Tuesday, December 27, 2022

ବାପା aau ବୋଉ

 ଘରୁ ରାଗିକି ବାହାରି ପଳେଇ ଆସିଲି । ଏତେ ରାଗି ଯାଇଥିଲି ଯେ ମୁଁ ମୋ ଜୋତା ପିନ୍ଧିବା ବଦଳ ରେ ବାପାଙ୍କ ଜୋତା ପିନ୍ଧି ପଳେଇ ଆସିଥିଲି । ମନେ ମନେ ଭାବୁଥିଲି ଯଦି ବାଇକ କିଣି ନ ଦେଇ ପାରିବ ତାହେଲେ କାହିଁକି MBA କଲେଜ ରେ ଭର୍ତ୍ତି କରାଉ ଥିଲ । ବାଇକ ବିନା ମୁଁ କଲେଜ ଯିବିନି ।

କିଛି ବାଟ ଗଲା ପରେ ମୋ ପାଦରେ ଟିକେ କଷ୍ଟ ଅନୁଭବ ହେଲା । ଜୋତା ଟା ଖୋଲି ଦେଖିଲି ସେଥିରୁ ଗୋଟେ ପିନ ବାହାରିଛି । ଆଉ ସେ ପିନ ବାଜି ପାଦରୁ ଟିକେ ଟିକେ ରକ୍ତ ବି ବାହାରୁଚି । ସେ ରକ୍ତ କୁ ଖାତିର ନକରି ମୁଁ ଆହୁରି ଜୋର ଚାଲିଲି । କିଛି ସମୟ ପରେ ପାଦ ଟିକେ ଭିଜା ଭିଜା ଲାଗିଲା । ଦେଖିଲା ବେଳକୁ ରକ୍ତ ବାହାରି ପାଦ ଟା ପୁରା ରକ୍ତାକ୍ତ ହେଇଯାଇଛି ।

 

ଜୋତା ଖୋଲି ଦେଖିଲି।ଜୋତା ର ତଳ ଭାଗ ପୁରା ନଷ୍ଟ ହେଇଯାଇଛି । ଏହା ଭିତରେ ମୁଁ ବସ ଷ୍ଟାଣ୍ଡ ପହଂଚି ଯାଇଥିଲି । ଷ୍ଟାଣ୍ଡ ରେ ପହଂଚି ଜାଣିଲି ଯେ ବସ ଆସିବା ପାଇଁ ଏବେ ଆହୁରି ଘଣ୍ଟେ ବାକି ଅଛି । ତେଣୁ ମୁଁ କିଛି ସମୟ ସେଇଠି ବସି ରହିଲି ।ସେଠି ବସି ବସି ହଠାତ ମନେ ପଡ଼ିଲା ବାପାଙ୍କ ମନି ପର୍ସ ମୁଁ ସାଙ୍ଗରେ ନେଇ ଆସିଛି । ଯୋଉ ପର୍ସ କୁ ସେ କେବେ କାହାକୁ ହାତ ଲଗେଇବା ପାଇଁ ଦିଅନ୍ତି ନାହିଁ ଏମିତି କି ମୋ ବୋଉ କୁ ବି ନୁହଁ । ପର୍ସ ରେ କେତେ ପଇସା ଅଛି ବୋଲି ଖୋଲିଲା ବେଳକୁ ସେଥିରୁ ବାହାରିଲା ଚାଳିଶ ରୁ ପଚାଶ ଟଙ୍କା ଆଉ ତିନିଟା  ମୋଡ଼ା ହେଇଥିବା ତିନିଟା କାଗଜ ।

    

     ସେ କାଗଜ ସବୁକୁ ଖୋଲି ଯେତେବେଳେ ମୁଁ ପଡିଲି । ପଢ଼ି ସାରି ମୁଁ ପୁରା ସ୍ତବ୍ଧ ହେଇଗଲି ।

ପ୍ରଥମେ କାଗଜ ରେ ଲେଖା ଥିଲା "ଚାଷ ପାଇଁ ଚାଳିଶ ହଜାର ଟଙ୍କାର ଋଣ ଏବେ ବି ବାକି ଅଛି" ।କିନ୍ତୁ ଲୁଣି ପାଣି ବୁଡ଼ା ଯୋଗୁ ଚାଷ ନଷ୍ଟ ହେଇଯାଇଛି ସେଥି ପାଈଁ ଋଣ ଆଣିଥିଲେ  ସେ କଥା କେବେ ମତେ କି ବୋଉ କୁ କହି ନାହାନ୍ତି।

ୟା ପରେ ଦ୍ୱିତୀୟ କାଗଜ ଖୋଲି ପଢ଼ିଲି । ଏଟା ଗୋଟେ ଡାକ୍ତର ଙ୍କ ପ୍ରେସକ୍ରିପ୍ସନ ଥିଲା ଆଉ ସେଥିରେ ଲେଖା ଥିଲା ଯେ "ଗୋଟେ ନୂଆ ଜୋତା କିଣି ପିନ୍ଧନ୍ତୁ ନହେଲେ ପାଦ ଖରାପ ହେଇଯିବ"

ମୋର ମନେ ନାହିଁ ବାପା ତାଙ୍କ ପାଇଁ ଶେଷ ଥର କେବେ ନୂଆ ଜୋତା କିଣି ଥିଲେ।ମୋ ବୋଉ ଯେତେବେଳେ ବି ତାଙ୍କୁ ନୂଆ ଜୋତା କିଣିବା ପାଇଁ କୁହେ ବାପା କୁହନ୍ତି "ଏଇ ଜୋତା ତ ଏବେ ଠିକ ଅଛି ଆହୁରି ଛଅ ମାସ ପାଖା ପାଖି ଯିବ । ୟା ପରେ ଶେଷ କାଗଜ ଟି ଖୋଲି ପଢ଼ିଲି । ସେଟା ଗୋଟେ ବାଇକ ସୋରୁମ ର କାଗଜ ଥିଲା ।ଯୋଉଠି ଲେଖା ଥିଲା"ପୁରୁଣା ସ୍କୁଟର ବଦଳ ରେ ନେଇ ଯାଅନ୍ତୁ ଗୋଟେ ନୂଆ ବାଇକ"

