Thursday, July 24, 2025

ତୁଳସୀ ମହାତ୍ମ୍ୟ : ତୁଳସୀ ର ଅପାର ମହିମା

ତୁଳସୀ ମହାତ୍ମ୍ୟ



ତୁଳସୀର ମହିମା ହଜାର ହଜାର ବର୍ଷ ରୁ ଭାରତର ଜନ ସାଧାରଣ ଏହାର ପ୍ରତ୍ୟକ୍ଷ ଅନୁଭବ କରି ଆସିଛନ୍ତି । ଦେବାଳୟ , ତୀର୍ଥାଳୟ ତଥା ସଦ୍ ଗୃହସ୍ଥ ମାନଙ୍କ ଗୃହରେ ତୁଳସୀ କୁ ସ୍ଥାନ ଦିଆଯାଇଛି । ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଆଧୁନିକ ବିଚାର ର ସ୍ବଦେଶୀ ଓ ବିଦେଶୀ ଏହା ର ଅନେକ ବିଶେଷତାକୁ ସ୍ବୀକାର କରନ୍ତି ।ବାତାବରଣ କୁ ଶୁଦ୍ଧ କରିବା ନିମନ୍ତେ ତୁଳସୀ ଗଛ ନିଜ ବାସଗୃହରେ ଲଗାନ୍ତି । ତୁଳସୀ ବୃକ୍ଷ ଯେଉଁଠି ରହୁନା କାହିଁକି ସାତ୍ତ୍ଵିକ ଭାବନା ନିଶ୍ଚିତ ରୂପେ ବିସ୍ତାର କରିବ । ଏଥିପାଇଁ ଆମେ ଯେକୌଣସି ପ୍ରକାରରେ ତୁଳସୀ ସଂସ୍ପର୍ଶରେ ଆସିଲେ । ସେ ଆମକୁ ଶାରିରୀକ ମାନସିକ ତଥା ଆଧ୍ୟାତ୍ମିକ ଲାଭ ପ୍ରଦାନ କରିବ । ତୁଳସୀ ର ଲାଭକୁ ହୃଦୟଙ୍ଗମ କରି ଶାସ୍ତ୍ରରେ ଏହାର ପ୍ରଚାର କରା ଯାଇଛି । ତୁଳସୀ ବୃକ୍ଷକୁ ସମସ୍ତ ଦେବତା ଙ୍କ ନିବାସ ସ୍ଥଳୀ ରୂପେ ବର୍ଣ୍ଣନା କରି କୁହାଯାଇଛି----


ତୁଳସ୍ୟାଂ ସକଳା ଦେବାଃ ବସନ୍ତି ସତତଂ ଯତଃ

ଅତସ୍ତାମର୍ତ୍ତୟେଲ୍ଲୋକଃ ସର୍ବାନ୍ଦେବାନ ସମର୍ଚ୍ଚୟନ୍ ।।

ଅର୍ଥାତ୍--

ତୁଳସୀ ବୃକ୍ଷ ସର୍ବଦା ସମସ୍ତ ଦେବତା ମାନଙ୍କ ନିବାସ ସ୍ଥଳୀ ଅଟେ ।ଏଣୁ ଯେ ଏହାକୁ ପୂଜା କରେ ସେ ସମସ୍ତ ଦେବତାଙ୍କ ପୂଜାର ଫଳ ପାଇଯାଏ ।

ଯେଉଁ ସ୍ଥାନରେ ଗୋଟିଏ ହେଲେ ତୁଳସୀ ବୃକ୍ଷ ରହେ ।ସେଠାରେ ବ୍ରହ୍ମା ବିଷ୍ଣୁ ଆଦି ଦେବତା ନାବାସ କରନ୍ତି ।

ତୁଳସୀ ପତ୍ରରେ ପୁଷ୍କରାଦି ତୀର୍ଥ , ଗଙ୍ଗାଦି ନଦୀ ଏବଂ ବାସୁଦେବ ଆଦି ଦେବତା ମାନେ ବାସ କରନ୍ତି । ତୁଳସୀ ଲଗାଇବା,  ରକ୍ଷ୍ୟା କରିବା, ଜଳଦେବା ,ଦର୍ଶନ ଏବଂ ସ୍ପର୍ଶ କରିବା ଦ୍ବାରା ମନୁଷ୍ୟ ର ବାଣୀ ମନ ଏବଂ କାୟା ର ସମସ୍ତ ଦୋଷ ଦୂର ହୁଏ ।


