହ, ୫.ବାମନ, ୬.ପର୍ଶୁରାମ, ୭.ଶ୍ରୀରାମ, ୮.କୃଷ୍ଣ, ୯.ବଳରାମ, ୧୦.ବୁଦ୍ଧ, ୧୧.କଳ୍କୀ ।

*ବାର (୧୨) ମାସ* :-
୧.ଚୈତ୍ର, ୨.ବୈଶାଖ, ୩.ଜ୍ୟେଷ୍ଠ, ୪.ଆଷାଢ଼, ୫.ଶ୍ରାବଣ, ୬.ଭାଦ୍ରବ, ୭.ଆଶ୍ୱିନୀ, ୮.କାର୍ତ୍ତିକ, ୯.ମାର୍ଗଶୀର, ୧୦.ପୌଷ, ୧୧.ମାଘ, ୧୨.ଫାଲଗୁନ ।

*ବାର (୧୨) ରାଶି* :-
୧.ମେଷ, ୨.ବୃଷ, ୩.ମିଥୁନ, ୪.କର୍କଟ, ୫.ସିଂହ, ୬.କନ୍ୟା, ୭.ତୁଳା, ୮.ବୃଶ୍ଚିକ, ୯.ଧନୁ, ୧୦.ମକର, ୧୧.କୁମ୍ଭ, ୧୨.ମୀନ ।

*ବାର (୧୨) ଜ୍ୟୋତ୍ରିଲିଙ୍ଗ* :-
୧.ସୋମନାଥ, ୨.ମଲିକାର୍ଜୁନ, ୩.ମହାକାଳ, ୪.ଓମକାଶ୍ୱର, ୫.ବୈଦନାଥ, ୬.ରାମେଶ୍ବରମ, ୭.ବିଶ୍ୱନାଥ, ୮.ତ୍ରୈମ୍ବେକେଶ୍ୱର, ୯.କେଦାରନାଥ, ୧୦.ଘୁଷୁନେଶ୍ୱର, ୧୧.ଭିମାଶଙ୍କର, ୧୨.ନଗେଶ୍ୱର ।

*ପନ୍ଦର (୧୫) ତିଥି* :-
୧.ପ୍ରତିପଦା, ୨.ଦ୍ଵିତୀୟା, ୩.ତୃତୀୟା, ୪.ଚତୁର୍ଥୀ, ୫.ପଞ୍ଚମୀ, ୬.ଷଷ୍ଠୀ, ୭.ସପ୍ତମୀ, ୮.ଅଷ୍ଟମୀ, ୯.ନବମୀ, ୧୦.ଦଶମୀ, ୧୧.ଏକାଦଶୀ, ୧୨.ଦ୍ଵାଦଶୀ, ୧୩.ତ୍ରୟୋଦଶୀ, ୧୪.ଚତୁର୍ଦ୍ଦଶୀ, ୧୫.ପୂର୍ଣ୍ଣିମା/ଅମାବାସ୍ୟା ।

*ଉଣେଇଶି (୧୯) ସ୍ମୃତି* :-
୧.ମନୁ, ୨.ବିଷ୍ଣୁ, ୩.ଅତ୍ରି, ୪.ହାରିତ, ୫.ଯଜ୍ଞବଲକ୍ୟ, ୬.ଉଶନା, ୭.ଅଙ୍ଗିରା, ୮.ଯମ, ୯.ଆପସ୍ତମ୍ବ, ୧୦.ସର୍ବତ, ୧୧.କନ୍ୟାୟନ, ୧୨.ବ୍ରହଷ୍ପତି, ୧୩.ପରାଶର, ୧୪.ବ୍ୟାସ, ୧୫.ସାଂଖ୍ୟ, ୧୬.ଲିକ୍ଷିତ, ୧୭.ଦକ୍ଷ, ୧୮.ଶତାତପ, ୧୯.ବଶିଷ୍ଠ ।

