Dharakote is a semi-urban village located in the Dharakote Block of Ganjam district in the Indian state of Odisha. It is home to around 8,000 people and is surrounded by mountains, rivers, and fountains. The village is also home to a famous king palace and several other landmarks such as block headquarters, police stations and beautiful temples. One of the most famous events in Dharakote is the annual cart festival attended by thousands peoples from the near by villages.
Friday, March 8, 2024
ମହାଶିବରାତ୍ରୀ
Thursday, February 15, 2024
ବସନ୍ତ ପଞ୍ଚମୀ ?
*
Saturday, December 30, 2023
What should be your new year resolution ?
As the new year approaches, it’s a great time to reflect on the past year and set goals for the upcoming year which will help you immensly. Here are some ideas for New Year’s resolutions:
- Get in shape: This is a popular resolution for many people. You can start by enrolling in a gym or taking up a sport. Eating healthier, Started travelling to new places, Taking up a new outdoor hobby and getting more active can also help you achieve this goal in this new year.
- Learn a new skill: Learning a new skill can be a great way to challenge yourself and improve your knowledge. You can take an online course or join a local class to learn something new. With easily accessible of internet learning new skills are never difficult. Give some time and learn a new skill in this new year.
- Travel more: Traveling can be a great way to explore new cultures and gain new experiences. You can plan a trip to a new place or visit a place you’ve always wanted to go. Best way to reedem yourself is to travel more and more and explore new places, meet with new set of peoples etc.
- Read more books: Reading can be a great way to relax and learn new things. You can set a goal to read a certain number of books each month or read books on a specific topic . The more you read the more it will help in dicision making and help you grow to a awesome individual.
- Volunteer: Volunteering can be a great way to give back to your community and help those in need. You can volunteer at a local charity or organization that you’re passionate about . By volunteering you can reedeem yourself and meet new set of like minded peoples.
Remember, the key to achieving your New Year’s resolutions is to set realistic goals and take small steps towards achieving them. Good luck and happy New Year! 🎉
#newyear
#happy new year 2024
#newresolution
#newyearresolution
Wednesday, December 13, 2023
ଭାଷା ଆନ୍ଦୋଳନର ଅଗ୍ନିଶିଖା : ‘କେଶରୀ’
Say No to Alcohol
Our Other posts :
ବାଜେ କଥା : 1 : https://dharakote.blogspot.com/2023/12/1.html
ମଦ୍ୟପ : https://dharakote.blogspot.com/2023/12/blog-post_52.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html
Sunday, December 10, 2023
ଅବ୍ୟକ୍ତ
ସେ ମୁଣ୍ଡ ଉଠାଇଲା। ମୋ କାନ୍ଧରେ ତା’ର ଦିଟା ଯାକ ହାତ ରଖିଲା। ମୋ ଆଖିରେ ଆଖି ମିଶେଇଲା। ଆଉ କହିଲା ‘ମୁଁ ତୁମକୁ ଭଲ ପାଏ’। ଏ କଥା ସାରା ଦୁନିଆକୁ ଚିତ୍କାର କରି କହିପାରିବି। ଆଶୀ ଲଭ୍ସ ୟୁ। ମୁଁ ବି କହିଦେବାକୁ ଚାହୁଁଥିଲି ମୁଁ ବି ଆଶୀ... ମୁଁ ବି....। ହଠାତ୍ ସ୍କ୍ରିନ୍ ପଛରୁ ଆୱାଜ ଆସିଲା ପରଫେକ୍ଟ!!! ଦର୍ଶକଙ୍କ ତାଳିରେ ପ୍ରେକ୍ଷାଳୟରେ ଖେଳିଗଲା ମୃଦୁ ଗୁଞ୍ଜରଣ। ମୁଁ ନିଜକୁ ଆବିଷ୍କାର କଲି ମଞ୍ଚ ଉପରେ। ଆଶୀ ମୋ କାନ୍ଧରୁ ହାତ ବାହାର କଲା। ଦର୍ଶକଙ୍କ ଆଡ଼କୁ ଚାହିଁ ମୁଣ୍ଡ ନୁହଁାଇ ଜଣାଇଲା କୃତଜ୍ଞତା। ତା’ପରେ ମଞ୍ଚରୁ ଓହ୍ଲାଇ ଚାଲିଗଲା ଗ୍ରୀନ୍ ରୁମ୍ ଆଡକୁ। ମୁଁ କିନ୍ତୁ ସେମିତି ଅଟକି ଗଲି ସେଇଠି। ସମୟ ସହିତ। ଜମାରୁ ବିଶ୍ୱାସ ହେଉ ନ ଥିଲା ଏଇଟା ଥିଲା ନାଟକର ରିହାରର୍ସଲ।
ଆଶୀ ସହିତ ସମ୍ପର୍କ କଲେଜ ଦିନରୁ। ହେଲେ ଥିଏଟର ଗ୍ରୁପ୍ରେ ମିଶିବା ପରଠୁ ମୁଁ ତା’ ଭିତରେ ଅନୁଭବ କରିଛି ଏକ ନିଆରା ଆକର୍ଷଣ। ସେହି ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇଯାଉଛି, ଯେମିତି ନିଅଁା ପାଖକୁ ପତଙ୍ଗ। ଏମିତି ଲାଗୁଛି ତା’ ମୋ ଭିତରେ କମିଯାଇଛି ଦୂରତା । ସେ ଘୋଳି ହୋଇଯାଉଛି ମୋ ଭିତରେ, ଏମିତି କିଛି ଅନୁଭବ ଉକୁଟୁଛି ଭିତରେ, କାହିଁକି କେଜାଣି ?
ଆଶୀ କ୍ରଏଟିଭ୍ିଟିର ଗୋଦାମ। ସେ ଅକ୍ଷର ସହ ଖେଳେ। ସ୍କ୍ରିପ୍ଟ ଲେଖେ। ଗୀତ ଗାଏ। ଗୀଟାର ବଜାଏ। କବିତା ଲେଖେ। ମୁଁ ପୁସ୍ତକ କୀଟ। ମୋଟା ମୋଟା ବହି ଭିତରେ ଧସି ହୋଇ ରହିଯିବା ଛଡ଼ା କିଛି ଜାଣେନା। ସମୟ ବହି ଭିତରୁ ବାହାରିବାକୁ ସୁଯୋଗ ଦେଲାନି। ଆଉ ଦୁନିଆରେ ପ୍ରେମ ବୋଲି ଗୋଟେ କିଛି ଅଛି, ସେ କଥା ବି କେମିତି କେଜାଣି ରହିଗଲା ବୟସର ଭାଙ୍ଗରେ। ହେଲେ ଏବେ ଆଶୀ ଆସିବା ଦିନକୁ ସବୁକିଛି ଯେମିତି ଫର୍ଚ୍ଚା ହୋଇଚାଲିଥିଲା ଧୀରେ ଧୀରେ।
ଆଜି ରିହଲର୍ସଲର ଶେଷଦିନ। ସନ୍ଧ୍ୟାରେ ପ୍ଲେ। ତା’ ପରେ ଆଶୀ ଚାଲିଯିବ ପୁନେ ମୁଁ ଭୁବନେଶ୍ୱର। ପୁଣି କେବେ ଦେଖାହେବ କି ନାହିଁ !!! ଓଜନଦାର ହୋଇଗଲା ମନ। ଏମିତି ଲାଗିଲା ବରଫରେ ଜମିଯାଇଛି ପାଦ। କିଛି ଗୋଟେ ସମାଧି ନେଉଛି ଛାତି ଭିତରେ। ଏସବୁ ଭାବିବା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ମଞ୍ଚରେ। ଏବେ ମୋ ପାଳି। ମୋ ଡାଇଲଗ। ଡାଇଲଗରେ ସେହି କଥା କହିବାକୁ ପଡ଼ିବ। ସେହି କଥା, ଯାହା ଅନେକ ଥର ଓଠ ପାଖକୁ ଆସି ଅଜଣା ଭୟରେ ଫେରିଯାଇଛି। ସ୍କ୍ରିନ୍ ସେପଟୁ ସିଗ୍ନାଲ ଦେଲେ ଡାଇରେକ୍ଟର। ରେଡି ଥ୍ରୀ...ଟୁ...ୱାନ..ଗୋ...