ତୁଳସୀ କବଚ----

ତୁଳସୀ ଶ୍ରୀ ମହାଦେବୀ ନମଃ ପଙ୍କଜ ଧାରିଣୀ

ଶିରୋମେ ତୁଳସୀ ପାତୁ ଭାଲଂ ପାତୁ ଯଶସ୍ବୀନୀ ।।

ଦୁର୍ଗୋ ମେ ପଦ୍ମ ନୟନା ଶ୍ରୀସଖି ଶ୍ରବଣୋମମ 

ଘ୍ରାଣପାତୁ ସୁଗନ୍ଧମେ ନଖଂ ଚ ସୁମୁଖୀମମ ।।

ଅର୍ଥାତ୍----

କମଳ ପୁଷ୍ପ ଧାରଣୀ ଶ୍ରୀ ତୁଳସୀ ଦେବୀଙ୍କୁ ମୁଁ  ଭକ୍ତି ପୂର୍ବକ ପ୍ରଣାମ କରୁଛି । ତୁଳସୀ ରୂପ ଧାରଣ କରି ମୋର ମୁଣ୍ତକୁ ରକ୍ଷ୍ୟା କରନ୍ତୁ । ଯଶସ୍ବିନୀ ରୂପରେ ମୋର ମସ୍ତକକୁ ରକ୍ଷ୍ୟା କରନ୍ତୁ ।ପଦ୍ମନୟନା ନାମଧାରୀ ମୋର ନୟନ ଦୁଇଟିକୁ ରକ୍ଷ୍ୟା କରନ୍ତୁ ।ଶ୍ରୀସଖି ନାମରେ କର୍ଣ୍ଣ କୁ ଗନ୍ଧମ୍ ନାମରେ ମୋର ନାସାକୁ ତଥା ସୁମୁଖୀ ନାମରେ ମୋର ମୁଖକୁ ରକ୍ଷ୍ୟା କରନ୍ତୁ ।


ଜିହ୍ବା ମେ ପାତୁ ଶୁଭଦା କଣ୍ଠ ବିଦ୍ୟାମୟୋ ମମ

ସ୍କନ୍ଧୌ କହ୍ଲାରିଣୀ ପାତୁ ହୃଦୟଂ ବିଷ୍ଣୁ  ବଲ୍ଲଭା ।।

ପୂଣ୍ୟଦା ପାତୁ ମେ ମଧ୍ୟଂ ନାଭି ସୌଭାଗ୍ଯ ଦାୟିନୀ 

କଟି କୁଣ୍ତଳିନୀ ପାତୁ ଉରୁ ନାରଦ ବନ୍ଦିତଃ ।।


ଅର୍ଥାତ୍---ଶୁଭଦା ଭିହ୍ବାକୁ, ବିଦ୍ୟାମୟୀ କଣ୍ଠକୁ, କହ୍ଲାରିଣୀ କାନ୍ଧକୁ ,ବିଷ୍ଣୁ  ବଲ୍ଲଭ ହୃଦୟକୁ, ପୂଣ୍ୟଦା ମଧ୍ୟ ଭାଗକୁ ,ସୌଭାଗ୍ଯ ଦାୟିନୀ ନାଭିକୁ ,କୁଣ୍ତଳିନୀ ଅଣ୍ଟାକୁ ଏବଂ ନାରଦ ବନ୍ଦିତା ଉରୁ ପ୍ରଦେଶ କୁ ରକ୍ଷ୍ୟା କରନ୍ତୁ ।


ଜନନୀ ଜାନୁନୀ ପାତୁ ଜଘେ ସକଳ ବନ୍ଦିତା 

ନାରାୟଣ ପ୍ରିୟା ପାଦୌ ସର୍ବାଙ୍ଗ ସର୍ବରକ୍ଷିଣୀ ।।

ସଙ୍କଟେ ବିଷମେ ଦୁର୍ଗେ ଭୟ ବାଦେ ମହାହବେ 

ନିତ୍ୟେ ସାଧ୍ୟୟୌ ପାତୁ ତୁଳସୀ ସର୍ବଦଃ ସଦା ।


ଅର୍ଥାତ୍-----


ଜନନୀ ଧାତୁକୁ ,ସକଳ ବନ୍ଦିତା ଜଙ୍ଘକୁ ,ନାରାୟଣପ୍ରିୟା ପାଦକୁ ,ସର୍ବରକ୍ଷିଣୀ ସମସ୍ତ ଅଙ୍ଗକୁ ରକ୍ଷ୍ୟା କରନ୍ତୁ ।ଦୁର୍ଗା ଘୋର ସଙ୍କଟ ବେଳେ ଏବଂ ମହାହବେ ଭୟ ବିରୋଧରେ ଓ ସନ୍ଧ୍ୟା ରୂପିଣୀ ପ୍ରତ୍ୟହ ରକ୍ଷ୍ୟା କରନ୍ତୁ ଏବଂ ତୁଳସୀ ଦେବୀ ସର୍ବଦା କୁଶଳରେ ରୁହନ୍ତୁ ।


