Friday, March 8, 2024

ମହାଶିବରାତ୍ରୀ

*🔱⚜️🔱 ମହାଶିବରାତ୍ରି ବ୍ରତର ମହତ୍ଵ 🔱⚜️🔱* 
➖➖➖➖➖➖➖➖➖➖➖➖

*🔱 ମହାଶିବରାତ୍ରୀ ବ୍ରତର ଶାସ୍ତ୍ରରେ ଖୁବ ମହତ୍ତ୍ୱ ରହିଛି। ଏହି ବ୍ରତ ପ୍ରତ୍ୟେକ ବର୍ଷ ଫାଲଗୁଣ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୮ ୨୦୨୪ରେ ପାଳନ କରାଯିବ। ଏହି ବ୍ରତ ଭଗବାନ ଶଙ୍କରଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ମା’ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ ହୋଇଥିଲା। ଏହି ଦିନ ବ୍ରତ ଉପବାସ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ମହାଶିବରାତ୍ରୀରେ ବ୍ରତ ରଖିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ଜାଣନ୍ତୁ ମହାଶିବରାତ୍ରୀରେ କେଉଁ କାର୍ଯ୍ୟ କରିବା ଉଚିତ୍‌‌ ଓ ଅନୁଚିତ୍‌‌...*

*⚜️ ମହାଶିବରାତ୍ରୀ ଦିନ ଶିବ ମନ୍ଦିର ଯାଇ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ।*
*⚜️ ଏହାପରେ ଭୋଳାଶଙ୍କରଙ୍କୁ ଭାଙ୍ଗ, ଦୁଦୁରା ଫୁଲ ଓ ବେଲପତ୍ର ଅର୍ପଣ କରନ୍ତୁ।*
*⚜️ ଏହି ଦିନ ଆମିଷ ଓ ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ।*
*⚜️ ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ କ୍ଷୀର, ଦହି ଅର୍ପଣ କରନ୍ତୁ।*
*⚜️ ଏହି ଦିନ ଶିବ ମନ୍ତ୍ର ଜପ କରନ୍ତୁ।*
*⚜️ ମହାଶିବରାତ୍ରୀ ଦିନ ପ୍ରଭୁଙ୍କୁ ନଡିଆ ପାଣି ଅର୍ପଣ କରନ୍ତୁ ନାହିଁ।*
*⚜️ ତୁଳସୀ ଅର୍ପଣ କରନ୍ତୁ ନାହିଁ।*
*⚜️ ଶଙ୍ଖ ଦ୍ୱାରା ଭୁଲ୍‌‌ରେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ।*

*🔱 ମହାଶିବରାତ୍ରୀ ଦିନ ବ୍ରତ ରଖିବା ଦ୍ୱାରା ଧନ, ବୈଭବ ଓ ଯଶ ପ୍ରାପ୍ତି ହୋଇଥାଏ। ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିଲେ,ଏହି ବ୍ରତ ରଖିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ। ବିବାହିତା ମହିଳାଙ୍କ ପାଇଁ ମହାଶିବରାତ୍ରୀ ବ୍ରତ ଖୁବ୍‌‌ ଲାଭକାରୀ। ମହାଶିବରାତ୍ରୀ ବ୍ରତ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ସୁଖ,ସମୃଦ୍ଧି ବୃଦ୍ଧି ହୋଇଥାଏ।*

.           *🔱 🙏 ଓମ ନମଃ ଶିବାୟ 🙏 🔱*

#Maha Shivaratri
#mahashivaratri
#MahaShivaratri2024
#Shivaratri
#dharakote
#dharakoteshivaratri
#shivaratritips

Thursday, February 15, 2024

ବସନ୍ତ ପଞ୍ଚମୀ ?

 *

କେବେ ଅଟେ ବସନ୍ତ ପଞ୍ଚମୀ ?*


🌹
*ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମାତା ସରସ୍ଵତୀଙ୍କର ପୂଜା ଫେବ୍ରୁୟାରୀ ମାସର ବସନ୍ତ ପଞ୍ଚମୀ ଦିନ ହେବ । ଏହି ଦିନରେ ସ୍କୁଲ, କଲେଜ ଇତ୍ୟାଦି ଜାଗାରେ ମାତା ସରସ୍ଵତୀଙ୍କର ପ୍ରତିମାର ପୂଜା କରାଯାଏ । କହିଦେଉଛୁ ଯେ ଏଥର ବସନ୍ତ ପଞ୍ଚମୀ ୧୪ ଫେବ୍ରୁୟାରୀ ବୁଧବାର ରେ ଅଛି । ଏମିତିରେ ଏହି ଦିନରେ କିଛି ଜିନିଷ ପ୍ରତି ସାବଧାନ ହେବା ଦରକାର, ଯାହାର ଚର୍ଚା ଆମେ ନିମ୍ନରେ କରିବାକୁ ଯାଉଛୁ ।*
*👉ବସନ୍ତ ପଞ୍ଚମୀ ଦିନ ବ୍ୟକ୍ତିଙ୍କୁ କଣ କରିବା ଉଚିତ, ଯେଉଁଥିରେ ମାତା ସରସ୍ଵତୀ ପ୍ରସନ୍ନ ହୋଇ ପାରିବେ*
*୧. ସକାଳୁ ଉଠି ସ୍ନାନ କରିବା ।*
*୨. ମାତା ସରସ୍ଵତୀଙ୍କର ପୂଜା କରିବା ।*
*୩. ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।*
*୪. ବହିର ପୂଜା କରନ୍ତୁ ।*
*୫. ଗରିବଙ୍କୁ ଦାନ ଦିଅନ୍ତୁ ।*
*👉ବସନ୍ତ ପଞ୍ଚମୀ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ ଗିଡିକୁ*
*🌹ବସନ୍ତ ପଞ୍ଚମୀର ପୂଜା ପାଇଁ ବିଭିନ୍ନ ନିୟମ ତିଆରି କରା ଯାଇଛି ଏବଂ ଯେଉଁ କୌଣସି ବ୍ୟକ୍ତି ଏହି ନିୟମକୁ ଭାଙ୍ଗି ଥାଏ, ତାହା ଉପରେ ମାତା ସରସ୍ଵତୀ କ୍ରୋଧିତ ହୋଇଥାନ୍ତି ଏବଂ ପୁଣି ତାହାର ଘରେ ଖୁସି ବହୁତ କଷ୍ଟରେ ହିଁ ଆସିଥାଏ । ଏମିତିରେ ଆମେ ଆପଣଙ୍କୁ ଏହି ଦିନରେ କେଉଁ କାମ କରିବା ଉଚିତ ନୁହେଁ, ତାହା ବିଷୟରେ କହିବାକୁ ଯାଉଛୁ*

*୧. କଳା କପଡା – ବସନ୍ତ ପଞ୍ଚମୀ ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।*
*୨. ମାଂସହାରି ଭୋଜନ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମାଂସର ସେବନ କରନ୍ତୁ ନାହିଁ ।*
*୩. ଗଛଲତା କାଟନ୍ତୁ ନାହିଁ – ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ଗଛଲତା କାଟିବା ଭୁଲ ଅଟେ ବୋଲି କୁହାଯାଇଛି ।*
*୪. ସ୍ନାନ ନିଶ୍ଚିତ କରନ୍ତୁ – ବସନ୍ତ ପଞ୍ଚମୀ ଦିନ ନ ସ୍ନାନ କରି ଖାଇବା ପିଇବା କରିବା ଅନୁଚିତ ଅଟେ ।*
*୫. କ୍ରୋଧ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମନୁଷ୍ୟକୁ ରାଗିବା ଉଚିତ ନୁହେଁ ।*
*🛕ଜୟ ମା ବିଦ୍ୟା ଦାୟିନୀ ସରସ୍ଵତୀ*🙏

Source : Online

Saturday, December 30, 2023

What should be your new year resolution ?