*ଦୁନିଆର ଶ୍ରେଷ୍ଠ ବ୍ରାହ୍ମଣ*
୧.ସବୁଠୁ ବଡ ଯୋଦ୍ଧା-ଭଗବାନ ପର୍ଶୁରାମ, 
୨.ସବୁଠୁ ବଡ ପଣ୍ଡିତ-ଲଙ୍କାପତି, ରାବଣ, 
୩.ସବୁଠୁ ବଡ ଇତିହାସକାର-ମହର୍ଷି ବେଦବ୍ୟାସ,
୪.ସବୁଠୁ ବଡ଼ ରଜନୀତିଜ୍ଞ-ବିଷ୍ଣୁଗୁପ୍ତ ଚାଣକ୍ୟ,
୫.ସବୁଠୁ ବଡ଼ ପରୀକ୍ଷକ-ମହର୍ଷି ଭୃଗୁ,
୬.ସବୁଠୁ ବଡ଼ ଦାନୀ-ମହର୍ଷି ଦଧିଚୀ,
୭.ସବୁଠୁ ବଡ କ୍ରୋଧି-ଦୁର୍ବାସା ମୁନି,
୮.ସବୁଠୁ ବଡ ଶାନ୍ତ-ମହର୍ଷି ବଶିଷ୍ଠ,
୯.ସବୁଠୁ ବଡ ଗଣିତଜ୍ଞ-ଶ୍ରୀମାନ ଆର୍ଯ୍ୟଭଟ୍ଟ,
୧୦.ସବୁଠୁ ବଡ଼ ଗରିବ-ବନ୍ଧୁ ସୁଦାମା,

*ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହି ସଂସ୍କୃତି ନିଜ ପରିବାରର ଆଗାମୀ ପିଢିଙ୍କୁ ଶିକ୍ଷା ଦେବା ସହିତ ଅନ୍ୟ ମାନଙ୍କୁ ଏହି ଜ୍ଞାନକୁ ଅଗ୍ରସର କରାଇବେ ।*

Sunday, August 16, 2020

କରୋନା କହୁଛି ତୁ କଣ ମାରିବୁ

 କରୋନା କହୁଛି ତୁ କଣ ମାରିବୁ 

              ମୁଇଁ ମାରିଦେବି ତତେ 

କେତେ ବୁଦ୍ଧି ତୋର ପରୀକ୍ଷା କରିବି 

                        ବାହାଦୁରି ମାରୁ ମତେ (1)

ମଣିଷ ଜନ୍ମ ତୁ ପାଇଗଲୁ ବୋଲି 

                             ଇନ୍ଦ୍ର ଚନ୍ଦ୍ର ମାନୁନାହିଁ 

ତୋର ଗର୍ବ ଆଜି ତତେ ଖାଉଅଛି 

                      ପାସ୍ତାଉଛୁ କାହିଁପାଇଁ (2)

ପ୍ରଭୁ ଭଗବାନ ସୃଷ୍ଟି କରିଥିଲେ 

                          ମଣିଷ ସାଙ୍ଗରେ ପଶୁ 

ପଶୁ ପକ୍ଷୀଙ୍କର ବୁଦ୍ଧି ନାହିଁ ବୋଲି 

                       ଅଵିଵେକୀ ପରି ହସୁ (3)

ସମସ୍ତଙ୍କର ତ ଅଧିକାର ଅଛି 

                           ସମାନ ଭାବେ ବଞ୍ଚିବା 

କିଏ ତତେ ସେଇ ଅଧିକାର ଦେଲା 

                       ପଶୁ ପକ୍ଷୀଙ୍କୁ ମାରିବା (4)

ଅତ୍ୟାଚାର ତୋର ଏତେ ବଢିଗଲା 

                         ପଶୁ ପକ୍ଷୀ ମେଲି ହେଲେ 

ସୃଷ୍ଟିକର୍ତାଙ୍କର ନିକଟକୁ ଯାଇ 

                       ନିଜ ଦୁଃଖ ଜଣାଇଲେ (5)

ସବୁ ଶୁଣିସାରି ପଚାରିଲେ ପ୍ରଭୁ 

                        କେଉଁ ଦେଶେ ହୁଏ ବେଶି 

ପଶୁପକ୍ଷୀଙ୍କର ବେଶି ହତ୍ୟା ହୁଏ 

                       ଜିଅନ୍ତା ଦିଅନ୍ତି ଫାସୀ (6)

ପଶୁଙ୍କର ରାଜା ହାତ ଯୋଡି କହେ 

                        ଚୀନ ବୋଲି ଏକ ଦେଶ 

ବୁହାନ ବୋଲି ଏକ ସୌନ୍ଦର୍ଯ୍ୟ ସହର 

                       ବୁଲିଯିବେ କି ତା ପାସ (7)

ସେହି ସହରର ପଶୁ ର ବଜାର 

                            ବିଶ୍ୱ ରେ ହୁଏ ପ୍ରସିଦ୍ଧି 

ପଶୁ ହତ୍ୟା ହୁଏ କଞ୍ଚା ମାଂସ ଖାଇ 

                         ଚୀନ ର ବଢ଼ଇ ବୁଦ୍ଧି (7)