ଇତୀଦଂ ପରମ ଗୁହ୍ୟଂ ତୁଳସ୍ୟା କବଚାମୃତମ୍

ମୃତ୍ୟାନାମ୍ ମୃତାର୍ଥାୟ ଭୟାନାମ୍ ଭୟାୟ ଚ ।।

ମୋକ୍ଷାୟ ଚ ମୁମୁକ୍ଷାଣାଂ ଧ୍ୟାନିନାଂ ଧ୍ୟାନଯୋଗକୃତ୍

ବଶାୟ ବିଶ୍ବ କାମନାଂ ବିଦ୍ୟାୟୈ ବେଦବାଦିକମ୍ ।।


ଅର୍ଥାତ୍----


ଏହି ତୁଳସୀ କବଚ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

ଯାହାର ପ୍ରଭାବରେ ମରଣାସନ୍ନ ବ୍ୟକ୍ତି ମୃତ୍ୟୁଆତଙ୍କରୁ ଏବଂ  ସମସ୍ତ ପ୍ରକାର ଭୟରୁ ପରିତ୍ରାଣ ପାଇଯାଏ ।ଏହା ଦ୍ବାରା ଯୋଗାଭିଳାଷୀ ଯୋଗ ସୁଦୃଢ ତଥା ସଂସାର ଅଭିଳାଷୀ ମାନଙ୍କର ମନୋବାଞ୍ଛା ପୂର୍ଣ୍ଣ  ହୁଏ ।ଜ୍ଞାନ ଅଭିଳାଷୀ ଜ୍ଞାନଲାଭ କରି ମୁକ୍ତ ହୋଇଯାଏ ।


ଦ୍ରବିଣାମ୍ ଦରିଦ୍ରାଣାମ୍ ପାପିନାଂ ପାପଶାନ୍ତୟେ 

ଅନ୍ୟାୟ କ୍ଷୁଧିତାନାଂ ଚ ସ୍ବର୍ଗାୟ ସ୍ବର୍ଗମିଛ୍ଛତାମ୍ ।।

ଭକ୍ତର୍ଥ ବିଷ୍ଣୁ ଭକ୍ତାନାଂ ବିଷ୍ଣୌସର୍ବାନ୍ତରାତ୍ମାନି 

ଜାପ୍ୟ ତ୍ରି ବର୍ଗ ସିଦ୍ଧ୍ୟର୍ଥ୍ୟଂ ଗୃହସ୍ଥେନ ବିଶେଷତଃ ।।


ଅର୍ଥତ୍----


ଦୀନ ଦରିଦ୍ର ମାନଙ୍କୁ ଧନ ପ୍ରାପ୍ତ ହୁଏ । ଦୁଷ୍କର୍ମ ଗ୍ରସ୍ତ ମାନଙ୍କ ପାପ କର୍ମର ପ୍ରବୃତ୍ତି ଦୂର ହୋଇଯାଏ । କ୍ଷୁଧିତକୁ ଅନ୍ନ , ସ୍ବର୍ଗାଭିଳାଷୀ କୁ ସ୍ବର୍ଗ ପ୍ରାପ୍ତ ହୁଏ । ଯେଉଁମାନେ ଭକ୍ତି ମାର୍ଗରେ ଯାଆନ୍ତି ସେହିମାନଙ୍କୁ ସର୍ବାନ୍ତର ବାସୀ ଭଗବାନ୍ ବିଷ୍ଣୁ  ଙ୍କ ଆଶିର୍ବାଦ ମିଳେ ।ଏବଂ ଗୃହସ୍ଥ ମାନଙ୍କୁ ତ୍ରୀବର୍ଗ ପ୍ରାପ୍ତ ହୋଇଯାଏ ।


ଏହି ତୁଳସୀ କବଚକୁ ଯିଏ ଶ୍ରଦ୍ଧା ପୂର୍ବକ ପାଠକରେ ।ମାଁ ତୁଳସୀ ଙ୍କ ଅସୀମ କୃପାର ଅଧିକାରୀ ହୁଏ ।


ଜୟ ମାଁ ବୃନ୍ଦାବତୀ🙏🙏🙏🙏, ଜୟ ଜଗନ୍ନାଥ 🙏🙏🙏🙏🙏🙏

#tulasi
#tulasipuja

Story / ଗପ : ଈର୍ଷାର ପରିଣାମ

Donkey and Goat Story

ଜଣେ କୃଷକ ଏକ ଗାଁରେ ରହୁଥିଲେ | ସେ ଦୁଇଟି ପଶୁ ରଖିଥିଲେ - ଗୋଟିଏ ଗଧ ଏବଂ ଗୋଟିଏ ଛେଳି | ଗଧଟି ବହୁତ ପରିଶ୍ରମୀ ଥିଲା | ସେ ପ୍ରତ୍ୟେକ ଦିନ ବଜାରକୁ ଭାର ବହନ କରୁଥିଲେ | ଗଧଟି ପ୍ରଖର ସୂର୍ଯ୍ୟ କିରଣ କିମ୍ବା ପ୍ରବଳ ବର୍ଷା ହେଉ, ଗଧ ଭାର ବିଷୟରେ ଅଭିଯୋଗ ନକରି ନିଜ ମାଲିକର କାମ ସବୁବେଳେ କରୁଥିଲା |