 


As the new year approaches, it’s a great time to reflect on the past year and set goals for the upcoming year which will help you immensly. Here are some ideas for New Year’s resolutions:

  1. Get in shape: This is a popular resolution for many people. You can start by enrolling in a gym or taking up a sport. Eating healthier, Started travelling to new places, Taking up a new outdoor hobby and getting more active can also help you achieve this goal in this new year.
  2. Learn a new skill: Learning a new skill can be a great way to challenge yourself and improve your knowledge. You can take an online course or join a local class to learn something new. With easily accessible of internet learning new skills are never difficult. Give some time and learn a new skill in this new year.
  3. Travel more: Traveling can be a great way to explore new cultures and gain new experiences. You can plan a trip to a new place or visit a place you’ve always wanted to go. Best way to reedem yourself is to travel more and more and explore new places, meet with new set of peoples etc. 
  4. Read more books: Reading can be a great way to relax and learn new things. You can set a goal to read a certain number of books each month or read books on a specific topic . The more you read the more it will help in dicision making and help you grow to a awesome individual.
  5. Volunteer: Volunteering can be a great way to give back to your community and help those in need. You can volunteer at a local charity or organization that you’re passionate about . By volunteering you can reedeem yourself and meet new set of like minded peoples. 

Remember, the key to achieving your New Year’s resolutions is to set realistic goals and take small steps towards achieving them. Good luck and happy New Year! 🎉 

#newyear

#happy new year 2024

#newresolution

#newyearresolution


Wednesday, December 13, 2023

ଭାଷା ଆନ୍ଦୋଳନର ଅଗ୍ନିଶିଖା : ‘କେଶରୀ’

 

ମଦନ ମୋହନ ସିଂହ ଦେଓ

ଭାଷା ଆନ୍ଦୋଳନର ଅଗ୍ନିଶିଖା : ‘କେଶରୀ’

(କୌଣସି ଭାଷା, ଜାତି କିମ୍ବା ସମ୍ପ୍ରଦାୟକୁ ନୀଚ୍ଚ କରି ଦେଖାଇବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ଖାଲି ମୋ ମାଟିର ଗୌରବମୟ ଇତିହାସକୁ ସର୍ବସମ୍ମୁଖରେ ଥୋଇବାର ଏହା ହେଉଛି ସମ୍ୟକ ପ୍ରୟାସ।)
#ଭାଷା ଆନ୍ଦୋଳନର ଅଗ୍ନିଶିଖା ‘କେଶରୀ’
କୋଇଲି: ତେଲେଙ୍ଗାଏ ଅଟନ୍ତି ଢୁଙ୍କଣ
ତେଲି ଦ୍ୱାରେ ଡେରୁ ଡେରୁ କଲେ ରାଜପଣ ଲୋ କୋଇଲି
କୋଇଲି: ଦେଶବୋଲି କେତେକ ବଙ୍ଗାଳୀ
ଦେଶଶିରୀ ହରାଇଣ ମାରୁଛନ୍ତି ତାଳି ଲୋ କୋଇଲି...
ଆର୍‌ଆର୍‌ଆର୍‌, କେଜିଏଫ୍‌ କି ପୁଷ୍ପା ଫିଲ୍ମର ଡାଇଲଗ୍‌ ହୋଇଥିଲେ ଆଜିକାର ଯୁବପିଢ଼ି ଏହାକୁ କଣ୍ଠସ୍ଥ କରି ଦାଣ୍ଡଦୁଆର ଉଠାନ୍ତେ ପକାନ୍ତେ। ହେଲେ ଓଡ଼ିଆ ଅସ୍ମିତାର କଥା ଯେତେବେଳେ ଉଠେ, ସେତେବେଳେ ଆମେ ଫେସ୍‌ବୁକ୍‌, ଓ୍ବାଟ୍‌ସଅପ୍‌ର ଅର୍ଗଳି ଡେଇଁପାରୁନା। ହ୍ୟାପି ପଣା ସଂକ୍ରାନ୍ତି, ହ୍ୟାପି ଓଡ଼ିଶା ଦିବସ ଭଳି ୨-୪ଟା କ୍ୟୁଟୋରେ ଆମ ଭାବନା ଧକେଇ ଧକେଇ ଅଣନିଃଶ୍ୱାସୀ ହେବାପରେ ଲୋଟିପଡ଼େ ଭୂଇଁରେ। ହେଲେ ୧୯୦୩ରେ ଯେତେବେଳେ ଓଡ଼ିଆ ଭାଷାର ଅନ୍ତରାତ୍ମାକୁ ତେଲୁଗୁ ଏବଂ ବଙ୍ଗଳୀ ଭାଷାଭାଷୀମାନେ ଖିନ୍‌ଭିନ୍‌ କରିଦେବାକୁ ଅପଚେଷ୍ଟା ଚଳାଇଥିଲେ, ଠିକ୍‌ ସେତିକି ବେଳେ ଧରାକୋଟ ମାଟିରୁ ‘କୋଇଲି’ ମାଧ୍ୟମରେ ଓଡ଼ିଆ ଭାଷା ବିରୋଧୀଙ୍କ ପାଇଁ ଗର୍ଜିଥିଲା ଏଭଳି ତୀର୍ଯ୍ୟକ ସ୍ବର। ସମୟ ଥିଲା ରାଜା ମଦନମୋହନ ସିଂଦେଓଙ୍କ ସ୍ବର୍ଣ୍ଣିମ ଶାସନର ଯୁଗ। ହେଲେ ଏଥିପାଇଁ କମ୍‌ କଷଣ ଭୋଗିବାକୁ ପଡ଼ି ନ ଥିଲା। ୨ଜଣ ତେଲୁଗୁ ଅଧିକାରୀଙ୍କ କୁଚକ୍ରାନ୍ତର ଶିକାର ହୋଇ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ଧରାକୋଟ ରାଜବାଟୀରେ ସ୍ଥାପିତ ଓଡ଼ିଆ ସାମ୍ବାଦିକତାର ଆଲୋକବର୍ତ୍ତିକା ତଥା ଭାଷା ଆନ୍ଦୋଳନର ଅଗ୍ନିଶିଖା ‘କେଶରୀ ପ୍ରେସ’। ଏଥିସହ କ୍ଷୁଦ୍ର ପତ୍ରିକା ‘କୋଇଲି’ ପ୍ରକାଶନରେ ପଡ଼ିଯାଇଥିଲା ଯବନିକା।
ସାମ୍ବାଦିକତାର ଅନ୍ତୁଡ଼ିଶାଳ ଗଞ୍ଜାମ। ଏଠାରୁ ପ୍ରକାଶିତ ହୋଇଥିଲା ରାଜ୍ୟର ପ୍ରଥମ ଦୈନିକ ଖବରକାଗଜ ‘ଦୈନିକ ଆଶା’। ଏହାର ସମ୍ପାଦକ ଥିଲେ ସୁସାହିତ୍ୟିକ ଶଶିଭୂଷଣ ରଥ। ୧୯୧୩ରେ ପ୍ରକାଶିତ ‘ସାପ୍ତହିକ ଆଶା’ କେବଳ ଗଞ୍ଜାମ କାହିଁକି, ଓଡ଼ିଆ ସାମ୍ବାଦିକତା ଇତିହାସରେ ଆଣିଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। ୧୯୨୮ରେ ଏହା ପରିବର୍ତ୍ତିତ ହୋଇଥିଲା ‘ଦୈନିକ ଆଶା’ରେ। ତେବେ ଶଶିଭୁଷଣ ଯାହାଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ ସେ ଥିଲେ ରାଜା ମଦନମୋହନ। କାରଣ ସାପ୍ତାହିକ ଆଶା ପ୍ରକାଶନର ଦୀର୍ଘବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୦୩ରେ ଧରାକୋଟ ରାଜପ୍ରାସାଦରେ ସ୍ଥାପିତ ହୋଇସାରିଥିଲା ‘କେଶରୀ ପ୍ରେସ୍‌’। ଏହାଦ୍ୱାରା ପ୍ରାଚୀନ ପୁସ୍ତକ, ତାଳପତ୍ର ପୋଥିଗୁଡ଼ିକରୁ ସଂଗୃହୀତ ବହୁ ଉପାଦେୟ ତଥ୍ୟ ସଙ୍କଳିତ ହୋଇ ପହଞ୍ଚତ୍ଥିଲା ଜନମାନସରେ। ବିଶେଷ କରି ବ୍ରିଟିଶ ଶାସନ ଏବଂ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବିଷୟରେ ‘କୋଇଲି’ରେ ପ୍ରକାଶିତ କଟାକ୍ଷ, ବ୍ୟଙ୍ଗ ପଦ୍ୟାବଳୀ ସେହି ସମୟରେ ହାସଲ କରିଥିଲା ଅଜସ୍ର ପାଠକୀୟ ଆଦୃତି।
ଚାଷ ଏବଂ ଚାଷୀଙ୍କ ବିକାଶ ଲାଗି ଏବେ ଅନେକ ପତ୍ରିକା, ଖବର ପ୍ରକାଶ ପାଉଛି। ସରକାରୀସ୍ତରରେ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ବିପୁଳ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଊନବିଂଶ ଶତାବ୍ଦୀର ଆରମ୍ଭରେ ଏହାକୁ ଉଠରାଇ ନେଇଥିଲେ ଦିଗ୍‌ଦର୍ଶୀ ରାଜା ମଦନମୋହନ। ଚାଷୀ, ଶିଳ୍ପୀମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବା, ସେମାନଙ୍କର ମାର୍ଗଦର୍ଶନ କରାଇବାକୁ  ୧୯୦୯ରେ ‘କେଶରୀ ପ୍ରେସରୁ ପ୍ରକାଶିତ ହୋଇଥିଲା ‘ଜ୍ଞାନଦର୍ପଣ’। ତତ୍କାଳୀନ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଚିନ୍ତାମଣି ମହାନ୍ତିଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା ଏହାର ସମ୍ପାଦନା ଦାୟିତ୍ୱ। ସେହିପରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା, ବିକାଶ ପାଇଁ  ପଣ୍ଡିତ କାଶୀନାଥ ରାଜଗୁରୁଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା ‘ସମ୍ବାଦ ମିତ୍ର’।  ‘ସମ୍ବଲପୁର ହିତୈଷିଣୀ’ର ୧୯୧୭ ନଭେମ୍ବର ୧୦ ସଂଖ୍ୟାରେ ଏଭଳି ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରାଯିବା କେବଳ ଧରାକୋଟର ଗୌରବମୟ ଇତିହାସକୁ ସାରା ରାଜ୍ୟରେ ଖ୍ୟାତି ଆଣି ଦେଇ ନ ଥିଲା, ଅଧିକନ୍ତୁ ରାଜା ମଦନମୋହନଙ୍କ ଅଙ୍ଗୀକାରବଦ୍ଧତାକୁ ଦେଇଥିଲା ସ୍ବୀକୃତି।
ସାହିତ୍ୟ ସାଧନାର ପୀଠ ପାଲଟିଥିବା ଧରାକୋଟକୁ ରାଜ୍ୟର ବହୁ ସ୍ବନାମଧନ୍ୟ କବି କର୍ମଭୂମି କରିଛନ୍ତି। ଏ କ୍ଷେତ୍ରରେ ଜଣେ ହେଉଛନ୍ତି ବାଲେଶ୍ୱରର ଚିନ୍ତାମଣି ମହାନ୍ତି। ରାଜା ମଦନମୋହନଙ୍କ ଆତିଥେୟତା ଲାଭ କରି ସେ ୧୯୦୯ରେ ଧରାକୋଟ ମାଟିରେ ପାଦ ରଖିଥିଲେ। ରାଜାଙ୍କ ପୃଷ୍ଠପୋଷକତାରେ ସେ ରଚନା କରିଥିଲେ ‘ଧରାକୋଟ ଦର୍ଶନ’ ଏବଂ ‘ଉତ୍କଳ କମଳାକାବ୍ୟ’ ନାମକ ଦୁଇଟି ଉପାଦେୟ ଗ୍ରନ୍ଥ। ଭାଷାସାହିତ୍ୟ, କଳାସଂସ୍କୃତି ଏବଂ ଅଞ୍ଚଳର ବିକାଶ ପ୍ରତି ରହିଥିବା ଅନୁରାଗ ପାଇଁ ରାଜା ମଦନମୋହନଙ୍କ ଉଦ୍ଦେଶ୍ୟରେ ଧରାକୋଟ ଦର୍ଶନରେ ଯାହା ଉଲ୍ଲେଖ ରହିଛି, ତାହା ଏବେକାର ଯୁବପିଢ଼ିଙ୍କ ପାଇଁ ପ୍ରଣିଧାନଯୋଗ୍ୟ।