‘ହଁ ମୁଁ ତୁମକୁ ଭଲପାଏ। ଆଉ ତମେ? ସେ ମୁଣ୍ଡ ଟୁଙ୍ଗାରି ଜଣାଇଲା ସମ୍ମତି। ସେ ହଜିଯାଇଥିଲା ମୋ ଆଖିରେ। ଥରଥର ହେଉଥିଲା ତା’ ଓଠ। ତା’ ଅଙ୍ଗୁଠି ସ୍ପର୍ଶରେ ମୁଁ ଥରୁଥିଲି ଗୋଟାପଣେ। ଲାଗୁଥିଲା ମୋ କପାଳଠୁ ଆରମ୍ଭ କରି ଶିରାପ୍ରଶିରାରେ ସେ ଧାଉଁଛି। ଏଥର ବି ଦର୍ଶକଙ୍କ କରତାଳି ମତେ ଟାଣି ଆଣିଲା ଭାବନା ଭିତରୁ । ମନ ଏବେ ବି ମାନିବାକୁ ନାରାଜ ଏହା ନାଟକ। ମୁଁ ଅଭିନୟ କରୁଛି। ଲାଗୁଥିଲା ଜୀବନର ଗୋଟେ ପରିଚ୍ଛଦ ମୁଁ ନିଜ ହାତରେ ଲେଖିସାରିଛି ମଞ୍ଚ ଉପରେ, ଜଷ୍ଟ ଟିକେ ଆଗରୁ।
ଧୀରେ ଧୀରେ ଖାଲି ହେଉଥିଲା ପ୍ରେକ୍ଷାଳୟ। ମୁଁ ଓଜନଦାର ମନ ନେଇ ଦରାଣ୍ଡୁଥିଲି ସେସବୁ ଡାଇଲଗ, ଯାହା କିଛି ସମୟ ଆଗରୁ ମିଶିଯାଇଥିଲା ପବନରେ। ଆଶୀ ଆସିଲା। ମତେ ଲାଗି ବସିଗଲା। ମୁଁ ଥଙ୍ଗ ଥଙ୍ଗ ହୋଇ ପଚାରିଦେଲି ନାଟକ ବଢ଼ିଆ ଥିଲା ନା? ହୁଁ...ସେ ଉତ୍ତର ଦେଲା। ଜୀବନ୍ତ ଥିଲା ତୁମ ଡାଇଲଗ୍। ମୁଁ ଅନୁଭବ କରିପାରୁଥିଲି ପ୍ରତିଟି ଶବ୍ଦ। ହବନି କେମିତି ଯେ... ଦି ସେକେଣ୍ଡ ରହି ସେ ପୁଣି କହିଲା। ତୁମେ ତ ଆଉ ଅନ୍ୟ ଆର୍ଟିଷ୍ଟଙ୍କ ପରି ମଞ୍ଚରେ ଅଭିନୟ କରୁ ନ ଥିଲ। କହିଚାଲିଥିଲ ମନ ତଳର ଅକୁହା କଥା। ମୁଁ ଆବାକାବା ହୋଇ ଚାହିଁ ରହିଥିଲି ଆଶୀକୁ। ତା’ମାନେ ସେ କ’ଣ ବୁଝିପାରିଛି ସେସବୁ ପ୍ରେମର ନୀରବ ଭାଷା, ଯାହା ଆଜି ଯାଏ ମୁଁ କହିବି କହିବି ଭାବି କହିପାରିନି !!!
...ବୁଦ୍ଦୁ। ତୁମେ ଦେଇ କିଛି ହବନି, କ’ଣ ଏକଥା ମୁଁ ଜାଣିନି!!! ସେଇଥି ପାଇଁ ତ ଏତକ ତୁମ ମୁହଁରୁ ଶୁଣିବି ବୋଲି ପୂରା ସ୍କ୍ରିପ୍ଟ ଲେଖି ଦେଇଗଲି। ଅଥଚ ତୁମେ ଯୋଉ ବୁଦ୍ଦୁକୁ ସେହି ବୁଦ୍ଦୁ। ଘୁଷୁରୀ, ଛେଳି, ମେଣ୍ଢା, ହାତୀ....ସେ ଜୋରରେ ହସିଲା। କେଇ ମୁହୂର୍ତ୍ତ ପରେ କହିଲା, ମୁଁ ବି ତୁମକୁ ହରାଇବାକୁ ଚାହେଁନି ଅକ୍ଷର। ଯାହା ଷ୍ଟେଜରେ କହିଲ ଏବେ ବେକ୍ ଷ୍ଟେଜରେ ଥରେ କୁହନା? ସରିଯାଇଥିଲା ଅୟୁତ ଯୁଗର ଅପେକ୍ଷା। ‘ମୁଁ ବି ତୁମକୁ ବହୁତ ଭଲ ପାଏ। ନିଜଠୁ ବି ବେଶି। ଲଭ୍ ୟୁ ଆଶୀ’। ଏହି ଧାଡ଼ିକ କହିବା ବେଳକୁ ଢିଲା ପଡି ଆସୁଥିଲା ଦୁଇ ବାହୁ। ସେ ଜାବୁଡ଼ି ଧରିଲା। ପ୍ରେକ୍ଷାଳୟର ନୀରବତା ଭିତରେ ଆମେ ଦୁହେଁ ଅନୁଭବ କରିପାରୁଥିଲୁ ପ୍ରେମର କୋଳାହଳ। ଲାଗୁଥିଲା ଗୋଟେ ଅଜଣା ଶକ୍ତି ଯେମିତି ଆକାଶରୁ ଅଜାଡ଼ି ଦେଉଛି ଅଗଣିତ ଆଶୀର୍ବାଦ।
Please read other interesting shorty stories below :
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html
ସବୁ ସ୍ବାର୍ଥପର ତୁ ଏକା ନିଜର
Source : Internet
DM for credit
Thursday, December 7, 2023
ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ ତଥାପି, ମଳିନ ପଡିନି ଓଡିଆ ଭାଷା ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ
ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ?
ସେବେଠୁ ଓଡିଆଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡିଆ ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡିକ ନିଜ ନିଜର ଦାୟିତ୍ବ ତୁଲାଇ ଆସୁଛନ୍ତି ସମୟକ୍ରମେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ସକାଶେ ଅନେକ ପରୀକ୍ଷା ନିରୀକ୍ଷା ହୋଇଛି ଏବଂ ଏବେ ମଧ୍ୟ ସେ ପ୍ରୟାସ ଜାରି ରଖିଛି ଆଜିର ଏହି ସୂଚନା ଓ ପ୍ରଯୁକ୍ତି ଯୁଗରେ ଓଡିଆ ସାହିତ୍ୟ ଡଟ୍ କମ୍, ନିଶ୍ଚିତ ଭାବେ ଏକ କ୍ଷୁଦ୍ର କିନ୍ତୁ ନିଆରା ପ୍ରୟାସ ଏଇଥିପାଇଁ ନିଆରା ଯେ, ସଂଗ୍ରହଣୀୟତା ଦୃଷ୍ଟିରୁ ଓଡିଆ ସାହିତ୍ୟ ଡଟ୍ କମ୍, ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକଠାରୁ ବହୁତ ଆଗରେ ଅନ୍ୟ ଦୃଷ୍ଟିରୁ ବିଚାର କଲେ, ସମ୍ବାଦପତ୍ର ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକର ବ୍ୟାପ୍ତି କେବଳ କିଛି ଭୌଗୋଳିକ ସୀମା ସରହଦ ଭିତରେ ସୀମିତ, ମାତ୍ର ଇଣ୍ଟର୍ନେଟ୍ର ଉପସ୍ଥିତ ବିଶ୍ବବ୍ୟାପୀ ଏଣୁ, ଓଡିଆ ଭାଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ତଥା ସୂଚନା ଓ ପ୍ରଦ୍ୟୋଗିକ କ୍ଷେତ୍ରରେ ଓଡିଆ ଭାଷାର ପ୍ରୟୋଗ ହିଁ ବର୍ତ୍ତମାନ ସମୟର ଆହ୍ବାନ ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା
ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ |
Our Other posts :
ବାଜେ କଥା : 1 : https://dharakote.blogspot.com/2023/12/1.html
ମଦ୍ୟପ : https://dharakote.blogspot.com/2023/12/blog-post_52.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
Source : Internet
Tuesday, December 5, 2023
ବାଜେ କଥା : 1
ବାଜେ କଥାଗୁଡ଼ାକ। କ’ଣ ପାଇବେ ଏଗୁଡ଼ାକୁ ପଢ଼ି। ଯଦି ବି ପଢ଼ିବେ, ପ୍ଲିଜ୍ କାହାକୁ କହିବେନି। ନ ହେଲେ ସମସ୍ତେ କହିବେ ବାଜେ ପିଲାଟା, ଗୁଡ଼ାଏ ବାଜେ କଥା ଗପୁଛି। ଭାଗ୍ ଏଠୁ...