ଗଧର କଠିନ ପରିଶ୍ରମ ଦେଖି କୃଷକ ତାଙ୍କୁ ଭଲ ଖାଇବାକୁ, ଘାସ ଏବଂ ଜଳ ଦେଇଥାଏ | ବେଳେବେଳେ ସେ ତାଙ୍କୁ ସ୍ଵାଦିଷ୍ଟ ଖାଦ୍ୟ କିମ୍ବା ସବୁଜ ଘାସ ଖାଇବାକୁ ଦେଉଥିଲେ | ଏହା ଦେଖି ଛେଳି ମନେ ମନେ ଜଳୁଥାଏ । ଛେଳି ଭାବେ, "ମୁଁ ଖୋଲା ରେ ବୁଲିଲି, ଖେଳିଲି, ଡେଇଁଲି, ମାଲିକଙ୍କ ବିଶେଷ ଖାଦ୍ୟ ପାଏ ନାହିଁ, ଯାହାର ବିଶେଷ ଅନୁଗ୍ରହକୁ ଦିନସାରା ଉଠାଏ ।
ଛେଳି ଭିତରେ ଭିତରେ ଅଗ୍ନି ଭଳି ଜଳିବା ଆରମ୍ଭ ହେଲା | ଗଧଟି ମାଲିକଙ୍କ ଆଖିରେ କିପରି ଖରାପ ହେବ, ସେ କିପରି ଗଧ ବଦଳରେ ସମ୍ମାନ ପାଇବ ସେୟା ଚିନ୍ତା କରିବାରେ ଲାଗିଲା।
ଦିନେ ଛେଳି ଗଧକୁ କହିଲା, ଭାଇ! ମୁଁ ମାଲିକଙ୍କ ଅନୁଗ୍ରହରେ ହସୁଛି। ମୁଁ ଯାହା ଦେଖୁଛି, ତୁମକୁ ମାଲିକ ସବୁବେଳେ କଷ୍ଟ ଦେଉଛି |

ଗଧଟି ଟିକିଏ ନିରାଶ ହୋଇ କହିଲା, "ଭାଇ, ମୁଁ ମଧ୍ୟ ଖରାପ ଅନୁଭବ କରେ, କିନ୍ତୁ ମୁଁ କ'ଣ କରି ପାରିବ? ଏହା ମୋର କାମ।"
ଛେଳି ଚତୁରତାର ସହିତ କହିଲା, ଏକ ସମାଧାନ ଅଛି କି ଆପଣ ଦିନେ ଅସୁସ୍ଥ ହେବା ପାଇଁ ଏକ ବାହାନା କରନ୍ତି ନାହିଁ?

ଗଧଟି ସରଳ ଏବଂ ସରଳ ପ୍ରକୃତିର ଥିଲା | ସେ ଛେଳିର କଥାରେ ବିଶ୍ୱାସ କରିଲା। ଯୋଜନା ମୁତାବକ ପରଦିନ, ସେ ନିଜକୁ ଏକ ଗାତ ମଧ୍ୟରେ ପକାଇଲା ଏବଂ ଯୋଜନା ଅନୁଯାୟୀ ଜୋରରେ ପାଟି କଲା |
ସେ ସତକୁ ସତ ପଡ଼ିଗଲା ଗାତରେ । ତାଙ୍କ ପାଦ ଛୋଟା ହେଇଗଲା ଶରୀର ଉପରେ ଅନେକ ସ୍କ୍ରାଚ୍ ଆସିଲା | ବର୍ତ୍ତମାନ ସେ ପ୍ରକୃତରେ ଚାଲି ପାରିଲା ନାହିଁ। ଯେତେବେଳେ କୃଷକ ଜାଣିଲା ସେ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କୁ ଡାକିଲେ।
ଗଧକୁ ଦେଖୁଛ, ଡାକ୍ତର କହିଛନ୍ତି, "ସେଠାରେ ଏକ ଗୁରୁତର ଆଘାତ ଅଛି। ଗଧ ଟି କିଛି ଦିନ ବିଶ୍ରାମ ଆବଶ୍ୟକ କରେ | କେବଳ ଛେଳି ଚର୍ବି ମାଲିସ୍ କଲେ ଗଧ ଟି ଶୀଘ୍ର ସୁସ୍ଥ ହେବ |"
ବର୍ତ୍ତମାନ କୃଷକଙ୍କର କୌଣସି ବିକଳ୍ପ ନଥିଲା। ସେ ଛେଳି ଆଡକୁ ଚାହିଁ ଛୁରି ଉଠାଇ ଛେଳି କୁ କାଟିବାକୁ ଗୋଡାଇଲା | ଛେଳି ଟି ଭୟଭୀତ ହୋଇ କାନ୍ଦିବାକୁ ଲାଗିଲା, "ହାଏ! ମୁଁ କେବଳ ଚତୁର ଥିଲି। ମୁଁ ଭାବିଲି ଗଧକୁ ଅସୁବିଧାରେ ପକାଇଲି, କିନ୍ତୁ ବର୍ତ୍ତମାନ ମୁଁ ନିଜେ ବିପଦରେ ପଡିଗଲି।"
ଛେଳିର ଆଖି ଲୁହରେ ଲୁହ | ସେ ବାରମ୍ବାର ଦୁଖିତ ହେଉଥାଏ, "ହାଏ! ମୋର ବୁଦ୍ଧି ପୋଡିଗଲା, ମୁଁ ଗଧ ବିରୋଧରେ କୁ ମନ୍ତ୍ରଣା କରୁଥିଲି । ବର୍ତ୍ତମାନ ମୁଁ ତାହାର ଫଳାଫଳ ଯନ୍ତ୍ରଣା ଭୋଗିବାକୁ ପଡିବ | କିନ୍ତୁ ବର୍ତ୍ତମାନ ଅନୁତାପର କୌଣସି ଲାଭ ନଥିଲା | କୃଷକ ଛେଳି କାଟି ଚର୍ବି ନେଇ ଗଧର ମଲମ ଆରମ୍ଭ କଲେ |

ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ...

#odiastory
#odiagapa
#odiakatha



 

Thursday, May 29, 2025

କାହିଁଗଲା ମୋର ଗୋଡ଼ିମାଟି ଗାଁ | ଗାଁ ଜୀବନ ଓ ସଂସ୍କୃତିର ବିଲୁପ୍ତି ଉପରେ ଓଡ଼ିଆ କବିତା

Odia village story

 
କାହିଁଗଲା ମୋର ଗୋଡ଼ିମାଟି ଗାଁ 🙏
ଛଣ ଛପରର ଘର
ଉଡ଼ିଗଲେ କାହିଁ ମୋ ଘର ଚଟିଆ
ଛିଟପାରା ଫର ଫର l
ନାହିଁ ମାଟିକାନ୍ଥ ବାଉଁଶର ଖୁଣ୍ଟି
ଧାନଶୀଂସା ଚିତା ଝୋଟି
ଶଗଡ଼ ବଳଦ ମହି ଲଙ୍ଗଳରେ
ଚଷେନାହିଁ ଚଷା ମାଟି l
ନାହିଁ ସେ ଗୁହାଳ କାଳିଆ କଷରା
ଗାଇ ଗୋଠ ହଁମା ରଡ଼ି
ନାହିଁ ରେଡ଼ିଓର ସୁଗମ ସଂଗୀତ
ମାଟି ସିଲଟର ଖଡ଼ି l
ଲଣ୍ଠନ ଆଲୁଅ ଚାଟଶାଳୀ ପାଠ
ନାହିଁ ଡାକଵାଲା ଚିଠି
ନାହିଁ ମାଟିହାଣ୍ଡି ପଖାଳର କଂସା
ସାଙ୍ଗ ସାଥି ମେଳ ଖଟି l
ଗାଁ ରେ ଶୁଭୁନି ଗୀତା ଭାଗବତ
ସାଧୂସଙ୍ଗ ଭାବ ଭକ୍ତି
ଘରେ ଘରେ ହେଲେ ଶକୁନି ମନ୍ଥରା
ଧରମକୁ ନାହିଁ ଭୀତି l
ସଭିଏଁ ଶିକ୍ଷିତ ସାକ୍ଷର ବୋଲାନ୍ତି
ନାହିଁ ସଂସ୍କାରର ଜ୍ଞାନ
ବଣ ମଲ୍ଲୀ ଏଠି ବଣରେ ଲୋଟୁଛି
ଧନବାନ ପାଏ ମାନ l
କୂପ ମଣ୍ଡୁକକୁ ମାରୁଥିଲେ ଟେକା
ଆଉ ଜଣେ କହେ ମାର l
କେହି କହେନାହିଁ ନିରୀହକୁ କାହିଁ
କରୁଅଛ ତିରସ୍କାର l
ଗୁରୁ ଗୁରୁଜନ ମାନ ସନମାନ
ବନ୍ଧୁ ପ୍ରୀତି ଗଲା ବୁଡ଼ି
ଦୁର୍ବଳ ଉପରେ ଶବଳ ବଳୁଆ
ଆଖି ଟେକି କରେ ରଡ଼ି l
ଭାଇରେ ଭାଇରେ ରାଜନୀତି ଯୁଦ୍ଧ
ନାରୀ ହେଲେ ଉର୍ଧ୍ଵ ମୁଖୀ
ସଞ୍ଜହେଲେ ଏଠି ମଦର ଆସର
ଡରଲାଗେ ସବୁ ଦେଖି l l
ବାଦ ଛେଦ ହିଂସା ସାଗଖିଆ ଦେଖେ -
ନାହିଁ ପେଜଖିଆ ଦୁଃଖ
ଅନ୍ୟାୟ ପଛରେ ଅଗଣିତ ଭିଡ଼
ନ୍ୟାୟକୁ ନମିଳେ ପକ୍ଷ l
ସଭିଏଁ କହନ୍ତି ଜୀବଙ୍କ ମଧ୍ୟରେ
ଶ୍ରେଷ୍ଠ ମଣିଷର ଜାତି
ହେଲେ ପଶୁ ଏଠି ପୋଷା ମାନିଛନ୍ତି
ଦେଖି ସଂସାରର ଗତି
l