ଧରାକୋଟ ଗଡ଼ଜାତ ଇତିହାସରେ ଅନେକ ରାଜା ଆସିଛନ୍ତି। ସେମାନଙ୍କ କୀର୍ତ୍ତୀ, ଗାଥା, ଗୌରବ ଆଜି ବି ଦାଉଦାଉ ହେଉଛି। ଖାସ୍‌ କରି ରାଜା ମଦନମୋହନଙ୍କ ଶାସନ କାଳରେ ଧରାକୋଟ ଗଡ଼ଜାତ ରାଜ୍ୟରେ ହୋଇଥିଲା ପ୍ରାଚ୍ୟ-ପାଶ୍ଚାତ୍ୟ ଶିକ୍ଷାର ସମ୍ମେଳନ। ଘଟିଥିଲା କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତିର ନବଉନ୍ମେଷ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ସେତୁବନ୍ଧରେ ସେ ସାଜିଥିଲେ ଗୁଣ୍ଡୁଚି ମୂଷା। ଆଜି ଯଦିଓ ରାଜତନ୍ତ୍ର ମଉଳି ଯାଇଛି, ତଥାପି ତାଙ୍କ କୀର୍ତ୍ତି ଓ କୃତିତ୍ୱ ଧରାକୋଟର ଅସ୍ତିତ୍ୱ ଥିବାଯାଏ ରହିଥିବ।

Writer : Bikram Prasad Panda, Dharakote, Ganjam

Our Other posts : 
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html


Stories : 
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html



Say No to Alcohol

 

ଆଉ କିଛି ବର୍ଷ ପରେ
ଧରାକୋଟରେ 'ଶଙ୍ଖୁଆ' ମିଳିବେନି...

#ଭାବିବାର ବେଳ...