କଅଁଳି ଘୋଡାଟା କାନ୍ଦି କାନ୍ଦି କହେ 

                           ବାନ୍ଧି ଦେଇଥାନ୍ତି ମତେ

ଗୋଟିଏ ଗୋଡ଼କୁ  ଜିଅନ୍ତା କାଟନ୍ତି 

                    ଗ୍ରାହକ ଦେଖିବୁ କେତେ (8)

ଗୋଟିଏ ଗୋଡ଼ର ବିକ୍ରୟ ସରିଲେ 

                         ଅନ୍ୟ ଗୋଡ଼ ହୁଏ କଟା 

ଜିଅନ୍ତା ମାଂସର ଡିମାଣ୍ଡ ବେଶି ବୋଲି 

                    ମୋହରି ଭାଗ୍ୟ ଟା ଫଟା (9)

ମାଙ୍କଡ କାନ୍ଦଇ  ଆହେ ଲୀଳାମୟ 

                        ଯେତେ ଥାନ୍ତି ଧନୀ ଘର 

କଞ୍ଚା ମସ୍ତିସ୍କକୁ କିଣି ଖାଇଥାନ୍ତି 

                  ତେଣୁ ମୃତ୍ୟୁ ହୁଏ ମୋର (10)

କଅଁଳି ମୂଷାଟା ଜନ୍ମ ହୋଇଥାଏ 

                            ଆଖି ଦିଶୁନାହିଁ ତାର 

ପ୍ରଭୁ ପାଖ ଯାଇ ଗୁହାରି କରଇ 

                   ଗୁହାରି ଟା ଶୁଣ ମୋର (11)

ଜନ୍ମ ହେଲା ପରେ ଧରି ନେଇ ମୋତେ 

                               ବଜାରକୁ ନେଇଥାନ୍ତି 

ଜିଅନ୍ତା ଥାଇ ମୁଁ ସସ ଦେଇ ମୋତେ 

                   ଚୋବେଇ କି ଖାଇଥାନ୍ତି (12)

କୁକୁର କୁକୁଡ଼ା ଗାଇ ଓ ଘୁଷୁରୀ 

                            ବିଲେଇ ସର୍ପ  ନେଉଳ 

ପ୍ରଭୁଙ୍କର ପାଖେ ଗୁହାରି କରନ୍ତି 

                         ଏହାର ବିଚାର କର (13)

ସୃଷ୍ଟିକର୍ତାଙ୍କର ଦେହ ଥରିଗଲା 

                             ଆଖିରୁ ବାହାରେ ପାଣି 

ସମସ୍ତ ପଶୁଙ୍କୁ ଆଶ୍ୱାସନା ଦେଇ 

                        ବୁଝାଇଲେ ଚକ୍ରପାଣି (14)

କୋରୋନା କୁ  ଡାକି ଆଦେଶ ଦିଅଇ 

                             ଭୁତାଣୁରେ ତୁହି ମୋର 

ଚୀନ ର ବୁହାନ ସହର କୁ ଯାଇ 

                    ତୋ କାୟା ବିସ୍ତାର କର (15)

କୋରାନା ଭାବିଲା ପଶୁଙ୍କଠୁଁ  ମୁହିଁ 

                                  ମଣିଷ ପାଖକୁ ଯିବି 

ମଣିଷ ଜାଣିବ ପଶୁ ଠୁଁ ମୁଁ ସୃଷ୍ଟି 

                            ମୁଣ୍ଡ ଗରମ କରିବି (16)

ଜଣ ଜଣ କରି ଆକ୍ରାନ୍ତ ହୋଇଲେ 

                             ଡାକ୍ତର ବି ବାଦ ନାହିଁ 

ଡାକ୍ତରର ଯେବେ ମୃତ୍ୟୁ ହୋଇଗଲା 

                      ବିଶ୍ୱ ଥରେ ଏଥିପାଇଁ (17)

ପଶୁମାନେ ଦିନେ କାନ୍ଦୁଥିଲେ ବୋଲି 

                                ଆଜି ମଣିଷ କାନ୍ଦିଲା

କରୋନା ଭୁତାଣୁ ପ୍ରଭୁଙ୍କର ସୃଷ୍ଟି 

                 କେତେଟେ ଜୀବନ ନେଲା (18)