ଏହି କବିତାଟି ଓଡ଼ିଆ ଭାଷାରେ ଏକ ଗଭୀର ଭାବନାର ପ୍ରକାଶ ଅଟୁଟ ଭାବେ କରୁଛି । ଏହା ଗାଁ ଜୀବନର ଏକ ସାଧାରଣ ଚିତ୍ରକୁ ଆଣିଛି, ଯାହା ବର୍ତ୍ତମାନ ଗୋଟିଏ ସ୍ମୃତିମାତ୍ରରେ ରହିଯାଇଛି । କବି ଏଠିରେ ନିଜ ଗାଁ, ତାହାର ଗୋଡ଼ିମାଟି, ଛଣ ଛପର ଘର, ଚଷି, ଗୋଠ, ଲଣ୍ଠନ, ଗୀତା-ଭାଗବତ ପାଠ, ଗାଁ ମେଳ, ମାଟିର ସ୍ନେହ — ଏହା ସବୁର ବିଲୁପ୍ତିକୁ ନେଇ ଏକ ଦୁଃଖ ଓ ଚିନ୍ତା ଜଣାଇଛନ୍ତି।

ମୂଳ ଥିମ୍:
ଏହି କବିତାରେ ଗାଁର ସାଧାରଣ ଜୀବନର ସୌନ୍ଦର୍ଯ୍ୟ ଓ ସଂସ୍କୃତିର ବିଲୁପ୍ତି ଦେଖାଯାଇଛି । ଗତିଶୀଳ ବିକାଶ ଓ ଆଧୁନିକତା ଗାଁ ଜୀବନକୁ କେମିତି ପଛକୁ ଠେଲିଦେଉଛି ଓ ସାଧାରଣ ଲୋକମାନେ କେମିତି ସେଇ ପୁରୁଣା ମୂଲ୍ୟବୋଧକୁ ହରାଇଦେଉଛନ୍ତି, ତାହିଁ ଏହାର ମୂଖ୍ୟ ବିଷୟ।

Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html

ଆମ ସମୟର କଥା : https://dharakote.blogspot.com/2023/04/blog-post_8.html

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


ଆମେ ବୋଧେ ସେହି ଶେଷ ପିଢ଼ି – A Thought That Haunts !

 ଆମେ ବୋଧେ ସେହି ଶେଷ ପିଢ଼ି



  • Ø  ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
  • Ø  ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ
  • Ø  ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
  • Ø  ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
  • Ø  ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
  • Ø  ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
  • Ø  ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସନ୍ତା...ଏମିତି ଆହୁରି କେତେ----* ।
COMMENT REMAININGS !!


Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
ଆମ ସମୟର କଥା : https://dharakote.blogspot.com/2023/04/blog-post_8.html
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html

Tuesday, May 27, 2025

ଆମେ ଓଡ଼ିଆ : – Odia is Pride

 
colorful Odisha artwork
ଆମେ ଓଡ଼ିଆ
ଆମେ କହୁ ଓଡ଼ିଆ
ଆମେ ପଢ଼ୁ ଓଡ଼ିଆ
ଆମେ ଲେଖୁ ଓଡ଼ିଆ
ଆମ ମାତୃଭାଷା ଓଡ଼ିଆ !!

