ତୁଳସୀର ମହିମା ହଜାର ହଜାର ବର୍ଷ ରୁ ଭାରତର ଜନ ସାଧାରଣ ଏହାର ପ୍ରତ୍ୟକ୍ଷ ଅନୁଭବ କରି ଆସିଛନ୍ତି । ଦେବାଳୟ , ତୀର୍ଥାଳୟ ତଥା ସଦ୍ ଗୃହସ୍ଥ ମାନଙ୍କ ଗୃହରେ ତୁଳସୀ କୁ ସ୍ଥାନ ଦିଆଯାଇଛି । ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଆଧୁନିକ ବିଚାର ର ସ୍ବଦେଶୀ ଓ ବିଦେଶୀ ଏହା ର ଅନେକ ବିଶେଷତାକୁ ସ୍ବୀକାର କରନ୍ତି ।ବାତାବରଣ କୁ ଶୁଦ୍ଧ କରିବା ନିମନ୍ତେ ତୁଳସୀ ଗଛ ନିଜ ବାସଗୃହରେ ଲଗାନ୍ତି । ତୁଳସୀ ବୃକ୍ଷ ଯେଉଁଠି ରହୁନା କାହିଁକି ସାତ୍ତ୍ଵିକ ଭାବନା ନିଶ୍ଚିତ ରୂପେ ବିସ୍ତାର କରିବ । ଏଥିପାଇଁ ଆମେ ଯେକୌଣସି ପ୍ରକାରରେ ତୁଳସୀ ସଂସ୍ପର୍ଶରେ ଆସିଲେ । ସେ ଆମକୁ ଶାରିରୀକ ମାନସିକ ତଥା ଆଧ୍ୟାତ୍ମିକ ଲାଭ ପ୍ରଦାନ କରିବ । ତୁଳସୀ ର ଲାଭକୁ ହୃଦୟଙ୍ଗମ କରି ଶାସ୍ତ୍ରରେ ଏହାର ପ୍ରଚାର କରା ଯାଇଛି । ତୁଳସୀ ବୃକ୍ଷକୁ ସମସ୍ତ ଦେବତା ଙ୍କ ନିବାସ ସ୍ଥଳୀ ରୂପେ ବର୍ଣ୍ଣନା କରି କୁହାଯାଇଛି----
ତୁଳସ୍ୟାଂ ସକଳା ଦେବାଃ ବସନ୍ତି ସତତଂ ଯତଃ
ଅତସ୍ତାମର୍ତ୍ତୟେଲ୍ଲୋକଃ ସର୍ବାନ୍ଦେବାନ ସମର୍ଚ୍ଚୟନ୍ ।।
ଅର୍ଥାତ୍--
ତୁଳସୀ ବୃକ୍ଷ ସର୍ବଦା ସମସ୍ତ ଦେବତା ମାନଙ୍କ ନିବାସ ସ୍ଥଳୀ ଅଟେ ।ଏଣୁ ଯେ ଏହାକୁ ପୂଜା କରେ ସେ ସମସ୍ତ ଦେବତାଙ୍କ ପୂଜାର ଫଳ ପାଇଯାଏ ।
ଯେଉଁ ସ୍ଥାନରେ ଗୋଟିଏ ହେଲେ ତୁଳସୀ ବୃକ୍ଷ ରହେ ।ସେଠାରେ ବ୍ରହ୍ମା ବିଷ୍ଣୁ ଆଦି ଦେବତା ନାବାସ କରନ୍ତି ।
ତୁଳସୀ ପତ୍ରରେ ପୁଷ୍କରାଦି ତୀର୍ଥ , ଗଙ୍ଗାଦି ନଦୀ ଏବଂ ବାସୁଦେବ ଆଦି ଦେବତା ମାନେ ବାସ କରନ୍ତି । ତୁଳସୀ ଲଗାଇବା, ରକ୍ଷ୍ୟା କରିବା, ଜଳଦେବା ,ଦର୍ଶନ ଏବଂ ସ୍ପର୍ଶ କରିବା ଦ୍ବାରା ମନୁଷ୍ୟ ର ବାଣୀ ମନ ଏବଂ କାୟା ର ସମସ୍ତ ଦୋଷ ଦୂର ହୁଏ ।