ପ୍ରଭୁ କହୁଛନ୍ତି ଏବେବି ସମୟ 

                              ଅଛିରେ ବହୁତ  ତୋର 

ଯିବେ ଦୟାକରି ଅଧିକାର ଦେଲେ 

                     କରୋନା ହୋଇବ ଦୁର (19)

ଜୀବଜଗତ ଟା ସୃଷ୍ଟି କରିଥିଲି 


                           ବେଶି ବୁଦ୍ଧି ଦେଲି ତତେ 

ସମସ୍ତଙ୍କୁ ତୁହି ସମାନ ଭାବିବୁ 

                     ଜବାବ ତୁ ଦିଅ ମୋତେ (20)

     

    💐ଜୟ ଜଗନ୍ନାଥ 🙏

The "C" word

 Did you notice that the alphabet "C" has shot to prominence in this Covid-19 era?

See the Sea of Change that  the alphabet C has brought!


No one expected that the alphabet "C" would play a Completely overwhelming  role compared with any of the other alphabets...


Cough (C)

Cold (C)

Corona virus (C) 

Covid-19 (C) 

Case (C) 

Confirmed (C) 

Confinement (C)  

Contamination (C) 

Containment (C)

Curfew (C) 


        Two most serious "C"s  are,

Cemetery (C) 

Cremation (C) 


        The possible remedial drug is, Chloroquine (C) 

      The beauty is, it started from China (C)....


      But at the same time,

GOD smiled, and said...


      Cleanliness (is the remedy...)

Courage (is the need of the hour...)

Compliance to the expert advice...

Contention to overcome the crisis...

Clarity of thought...

Cooperation with the fellow beings...

Caring for the needy..


                          and finally....


"Clearance" is awaited and in a Short while..

        

"Cure" is definitely going to "Come"......

Till then take vitamin C.....

😁


Stay Safe & Healthy *.