ମଣିଷର ମାତୃଭାଷା ଗୋଟିଏ । ମାତୃଭାଷା ହିଁ ଆମର ପ୍ରଥମ ଭାଷା । ମଣିଷ ଏହି ଭାଷାରେ ପ୍ରଥମେ କଥାବାର୍ତ୍ତା କରେ । ଏହି ଭାଷାରେ ସାହି ପଡ଼ିଶା ସ୍ବାଗତ ଜଣାନ୍ତି । ପରିବାରର ଲୋକ ଆକଟନ୍ତି , ଗେଲ କରନ୍ତି ଏବଂ ଗାଳି ମଧ୍ୟ ଦିଅନ୍ତି । ମାତୃଭାଷାର ପବିତ୍ର ଗଙ୍ଗାରେ ଗାଧୋଉ ଗାଧୋଉ ତାହା ମଣିଷର ପ୍ରତି ରକ୍ତକଣିକାରେ ମିଶିଯାଏ । ହେଇଯାଏ ତା ଜୀବନର ଅ°ଶ । ମାତୃଭାଷା ଶିଖିବାରେ କିଛି ଅସୁବିଧା ହୁଏନାହିଁ । ପୃଥିବୀର ବହୁଭାଗ ଲୋକ କେବଳ ନିଜର ମାତୃଭାଷା ହିଁ ଜାଣନ୍ତି । ସେଭଳି ଲୋକଙ୍କ ସ°ଖ୍ୟା ୯୫ ପ୍ରତିଶତରୁ ବେଶୀ । ନିଜ ଭାଷାରେ ଆମର ସବୁ କାମ ତୁଲ ହୋଇଯାଏ । ଦ୍ଵିତୀୟ ଭାଷା କେବଳ ପ୍ରୟୋଜନ ହେତୁ ଶିଖୁ । ଆମେ ନିଜ ଭାଷା କହିଲା ବେଳେ ଜିଭ ଦାନ୍ତ କଣ୍ଠ ଆଦି ବ୍ୟବହାର କରିଥାଉ । ସାରଳା ଦାସ , ଜଗନ୍ନାଥ ଦାସ ଆମ ଭାଷାକୁ ସମୃଦ୍ଧ କରି ଯାଇଛନ୍ତି । ଭାଷା ଭିତ୍ତିକ ରାଜ୍ୟ ଭାବେ ଆମ ଓଡ଼ିଶା ସର୍ବପ୍ରଥମ । ଅଞ୍ଚଳ ଅନୁସାରେ କିଛି ପ୍ରଭେଦ ଥିଲେ ମଧ୍ୟ ସବୁ ଓଡ଼ିଆ ଭାଷା । ବହିର ଭାଷା ଯାହା କଥିତ ଭାଷା ତାହା ନୁହେଁ । କଥିତ ଭାଷା ଲୋକଙ୍କ ମୁହଁରେ ରହେ ‌। ୟା ବୋଲି ଲିଖିତ ଭାଷା କଥିତ ଭାଷାଠୁ ସର୍ବଥା ଉନ୍ନତ , ଏ କଥା କହିବା ଠିକ୍ ନୁହେଁ । କଥିତ ଭାଷାର ବି ଖୁବ୍ ଅଦ୍ଭୁତ ଶକ୍ତି , ଅତୁଳନୀୟ ଗୌରବ ଅଛି । ଆମ ଓଡ଼ିଶାରେ ଗାଉଁଲି ଗୀତ , ଗପ , ଢ଼ଗଢ଼ମାଳି , ଶିଶୁ ଖେଳା ଏ ଯାଏଁ କଳନା ହେଇପାରିନି । ଏବେ ଆମର ଯେଉଁ ଭାଷାରେ ବହିପତ୍ର ଲେଖା ଚାଲିଛି ତାହା ଆମ ଭାଷାର ପୂର୍ଣ୍ଣାଙ୍ଗ ରୂପ ନୁହେଁ । ଆମ ଗାଁ ଗହଳରେ ଲୋକ ମୁହଁରେ ଆହୁରି ଅନେକ ଶବ୍ଦ ରହିଛି । ସେଗୁଡିକ ସଙ୍କଳିତ ହୋଇ ଲେଖାକୁ ଆସିବା ଦରକାର । ଶହ ଶହ ଶବ୍ଦ ଓ ଲୋକଗୀତ ହଜି ଯିବାକୁ ବସିଲାଣି । ସେ ସବୁକୁ ସ°ଗ୍ରହ କଲେ ଆମ ଭାଷା ସମୃଦ୍ଧ ହୋଇ ଉଠିବ । ଆମ ଭାଷା ପୂର୍ଣ୍ଣତା ଆଡ଼କୁ ଆଗେଇ ଯିବ ।



Comment on views on : What does ଆମେ ଓଡ଼ିଆ mean to you?

#Odia Language #Mo Bhasa #Odia Bhasa #ଓଡ଼ିଆ ଭାଷା

#My_Mother_Tongue #Indian_Languages #Odia_Culture

#Odia_Literature #Odia_Identity #Odisha_Culture

#Odia_Tradition #ଓଡ଼ିଆସାହିତ୍ୟ #ଓଡ଼ିଶାସଂସ୍କୃତି #Language_Learning

#Mother_Tongue_Education #OdiaGrammar #LanguagePreservation

#ଭାଷାଶିକ୍ଷା #LoveforOdia #ProudtobeOdia #Odia_Emotions

#ଓଡ଼ିଆଗର୍ବ #MoOdiaMoourab

Tuesday, November 19, 2024

ଭାବର ଠାକୁର

ଭାବର ସାଗର କାଳିଆ ଠାକୁର ଘର ତାଙ୍କ ଶ୍ରୀମନ୍ଦିର, ସେହିଠାରେ ବସି ସଂସାର ଚଳାନ୍ତି ସଭିଙ୍କୁ କରି ନିଜର। ତାଙ୍କ ନାମ ରସ ଅମୃତ ସମାନ ତୁଣ୍ଡେ ନେଲେ ଶୁଦ୍ଧିଜନେ, ବିନା ବାଧାବିଘ୍ନେ ଦିନ ବିତୁଥିବ ରଖନ୍ତୁ ଏହାକୁ ମନେ। *ଜୟ ଜଗନ୍ନାଥ। 🙏🙏।*

Wednesday, October 30, 2024

1999 ମହାବାତ୍ୟା ବିଷୟ ରେ ପଦେ


*ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା, ଦୋହଲି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ*