ତୁଳସୀ କବଚ----
ତୁଳସୀ ଶ୍ରୀ ମହାଦେବୀ ନମଃ ପଙ୍କଜ ଧାରିଣୀ
ଶିରୋମେ ତୁଳସୀ ପାତୁ ଭାଲଂ ପାତୁ ଯଶସ୍ବୀନୀ ।।
ଦୁର୍ଗୋ ମେ ପଦ୍ମ ନୟନା ଶ୍ରୀସଖି ଶ୍ରବଣୋମମ
ଘ୍ରାଣପାତୁ ସୁଗନ୍ଧମେ ନଖଂ ଚ ସୁମୁଖୀମମ ।।
ଅର୍ଥାତ୍----
କମଳ ପୁଷ୍ପ ଧାରଣୀ ଶ୍ରୀ ତୁଳସୀ ଦେବୀଙ୍କୁ ମୁଁ ଭକ୍ତି ପୂର୍ବକ ପ୍ରଣାମ କରୁଛି । ତୁଳସୀ ରୂପ ଧାରଣ କରି ମୋର ମୁଣ୍ତକୁ ରକ୍ଷ୍ୟା କରନ୍ତୁ । ଯଶସ୍ବିନୀ ରୂପରେ ମୋର ମସ୍ତକକୁ ରକ୍ଷ୍ୟା କରନ୍ତୁ ।ପଦ୍ମନୟନା ନାମଧାରୀ ମୋର ନୟନ ଦୁଇଟିକୁ ରକ୍ଷ୍ୟା କରନ୍ତୁ ।ଶ୍ରୀସଖି ନାମରେ କର୍ଣ୍ଣ କୁ ଗନ୍ଧମ୍ ନାମରେ ମୋର ନାସାକୁ ତଥା ସୁମୁଖୀ ନାମରେ ମୋର ମୁଖକୁ ରକ୍ଷ୍ୟା କରନ୍ତୁ ।
ଜିହ୍ବା ମେ ପାତୁ ଶୁଭଦା କଣ୍ଠ ବିଦ୍ୟାମୟୋ ମମ
ସ୍କନ୍ଧୌ କହ୍ଲାରିଣୀ ପାତୁ ହୃଦୟଂ ବିଷ୍ଣୁ ବଲ୍ଲଭା ।।
ପୂଣ୍ୟଦା ପାତୁ ମେ ମଧ୍ୟଂ ନାଭି ସୌଭାଗ୍ଯ ଦାୟିନୀ
କଟି କୁଣ୍ତଳିନୀ ପାତୁ ଉରୁ ନାରଦ ବନ୍ଦିତଃ ।।
ଅର୍ଥାତ୍---ଶୁଭଦା ଭିହ୍ବାକୁ, ବିଦ୍ୟାମୟୀ କଣ୍ଠକୁ, କହ୍ଲାରିଣୀ କାନ୍ଧକୁ ,ବିଷ୍ଣୁ ବଲ୍ଲଭ ହୃଦୟକୁ, ପୂଣ୍ୟଦା ମଧ୍ୟ ଭାଗକୁ ,ସୌଭାଗ୍ଯ ଦାୟିନୀ ନାଭିକୁ ,କୁଣ୍ତଳିନୀ ଅଣ୍ଟାକୁ ଏବଂ ନାରଦ ବନ୍ଦିତା ଉରୁ ପ୍ରଦେଶ କୁ ରକ୍ଷ୍ୟା କରନ୍ତୁ ।
ଜନନୀ ଜାନୁନୀ ପାତୁ ଜଘେ ସକଳ ବନ୍ଦିତା
ନାରାୟଣ ପ୍ରିୟା ପାଦୌ ସର୍ବାଙ୍ଗ ସର୍ବରକ୍ଷିଣୀ ।।
ସଙ୍କଟେ ବିଷମେ ଦୁର୍ଗେ ଭୟ ବାଦେ ମହାହବେ
ନିତ୍ୟେ ସାଧ୍ୟୟୌ ପାତୁ ତୁଳସୀ ସର୍ବଦଃ ସଦା ।
ଅର୍ଥାତ୍-----
ଜନନୀ ଧାତୁକୁ ,ସକଳ ବନ୍ଦିତା ଜଙ୍ଘକୁ ,ନାରାୟଣପ୍ରିୟା ପାଦକୁ ,ସର୍ବରକ୍ଷିଣୀ ସମସ୍ତ ଅଙ୍ଗକୁ ରକ୍ଷ୍ୟା କରନ୍ତୁ ।ଦୁର୍ଗା ଘୋର ସଙ୍କଟ ବେଳେ ଏବଂ ମହାହବେ ଭୟ ବିରୋଧରେ ଓ ସନ୍ଧ୍ୟା ରୂପିଣୀ ପ୍ରତ୍ୟହ ରକ୍ଷ୍ୟା କରନ୍ତୁ ଏବଂ ତୁଳସୀ ଦେବୀ ସର୍ବଦା କୁଶଳରେ ରୁହନ୍ତୁ ।
