Thursday, May 29, 2025

କାହିଁଗଲା ମୋର ଗୋଡ଼ିମାଟି ଗାଁ | ଗାଁ ଜୀବନ ଓ ସଂସ୍କୃତିର ବିଲୁପ୍ତି ଉପରେ ଓଡ଼ିଆ କବିତା

Odia village story

 
କାହିଁଗଲା ମୋର ଗୋଡ଼ିମାଟି ଗାଁ 🙏
ଛଣ ଛପରର ଘର
ଉଡ଼ିଗଲେ କାହିଁ ମୋ ଘର ଚଟିଆ
ଛିଟପାରା ଫର ଫର l
ନାହିଁ ମାଟିକାନ୍ଥ ବାଉଁଶର ଖୁଣ୍ଟି
ଧାନଶୀଂସା ଚିତା ଝୋଟି
ଶଗଡ଼ ବଳଦ ମହି ଲଙ୍ଗଳରେ
ଚଷେନାହିଁ ଚଷା ମାଟି l
ନାହିଁ ସେ ଗୁହାଳ କାଳିଆ କଷରା
ଗାଇ ଗୋଠ ହଁମା ରଡ଼ି
ନାହିଁ ରେଡ଼ିଓର ସୁଗମ ସଂଗୀତ
ମାଟି ସିଲଟର ଖଡ଼ି l
ଲଣ୍ଠନ ଆଲୁଅ ଚାଟଶାଳୀ ପାଠ
ନାହିଁ ଡାକଵାଲା ଚିଠି
ନାହିଁ ମାଟିହାଣ୍ଡି ପଖାଳର କଂସା
ସାଙ୍ଗ ସାଥି ମେଳ ଖଟି l
ଗାଁ ରେ ଶୁଭୁନି ଗୀତା ଭାଗବତ
ସାଧୂସଙ୍ଗ ଭାବ ଭକ୍ତି
ଘରେ ଘରେ ହେଲେ ଶକୁନି ମନ୍ଥରା
ଧରମକୁ ନାହିଁ ଭୀତି l
ସଭିଏଁ ଶିକ୍ଷିତ ସାକ୍ଷର ବୋଲାନ୍ତି
ନାହିଁ ସଂସ୍କାରର ଜ୍ଞାନ
ବଣ ମଲ୍ଲୀ ଏଠି ବଣରେ ଲୋଟୁଛି
ଧନବାନ ପାଏ ମାନ l
କୂପ ମଣ୍ଡୁକକୁ ମାରୁଥିଲେ ଟେକା
ଆଉ ଜଣେ କହେ ମାର l
କେହି କହେନାହିଁ ନିରୀହକୁ କାହିଁ
କରୁଅଛ ତିରସ୍କାର l
ଗୁରୁ ଗୁରୁଜନ ମାନ ସନମାନ
ବନ୍ଧୁ ପ୍ରୀତି ଗଲା ବୁଡ଼ି
ଦୁର୍ବଳ ଉପରେ ଶବଳ ବଳୁଆ
ଆଖି ଟେକି କରେ ରଡ଼ି l
ଭାଇରେ ଭାଇରେ ରାଜନୀତି ଯୁଦ୍ଧ
ନାରୀ ହେଲେ ଉର୍ଧ୍ଵ ମୁଖୀ
ସଞ୍ଜହେଲେ ଏଠି ମଦର ଆସର
ଡରଲାଗେ ସବୁ ଦେଖି l l
ବାଦ ଛେଦ ହିଂସା ସାଗଖିଆ ଦେଖେ -
ନାହିଁ ପେଜଖିଆ ଦୁଃଖ
ଅନ୍ୟାୟ ପଛରେ ଅଗଣିତ ଭିଡ଼
ନ୍ୟାୟକୁ ନମିଳେ ପକ୍ଷ l
ସଭିଏଁ କହନ୍ତି ଜୀବଙ୍କ ମଧ୍ୟରେ
ଶ୍ରେଷ୍ଠ ମଣିଷର ଜାତି
ହେଲେ ପଶୁ ଏଠି ପୋଷା ମାନିଛନ୍ତି
ଦେଖି ସଂସାରର ଗତି
l





ଏହି କବିତାଟି ଓଡ଼ିଆ ଭାଷାରେ ଏକ ଗଭୀର ଭାବନାର ପ୍ରକାଶ ଅଟୁଟ ଭାବେ କରୁଛି । ଏହା ଗାଁ ଜୀବନର ଏକ ସାଧାରଣ ଚିତ୍ରକୁ ଆଣିଛି, ଯାହା ବର୍ତ୍ତମାନ ଗୋଟିଏ ସ୍ମୃତିମାତ୍ରରେ ରହିଯାଇଛି । କବି ଏଠିରେ ନିଜ ଗାଁ, ତାହାର ଗୋଡ଼ିମାଟି, ଛଣ ଛପର ଘର, ଚଷି, ଗୋଠ, ଲଣ୍ଠନ, ଗୀତା-ଭାଗବତ ପାଠ, ଗାଁ ମେଳ, ମାଟିର ସ୍ନେହ — ଏହା ସବୁର ବିଲୁପ୍ତିକୁ ନେଇ ଏକ ଦୁଃଖ ଓ ଚିନ୍ତା ଜଣାଇଛନ୍ତି।

ମୂଳ ଥିମ୍:
ଏହି କବିତାରେ ଗାଁର ସାଧାରଣ ଜୀବନର ସୌନ୍ଦର୍ଯ୍ୟ ଓ ସଂସ୍କୃତିର ବିଲୁପ୍ତି ଦେଖାଯାଇଛି । ଗତିଶୀଳ ବିକାଶ ଓ ଆଧୁନିକତା ଗାଁ ଜୀବନକୁ କେମିତି ପଛକୁ ଠେଲିଦେଉଛି ଓ ସାଧାରଣ ଲୋକମାନେ କେମିତି ସେଇ ପୁରୁଣା ମୂଲ୍ୟବୋଧକୁ ହରାଇଦେଉଛନ୍ତି, ତାହିଁ ଏହାର ମୂଖ୍ୟ ବିଷୟ।

Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html

ଆମ ସମୟର କଥା : https://dharakote.blogspot.com/2023/04/blog-post_8.html

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


ଆମେ ବୋଧେ ସେହି ଶେଷ ପିଢ଼ି – A Thought That Haunts !

 ଆମେ ବୋଧେ ସେହି ଶେଷ ପିଢ଼ି



  • Ø  ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
  • Ø  ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ
  • Ø  ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
  • Ø  ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
  • Ø  ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
  • Ø  ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
  • Ø  ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସନ୍ତା...ଏମିତି ଆହୁରି କେତେ----* ।
COMMENT REMAININGS !!


Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
ଆମ ସମୟର କଥା : https://dharakote.blogspot.com/2023/04/blog-post_8.html
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html

Related Posts Plugin for WordPress, Blogger...