ଆମ ଐତିହ୍ୟ, ପରମ୍ପରାକୁ ନେଇ ଯେତେ ଆତ୍ମବଡ଼ିମା ଦେଖାଇଲେ ମଧ୍ୟ ଆଜି ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ। ‘ଧରାକୋଟଗଡ଼ ଏବେ ନିଶାରେ ଟଳମଳ’। ଯେବେଠାରୁ ମଦ ରାଜସ୍ବ ଆଦାୟର ମାଧ୍ୟମ ପାଲଟିଲା, ଯେବେଠାରୁ ରାଜରାସ୍ତାରେ ଖୋଲାମେଲାରେ ଦେଶୀ ମହୁଲି ବିକ୍ରି ହେଲା, ଯେବେଠାରୁ ଗାଁର ମୁରବୀ ଶ୍ରେଣୀର ଲୋକେ ଏହାକୁ ବିରୋଧ କରିବା ବଦଳରେ ନୀରବ ସମର୍ଥନ କଲେ, ସେବେଠାରୁ ଏହି ବିପର୍ଯ୍ୟୟ ଆରମ୍ଭ ହୋଇଛି। କ’ଣ ଭୁଲ କହିଲି କି? କେବଳ କୋଠାରୀ ସାହି (ଉଭୟ ତଳ, ଉପର), ଗୌଡ଼ସାହି, ନୂଆସାହି, ଧୋବାସାହି, ପନ୍ଦରାବାଡ଼ି କଥା ଚିନ୍ତା କଲେ ଗତ ୨୦-୨୨ ବର୍ଷ ଭିତରେ ମଦ ପ୍ରତ୍ୟକ୍ଷ ବା ପରୋକ୍ଷରେ ୪୦ରୁ ଅଧିକ ଜୀବନ ନେଲାଣି। ତେବେ ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ମହାଦେବଙ୍କ ସେବକ ମୁନି (ଶଙ୍ଖୁଆ) ସମ୍ପ୍ରଦାୟ। ବ୍ୟକ୍ତିଗତ ଭାବେ ଜାଣିବାରେ ନିଶା ସେବନ କରି ଏହି ବର୍ଗର ପାଖାପାଖି ୮ରୁ ଅଧିକ ଲୋକଙ୍କ ଅକାଳ ବିୟୋଗ ଘଟିଛି। କେବଳ ମୁନି ସମ୍ପ୍ରଦାୟ ନୁହନ୍ତି, ଅନ୍ୟମାନେ ବି ଏଥିରେ ଊଣା ଅଧିକେ ପ୍ରଭାବିତ। ଛୋଟ ଛୋଟ ପିଲାମାନେ ମଦରେ ମାତାଲ। ଯେଉଁ ଯୁବପିଢ଼ିଙ୍କ ପାଖରେ ହାତୀ ଧରିବାର କ୍ଷମତା, ସେମାନଙ୍କୁ ରାତି ପାହିଲେ ଘାରିଛି ନିଶା ଚିନ୍ତା। ବଡ଼ କଷ୍ଟ ଲାଗେ ଯେବେ ମୁରବୀ ଶୂନ୍ୟ ହୋଇଯାଏ ଘର। ଯିବା ଲୋକ ତ ଚାଲିଯାଏ, ଘରେ ଥିବା ଛୋଟ ଛୋଟ ପିଲା, ମହିଳାମାନେ ଯେଉଁ ଅକଥନୀୟ ଯନ୍ତ୍ରଣା ଭୋଗନ୍ତି, ତାହା ଭାଷାରେ କହିବା କଷ୍ଟକର।
ଧରାକୋଟରେ ଥାନା ହେଲା। ଆଶା ଥିଲା ଚୋରା ମଦର ଅବାଧ କାରବାର ଉପରେ ପୋଲିସ ପ୍ରଶାସନ ଲଗାମ କଷିବ। ମଦ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ସେମିତି କିଛି ହେଲାନାହିଁ। ଏତେବଡ଼ ଗଁା। ମାଟି ଫାଟିଲେ ଏଠି ଐତିହ୍ୟର ସୁଗନ୍ଧ। ସଂସ୍କୃତି, ପରମ୍ପରା, ସାହିତ୍ୟ, ପର୍ଯ୍ୟଟନର ଅନ୍ତୁଡ଼ିଶାଳ। ତଥାପି ମଦ ବିରୋଧରେ ପାଟି ଖୋଲିବାକୁ କିଏ ନାହିଁ। ମଦ ବିରୋଧୀ ଆନ୍ଦୋଳନ ତ ଦୂରର କଥା, ଏ ବିଷୟରେ କେହି କେବେ ଚିନ୍ତା ମଧ୍ୟ କରିନାହାନ୍ତି। ଓଲଟି ବଜାର ମଝିରେ, ରାଜବାଟୀ ପାଖରେ, ଏପରି ଆହୁରି ଅନେକ ସ୍ଥାନରେ ରାଶନ ସାମଗ୍ରୀ ଭଳି ଖୋଲାମେଲାରେ ମଦ ବିକା ଚାଲିଛି। ହେଲେ ଏଥିପାଇଁ ଯେ ଗୋଟେ ପିଢ଼ି ବାଟବଣା ହୋଇଯାଉଛି, ଏକଥା ଯେତକି ସମ୍ବେଦନଶୀଳ ସେତିକି ଚିନ୍ତାଜନକ ବିଷୟ ମଧ୍ୟ। ଆଜି ନ ହେଲେ ୫୦ ବର୍ଷ ପରେ ଏହିପିଢ଼ି ପ୍ରଶ୍ନ କରିବ ‘ଆମର ଏ ଅବସ୍ଥା ପାଇଁ କିଏ ଦାୟୀ ?’ ଇତିହାସରେ ଏ କଥା ଯେତେବେଳେ ଲେଖାଯିବ, ତଥାକଥିତ ବୁଦ୍ଧିଜୀବୀ କି ଉତ୍ତର ଦେବେ-ସେକଥା ଭାବିବାର ବେଳ।

(କାହା ଭାବାବେଗକୁ କଷ୍ଟଦେବା ଉଦ୍ଦେଶ୍ୟ ନୁହେଁ। ମୋ ଗାଁର ହୃତଗୌରବ ଫେରାଇ ଆଣିବା ପାଇଁ ଏକ ଛୋଟ ପ୍ରୟାସ। ଯଦି ଜାଣତ ବା ଅଜାଣତରେ ଏଥିଲାଗି କିଏ ଯନ୍ତ୍ରଣା ପାଇଥାଏ, ତେବେ କ୍ଷମା କରିବେ।)

Writer : Bikram PRasad Panda


Our Other posts : 

ବାଜେ କଥା : 1 : https://dharakote.blogspot.com/2023/12/1.html

ମଦ୍ୟପ : https://dharakote.blogspot.com/2023/12/blog-post_52.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


Sunday, December 10, 2023

ଅବ୍ୟକ୍ତ



 ସେ  ମୁଣ୍ଡ ଉଠାଇଲା। ମୋ କାନ୍ଧରେ ତା’ର ଦିଟା ଯାକ ହାତ ରଖିଲା। ମୋ ଆଖିରେ ଆଖି ମିଶେଇଲା। ଆଉ କହିଲା ‘ମୁଁ ତୁମକୁ ଭଲ ପାଏ’। ଏ କଥା ସାରା ଦୁନିଆକୁ ଚିତ୍କାର କରି କହିପାରିବି। ଆଶୀ ଲଭ୍‌ସ ୟୁ। ମୁଁ ବି କହିଦେବାକୁ ଚାହୁଁଥିଲି ମୁଁ ବି ଆଶୀ... ମୁଁ ବି....। ହଠାତ୍‌ ସ୍କ୍ରିନ୍‌ ପଛରୁ ଆୱାଜ ଆସିଲା ପରଫେକ୍ଟ!!! ଦର୍ଶକଙ୍କ ତାଳିରେ ପ୍ରେକ୍ଷାଳୟରେ ଖେଳିଗଲା ମୃଦୁ ଗୁଞ୍ଜରଣ। ମୁଁ ନିଜକୁ ଆବିଷ୍କାର କଲି ମଞ୍ଚ ଉପରେ। ଆଶୀ ମୋ କାନ୍ଧରୁ ହାତ ବାହାର କଲା। ଦର୍ଶକଙ୍କ ଆଡ଼କୁ ଚାହିଁ ମୁଣ୍ଡ ନୁହଁାଇ ଜଣାଇଲା କୃତଜ୍ଞତା। ତା’ପରେ ମଞ୍ଚରୁ ଓହ୍ଲାଇ ଚାଲିଗଲା ଗ୍ରୀନ୍‌ ରୁମ୍‌ ଆଡକୁ। ମୁଁ କିନ୍ତୁ ସେମିତି ଅଟକି ଗଲି ସେଇଠି। ସମୟ ସହିତ। ଜମାରୁ ବିଶ୍ୱାସ ହେଉ ନ ଥିଲା ଏଇଟା ଥିଲା ନାଟକର ରିହାରର୍ସଲ।

ଆଶୀ ସହିତ ସମ୍ପର୍କ କଲେଜ ଦିନରୁ। ହେଲେ ଥିଏଟର ଗ୍ରୁପ୍‌ରେ ମିଶିବା ପରଠୁ ମୁଁ ତା’ ଭିତରେ ଅନୁଭବ କରିଛି ଏକ ନିଆରା ଆକର୍ଷଣ। ସେହି ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇଯାଉଛି,  ଯେମିତି ନିଅଁା ପାଖକୁ ପତଙ୍ଗ। ଏମିତି ଲାଗୁଛି ତା’ ମୋ ଭିତରେ କମିଯାଇଛି ଦୂରତା । ସେ ଘୋଳି ହୋଇଯାଉଛି ମୋ ଭିତରେ, ଏମିତି କିଛି ଅନୁଭବ ଉକୁଟୁଛି ଭିତରେ, କାହିଁକି କେଜାଣି ?