ମନେ ପଡ଼ିଲା ବାପାଙ୍କ ର ଗୋଟେ ପୁରୁଣା ସ୍କୁଟର ଅଛି ଆଉ କିଛି ଦିନ ତଳେ ସେ କହୁଥିଲେ ସେଟା କୁ ସେ ବିକି ଦେବେ ବୋଲି ।

ଏବେ ମୁଁ ଜାଣି ପାରିଲି କାହିଁକି ସେ କହୁଥିଲେ ସ୍କୁଟର ବିକି ଦେବେ ବୋଲି, ମତେ ଗୋଟେ ନୂଆ ବାଇକ କିଣି ଦେବେ ବୋଲି ।

ଏସବୁ ଜାଣି ସାରିଲା ପରେ ମୁଁ ପୁରା ଏକ ମୁହାଁ ହେଇ ଘରେ ଆଡ଼କୁ ଦ୍ରୁତ ଗତିରେ ଦୌଡ଼ିବା ପାଇଁ ଲାଗିଲି।ଘରେ ଯାଇ ବୋଉ କୁ ପଚାରିଲି "ବାପା କୋଉଠି"ବୋଉ କହିଲା ବାପା ସକାଳୁ ସ୍କୁଟର ଟା କୁ ନେଇ କୁଆଡେ଼ ଯାଇଛନ୍ତି ବୋଲି ।

 ମୁଁ ଜାଣି ଗଲି ବାପା କୁଆଡେ ଯାଇଛନ୍ତି ବୋଲି ।ନିଶ୍ଚୟ ସେ ବାଇକ ସୋରୁମ ଯାଇଥିବେ । ଏହା ପରେ ଡେରି ନ କରି ମୁଁ ସୋରୁମ ଆଡ଼କୁ ଦୌଡ଼ିଲି । ଆଉ ସେଠି ଯାଇଦେଖିଲି ବାପା ଖରା ରେ ଗୋଟେ ଲାଇନ ଛିଡ଼ା ହେଇଛନ୍ତି।ଯୋଉଠି ସ୍କୁଟର ଏକ୍ସଚେଞ୍ଜ ଚାଲିଥିଲା ।


ମୁଁ ପଛରୁ ଦୌଡ଼ି ଯାଇ ବାପାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧ ରେ ମୁଣ୍ଡ ରଖି କାନ୍ଦିଲି । କାନ୍ଦୁ କାନ୍ଦୁ ବାପାଙ୍କ କାନ୍ଧ କୁ ପୁରା ଭିଜେଇ ଦେଲି । ଆଉ ତାଙ୍କୁ କହିଲି "ବାପା ମୋର ଭୁଲ ହେଇଯାଇଛି, ମୋର ବାଇକ ଦରକାର ନାହିଁ, ଆଗ ତୁମ ପାଇଁ ତମେ ଗୋଟେ ଭଲ ଜୋତା କିଣ । ବାପା ମୁଁ ଏବେ ତୁମ କଥା ଅନୁସାରେ MBA ମନ ଦେଇ ପଢ଼ିବି ।

ଏବଂ ନିଜେ କୋଉଠି Part-Time କାମ କରିବି । ବୋଉ ହେଉଛି ଏମିତି ଏକ ବ୍ୟାଙ୍କ ଯୋଉଠି ଆମେ ଆମର ସବୁ ରାଗ ଅଭିମାନ କଷ୍ଟ ଜମା ରଖିପାରୁ।କିନ୍ତୁ ବାପା ହେଉଛନ୍ତି ଏମିତି ଏକ କ୍ରେଡିଟ କାର୍ଡ ଯାହା ଦ୍ୱାରା ପୃଥିବୀର ସବୁ ସୁଖ ଶାନ୍ତି କିଣି ପାରିବା । ଶେଷରେ ଏତିକି କହିବି "ପୃଥିବୀ ରେ ସବୁ ବାପା ଙ୍କୁ ଭଲରେ ରଖନ୍ତୁ"।


ସୌଜନ୍ୟ:- ସାମାଜିକ ଗଣମାଧ୍ୟମ...


#odiastory 

#odiapost

#odiapeople

Tuesday, May 3, 2022

🙏ଅକ୍ଷୟ ତୃତୀୟା🙏




୧-ଏହି ଦିନ  ଗଙ୍ଗା ମାତାଙ୍କର  ଧରାବତରଣ ହୋଇଥିଲା।

୨- ଏହା ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ।

୩- ମା ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ।

୪-କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଏହିଦିନ।

୫- ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ମିଳନ ମଧ୍ୟ ଏହି ଦିନ ସଂଘଟିତ ହୋଇଥିଲା।

୬- ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ଦିନ।

୭- ସତ୍ୟ ଏବଂତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ମହାନ ଦିନରେ।

୮-ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଏହିଦିନ ହୋଇଥିଲା।

୯- ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ।

୧୦- ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ।

୧୧- ଏହିଦିନ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା।

୧୨- ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ, ପୂଣ୍ୟ ତିଥି ଟିଏ,ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ।

🕉️🕉️🚩🚩🙏🙏🌼🌼

Facebook COmment

Related Posts Plugin for WordPress, Blogger...