ମଦ୍ୟପ
ମଦ୍ୟପ
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା
*** ଛପନ ଭୋଗ ରନ୍ଧନ ଶୈଳୀ ***
ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା ଆସନ୍ତୁ 🙏
#ମିଠା_କାନିକା
ମିଠା କାନିକା ମହାପ୍ରଭୁଙ୍କ ୫୬ ଭୋଗର ଅନ୍ତର୍ଭୁକ୍ତ।
ଉପକରଣ:ଅରୁଆ ଚାଉଳ ଅଧ କିଲୋ,ଚିନି ୧/୩ କପ, ଖିସ୍ ମିସ୍ ୪୦ ଗ୍ରାମ,ଗୁଆଘିଅ ଅଧ କପ,ଲୁଣ ଅଧ ଚାମଚ,ତେଜପତ୍ର ୩ ଖଣ୍ଡ,ଲବଙ୍ଗ ୬ ଟା, ଡାଲଚିନି ୨ ଖଣ୍ଡ, ଶ୍ରୀକର୍ପୁର ଟିକେ ଓ ଦରକାର ଅନୁସାରେ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ଚାଉଳକୁ ପରିଷ୍କାର ଭାବେ ବାଛି ଭଲ ଭାବେ ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ।ଚୁଲିରେ ଗୋଟିଏ ପାତ୍ର ବସାଇ ତାକୁ ଗରମ କରିବେ।ପାତ୍ରଟି ଗରମ ହୋଇଗଲେ ରଖାଯାଇଥିବା ଘିଅରୁ ଅଧେ ସେଥିରେ ପକାଇବେ।ତା' ପରେ ସେଥିରେ ୧ ଚାମଚ ଚିନି ପକାଇବେ।ଚିନି ଘିଅରେ ମିଳାଇ ଘିଅକୁ ବାଦାମୀ ରଙ୍ଗ କରିଦେବେ।ତା' ପରେ ସେ ଘିଅରେ ଗୁଣ୍ଡ କରାହୋଇ ରଖାଯାଇଥିବା ଡାଲଚିନି, ତେଜପତ୍ର, ଲବଙ୍ଗ ଓ ଆଗରୁ ପ୍ରସ୍ତୁତ ଧୁଆ ଚାଉଳକୁ ପକାଇବେ।ଏହାକୁ ଭଲକରି ଗୋଳାଇ କରି ଭାଜିଦେବେ।ଏହାକୁ ଭାଜିବେ କିନ୍ତୁ ଚାଉଳ ଯେପରି ପୋଡ଼ି ନ ଯିବ ସେଥିପ୍ରତି ଦୃଷ୍ଟି ଦେବେ।ଅଳ୍ପ ସମୟ ଭାଜି ସେଥିରେ ଚିନି, ଲୁଣ ଓ ଖିସ୍ ମିସ୍ ମିଶାଇ ଯେତିକି ଦରକାର ସେତିକି ପାଣି ଘୋଡାଇ ଦେବେ।ଚାଉଳ ଫୁଟି ଆସି ଭାତ ହୋଇଗଲେ ଏଥିରେ ଅବଶିଷ୍ଟ ଘିଅ ଓ ଗୁଣ୍ଡ କର୍ପୁର ପକାଇ ଗୋଳାଇ ଦେବେ।ଏଥର ମିଠା କାନିକା ପ୍ରସ୍ତୁତ ହୋଇଗଲା।
#ଲେମ୍ବୁ_ଅନ୍ନ
ଉପକରଣ:ଆରୁଆ ଚାଉଳ ଅଧ କିଲୋ,ଗୁଆଘିଅ ୧୦୦ ଗ୍ରାମ, ୪ ଟା ଲେମ୍ବୁର ରସ, ଖିସ୍ ମିସ୍ ୫୦ ଗ୍ରାମ, ଲୁଣ ୧ ଚାମଚ ଏବଂ ଆବଶ୍ୟକ ଅନୁସାରେ ପାଣି
ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ପରିଷ୍କାର କରନ୍ତୁ।ଗୋଟିଏ ହାଣ୍ଡିକୁ ଆବଶ୍ୟକ ଅନୁସାରେ ପାଣି ଓ ଲୁଣ ମିଶାଇ ଚୁଲିରେ ବସାଇ ଗରମ କରି ଆଗରୁ ଧୁଆ ହୋଇ ରହିଥିବା ଚାଉଳକୁ ପକାନ୍ତୁ।ଚାଉଳ ଫୁଟି ଭାତ ହୋଇଗଲେ ପେଜ ଗାଳି ଦିଅନ୍ତୁ।ଗୁଆଘିଅକୁ ତରଳେଇ ରଖନ୍ତୁ।ପେଜ ଗାଳି ଦେବା ପରେ ଭାତରେ ତରଳ ଗୁଆଘିଅ ଓ ତା' ପରେ ଲେମ୍ବୁରସକୁ ଗୋଳାଇ ଦିଅନ୍ତୁ।ତା'ପରେ ଖିସ୍ ମିସ୍କୁ ପରିଷ୍କାର ବାଛନ୍ତୁ ଏବଂ ପରେ ତାକୁ ଧୋଇ ସେହି ଗରମ ଭାତରେ ପକାଇ ତାକୁ ତଳ ଉପର ପର୍ଯ୍ୟନ୍ତ ଭଲ କରି ଗୋଳାଇ ଢାଙ୍କୁଣି ଘୋଡାଇ ଦିଅନ୍ତୁ।ବର୍ତ୍ତମାନ ଲେମ୍ବୁ ଅନ୍ନ ପ୍ରସ୍ତୁତ ହେଇଗଲା ।
#ମିଠା_ଖେଚୁଡ଼ି
ଭୋଗ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ୟ ଭୋଗ ସହିତ ମିଠା ଖେଚୁଡ଼ିକୁ ମଧ୍ୟ ଭୋଗ କରାଯାଇଥାଏ।
ଉପକରଣ:ଅରୁଆ ଚାଉଳ ଅଧ କିଲୋ, ହଲଦୀଗୁଣ୍ଡ ଅଧ ଚାମଚ, ମୁଗ ଡାଲି ଅଧ କପ, କୋରା ନଡ଼ିଆ ଅଧ କପ, ଗୁଣ୍ଡ ଡାଲଚିନି ଅଧ ଚାମଚ, ଚିନି ୧କପ ଓ ଆବଶ୍ୟକ ଅନୁସାରେ ପାଣି ନେବେ।
ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ଚାଉଳକୁ ସବୁ ସଫା କରି ପାଣି ନିଗଡ଼ିକି ରଖିବେ।ସେଥିରେ ମୁଗ ଡାଲିକି ବାଛି ପରିଷ୍କାର ଭାବରେ ଧୋଇ ଧୁଆ ଚାଉଳରେ ମିଶାଇ ହଳଦୀ ଗୁଣ୍ଡ ଗୋଳାଇ କରି ରଖି ଦିଅନ୍ତୁ।ଚୁଲିରେ ପାତ୍ର ବସାଇ ସେଥିରେ ଦରକାର ଅନୁସାରେ ପାଣି ଗରମ କରନ୍ତୁ।ପାଣି ଗରମ ହୋଇଗଲେ ପ୍ରସ୍ତୁତ ମୁଗ ମିଶା ଚାଉଳ ସେଥିରେ ପକାନ୍ତୁ।ଏହାପରେ ସେଥିରେ ଲୁଣ, ଚିନି ଓ ତେଜପତ୍ର ପକାଇ ଘୋଡ଼ଣୀରେ ଘୋଡାଇ ଦିଅନ୍ତୁ।
ଚାଉଳ ଫୁଟି ଭାତ ହୋଇଆସିଲେ ନିଆଁ କମାଇ ଦିଅନ୍ତୁ।ଏହାକୁ ମଝିରେ ମଝିରେ ଗୋଳାଇ ଦେବେ ନଚେତ୍ ତଳୁ ଲାଗି ପୋଡିଯିବ।ଏହା ହୋଇଆସିଲେ ସେଥିରେ କୋରା ନଡ଼ିଆ, ଘିଅ ଓ ଗୁଣ୍ଡ ଡାଲଚିନି ପକାଇ ଭଲକରି ଗୋଳାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି।
#ମିଠା_ପଲାଉ
ଉପକରଣ:ଆରୁଆ ଚାଉଳ ଅଧ କିଲୋ, ଗୁଆଘିଅ ୧୫୦ ଗ୍ରାମ, ତେଜପତ୍ର, ୩ ଟା, ଚିନି ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଅଧ ଚାମଚ ଓ ଦରକାର ଅନୁସାରେ ଅଳେଇଚ ଓ ପାଣି ନେବେ।