ମଙ୍ଗଳବାର ମହାବାତ୍ୟାକୁ ୨୫ ବର୍ଷ ପୂରିବ । ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଏଥିରେ ପୋକମାଛି ଭଳି ମଣିଷ ମରିଥିଲେ । ଶବର ପାହାଡ଼ ଗଦା ହୋଇ ଯାଇଥିଲା । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ମହାବାତ୍ୟା କୋପରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହାର ୨୫ ବର୍ଷ ପରେ ସେହି ଅକ୍ଟୋବର ମାସରେ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା । କିନ୍ତୁ ମହାବାତ୍ୟାରୁ ମିଳିଥିବା ଶିକ୍ଷା, ଅଭିଜ୍ଞତା ଓ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଜିରୋ କାଜୁଆଲିଟି ବା ଶୂନ ମୃତ୍ୟୁ ସମ୍ଭବ ହୋଇଛି । 

ବିଗତ ଦିନରେ ହୋଇଥିବା ବାତ୍ୟାର ଭୟାବହତାକୁ ବୁଝିବା ଓ ଏଥିରୁ ଶିକ୍ଷା ନେଇ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସରକାର ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରୁଛନ୍ତି । ଏହି ଅବସରରେ ମହାବାତ୍ୟା ସମୟର ଦୁଃଖଦ ସ୍ମୃତି ଠାରୁ ନେଇ ବିଭିନ୍ନ ସମୟରେ ଓଡ଼ିଶା ସାମ୍ନା କରୁଥିବା ବାତ୍ୟାର ସଫଳ ମୁକାବିଲା ଅନୁଭୂତି ଆଲୋଚନା ହେବ । 

୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ହୋଇଥିଲା । ଜଗତସିଂହପୁର ସହ ପୂରା ଉପକୂଳକୁ ଏହା ଛାରଖାର କରି ଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ । ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ମହାବାତ୍ୟା ପରେ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ ଅନେକ ବର୍ଷ ପଛକୁ ନେଇ ଯାଇଥିଲା । 

ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଥିଲା ସତ, କିନ୍ତୁ ଅନେକ ସରକାରୀ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା । ଏଥିରୁ ଶିଖିବା ପରେ ସରକାର ତତ୍କାଳ ବିପର୍ଯ୍ୟୟ ପରିଚାଳନା ନୀତି ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଗଢ଼ା ହେଲା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହେଲା । ଏହା ପରେ ଜନ୍ମ ନେଇଥିଲା ଓସ୍ଡମା(ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଏବଂ ଓଡ୍ରାଫ୍ । ୧୯୯୯ ବାତ୍ୟା ପୂର୍ବରୁ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା । ଏହା ପରେ ୧୦ ହଜାର ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ଶହ ଶହ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା । 

ମହାବାତ୍ୟା ପରେ ଓଡ଼ିଶା ୧୩ଟି ବାତ୍ୟାକୁ ସାମ୍ନା କରି ସାରିଲାଣି । ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି, ୪ଟିର ପ୍ରଭାବ ପଡ଼ିଛି । କିନ୍ତୁ ଓଡ଼ିଶା ପ୍ରତିଥର ଏହାକୁ ସଫଳ ମୁକାବିଲା କରିଛି । ୨୦୧୩ ଅକ୍ଟୋବରରେ ଫାଇଲିନ୍ ଗୋପାଳପୁରରେ ମାଡ଼ ହୋଇଥିଲା । ଏଥିରେ ପ୍ରାୟ ୯୦ଲକ୍ଷ ପ୍ରଭାବିତ ହୋଇଥିଲେ ଓ ୨ଲକ୍ଷ ୩୦ହଜାର ଘର ଭାଙ୍ଗି ଯାଇଥିଲା । ୨୪୦୦ କୋଟିର ସମ୍ପତ୍ତି ନଷ୍ଟ ହୋଇଥିଲା । ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ହୁଡହୁଡ୍, ତିତ୍ଲି, ବୁଲବୁଲ, ଫନି, ଅମ୍ପାନ୍, ଗୁଲାବ, ଜୱାଦ, ସିତରଙ୍ଗ, ମାଣ୍ଡୋସ୍, ଆସାନୀ ଓ ୟସ୍ ଭଳି ବାତ୍ୟା ଓଡ଼ିଶାରେ ମାଡ଼ ହୋଇଛି । କିନ୍ତୁ ସବୁଥର ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ପୂର୍ବାପେକ୍ଷା କମିଛି । ଗତ ୫୭ ବର୍ଷରେ ରାଜ୍ୟବାସୀ ମୋଟ ୧୬ଟି ବାତ୍ୟା ଦେଖିଲେଣି । ଗତ ୨୪ରେ ମାଡ଼ ହୋଇଥିବା ବାତ୍ୟା ଦାନାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ଜିଲ୍ଲାର ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ଏବେ ସବୁଠି ପ୍ରଶଂସା କରାଯାଉଛି ।

#1999cyclone #cyclone #odisha
Related Posts Plugin for WordPress, Blogger...