ଆଶୀ କ୍ରଏଟିଭ୍‌ିଟିର ଗୋଦାମ। ସେ ଅକ୍ଷର ସହ ଖେଳେ। ସ୍କ୍ରିପ୍ଟ ଲେଖେ। ଗୀତ ଗାଏ। ଗୀଟାର ବଜାଏ। କବିତା ଲେଖେ। ମୁଁ ପୁସ୍ତକ କୀଟ। ମୋଟା ମୋଟା ବହି ଭିତରେ ଧସି ହୋଇ ରହିଯିବା ଛଡ଼ା କିଛି ଜାଣେନା। ସମୟ ବହି ଭିତରୁ ବାହାରିବାକୁ ସୁଯୋଗ ଦେଲାନି। ଆଉ ଦୁନିଆରେ ପ୍ରେମ ବୋଲି ଗୋଟେ କିଛି ଅଛି, ସେ କଥା ବି କେମିତି କେଜାଣି ରହିଗଲା ବୟସର ଭାଙ୍ଗରେ। ହେଲେ ଏବେ ଆଶୀ ଆସିବା ଦିନକୁ ସବୁକିଛି ଯେମିତି ଫର୍ଚ୍ଚା ହୋଇଚାଲିଥିଲା ଧୀରେ ଧୀରେ।

ଆଜି ରିହଲର୍ସଲର ଶେଷଦିନ।  ସନ୍ଧ୍ୟାରେ ପ୍ଲେ। ତା’ ପରେ ଆଶୀ ଚାଲିଯିବ ପୁନେ ମୁଁ ଭୁବନେଶ୍ୱର। ପୁଣି କେବେ ଦେଖାହେବ କି ନାହିଁ !!! ଓଜନଦାର ହୋଇଗଲା ମନ। ଏମିତି ଲାଗିଲା ବରଫରେ ଜମିଯାଇଛି ପାଦ।  କିଛି ଗୋଟେ ସମାଧି ନେଉଛି ଛାତି ଭିତରେ। ଏସବୁ ଭାବିବା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ମଞ୍ଚରେ। ଏବେ ମୋ ପାଳି। ମୋ ଡାଇଲଗ। ଡାଇଲଗରେ ସେହି କଥା କହିବାକୁ ପଡ଼ିବ। ସେହି କଥା, ଯାହା ଅନେକ ଥର ଓଠ ପାଖକୁ ଆସି ଅଜଣା ଭୟରେ ଫେରିଯାଇଛି। ସ୍କ୍ରିନ୍‌ ସେପଟୁ ସିଗ୍‌ନାଲ ଦେଲେ ଡାଇରେକ୍ଟର।  ରେଡି ଥ୍ରୀ...ଟୁ...ୱାନ..ଗୋ...

‘ହଁ ମୁଁ ତୁମକୁ ଭଲପାଏ। ଆଉ ତମେ? ସେ ମୁଣ୍ଡ ଟୁଙ୍ଗାରି ଜଣାଇଲା ସମ୍ମତି। ସେ ହଜିଯାଇଥିଲା ମୋ ଆଖିରେ। ଥରଥର ହେଉଥିଲା ତା’ ଓଠ।  ତା’ ଅଙ୍ଗୁଠି ସ୍ପର୍ଶରେ ମୁଁ ଥରୁଥିଲି ଗୋଟାପଣେ। ଲାଗୁଥିଲା ମୋ କପାଳଠୁ ଆରମ୍ଭ କରି ଶିରାପ୍ରଶିରାରେ ସେ ଧାଉଁଛି। ଏଥର ବି ଦର୍ଶକଙ୍କ କରତାଳି ମତେ ଟାଣି ଆଣିଲା ଭାବନା ଭିତରୁ । ମନ ଏବେ ବି ମାନିବାକୁ ନାରାଜ ଏହା ନାଟକ। ମୁଁ ଅଭିନୟ କରୁଛି। ଲାଗୁଥିଲା ଜୀବନର ଗୋଟେ ପରିଚ୍ଛଦ ମୁଁ ନିଜ ହାତରେ ଲେଖିସାରିଛି ମଞ୍ଚ ଉପରେ, ଜଷ୍ଟ ଟିକେ ଆଗରୁ। 

ଧୀରେ ଧୀରେ ଖାଲି ହେଉଥିଲା ପ୍ରେକ୍ଷାଳୟ। ମୁଁ ଓଜନଦାର ମନ ନେଇ ଦରାଣ୍ଡୁଥିଲି ସେସବୁ ଡାଇଲଗ, ଯାହା କିଛି ସମୟ ଆଗରୁ ମିଶିଯାଇଥିଲା ପବନରେ। ଆଶୀ ଆସିଲା। ମତେ ଲାଗି ବସିଗଲା। ମୁଁ ଥଙ୍ଗ ଥଙ୍ଗ ହୋଇ ପଚାରିଦେଲି ନାଟକ ବଢ଼ିଆ ଥିଲା ନା? ହୁଁ...ସେ ଉତ୍ତର ଦେଲା। ଜୀବନ୍ତ ଥିଲା ତୁମ ଡାଇଲଗ୍‌। ମୁଁ ଅନୁଭବ କରିପାରୁଥିଲି ପ୍ରତିଟି ଶବ୍ଦ। ହବନି କେମିତି ଯେ... ଦି ସେକେଣ୍ଡ ରହି ସେ ପୁଣି କହିଲା। ତୁମେ ତ ଆଉ ଅନ୍ୟ ଆର୍ଟିଷ୍ଟଙ୍କ ପରି ମଞ୍ଚରେ ଅଭିନୟ କରୁ ନ ଥିଲ। କହିଚାଲିଥିଲ ମନ ତଳର ଅକୁହା କଥା। ମୁଁ ଆବାକାବା ହୋଇ ଚାହିଁ ରହିଥିଲି ଆଶୀକୁ। ତା’ମାନେ ସେ କ’ଣ ବୁଝିପାରିଛି ସେସବୁ ପ୍ରେମର ନୀରବ ଭାଷା, ଯାହା ଆଜି ଯାଏ ମୁଁ କହିବି କହିବି ଭାବି କହିପାରିନି !!!

...ବୁଦ୍ଦୁ। ତୁମେ ଦେଇ କିଛି ହବନି, କ’ଣ ଏକଥା ମୁଁ ଜାଣିନି!!! ସେଇଥି ପାଇଁ ତ ଏତକ ତୁମ ମୁହଁରୁ ଶୁଣିବି ବୋଲି ପୂରା ସ୍କ୍ରିପ୍ଟ ଲେଖି ଦେଇଗଲି। ଅଥଚ ତୁମେ ଯୋଉ ବୁଦ୍ଦୁକୁ ସେହି ବୁଦ୍ଦୁ। ଘୁଷୁରୀ, ଛେଳି, ମେଣ୍ଢା, ହାତୀ....ସେ ଜୋରରେ ହସିଲା। କେଇ ମୁହୂର୍ତ୍ତ ପରେ କହିଲା, ମୁଁ ବି ତୁମକୁ ହରାଇବାକୁ ଚାହେଁନି ଅକ୍ଷର। ଯାହା ଷ୍ଟେଜରେ କହିଲ ଏବେ ବେକ୍‌ ଷ୍ଟେଜରେ ଥରେ କୁହନା? ସରିଯାଇଥିଲା ଅୟୁତ ଯୁଗର ଅପେକ୍ଷା। ‘ମୁଁ ବି ତୁମକୁ ବହୁତ ଭଲ ପାଏ। ନିଜଠୁ ବି ବେଶି। ଲଭ୍‌ ୟୁ ଆଶୀ’। ଏହି ଧାଡ଼ିକ କହିବା ବେଳକୁ ଢିଲା ପଡି ଆସୁଥିଲା ଦୁଇ ବାହୁ। ସେ ଜାବୁଡ଼ି ଧରିଲା। ପ୍ରେକ୍ଷାଳୟର ନୀରବତା ଭିତରେ ଆମେ ଦୁହେଁ ଅନୁଭବ କରିପାରୁଥିଲୁ ପ୍ରେମର କୋଳାହଳ। ଲାଗୁଥିଲା ଗୋଟେ ଅଜଣା ଶକ୍ତି ଯେମିତି ଆକାଶରୁ ଅଜାଡ଼ି ଦେଉଛି ଅଗଣିତ ଆଶୀର୍ବାଦ।