ପ୍ରସ୍ତୁତି::ପ୍ରଥମ କାର୍ଯ୍ୟ ହେଉଛି ଚାଉଳକୁ ଭଲକରି ବାଛିବେ ଓ ପରିଷ୍କାର କରି ଧୋଇ ନିଗାଡିବେ।ଅଳେଇଚକୁ ଛେଚି ରଖିବେ।ଖିସ୍ ମିସ୍କୁ ଅଳ୍ପ ଭାଜି ରଖିବେ।ପ୍ରଥମେ ପାତ୍ରକୁ ଚୁଲିରେ ବସାଇ ଗରମ କରି ଦେବେ।ପାତ୍ରଟି ଗରମ ହୋଇଗଲେ ସେଥିରେ ଘିଅ ପକାଇବେ।ଘିଅ ଲାଲ ଦେଖାଗଲେ ଚିନି ପକାଇବେ।ଚିନି ପକାଇ ତାକୁ ଘାଣ୍ଟି ଦେବେ।ଚିନି ଘିଅରେ ଭଲକରି ମିଶିଗଲେ ସେଥିରେ ଧୁଆ ଚାଉଳ ପକାଇ ଅଳ୍ପ ସମୟ ଭାଜି ଯେତିକି ଦରକାର ସେତିକି ପାଣି ଦେବେ।ଜାଳ କମାଇ ଦେବେ।ସେଥିରେ ରଖାଯାଇଥିବା ତେଜପତ୍ର ଓ ହଳଦୀ ଗୁଣ୍ଡକୁ ପକାଇ ଦେବେ।ପଲାଉ ଯେପରି ପାତ୍ରରେ ନ ଲାଗି ରହିବ, ସେଥିପ୍ରତି ସବୁବେଳେ ଦୃଷ୍ଟି ଦଉଥିବେ।ପଲାଉ ହୋଇ ଆସିଲେ ସେଥିରେ ଖିସ୍ ମିସ୍ ପକାଇ ଘାଣ୍ଟି ଦେବେ।ଶେଷକୁ ମିଠା ପଲାଉ ଉପରେ ଅଳେଇଚକୁ ସବୁଆଡେ ପକାଇ ଘୋଡ଼ଣି ବନ୍ଦ କରି ଘୋଡାଇ ଦେବେ।ଏଥର ମିଠା ପଲାଉ ପ୍ରସ୍ତୁତ ହୋଇଗଲା।
#ଦହି_ପଖାଳ
ଉପକରଣ:ଆରୁଆ ଚାଉଳ ୫୦୦ ଗ୍ରାମ, ଦହି ୧୨୫୦ ଗ୍ରାମ, ଖଟା କମଳା ପତ୍ର ୮ ଟା, ଅଦା ୫୦ ଗ୍ରାମ, ଲୁଣ ୧୦୦ ଗ୍ରାମ, ଜିରା ଅଳ୍ପ, ଖଟା କମଳା ୨ ଟା ଏବଂ ଦରକାର ଅନୁଯାୟୀ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ନିଗାଡ଼ି ରଖିବେ।ତା' ପରେ ପାତ୍ରରେ ପାଣି ଫୁଟାଇ ସେହି ପାଣିରେ ଧୁଆ ଚାଉଳ ପକାଇ ଭାତ କରିବେ।ଏହାପରେ ଭାତକୁ ଗାଳିବେ।ଭାତ ଗଳା ସରିବା ପରେ ଭାତକୁ ଥଣ୍ଡା ହେବାପାଇଁ ଛାଡ଼ି ଦେବେ।ଭାତ ଥଣ୍ଡା ହୋଇଗଲେ ସେଥିରେ ପାଣି ପୂରାଇ ଧୋଇ ଦେବେ।
ଏହି ଧୁଆ ଭାତରେ ଦରକାର ଅନୁସାରେ ପାଣି ରଖିବେ।ଏହାପରେ ଦହି ମିଶାଇବେ।ଅଦାକୁ ସଫା କରି ଛେଚି ସେହି ଭାତରେ ପକାଇବେ।ଆବଶ୍ୟକ ଅନୁଯାୟୀ ଲୁଣ ମିଶାଇବେ ଯେପରି ଲୁଣିଆ ନ ହୋଇଯାଏ।ଜିରାକୁ କରେଇରେ ଅଳ୍ପ ଭାଜି ଥଣ୍ଡା କରି ଏହି ଭାତରେ ମିଶାଇବେ।ସବୁ ମିଶି ସାରିବା ପରେ ଭାତକୁ ଭଲକରି ଗୋଳାଇ ଦେବେ।ଏଥର ଦହି ପଖାଳ ପ୍ରସ୍ତୁତ ହୋଇଗଲା।
#ମିଠା_ଡାଲି
ଉପକରଣ:ହରଡ଼ ଡାଲି ୨୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ସୋରିଷ ୧/୪ ଚାମଚ, ଗୁଆଘିଅ ୧ ଚାମଚ, ଚିନି ୫ ଚାମଚ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
ପ୍ରସ୍ତୁତି:ହରଡ଼ ଡାଲିକୁ ଭଲଭାବେ ଧୋଇ ବତୁରାଇ ରଖିବେ।ହରଡ଼ ଡାଲି କିଛି ସମୟ ବତୁରିଗଲା ପରେ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ବେଶି ପାଣି ନ ଦେଇ ପାତ୍ରରେ ସିଝାଇ ଦେବେ।ଅଦାରୁ ଚୋପା ଛଡାଇ ତାକୁ ଭଲଭାବେ ଧୋଇ ଛେଚି ରଖିବେ।ହରଡ଼ ଡାଲି ସିଝିଗଲା ପୂର୍ବରୁ ପ୍ରସ୍ତୁତ ଅଦା ଛେଚା ଓ ଚିନି ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଅନ୍ୟ ଏକ ପାତ୍ରରେ ଗରମ ଘିଅରେ ସୋରିଷ ଫୁଟାଇ ସିଝା ହରଡ଼ ଡାଲିକୁ ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଏଥର ମିଠା ଡାଲି ପ୍ରସ୍ତୁତ ହୋଇଗଲା।
#ଡାଲମା
ଉପକରଣ:ହରଡ଼ ଡାଲି ୩ କପ, କଞ୍ଚା କଦଳୀ ୪ ଟା, ମୂଳା ୧ ଟା, କଖାରୁ ୨୦୦ ଗ୍ରାମ, ପୋଟଳ ୭ଟା, ଦେଶୀଆଳୁ (ଖମ୍ବଆଳୁ) ୩୦୦ ଗ୍ରାମ, କନ୍ଦମୂଳ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୫ ଟା, ଗୁଆଘିଅ ୪ ଚାମଚ, ଅଦା ୫୦ ଗ୍ରାମ, ଚିନି ୨ ଚାମଚ, ଲୁଣ ୫୦ ଗ୍ରାମ, ଜିରା ୨୫ ଗ୍ରାମ, ନାଡ଼ି ୨୦୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଉଛି ସବୁ ପନିପରିବାକୁ ଧୋଇ ଭଲଭାବେ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିରୁ ଗୋଡ଼ି ଓ ଅଳିଆ ସବୁ ବାଛି ପରିଷ୍କାର କରି ଧୋଇ ବତୁରାଇ ଦିଅନ୍ତୁ।ହରଡ଼ ଡାଲିରେ ଲୁଣ, ହଳଦୀ ଓ ଆବଶ୍ୟକ ପରିମାଣର ପାଣି ମିଶାଇ ସିଝାନ୍ତୁ।ହରଡ଼ ଡାଲି ସିଝିଗଲେ ସେଥିରେ ସବୁ ପନିପରିବା, ଚିନି, ଛେଚା ଅଦା, ତେଜପତ୍ର ପକାଇ ଆଉଥରେ ସିଝାନ୍ତୁ।ସିଝିଗଲେ ତଳକୁ ଓହ୍ଲାଇ ଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ଜିରା ପକାଇ ଫୁଟାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ସିଝା ଡାଲମାକୁ ପକାଇ ଓ ଦରକାର ମୁତାବକ ପାଣି ଦେଇ ଘୋଡେଇ ଦିଅନ୍ତୁ। ଡାଲମା ହୋଇ ଆସିଲେ ସେଥିରେ କୋରା ନଡ଼ିଆ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଏଥର ଡାଲମା ପ୍ରସ୍ତୁତ ହୋଇଗଲା।
#ମସଲା_ଡାଲମା