ଇତୀଦଂ ପରମ ଗୁହ୍ୟଂ ତୁଳସ୍ୟା କବଚାମୃତମ୍
ମୃତ୍ୟାନାମ୍ ମୃତାର୍ଥାୟ ଭୟାନାମ୍ ଭୟାୟ ଚ ।।
ମୋକ୍ଷାୟ ଚ ମୁମୁକ୍ଷାଣାଂ ଧ୍ୟାନିନାଂ ଧ୍ୟାନଯୋଗକୃତ୍
ବଶାୟ ବିଶ୍ବ କାମନାଂ ବିଦ୍ୟାୟୈ ବେଦବାଦିକମ୍ ।।
ଅର୍ଥାତ୍----
ଏହି ତୁଳସୀ କବଚ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।
ଯାହାର ପ୍ରଭାବରେ ମରଣାସନ୍ନ ବ୍ୟକ୍ତି ମୃତ୍ୟୁଆତଙ୍କରୁ ଏବଂ ସମସ୍ତ ପ୍ରକାର ଭୟରୁ ପରିତ୍ରାଣ ପାଇଯାଏ ।ଏହା ଦ୍ବାରା ଯୋଗାଭିଳାଷୀ ଯୋଗ ସୁଦୃଢ ତଥା ସଂସାର ଅଭିଳାଷୀ ମାନଙ୍କର ମନୋବାଞ୍ଛା ପୂର୍ଣ୍ଣ ହୁଏ ।ଜ୍ଞାନ ଅଭିଳାଷୀ ଜ୍ଞାନଲାଭ କରି ମୁକ୍ତ ହୋଇଯାଏ ।
ଦ୍ରବିଣାମ୍ ଦରିଦ୍ରାଣାମ୍ ପାପିନାଂ ପାପଶାନ୍ତୟେ
ଅନ୍ୟାୟ କ୍ଷୁଧିତାନାଂ ଚ ସ୍ବର୍ଗାୟ ସ୍ବର୍ଗମିଛ୍ଛତାମ୍ ।।
ଭକ୍ତର୍ଥ ବିଷ୍ଣୁ ଭକ୍ତାନାଂ ବିଷ୍ଣୌସର୍ବାନ୍ତରାତ୍ମାନି
ଜାପ୍ୟ ତ୍ରି ବର୍ଗ ସିଦ୍ଧ୍ୟର୍ଥ୍ୟଂ ଗୃହସ୍ଥେନ ବିଶେଷତଃ ।।
ଅର୍ଥତ୍----
ଦୀନ ଦରିଦ୍ର ମାନଙ୍କୁ ଧନ ପ୍ରାପ୍ତ ହୁଏ । ଦୁଷ୍କର୍ମ ଗ୍ରସ୍ତ ମାନଙ୍କ ପାପ କର୍ମର ପ୍ରବୃତ୍ତି ଦୂର ହୋଇଯାଏ । କ୍ଷୁଧିତକୁ ଅନ୍ନ , ସ୍ବର୍ଗାଭିଳାଷୀ କୁ ସ୍ବର୍ଗ ପ୍ରାପ୍ତ ହୁଏ । ଯେଉଁମାନେ ଭକ୍ତି ମାର୍ଗରେ ଯାଆନ୍ତି ସେହିମାନଙ୍କୁ ସର୍ବାନ୍ତର ବାସୀ ଭଗବାନ୍ ବିଷ୍ଣୁ ଙ୍କ ଆଶିର୍ବାଦ ମିଳେ ।ଏବଂ ଗୃହସ୍ଥ ମାନଙ୍କୁ ତ୍ରୀବର୍ଗ ପ୍ରାପ୍ତ ହୋଇଯାଏ ।
ଏହି ତୁଳସୀ କବଚକୁ ଯିଏ ଶ୍ରଦ୍ଧା ପୂର୍ବକ ପାଠକରେ ।ମାଁ ତୁଳସୀ ଙ୍କ ଅସୀମ କୃପାର ଅଧିକାରୀ ହୁଏ ।
ଜୟ ମାଁ ବୃନ୍ଦାବତୀ🙏🙏🙏🙏, ଜୟ ଜଗନ୍ନାଥ 🙏🙏🙏🙏🙏🙏
No comments:
Post a Comment