Please read other interesting shorty stories below :

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


Writer : Bikaram Prasad Panda

ସବୁ ସ୍ବାର୍ଥପର ତୁ ଏକା ନିଜର

|| ସବୁ ସ୍ବାର୍ଥପର ତୁ ଏକା ନିଜର || 


 "ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କ ଖୁସି କହିଲେ ନସରେ।ଯାହେ ହେଉ ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି, ପୁଅ ଆଲୋକ ଶିକ୍ଷା ବିଭାଗରେ ଭଲ ଚାକେରି ଟିଏ ପାଇଛି ।ଭୁବନେଶ୍ବରରେ ରୁହନ୍ତି
ପ୍ରଦ୍ୟୁମ୍ନ ବାବୁ । ସ୍ତ୍ରୀ ଏବଂ ପୁଅ ଆଲୋକକୁ ନେଇ ଛୋଟିଆ ପରିବାର। ଚାକେରି ରୁ ବର୍ଷେ ହେବ ଅବସର କରିଥାନ୍ତି । ଅବସର ପରେ ଯାହା ପଇସା ପାଇଥିଲେ ସେଥିରେ ଭୂବନେଶ୍ବରରେ ଯାଗା ଖଣ୍ଡେ କିଣି ଘର କରିଦେଲେ । ବର୍ତ୍ତମାନ ଚଳିବା ପାଇଁ ପେନସନ ଉପରେ ନିର୍ଭର କିନ୍ତୁ ପୁଅ ଚାକେରି ପରେ ସବୁ ଚିନ୍ତା ଗଲା  ।
        ଡେରି ନକରି ଏଥର ଭଲ ଝିଅଟେ ଦେଖି 
ପୁଅ ଆଲୋକକୁ ବାହା କରିଦେଲେ। ନିକଟ ସମ୍ପର୍କୀୟ ଝିଅଟି, ନାଁ ଅନିମା । ଅନିମା ବି ଶାଶୁ ଶଶୁରଙ୍କ ସେବା
କରନ୍ତି କିନ୍ତୁ ଧିରେ ଧିରେ ସେଥିରେ କମି ପରିଲିକ୍ଷିତ ହୁଏ।
         ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ମହାପ୍ରଭୁଙ୍କୁ ବହୁତ ଭଲ ପାଆନ୍ତି।ଦୁହେଁ ଠାକୁର ପୂଜାରେ ଅଧିକ ସମୟ ଅତିବାହିତ କରନ୍ତି ।ଠାକୁରଙ୍କୁ ଭୋଗ ଲଗାଇ ସାରିଲା ପରେ ଖାଆନ୍ତି ।ପଦ୍ୟୁମ୍ନ ବାବୁ ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ବାହାରକୁ ଯାଉଛି କହି କୁଆଡେ ଯାଆନ୍ତି କେହି ଜାଣନ୍ତିନି । ଏମିତି ଖୁସିରେ ସମୟ ଅତିବାହିତ ହେଉଥାଏ ।
         ଦିନେ ପ୍ରମିଳା ଦେବୀ ପୂଜା କରିବାକୁ ଠାକୁର ଘରକୁ ଯାଉଥାନ୍ତି ।ସେହି ସମୟରେ ବୋହୁ ଅନିମାର କିଛି କଥା , ଯାହା ସିଏ ଆଲୋକକୁ କହୁଥିଲେ ଶୁଣି ତାଙ୍କ ମୁଣ୍ଡ କ'ଣ ହୋଇଗଲା । ସେ ତଳେ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ କୁ ନିଆଗଲା କିନ୍ତୁ ଡାକ୍ତରଙ୍କ ସମସ୍ତ ପରିଶ୍ରମ ବିଫଳ ହେଲା । ସେ ଅଫେରା ଦୁନିଆର ଯାତ୍ରୀ ହୋଇଗଲେ କିନ୍ତୁ ମୃତ୍ୟୁ ପୂର୍ବରୁ ବୋହୁ କହିଥିବା ସମସ୍ତ କଥା ପ୍ରଦ୍ୟୁମ୍ନ ବାବୁଙ୍କୁ କହି ଦେଇଥିଲେ । ଏଥର ପ୍ରଦ୍ୟୁମ୍ନ ବାବୁ ଏକା ହୋଇଗଲେ । ସର୍ବଦା ମହାପ୍ରଭୁଙ୍କୁ ଡାକନ୍ତି । ଏଥର ଆଗ ଅପେକ୍ଷା ଅଧିକ ସମୟ ଠାକୁର ଘରେ ବିତେ ।
        ପ୍ରଦ୍ୟୁମ୍ନ ବାବୁ ବି ଏଥର ଶୁଣିବାକୁ ପାଇଲେ ବୋହୁ ଅନିମା ତାଙ୍କ ପୁଅକୁ କହିବାର " ତୁମ ବାପାଙ୍କୁ ନେଇ ଅଲଗା କେଉଁଠି ରଖ, ମୁଁ ତାଙ୍କ ସେବା କରି ପାରିବିନି , ମୁଁ ଘରେ ଫ୍ରୀ ରେ ରହି ପାରୁନି, ତୁମେ ତାଙ୍କୁ ଅନାଥାଶ୍ରମରେ ଛାଡି ଦେଉନ " ।ଏଭଳି ଶୁଣି ମଧ୍ୟ ତାଙ୍କ ପୁଅ କୌଣସି ବିରୋଧ ନ କରିବା ତାଙ୍କୁ ଅଧିକ ଚକିତ କଲା । ଏହାର କିଛି ଦିନ ପରେ,ଦିନେ ଅପରାହ୍ନ ସମୟ, ପୁଅ ଆଲୋକ ଆସି ମୁଣ୍ଡ ତଳକୁ କରି ଠିଆ ହେଲା । କହିଲା ବାପା କିଛି କହିବାକୁ ଆସିଛି ।
ପ୍ରଦ୍ୟୁମ୍ନ ବାବୁ କହିବାକୁ କହିବାରୁ ଆଲୋକ କହିଲେ "ବାପା ତୁମେ ରହିବା ପାଇଁ ମୁଁ କଥା ହୋଇଛି ତୁମର କିଛି ପ୍ରୋବ୍ଲେମ ହେବ ନାହିଁ ,ମୁଁ ପ୍ରତି ମାସରେ ଯାଇ ଦେଖା କରି ଆସିବି "।
                  ଏହା ଶୁଣି ପ୍ରଦ୍ୟୁମ୍ନ ବାବୁ କିଛି ସମୟ ଚୁପ୍ ହୋଇଯାଇ କହିଲେ ବର୍ତ୍ତମାନ ଯିବା। ଆଲୋକ ମୁଣ୍ଡ ତଳକୁ କରି କହିଲେ କାଲି ସକାଳୁ କିନ୍ତୁ ପ୍ରଦ୍ୟୁମ୍ନ ବାବୁ ଟିକିଏ ସମୟ ଅପେକ୍ଷା କରିବାକୁ କହି ଠାକୁର ଘରକୁ ଯାଇ କାନିରେ କ'ଣ ବାନ୍ଧି ଫେରି ଆସିଲେ ।ଆଉ କହିଲେ ମୁଁ ଗାଡିକୁ ଯାଉଛି ତୁ ଆସେ ।ଆଲୋକ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାଏ,ବାପାଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବିସ୍ମିତ କରୁଥାଏ । ସେ ଭାବିଥିଲେ ତାଙ୍କ ବାପା କାନ୍ଦିବେ ମନ ଦୁଃଖ କରିବେ କିନ୍ତୁ ସେମିତି କିଛି ନାହିଁ କୌଣସି ବିରୋଧାଭାବ ବି ନାହିଁ । ବାପାଙ୍କ ପଛେ ପଛେ ଗାଡି ପାଖକୁ ଗଲେ ଆଲୋକ ବାବୁ, ସେତେବେଳକୁ ଗାଡିର ଝରକା ଖୋଲି ପ୍ରଦ୍ୟୁମ୍ନ ବାବୁ ଭିତରେ ବସି ସାରିଥାନ୍ତି ।ଡ୍ରାଇଭର ସିଟ୍ ରେ ବସିପଡି ଆଲୋକ ବାବୁ ଗାଡି ଷ୍ଟାର୍ଟ କଲେ । ଗାଡି ଚାଲିଥାଏ ସତେ ଅବା ଦୁଇଟି ଅଚିହ୍ନା ବ୍ୟକ୍ତି ଗାଡିରେ ବସିଛନ୍ତି କୌଣସି କଥୋପକଥନ ନାହିଁ ।ଗାଡି ଯାଇ ଲାଗିଲା ଏକ ବୃଦ୍ଧାଶ୍ରମ ପାଖରେ ।ସଂଧ୍ୟା ସମୟ ଭିତରକୁ ଯାଉ ଯାଉ ନଜର ପଡିଲା ଅପୂର୍ବ ମହାପ୍ରଭୁଙ୍କର ସୁନାବେଶର ବିରାଟ ବଡ ପ୍ରତିଛବି
ଯାହା କାନ୍ଥରେ ଝୁଲି ସମସ୍ତଙ୍କୁ ବିମୋହିତ କରୁଛନ୍ତି ।