ଉପକରଣ:ହରଡ଼ ଡାଲି ୨ କପ, ଦେଶୀଆଳୁ (ଖମ୍ବଆଳୁ) ୨୦୦ ଗ୍ରାମ, କଞ୍ଚା କଦଳୀ ୩ ଟା, କଖାରୁ ୧୫୦ ଗ୍ରାମ, ମୂଳା ୧ ଟା, ପୋଟଳ ୫ଟା, କନ୍ଦମୂଳ ୧୦୦ ଗ୍ରାମ, ନଡ଼ିଆ କୋରା ୧ କପ, ଗୁଆଘିଅ ୩ ଚାମଚ,ତେଜପତ୍ର ୪ ଟା, ଛେଚା ଅଦା ୪୦ ଗ୍ରାମ, ଲୁଣ ୩୦ ଗ୍ରାମ, ଚିନି ୧ ଚାମଚ, ଜିରା ୫୦ ଗ୍ରାମ, ନାଡ଼ି ୧୦୦ ଗ୍ରାମ ଓ ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ସବୁ ପନିପରିବାକୁ ଭଲକରି ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିକୁ ଭଲଭାବେ ବାଛି ବତୁରାଇ ଦିଅନ୍ତୁ।ଅଧେ ଜିରା ଆଣି ତାକୁ ଗୁଣ୍ଡ କରି ରଖନ୍ତୁ।ହରଡ଼ ଡାଲିକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାନ୍ତୁ।ତା' ପରେ ସିଝା ହରଡ଼ ଡାଲିରେ କଟା ପନିପରିବା, ଛେଚା ଅଦା, କୋରା ନଡ଼ିଆ ପକାଇ ସିଝାନ୍ତୁ।ସିଝିଗଲା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ଓ ଗରମ ଘିଅରେ ତେଜପତ୍ର ଓ ଜିରା ପକାଇ ଫୁଟାନ୍ତୁ।ଫୁଟିଗଲେ ସେଥିରେ ଆଗରୁ ସିଝିଥିବା ଡାଲିକୁ ପକାଇ ବଗାଡ଼ନ୍ତୁ।ବଗାଡି ଦେଲା ପରେ ଆଗରୁ ଥିବା ଜିରା, କୋରା ନଡ଼ିଆ, ଜିରା, ଲଙ୍କାଗୁଣ୍ଡ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଆପଣ ଯେତିକି ରାଗ ଖାଇବେ ସେହି ଅନୁସାରେ ଲଙ୍କାଗୁଣ୍ଡ ପକାଇବେ।ବର୍ତ୍ତମାନ ମସଲା ଡାଲମା ପ୍ରସ୍ତୁତ ହୋଇଗଲା।
#ମହୁର
ଉପକରଣ:ଦେଶୀଆଳୁ ବା ଖମ୍ବଆଳୁ ୨୫୦ ଗ୍ରାମ, କନ୍ଦମୂଳ ୧୦୦ ଗ୍ରାମ, କଖାରୁ ୧୫୦ ଗ୍ରାମ, ପୋଟଳ ୮ ଟା, କଞ୍ଚା କଦଳୀ ୩ ଟା, ବିରିବଡ଼ି ୧୨ ଟା, ତେଜପତ୍ର ୫ ଟା, ଜିରା ୨ ଚାମୁଚ, ଗୁଆଘିଅ ୬ ଚାମଚ, ଦରକାର ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ସମସ୍ତ ପନିପରିବାକୁ ଭଲକରି ଧୋଇ କାଟି ଛୋଟ ଛୋଟ କରି ଦିଅନ୍ତୁ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖନ୍ତୁ।ପରିବା ସହିତ ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣକୁ ମିଶାଇ ସିଝାନ୍ତୁ।ବିରିବଡ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ଦିଅନ୍ତୁ।୬ ଚାମଚ ଘିଅ ଗୋଟେ ପାତ୍ରରେ ଗରମ କରି ସେଥିରେ ତେଜପତ୍ର ଓ ଅବଶିଷ୍ଟ ଜିରା ପକାଇ ଫୁଟାନ୍ତୁ।ଏଥିରେ ସିଝା ପନିପରିବା ଓ ଭଜା ଖଣ୍ଡ ବଡ଼ିକୁ ପକାନ୍ତୁ।ଦରକାର ଅନୁଯାୟୀ ପାଣି ଦେଇକୁ ଭଲକି ଖରଡ଼ି ଦିଅନ୍ତୁ।ତରକାରୀରେ ବେଶୀ ପାଣି ଦେବା ଉଚିତ୍ ନୁହେଁ।ତରକାରୀ ଜୁକୁଜୁକିଆ ହେବା ଦରକାର।ତରକାରୀ ଭଲକରି ଫୁଟିଗଲେ ସେଥିରେ ଆଗରୁ ଭଜା ହୋଇ ରହିଥିବା ଜିରାଗୁଣ୍ଡ ଭଲକରି ଗୋଳାଇ ଦେବେ।ବର୍ତ୍ତମାନ ମହୁର ପ୍ରସ୍ତୁତ ହୋଇଗଲା।
#ବେସର
ଉପକରଣ:ବତୁରା ଗୋଟା ବୁଟ ୧୫୦ ଗ୍ରାମ,ଗୁଆଘିଅ ୧୫୦ ଗ୍ରାମ, ଦେଶୀଆଳୁ(ଖମ୍ବଆଳୁ) ୩୦୦ ଗ୍ରାମ, କଖାରୁ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ପୋଟଳ ୧୦ ଟା, କନ୍ଦମୂଳ ୧୫୦ ଗ୍ରାମ, ନାଡ଼ି ୧୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ଗୋଲମରିଚ ଗୁଣ୍ଡ ୮ ଗ୍ରାମ, ଧନିଆ ୧୦ ଗ୍ରାମ, ଡାଲଚିନି ୧୫ ଗ୍ରାମ, ମଧୁରିଗୁଣ୍ଡ ୧୦ ଗ୍ରାମ, ବଟା ସୋରିଷ ୩୦ ଗ୍ରାମ, ଚିନି ୫୦ଗ୍ରାମ, ଗୋଟା ଜିରା ୧୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ପନିପରିବାକୁ ପରିଷ୍କାର କରି ଧୋଇ କାଟି ଛୋଟ ଛୋଟ କରି କାଟି ରଖନ୍ତୁ।ଅଧେ ଗୁଆଘିଆରେ ଧୁଆ ହୋଇଥିବା ପନିପରିବାକୁ ପକାଇ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ।ଏଗୁଡିକ ଅଳ୍ପ ସିଝିଗଲା ପରେ ସେଥିରେ ଦରକାର ଅନୁସାରେ ପାଣି ଦେଇ ତହିଁରେ କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଧେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା ଅଦା ଛେଚା ଓ ଚିନି ପକାଇ ସିଝାନ୍ତୁ।
ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରନ୍ତୁ।ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜନ୍ତୁ।ଏହା ଫୁଟିଗଲେ ସେଥିରେ ଆଗରୁ ପ୍ରସ୍ତୁତ ସିଝା ପନିପରିବା ପକାଇବେ।ଏଥିସହିତ ନାଡ଼ି ଓ ଡାଲଚିନି ଗୁଣ୍ଡକୁ ଭଲକରି ମିଶାଇବେ।ଏଥର ବେସର ପ୍ରସ୍ତୁତ ହୋଇଗଲା।
#ପୋଟଳ_ରସା
ଉପକରଣ:ପୋଟଳ ୧ କିଲୋ, କୋରା ନଡ଼ିଆ ୨ କପ, ଛୋଟ ଅଦା ଖଣ୍ଡେ, ଗୁଆଘିଅ ୨ କପ, ଜିରା ୨ ଚାମଚ, ଚିନି ୧ କପ, ଲୁଣ ୫୦ ଗ୍ରାମ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ଦେବେ।
ପ୍ରସ୍ତୁତି:ପ୍ରଥମେ ପୋଟଳକୁ ପରିଷ୍କାର କରି ଧୋଇ ସଫା କରି ରଖନ୍ତୁ।ତା'ପରେ ପୋଟଳକୁ ରାମ୍ପି ଉପର ପରସ୍ତ ଚୋପା ସଫା କରନ୍ତୁ।ଛୋଟ ଛୋଟ ପୋଟଳ ଥିଲେ ଦୁଇଗଡ଼ ଓ ବଡ଼ ବଡ଼ ପୋଟଳ ଥିଲେ ତାକୁ ତିନି ଗଡ଼ କରନ୍ତୁ।ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ।ଅଦାକୁ ପରିଷ୍କାର କରି ଧୋଇ ରଖନ୍ତୁ ତା' ପରେ କୋରା ନଡ଼ିଆ, ଅଦା ଓ ଜିରାକୁ ମିଶାଇ ବାଟନ୍ତୁ।ଗରମ ଘିଅ ପାତ୍ରରେ କଟା ପୋଟଳକୁ ଛାଣି ରଖନ୍ତୁ।ତା' ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ଗରମ ଘିଅରେ ଚିନି ପକାଇ ଭାଜନ୍ତୁ।ଚିନି ବାଦାମୀ ରଙ୍ଗ ହୋଇଗଲେ ଆଗରୁ ପ୍ରସ୍ତୁତ କୋରାନଡ଼ିଆ, ଜିରା ଓ ଅଦା ବଟା ଏବଂ ଛଣା ପୋଟଳ ପକାଇ ଭଲକରି କଷନ୍ତୁ।ଛଣା ପୋଟଳ ଠିକ୍ ଭାବେ କଷା ହୋଇଗଲା ପରେ ପାଣି, ଲୁଣ ଓ ହଳଦୀ ଗୁଣ୍ଡ ଦେଇ ତାକୁ ଫୁଟାନ୍ତୁ।ପୋଟଳ ତରକାରୀ ଠିକ୍ ଭାବେ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ପୋଟଳ ରସା ପ୍ରସ୍ତୁତ ହୋଇଗଲା।