Author: Whatsapp forwardmessage

କୋରୋନା କୋରୋନା ଲାଗୁଚି

 କୋରୋନା କୋରୋନା ଲାଗୁଚି


ଦେହଟାରେ ଟିକେ ଉଷୁମ ଜାଗିଲେ 

ଆଖିରୁ ଦି ଟୋପା ଲୁହ ଗଡିଗଲେ 

ନାକରୁ ଦି ଧାର ପାଣି ବୋହିଗଲେ

ଗଳାଟା ଟିକିଏ ଖିଚ୍ ଖିଚାଇଲେ

ଛାତିରେ ଛନକା ପଶୁଛି

ରୋଗ ବ୍ଯାଧି କଥା ଜଣା ନ ଥିଲେ ବି

 କୋରୋନା କୋରୋନା ଲାଗୁଚି


ଆଖି ଆଗେ କିଏ ଚାଲି ଯାଉଥିଲେ 

ଦୁଧ ବାଲା ଦୁଧ ବୋତଲ ଆଣିଲେ 

ନିଉଜ ହକର ପେପର୍ ଫିଙ୍ଗିଲେ

ମୁଖ୍ୟ ଫାଟକେ କେ ଠକ୍ ଠକ୍ କଲେ

ମନରେ ସନ୍ଦେହ ଜାଗୁଛି 

ତାଙ୍କ ବିଷୟରେ କିଛି ନ ଜାଣି ବି

କୋରୋନା କୋରୋନା ଭାବୁଛି ।


ଆତ୍ମୀୟ ସ୍ବଜନ ଘରକୁ ଆସିଲେ 

ପଡା ପଡୋଶୀଏ ଭେଟି ପଠାଇଲେ 

ପରିବା ବାଲାଠୁଁ ପରିବା କିଣିଲେ 

ରାସନ ବାଲାଠୁଁ ରାସନ ଆଣିଲେ

ମନରେ ସନ୍ଦେହ ଜାଗୁଛି 

ଖାଣ୍ଟି ଷୋଳଅଣା ନିରୋଗ ଲୋକ ବି 

କୋରୋନା କୋରୋନା ବାସୁଛି ।


ରାସ୍ତା ଚାଲୁ ଚାଲୁ ମଣିଷ ଦେଖିଲେ 

କାଶିବା ଛିଙ୍କିବା ଶବଦ ଶୁଭିଲେ

ଜ୍ବର ରୋଗ କଥା କା ମୁଖୁ ଶୁଣିଲେ

ମନ ମାରି କିଏ ବାଟ ଚାଲୁଥିଲେ 

ମନଟା ବିଷେଇ ଉଠୁଛି 

ଆଉ କେଉଁ ଭାବ ଆସୁ କି ନ ଆସୁ

କୋରୋନା ଭାବଟା ଆସୁଛି ।


ବଜାର ଘାଟରେ ଗହଳ ଦେଖିଲେ

ପୁଲିସ ଭ୍ଯାନ୍ ର ଶବଦ ଶୁଣିଲେ

ଆମ୍ବୁଲ୍ଯାନ୍ସର ସାଇରନ୍ ବାଜିଲେ 

କିଏ ମରିଯିବା ଖବର ଶୁଣିଲେ

ଗୋଟିଏ ଭାବନା ଆସୁଛି- 

ବୋଧେ କୋରୋନା କାହାକୁ ଗ୍ରାସିଛି ।


ବନ୍ଧୁ ବର୍ଗଙ୍କର ବାହା ବ୍ରତ ହେଲେ

ଆତ୍ମୀୟ ସ୍ବଜନ ଦେହ ତ୍ଯାଗ କଲେ

ନୂଆ କରି କେହି ଗୃହେ ପ୍ରବେଶିଲେ 

ସାଙ୍ଗସାଥୀଙ୍କର ଜନ୍ମ ଦିନ ହେଲେ 

ଯିବାକୁ ବିବେକ ଠେଲୁଛି

ଭିଡିମୋଡି ହୋଇ ଘରୁ ବାହାରିଲେ

କୋରୋନା ଆକଟ କରୁଛି ।


ଶାସକ ଶିକ୍ଷକ ଦକ୍ଷ ଚିକିତ୍ସକ 

ଦାର୍ଶନିକ ଅବା ବିଜ୍ଞ ବୈଜ୍ଞାନିକ 

ପୁଲିସ ସୈନିକ କିମ୍ବା ସଂସ୍କାରକ 

ବ୍ଯବସାୟୀ ଶିଳ୍ପପତି ବା କୃଷକ

ସର୍ବ ମନୋବଳ ଭାଙ୍ଗିଛି

ବିଶ୍ବ ଦରବାରେ ଏକଚ୍ଛତ୍ର ବାଦୀ

କୋରୋନା ର ରାଜ ଚାଲିଛି !!!

Author : Unknow.

Saturday, March 19, 2016

Saturday, August 15, 2015

List of FM Radio stations in ODISHA

FrequencyFM Radio Station NameLocation
102.9All India Radio (AIR / Akashvani)Baripada
100.6All India Radio (AIR / Akashvani)Berhampur
93.5South Asia FM (S FM)Bhubaneshwar
104Cokelate 104 FMBhubaneswar
92.7Big 92.7 FMBhubaneswar / Cuttack
101.9All India Radio (AIR / Akashvani)Bolangir
101.3All India Radio (AIR FM Rainbow / Akashvani)Cuttack
101All India Radio (AIR / Akashvani / Vividh Bharati)Deogarh
103.4All India Radio (AIR / Akashvani)Puri
92.7Big 92.7 FMRourkela
104Cokelate 104 FMRourkela
102.6All India Radio (AIR / Akashvani)Rourkela


List of FM Radio stations in ODISHA

Tuesday, April 29, 2014

2014 Matric Result on 30th April 2014


Results of the Matric annual High School Certificate (HSC) examinations 2014 conducted by the Board of Secondary Education (BSE), Odisha will be published on 30 April Wednesday, said president Dr Dakshya Prasad Nanda in a press meet today. Students can check their result by browsing HSC Board’s official website www.bseodisha.nic.in and www.orissaresults.nic.in

Sunday, January 26, 2014

Wednesday, August 28, 2013

Janmashtami 2013 - 28th August

Happy Janamashtami
Krishna Janmashtami is the birthday of God - Lord Krishna, and is a popular holiday in the Hindu Calendar.

Sunday, August 18, 2013

Happy Raksha Bandhan 2013

Raksha Bandhan - Rakhi Purnima
    Raksha Bandhan (Rakhi Bandhan) is celebrated in shravana month of      purnima day.This festival is observed  by Hindu, Sikhs and Muslims.Rakhai  Bandhan Festival clebraetes a   brother and sisters relationship. The central ceremony involves the tying of a rakhi (sacred thread) by a sister on her brother's wrist. This symbolizes the sister’s love and prayers for her brother’s well being and the brothers lifelong vow to protece her.

It describes the unconditional love and affection shared between brother and sister.

Raksha Bandhan date of 2013 = 20th August 2013, Tuesday”



Wish you all a Happy Raksha Bandhan 2013.

Related Posts Plugin for WordPress, Blogger...