ମହାପ୍ରଭୁଙ୍କ ଆଖିରେ ଆଖି ମିଶିଗଲା ପ୍ରଦ୍ୟୁମ୍ନ ବାବୁଙ୍କର, କେଇ ଟୋପା ଲୁହ ବୋହି ଆସିଲା । ଭିତରୁ ଛୁଟି ଆସୁଥିଲା ଭାଗବତର ମଧୁର ରସଧ୍ବନି ।
ପ୍ରଦ୍ୟୁମ୍ନ ବାବୁଙ୍କୁ ଦେଖି ଧାଇଁ ଆସିଲେ ବୃଦ୍ଧାଶ୍ରମକୁ ବୁଝାସୁଝା କରୁଥିବା କାଳନ୍ଦି ବାବୁ ।ପ୍ରଦ୍ୟୁମ୍ନ ବାବୁଙ୍କୁ ପ୍ରଣାମ କରି ଦୁଇଟି ଚେୟାର ବଢାଇ ଦେଲେ ସେମାନଙ୍କ ଉଦ୍ଦେଶ୍ୟରେ । ପ୍ରାଥମିକ କାର୍ଯ୍ୟ ଯେଉଁଠି ଯାହା ଦସ୍ତଖତ କରିବା କଥା ତାହା ସଂପୂର୍ଣ୍ଣ କରାହେଲା  ।ତାହା ପରେ ପ୍ରଦ୍ୟୁମ୍ନ କାନିରେ ବାନ୍ଧି ଆଣିଥିବା ମହାପ୍ରଭୁଙ୍କର ଛୋଟିଆ ବିଗ୍ରହଟିକୁ ବାହାର କରି କାନିରେ ପୋଛି ଦେଇ କହିଲେ "ସବୁ ସ୍ବାର୍ଥପର ତୁମେ ହିଁ ନିଜର" କହି ବଢାଇ ଦେଲେ କାଳନ୍ଦି ବାବୁଙ୍କୁ ।କହିଲେ ମୋ କାଳିଆ ପୁଅକୁ ଟିକିଏ କେଉଁଠି ଭଲରେ ରଖି ଦେବେ।କାଳନ୍ଦି ବାବୁଙ୍କ ଆଖିରେ ଲୁହ ଥିଲା ଏକ ସ୍ବତନ୍ତ୍ର ଘରକୁ ନେଇ ଦେଖେଇ ଦେଲେ ତାଙ୍କ ରହିବା ଉଦ୍ଦେଶ୍ୟରେ ।
          ଆସନ୍ତାକାଲି ଆସିବାକୁ କହି ଯେତେବେଳେ ଆଲୋକ ବାବୁ ବାହାରିଲେ ପ୍ରଦ୍ୟୁମ୍ନ ବାବୁ କହିଲେ "ପୁଅ ଦେଖିକି ଯିବୁ, ଗାଡି ଧିରେ ଚଲେଇବୁ ଆଉ ତୋର ଯତ୍ନ ନେବୁ " । ସତରେ ବାପା ବାପା ଏତେ ପରେ ବି ବାପା ସର୍ବଦା ସନ୍ତାନର ମଙ୍ଗଳ ହିଁ ଚାହେଁ ।
ଆଲୋକ ବାବୁ ଫେରି ଆସିଲେ କିନ୍ତୁ ରାତି ସାରା ତାଙ୍କୁ ନିଦ ନାହିଁ ବାପାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା, ତାପରେ କାଳନ୍ଦି ବାବୁ ବି ତାଙ୍କ ବାପାଙ୍କ ସହିତ ଯେମିତି ମିଶୁଥିଲେ ସତେ ଅବା ସେ ତାଙ୍କୁ ଆଗରୁ ଜାଣିଛନ୍ତି ।
           ପରଦିନ ସକାଳୁ ବାପାଙ୍କର କିଛି ପୋଷାକ ପରିଛଦ ଏବଂ ପୂର୍ବରୁ କଥା ହୋଇଥିବା କିଛି ଟଙ୍କା ଯାହା ବୃଦ୍ଧାଶ୍ରମକୁ ଦିଆ ହେବା କଥା ତାହା ସାଙ୍ଗରେ ନେଇ ବାହାରି ପଡିଲେ ଆଲୋକ ବାବୁ ।ଯାଇ ପହଁଚିଲେ ବୃଦ୍ଧାଶ୍ରମରେ । ପୂର୍ବରୁ କାଳନ୍ଦି ବାବୁ ସେଠି ଉପସ୍ଥିତ ଥିଲେ ,ପାଖରେ ଏକ ଚେୟାର ପକାଇ ଆଲୋକ ବାବୁଙ୍କୁ ବସିବାକୁ କହିଲେ ।ଆଲୋକ ବାବୁ ବସିଲେ ଏବଂ ଆଣିଥିବା ଟଙ୍କାକୁ ବଢାଇ ଦେଲେ କିନ୍ତୁ କାଳନ୍ଦି ବାବୁ ରଖିବାକୁ ମନାକଲେ । ଏହା ଦେଖି ଟିକିଏ ରାଗିଗଲେ ଆଲୋକ ବାବୁ ,କହିଲେ ଏତେ ସିମ୍ପାଥି ଦେଖେଇବା ଦରକାର ନାହିଁ ,ମୁଁ ଦେଖୁଛି ଆପଣ ପ୍ରାପ୍ୟଠୁ ଅଧିକ ସମ୍ମାନ ଆମକୁ ଦେଉଛନ୍ତି।କ'ଣ ପାଇଁ ?
          ଆଲୋକର କଥାଶୁଣି କାଳନ୍ଦି ବାବୁ କହିଲେ ଯଦି ଶୁଣିବାକୁ ଚାହୁଁଛୁ ଶୁଣୁ । ଏହା ବୃଦ୍ଧାଶ୍ରମ ଆଗରୁ ଏକ ଅନାଥାଶ୍ରମ ଥିଲା । ଆଉ ସେତେବେଳେ ବି ତାହାର ସମସ୍ତ ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା ।
ତୁ ସେଇ ଅନାଥାଶ୍ରମର ଗୋଟିଏ ପିଲା ଥିଲୁ । ପ୍ରଦ୍ୟୁମ୍ନ ବାବୁଙ୍କର କୌଣସି ସନ୍ତାନ ନଥିଲେ ସେଇ ଅନାଥାଶ୍ରମ କୁ ବୁଲି ଆସିଥିବା ସମୟରେ ତୁ ତାଙ୍କ ହାତ ଧରି ପକାଇ ଥିଲୁ ।ତେଣୁ ତୋତେ ସିଏ ଗ୍ରହଣ କରିନେଲେ
ତୋର ହାତ ସିଏ କେବେ ଛାଡି ନାହାନ୍ତି କିନ୍ତୁ ତୋ ଭଳି ଅନାଥକୁ ସନ୍ତାନର ପରିଚୟ ଦେଇ ମଣିଷ କଲେ ଆଜି ତାଙ୍କ ଏଇ ଅବସ୍ଥାରେ ତୁ ହାତ ଛାଡି ଦେଲୁ ।
ତୁ ଜାଣିଛି ସମସ୍ତେ ବର୍ଷରେ ଥରେ ଜନ୍ମ ବାର୍ଷିକ ପାଳନ କରନ୍ତି କିନ୍ତୁ ତୋ ବାପା ପ୍ରତି ମାସରେ ତୋର ଜନ୍ମ ବାର୍ଷିକ ପାଳନ କରନ୍ତି ।ତୋତେ ଯେଉଁ ତାରିଖରେ ଏଠାରୁ ନେଇଥିଲେ ପ୍ରତି ମାସ ସେହି ତାରିଖରେ ଏଠାକୁ ଆସନ୍ତି ।ଆଉ ସେହି ଗୋଟେ ଦିନର ଖର୍ଚ୍ଚ ସିଏ ବହନ କରନ୍ତି । ଭାବନ୍ତି ଏମିତି କଲେ ତୋର ମଙ୍ଗଳ ହେବ ।ଯେଉଁ ପଛପଟେ ମହାପ୍ରଭୁଙ୍କ ଫଟୋ ଦେଖୁଛୁ ତାହା ବି ତୋ ବାପା ଦେଇଛନ୍ତି ।
              ସ୍ଥାଣୁ ହୋଇ ଛିଡା ହୋଇଥିଲା ଆଲୋକ ।ଆଖିରୁ ବହି ଚାଲିଥିଲା ଲୋତକର ଧାର ।କ'ଣ କଲା ସିଏ ।ଅନାଥ ହୋଇ ଯେଉଁ ବାପା ମାଆ ତାକୁ ଜଣେଇ ଦେଇ ନଥିଲେ ସେ ଅନାଥ ବୋଲି ଆଜି ନିଜ ସ୍ବାର୍ଥ ପାଇଁ ତାଙ୍କୁ ହତାଦାର କରିଦେଲି ।ଯେଉଁ ଘରେ ମୋର ଅଧିକାର ନାହିଁ କିନ୍ତୁ ତାଙ୍କ ଘରୁ ତାଙ୍କୁ ତଡି ଦେଲି । ଆଲୋକ କହିଲା ମୋତେ ଟିକେ ବାପାଙ୍କ ପାଖକୁ ନେଇଚାଲ । 
          ଆଲୋକ ଧାଇଁଗଲା ବାପାଙ୍କ ପାଖକୁ, ଧରି ପକାଇଲା ଗୋଡକୁ କହିଲା କ୍ଷମା କରନ୍ତୁ ମୋତେ ।ଆପଣଙ୍କ ଘରକୁ ଆପଣ ଚାଲନ୍ତୁ ସେ ଘରେ ମୋର ଅଧିକାର ନାହିଁ ।କୌଣସି କଥା ଆଉ ବାହାରୁ ନଥିଲା ଆଲୋକର ପାଟିରୁ ଖାଲି ହିକା ମାରି କାନ୍ଦୁଥିଲା ।
          ପ୍ରଦ୍ୟୁମ୍ନ ବାବୁ ଆଲୋକକୁ କୋଳେଇ ନେଲେ କହିଲେ କାନ୍ଦେନା ଆଲୋକ ।ମୁଁ ଆଉ ଘରକୁ ଫେରିବାକୁ ଚାହୁଁନି ।ତୋ ମାଆ ତ ଛାଡି ଚାଲିଗଲା ମୋତେ ସେଠି ଏକୁଟିଆ ଭଲ ଲାଗିବନି ।ଏଠି ବରଂ ସମସ୍ତଙ୍କ ସହିତ ସମୟ କଟିଯିବ ।
         ନିରାଶ ମନରେ ଆଲୋକ ଫେରିଲା ।ଆଉ ନୀଳ ଆକାଶକୁ ଅନେଇ ଭାବୁଥାଏ....ସତରେ କଣ ମୋ ଭୁଲ୍ ର କ୍ଷମା ଅଛି ।