#ଚଣାମସଲା_ତରକାରୀ
ଉପକରଣ:ଚଣା ବା କାବୁଲି ବଡ଼ ବୁଟ ୫୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୩ ଟା, ଜିରା ୪ ଚାମଚ, ଗୁଆଘିଅ ୪ ଚାମଚ, ଅଦା ୨୦ ଗ୍ରାମ, ଆବଶ୍ୟକ ଅନୁଯାୟୀ ଚିନି, ଲୁଣ, ହଳଦୀ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ କାବୁଲି ବୁଟକୁ ପରିଷ୍କାର କରି ଧୋଇ ଅତି କମ୍ରେ ୩ ଘଣ୍ଟା ବତୁରାଇ ରଖିବେ।କୋରା ନଡ଼ିଆ ଧୁଆ ଅଦା ଓ ଜିରାକୁ ମିଶାଇ ବାଟି ରଖିବେ।ଗୋଟେ ପାତ୍ରରେ ଅଳ୍ପ ପାଣି ଦେଇ ବତୁରା କାବୁଲି ବୁଟ ଆବଶ୍ୟକ ଅନୁସାରେ ଲୁଣ, ଚିନି, ହଳଦୀ ଗୁଣ୍ଡ ଦେଇ ସିଝେଇବେ।କାବୁଲି ବୁଟ ସିଝିଗଲେ ତାକୁ ତଳକୁ ଓହ୍ଲାଇ ରଖିବେ।ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ବଟା ମସଲା(ଅଦା, ନଡ଼ିଆ କୋରା, ଜିରା) ଓ ତେଜପତ୍ରକୁ ପକାଇ କଷିବେ। ଏହା ଠିକ୍ ଭାବେ କଷି ହୋଇଗଲେ ସେଥିରେ ପୂର୍ବ ପ୍ରସ୍ତୁତ କାବୁଲି ବୁଟ ପକାଇ ଆବଶ୍ୟକ ଅନୁସାରେ ପାଣି ଦେଇ କଷନ୍ତୁ।ଏହାକୁ ଜୁକୁଜୁକିଆ କରିବେ।ଏହାପରେ ଏହାକୁ ଚୁଲିରୁ ଓହ୍ଲାଇ ଦେବେ।ଏଥର ଚଣା ମସଲା ତରକାରୀ ପ୍ରସ୍ତୁତ ହୋଇଗଲା।
#ଗୋଟା_ବାଇଗଣ_ତରକାରୀ
ଉପକରଣ:ବାଇଗଣ ୮ ଟା, ଗୁଆଘିଅ ୧କପ, କୋରା ନଡ଼ିଆ ୧ କପ, ଜିରା ୧ ଚାମଚ, ଅଦା ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ ନେବେ।
ପ୍ରସ୍ତୁତି: ପ୍ରଥମେ ବାଇଗଣ ତଳପଟୁ( ଡେମ୍ଫ ପଟୁ ନୁହେଁ) ଅଧା ପର୍ଯ୍ୟନ୍ତ ଚାରି ଫାଳ କରି କାଟି ଦିଅନ୍ତୁ।ଏବଂ ତାକୁ ପାଣିରେ ପକାନ୍ତୁ।ସାବଧାନ, ଯେପରି ବାଇଗଣ ଗୋଟା ରହେ।ଏହାପରେ ବାଇଗଣକୁ ଗରମ ଘିଅରେ ଛାଣି ରଖନ୍ତୁ।ଜିରା, ଅଦା ଓ କୋରା ନଡ଼ିଆକୁ ବାଟି ରଖନ୍ତୁ।ତା'ପରେ ବଟା ମସଲାକୁ ଗୁଆଘିଅରେ କଷନ୍ତୁ।ମସଲା ଲାଲ୍ ହୋଇ ଆସିଲେ ସେଥିରେ ଛଣା ବାଇଗଣ, ଦରକାର ଅନୁଯାୟୀ ଲୁଣ, ହଳଦୀଗୁଣ୍ଡ ପାଣି ଦେଇ ତାକୁ ଫୁଟାନ୍ତୁ।ବେଶୀ ପାଣି ଦେବେନି ଗୋଟା ବାଇଗଣ ଲଟପଟ ହୋଇ ମସଲାରେ ମିଶିବା ଦରକାର।ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲା।
#ପୋଟଳ_କୁରୁମା
ଉପକରଣ:ପୋଟଳ ୫୦୦ ଗ୍ରାମ,ପେସ୍ତା ବାଦାମ ୫୦ ଗ୍ରାମ,ନଡିଆ ଫାଳେ, ଗୁଆଘିଅ ୧୦୦ ଗ୍ରାମ, ଅଳେଇଚ ୪ ଟା,ଡାଲଚିନି ଖଣ୍ଡେ, ଅଦା ବଡ଼ ଖଣ୍ଡେ, ଜିରା ବଡ଼ ଚାମଚ, ତେଜପତ୍ର ୨ଟା, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ପୋଟଳର ଚୋପା ରାମ୍ପି ତାର ଦୁଇ ପଟୁ ଦୁଇ ଭୁଣ୍ଡି ଓ ମଝି କାଟି ଦିଅନ୍ତୁ, ଯେମିତିକି ଏହା ଗୋଟା ହୋଇ ରହିବ ଓ ମଝି କାଟିବାଦ୍ୱାରା ଘିଅ, ମସଲା, ପୋଟଳ ମଧ୍ୟକୁ ଯାଇ ମିଶିବ।ଏହାକୁ ଭଲକରି ଧୋଇ ଘିଅରେ ଭାଜନ୍ତୁ।ଗରମ ଘିଅରେ ସବୁ ମସଲା ପକାଇ ଅଳ୍ପ କଷନ୍ତୁ।ମସଲା ଅଳ୍ପ ରାନ୍ଧି ହୋଇଗଲେ ସେଥିରେ ଗୋଟା ପୋଟଳ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲକରି କଷନ୍ତୁ।ତା' ପରେ ସେଥିରେ ଅଳ୍ପ ଗରମ ପାଣି ଦେଇ ପୋଟଳ କୁରୁମାକୁ ଜୁକୁଜୁକିଆ କରନ୍ତୁ।ଏହା ପ୍ରସ୍ତୁତ ହୋଇଗଲେ ସେଥିରେ ଡାଲଚିନି ଓ ଅଳେଇଚ ଗୁଣ୍ଡ ତରକାରୀ ଉପରେ ଦେଇ ଚୁଲ୍ଲିରୁ ଓହ୍ଲାନ୍ତୁ।ଏଥର ପୋଟଳ କୁରୁମା ପ୍ରସ୍ତୁତ ହୋଇଗଲା।
#ଛେନା_ରସା
ଉପକରଣ:ଛଣା ଛେନା ୫୦୦ ଗ୍ରାମ, ଚିନି ୫୦ ଗ୍ରାମ, ଗୁଆଘିଅ ୧୦୦ ଗ୍ରାମ, ନଡିଆ ୧ଟା,ଗୋଲମରିଚ ୫ ଗ୍ରାମ, ଜିରା ୧୦ ଗ୍ରାମ, ଅଳେଇଚ ୫ ଗ୍ରାମ, ଡାଲଚିନି ୨ ଖଣ୍ଡ (ବଡ଼), ପେସ୍ତା ବାଦାମ ୧୫ ଗ୍ରାମ, ଅଦା ଖଣ୍ଡେ, ତେଜପତ୍ର ୨ଟା, ଫୁଟଣ ୧ ଚାମଚ, ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ସବୁ ମସଲା ଓ ନଡିଆ ବାଟି ଦିଅନ୍ତୁ।ଗରମ ଘିଅରେ ୨୫ ଗ୍ରାମ ଚିନି ପକାନ୍ତୁ, ଚିନି ଲାଲ ହୋଇଗଲେ ଫୁଟଣ ସେଥିରେ ପକାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ବଟା ମସଲା, ନଡିଆ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ କଷନ୍ତୁ।ଏହା କଷି ହୋଇଗଲେ ଦରକାର ଅନୁଯାୟୀ ପାଣି ଦିଅନ୍ତୁ।କିଛି ସମୟ ଏହା ଫୁଟିଗଲେ ଛଣା ଛେନାକୁ ସେଥିରେ ପକାନ୍ତୁ।ରଖାଯାଇଥିବା ବାକି ଅଧା ଚିନିକୁ ତରକାରୀ ଉପରେ ପକାଇ ଗୋଳାନ୍ତୁ।ତରକାରୀ ପ୍ରସ୍ତୁତ ହୋଇଆସିଲେ ଶେଷରେ ଡାଲଚିନି ଓ ଅଳେଇଚ ଗୁଣ୍ଡ କରି ସେଥିରେ ପକାଇ ଗୋଳାଇ ତଳକୁ ଓହ୍ଲାନ୍ତୁ।ବର୍ତ୍ତମାନ ଛେନା ରସା ପ୍ରସ୍ତୁତ ହୋଇଗଲା।
#ଶିମ୍ବରାଇ
ଉପକରଣ:ଶିମ୍ବ ୨୫୦ ଗ୍ରାମ,ଗୁଆଘିଅ ୨ ଚାମଚ, ଫୁଟଣ ୧ ଚାମଚ, ଚିନି ୧ ଚାମଚ, ସୋରିଷ ୨ ଚାମଚ, ଜିରା ୧ ଚାମଚ, ବିରିବଡ଼ି ୧୦ ଟା, ନଡିଆ ଫାଳେ, ଆବଶ୍ୟକ ଅନୁଯାୟୀ ଲୁଣ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ଗରମ ଘିଅରେ ଫୁଟଣ ପକାଇ ଫୁଟାନ୍ତୁ।ଶିମ୍ବକୁ ଛୋଟ ଛୋଟ କରି କାଟି ପାଣିରେ ଧୋଇ ତାକୁ ଅଳ୍ପ ଭାଜନ୍ତୁ।ଜିରା ଓ ସୋରିଷ ବାଟି ଶିମ୍ବରେ ପକାଇ ଘୋଡାଇ ଘୋଡାଇ ଅଳ୍ପ ଆଞ୍ଚରେ ଘାଣ୍ଟୁଥିବେ।ଅଳ୍ପ ଗରମ ପାଣି ଏହି ରାଇରେ ମିଶାଇ ଅଳ୍ପ ଜାଳରେ ରଖନ୍ତୁ। ଶିମ୍ବ ସିଝି ରାଇ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ ଓ ସ୍ୱାଦିଷ୍ଟ ହେବା ପାଇଁ ଶିମ୍ବ ରାଇରେ ଗୁଣ୍ଡ ଚିନି ମିଶାନ୍ତୁ।ବର୍ତ୍ତମାନ ଶିମ୍ବରାଇ ପ୍ରସ୍ତୁତ ହୋଇଗଲା।
#ଦହି_ବାଇଗଣ
ଉପକରଣ:ଭଲ ବାଇଗଣ ୨୫୦ଗ୍ରାମ, ଆମ୍ବ କଷିଆ ଅଦା ଖଣ୍ଡେ, ଦହି ୨୦୦ ଗ୍ରାମ, ଗୁଆଘିଅ ୨୦୦ ଗ୍ରାମ, ଭୃସୁଙ୍ଗା ପତ୍ର ୨ ଶାଖା,ପଞ୍ଚୁଫୁଟଣ ୧ ଚାମଚ, ଜିରା ଗୁଣ୍ଡ ୧ ଚାମଚ,ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ନେବେ।
ପ୍ରସ୍ତୁତି:ପ୍ରଥମେ ବାଇଗଣକୁ ସରୁ ସରୁ କରି କାଟି ପାଣିରେ ଧୋଇ ଘିଅରେ ଛାଣି ସିଝିଲା ପରେ ଓହ୍ଲାଇ ରଖନ୍ତୁ।ଛଣା ବାଇଗଣ ଥଣ୍ଡା ହୋଇଗଲେ ସେଥିରେ ଦହି ମିଶାନ୍ତୁ।ଗରମ ଘିଅରେ ଫୁଟଣ ଓ ଭୃସୁଙ୍ଗା ପତ୍ର ମିଶାନ୍ତୁ।ଫୁଟଣ ଫୁଟିଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦହି ବାଇଗଣ ସେହି ଫୁଟଣରେ ମିଶାଇ ଗୋଳାନ୍ତୁ।ତା' ପରେ ଜିରାକୁ ଭାଜି ଗୁଣ୍ଡ କରି ଏହା ଉପରେ ମିଶାଇ ଦିଅନ୍ତୁ।ଶେଷରେ ଆମ୍ବ କଷିଆ ଅଦା ଖଣ୍ଡେ ଛେଚି ଦହି ବାଇଗଣରେ ମିଶାଇ ଏହା ପ୍ରସ୍ତୁତ ହୋଇଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ଏଥର ଦହି ବାଇଗଣ ପ୍ରସ୍ତୁତ ହୋଇଗଲା।
#ରାଇତା
ଉପକରଣ:ସେଓ ୧ ଟା, ମିଠା କମଳା ୧ଟା,ଅଙ୍ଗୁର ୧୫୦ ଗ୍ରାମ,ଡାଳିମ୍ବ ୧ଟା, କଟା ଧନିଆପତ୍ର ୨ ଚାମୁଚ,ଅଦା ଛୋଟ ଖଣ୍ଡେ, ଜିରା ଅଧ ଚାମଚ, ଚିନି ୨ ଚାମଚ, କୋରା ନଡ଼ିଆ ୨ କପ, ଆବଶ୍ୟକ ଅନୁଯାୟୀ ବସାଦହି, ଲୁଣ ଓ ପାଣି ନେବେ।
ପ୍ରସ୍ତୁତି:ପ୍ରଥମେ ସେଓ, ଅଙ୍ଗୁର, ଡାଳିମ୍ବ ଓ କମଳାକୁ ଭଲ କରି ଧୋଇ ଦେବେ।ତା'ପରେ ସେଓକୁ ଛୋଟ ଛୋଟ କରି କାଟି ଦେବେ, ଡାଳିମ୍ବର ମଞ୍ଜି ବାହାର କରି ରଖିବେ।ଅଙ୍ଗୁରକୁ ଡେମ୍ଫରୁ ଛିଣ୍ଡାଇ ରଖିବେ।କମଳାରୁ ଚୋପା ଛଡାଇ କୋଲାକୁ ଅଲଗା ଅଲଗା କରି ରଖିବେ।ଏ ସମସ୍ତକୁ ଗୋଟିଏ ପାତ୍ରରେ ପକାଇ ସେଥିରେ କଟା ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ଏବଂ କୋରା ନଡ଼ିଆକୁ ପକାଇ ଭଲ ଭାବେ ଗୋଳାଇ ରଖିବେ।ତା'ପରେ ସେଥିରେ ବସାଦହିକୁ ପକାଇବେ ଓ ଶେଷରେ ଭଜା ଜିରାକୁ ପକାଇ ଭଲଭାବେ ଗୋଳାଇବେ।ଏଥର ରାଇତା ପ୍ରସ୍ତୁତ ହୋଇଗଲା।
#ଚାଉଳ_ଖିରି
ଉପକରଣ:ନୂଆ ବସୁମତି ଆରୁଆ ଚାଉଳ ୨୦୦ଗ୍ରାମ,ଖିସମିସ୍ ୫୦ଗ୍ରାମ,ଦୁଧ ୧ କିଲୋ, ଗୁଆଘିଅ ୨ ଚାମଚ, ତେଜପତ୍ର ୪ଟା, ଚିନି ୨କପ ଓ ଅଳେଇଚ ୩ଟା ନେବେ।
ପ୍ରସ୍ତୁତି:ପ୍ରଥମେ ବସୁମତି ଚାଉଳକୁ ବାଛି ଭଲକରି ଧୋଇ ଦେବେ।ଏକ ପାତ୍ରରେ ଦୁଧକୁ ଭଲକରି ଫୁଟାଇ ଦେବେ।ଅନ୍ୟ ଏକ ପାତ୍ରରେ ଗୁଆଘିଅ ପକାଇ ଗରମ କରିବେ।ଘିଅ ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଚିନି ଲାଲ ହୋଇ ଆସିଲେ ସେଥିରେ ଦୁଧ ପକାଇ ଫୁଟାଇବେ।ଦୁଧ ଫୁଟିଲେ ପ୍ରସ୍ତୁତ ହୋଇ ରହିଥିବା ଧୁଆ ଚାଉଳ ପକାଇବେ।ନିଆଁ ଆଞ୍ଚକୁ କମାଇ କ୍ଷୀରି ପ୍ରସ୍ତୁତ କରିବେ।ଚାଉଳ ଫୁଟି ଫୁଟି ଗଲେ ସେଥିରେ ତେଜପତ୍ର ପକାଇବେ।ଖିସ୍ ମିସ୍ ଭାଜି ଏଥର ପକାଇବେ।କ୍ଷୀରି ବହଳା ହୋଇ ଲାଲ ଦେଖାଗଲେ ତାକୁ ତଳକୁ ଓହ୍ଲାଇ ପକାଇବେ।ଅଳେଇଚ ଗୁଣ୍ଡ କରି କ୍ଷୀରିରେ ପକାଇବେ।ଏଥର କ୍ଷୀରି ପ୍ରସ୍ତୁତ ହୋଇଗଲା।
#ବୁନ୍ଦିଆ_କ୍ଷୀରି
ଉପକରଣ:ଦୁଧ ଅଧ ଲିଟର, ଚିନି ଅଧ କପ, ଖାଣ୍ଟି ଗୁଆ ଘିଅ ୨କପ, ବେସନ ଅଧ କପ, ଅଳେଇଚ ୬ଟା ଓ ଆବଶ୍ୟକ ଅନୁଯାୟୀ ପାଣି ନିଅନ୍ତୁ।