 

Source : Internet

DM for credit

Thursday, December 7, 2023

ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା

 ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା



ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ  ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ  ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ  ତଥାପି, ମଳିନ ପଡିନି ଓଡିଆ ଭାଷା  ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍‌ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି  ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା  ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ 

ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ  ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା  ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ  କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ  ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ?

ସେବେଠୁ ଓଡିଆଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡିଆ ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡିକ ନିଜ ନିଜର ଦାୟିତ୍ବ ତୁଲାଇ ଆସୁଛନ୍ତି  ସମୟକ୍ରମେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ସକାଶେ ଅନେକ ପରୀକ୍ଷା ନିରୀକ୍ଷା ହୋଇଛି ଏବଂ ଏବେ ମଧ୍ୟ ସେ ପ୍ରୟାସ ଜାରି ରଖିଛି  ଆଜିର ଏହି ସୂଚନା ଓ ପ୍ରଯୁକ୍ତି ଯୁଗରେ ଓଡିଆ ସାହିତ୍ୟ ଡଟ୍ କମ୍, ନିଶ୍ଚିତ ଭାବେ ଏକ କ୍ଷୁଦ୍ର କିନ୍ତୁ ନିଆରା ପ୍ରୟାସ  ଏଇଥିପାଇଁ ନିଆରା ଯେ, ସଂଗ୍ରହଣୀୟତା ଦୃଷ୍ଟିରୁ ଓଡିଆ ସାହିତ୍ୟ ଡଟ୍ କମ୍, ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକଠାରୁ ବହୁତ ଆଗରେ  ଅନ୍ୟ ଦୃଷ୍ଟିରୁ ବିଚାର କଲେ, ସମ୍ବାଦପତ୍ର ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକର ବ୍ୟାପ୍ତି କେବଳ କିଛି ଭୌଗୋଳିକ ସୀମା ସରହଦ ଭିତରେ ସୀମିତ, ମାତ୍ର ଇଣ୍ଟର୍‌ନେଟ୍‌ର ଉପସ୍ଥିତ ବିଶ୍ବବ୍ୟାପୀ  ଏଣୁ, ଓଡିଆ ଭାଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ତଥା ସୂଚନା ଓ ପ୍ରଦ୍ୟୋଗିକ କ୍ଷେତ୍ରରେ ଓଡିଆ ଭାଷାର ପ୍ରୟୋଗ ହିଁ ବର୍ତ୍ତମାନ ସମୟର ଆହ୍ବାନ ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା  ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା 

ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍‌ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ |


Our Other posts : 

ବାଜେ କଥା : 1 : https://dharakote.blogspot.com/2023/12/1.html

ମଦ୍ୟପ : https://dharakote.blogspot.com/2023/12/blog-post_52.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html


Source : Internet


Facebook COmment

Related Posts Plugin for WordPress, Blogger...