ପ୍ରସ୍ତୁତି:ପ୍ରଥମେ ଅଳ୍ପ ପାଣି ଦେଇ ବେସନକୁ ଫେଣ୍ଟିବେ।ଗରମ ଘିଅ ପାତ୍ରରେ ଏହି ଫେଣ୍ଟା ବେସନକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରିବେ।ଅଳେଇଚକୁ ଛେଚି ରଖିବେ।ଅନ୍ୟ ଏକ ପାତ୍ରରେ ଦୁଧକୁ ଗରମ କରିବେ।ଦୁଧ ଭଲକରି ଫୁଟି ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଦୁଧ ଓ ଚିନିକୁ ଆଉଟି ଆଉଟି ଅଧା କରିବେ।ଏଥିରେ ଆଗରୁ ଛଣା ହୋଇ ରହିଥିବା ବୁନ୍ଦିଆକୁ ଆବଶ୍ୟକ ଅନୁଯାୟୀ ପକାଇବେ।ବୁନ୍ଦିଆକୁ ଦୁଧରେ ଚାମଚ ସାହାଯ୍ୟରେ ଚାପି ଚାପି ଦେବେ।ଶେଷରେ ବୁନ୍ଦିଆ କ୍ଷୀରିରେ ଅଳେଇଚ ଛେଚା ପକାଇ ଗୋଲାଇବେ।ପ୍ରସ୍ତୁତ ହୋଇଗଲେ ବୁନ୍ଦିଆ କ୍ଷୀରିକୁ ତଳକୁ ଓହ୍ଲାଇ ଦେବେ।ଏଥର ବୁନ୍ଦିଆ କ୍ଷୀରି ପ୍ରସ୍ତୁତ ହୋଇଗଲା।
#ପଣା
ଉପକରଣ:କ୍ଷୀର ୧ ଲିଟର,ଛେନା ୫୦୦ ଗ୍ରାମ, ନଡ଼ିଆ ଫାଳେ, ଚିନି ଅଧ କପ,ଖିସ୍ ମିସ୍ ୫୦ଗ୍ରାମ, ଅଳେଇଚ ୪ଟା ଓ ପାଚିଲା ଦେଶୀ କଦଳୀ ୨ ଟା ନିଅନ୍ତୁ।
ପ୍ରସ୍ତୁତି: ପ୍ରଥମେ କ୍ଷୀରକୁ ସିଝେଇ ସିଝେଇ ଅଧା କରି ରାବିଡ଼ି କରିଦିଅନ୍ତୁ।ସେଥିରୁ ସର ବାହାର କରି ରାବିଡ଼ିକୁ ଅଲଗା କରି ରଖନ୍ତୁ।ନଡିଆକୁ କୋରି ରଖନ୍ତୁ ଓ ଅଳେଇଚକୁ ଛେଚି ରଖନ୍ତୁ।ପାଚିଲା କଦଳୀର ଚୋପା ଛଡାଇ ସେଥିରେ ନଡ଼ିଆ କୋରା ଓ ଚିନି ମିଶାଇ ଭଲ କରି ଚକଟି ଦିଅନ୍ତୁ।ତା'ପରେ ସେଥିରେ କ୍ଷୀରରୁ ଅଲଗା ହୋଇଥିବା ସର, ରାବିଡ଼ି ଓ ଛେନାକୁ ଭଲ କରି ଚକଟି ପଣା କରନ୍ତୁ।ଶେଷରେ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଗୁଣ୍ଡ ମିଶାଇ ପଣା ପ୍ରସ୍ତୁତ କରନ୍ତୁ।ଏଥର ପଣା ପ୍ରସ୍ତୁତ ହୋଇଗଲା।
#ନଡ଼ିଆ_ଲଡୁ
ଉପକରଣ:କୋରା ନଡିଆ ୧ କପ, ଗୁଡ଼ ୨୦୦ଗ୍ରାମ ଓ ଦୁଇଟି ଅଲେଇଚର ଗୁଣ୍ଡ।
ପ୍ରସ୍ତୁତି:ଗରମ ପାତ୍ରରେ ଗୁଡ଼ ପକାଇ ଗୁଡ଼ରୁ ପାଣି ଅଂଶ ମରି ଗୁଡ଼ ଅଠାଳିଆ ଅଠାଳିଆ ହାତକୁ ଲାଗିଲେ କୋରା ନଡ଼ିଆ ଓ ଅଳେଇଚ ଗୁଣ୍ଡ ସେଥିରେ ପକାଇବ।ଏହାକୁ ଭଲକରି ଘଣ୍ଟିବ, ଯେପରି ତା' ଦେହରୁ ପାଣି ଅଂଶ ମରିଯିବି।ତା'ପରେ ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ପାଣି ହାତରେ ଏହାକୁ ଗୋଲ ଗୋଲ ରସଗୋଲା ପରି ପ୍ରସ୍ତୁତ କରିବ।ଥଣ୍ଡା ହୋଇଗଲେ ଏହା ଗୋଲ ଗୋଲ ହୋଇପାରିବନି।ବର୍ତ୍ତମାନ ନଡ଼ିଆ ଲଡୁ ପ୍ରସ୍ତୁତ ହୋଇଗଲା।
#ଲୁଣି_ଖଜା
ଉପକରଣ: ମଇଦା ୪୦୦ଗ୍ରାମ, ଗୁଆଘିଅ ୪୦୦ଗ୍ରାମ, ଜିରା ୧ ଚାମଚ, ଲୁଣ ୧ ଚାମଚ, ଆବଶ୍ୟକ ଅନୁସାରେ ଖାଇବା ସୋଡ଼ା ଓ ପାଣି ନେବେ।
ପ୍ରସ୍ତୁତି: ମଇଦାରେ ୮୦ ଗ୍ରାମ ଘିଅ ପକାଇ ଭଲକରି ମିଶାଇବେ।ତା'ପରେ ସେଥିରେ ପାଣି,ଜିରା,ଲୁଣ ଓ ଖାଇବା ସୋଡ଼ା ପକାଇ ଅଟା ଚକଟିଲା ପରି ଭଲକରି ଚକଟି ଦେବେ।ଏହାକୁ ଅଧ ଘଣ୍ଟା ରଖିଦେବେ।ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଦାବିଦେଇ ଅଳ୍ପ ଜାଳରେ ଗରମ ଘିଅରେ ବାଦାମୀ ରଙ୍ଗ ହେବାଯାଏ ରଖି ଛାଣି ରଖିବେ।ବର୍ତ୍ତମାନ ଲୁଣି ଖଜା ପ୍ରସ୍ତୁତ ହୋଇଗଲା।
# ଜୟ ଜୟ ଜଗନ୍ନାଥ 🙏
Source : Social Media, DM for Credit
Friday, December 1, 2023
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଏକ ପର୍ବତ l ତା ନାଁ ତାରା ତାରିଣୀ ପର୍ବତ l ମା ତାରା ତାରିଣୀଙ୍କ ନାମରେ ଏହି ପର୍ବତ ନାମିତ l ସେମାନେ ପ୍ରତ୍ୟକ୍ଷ ଦେବୀ ଦୁଇ ଭଉଣୀ l ସେ ଅଂଚଳର ସେଇ ଦୁଇ ଭଉଣୀ ଆଶା ଓ ଭରଷାର ପ୍ରତୀକ l ମାଙ୍କ ବିଷୟରେ କିଛି କିମ୍ବଦନ୍ତୀ ରହିଛି l କିନ୍ତୁ ଏହା ସତ୍ୟ , ମା ସମସ୍ତିଙ୍କ ମନବାଞ୍ଛା ପୂରଣ କରନ୍ତି l
Thursday, November 30, 2023
Margashira Gurubara (Thursday) : Odia Praba Parbani
Margashira Gurubara (Thursday) is a festival celebrated by Odia Hindus in the state of Odisha. It is also celebrated by Odias living in all over the world.It falls around the month November-December. In this festival Goddess Mahalaxmi is the presiding deity. It is believed by the people that the goddess laxmi herself comes to every household and removes pain and sorrow. It is held on every Thursday in the month of Margasira.
Margashira Gurubara is considered auspicious for worshipping Goddess Lakshmi, the deity of wealth and prosperity. Devotees perform special pujas dedicated to Goddess Lakshmi to seek her blessings for prosperity and well-being. Many peopls observe fasts on Margashira Gurubara month. Devotees visit laxmi temples to seek the belssing during this month.













