Thursday, October 22, 2020

Daily Khabar 22nd Oct 2020

*ଆଜିର ଖବର*
*ତାରିଖ – ୨୨/୧୦/୨୦୨୦(ଗୁରୁବାର)*

୧. ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌।

୨. ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ରେକି କରିଥିଲେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ସଦସ୍ୟ, ଭୁବନେଶ୍ୱରରେ ରହି ପୁରୀ ଓ କଟକ ବୁଲିଥିଲେ ।

୩. ଭୁବନେଶ୍ୱର : ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଖଣ୍ଡଗିରି ଯଦୁପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ୫ ଘଣ୍ଟା ଜେରା କରିବା ପରେ ରାଜଧାନୀକୁ ଆତଙ୍କବାଦ ଭୟ ଘାରିଛି । 

୪. ତିର୍ତୋଲ ଉପନିର୍ବାଚନ : ବିଜେଡି ପାର୍ଥୀ ବିଜୟ ବିଜୟ ଶଙ୍କର ବିରିଡିରେ ରୋଡ ସୋ ବିପୁଳ ଜନ ସମର୍ଥନ ସହ ବରାହପୁରରୁ ଆରମ୍ଭ କଲେ ପ୍ରଚାର ।

୫. ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ନିକଟତର ହୋଇଛି । ଗତ ୨୪ଘଣ୍ଟାରେ ଭୁବନେଶ୍ବରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୭,୯୦୯କୁ ବୃଦ୍ଧି ପାଇଛି ।

୬.  ନୂଆଦିଲ୍ଲୀ: ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କ ପ୍ରତି ‘ଆଇଟମ୍’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା କମଲ୍‌ ନାଥଙ୍କୁ ବୁଧବାର ଦିନ ନିର୍ବାଚନ କମିସନ୍ ନୋଟିସ ଜାରି କରିଛନ୍ତି ।

୭. କରୋନାରୁ ସୁସ୍ଥ ରୋଗୀଙ୍କ ପାଇଁ ଜାରି ହେଲା ନିର୍ଦେଶନାମା : ଡିସଚାର୍ଜର ୭ଦିନ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦେଶ ।

୮. ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ଆସନ ଟଳ ମଳ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍ ।

୯. କର୍କଟ ରୋଗ ରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ।

୧୦. ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ ଟପିଲା, କୋଭିଡ ଯୋଦ୍ଧାଙ୍କୁ ପ୍ରସଂଶା କଲେ ମୁଖ୍ୟମନ୍ତ୍ରୀ ।

୧୧. ଏବେ ମହାରାଷ୍ଟ୍ରରେ ବିନା ଅନୁମତିରେ ତଦନ୍ତ କରି ପାରିବନାହିଁ ସିବିଆଇ, ରୋକ୍ ଲଗାଇଲେ ଉଦ୍ଧବ ସରକାର ।

୧୨. ହ୍ରିତିକଙ୍କ ହୃଦୟ ଜିଣିନେଲା ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ । କୋଭିଡ ହସ୍ପିଟାଲରେ ପିପିଇ କିଟ୍ ପିନ୍ଧା ନାଚକୁ ପସନ୍ଦ କଲେ ବଲିଉଡ ହିରୋ । ଟ୍ୱିଟ୍ କରି କହିଲେ, ଡାକ୍ତରଙ୍କଠୁ ମୁଁ ଶିଖିବି ଡ୍ୟାନ୍ସ… ।

୧୩. ଆବୁଧାବି :  ବୋଲରଙ୍କ ଘାତକ ବୋଲିଂ ବଳରେ ଆଇପିଏଲର ୩୯ତମ ଲୋ ସ୍କୋରିଂ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍‌ ରାଇଡର୍ସକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି ।

୧୪. ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଅର୍ଥନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କରୋନା ଭାଇରସ ପାଇଁ ଭୁଷୁଡି ପଡିଥିବା ଦେଶର ଆର୍ଥିକ ସ୍ଥିତିରେ ଏବେ ପୁଣି ସୁଧାର ଆସୁଥିବା ସେ କହିଛନ୍ତି ।

୧୫. ମହିଷାସୁର ପରି ମହାମାରୀ ମାରିବାକୁ ଦୁର୍ଗା ଅବତାର ନେଲେ ଡାକ୍ତର, ନର୍ସ । ହାତରେ ମାସ୍କ, ସାନିଟାଇଜର, ଇଞ୍ଜେକ୍ସନ ଧରି ସେବିକା ସାଜିଲେ ଦୁର୍ଗତୀନାଶିନୀ ।

୧୬. ବିହାର ରେ ଜନମତ ସର୍ଭେରେ ବିହାରରେ ପୁଣି କ୍ଷମତାକୁ ଫେରିବ ଏନଡିଏ । ସେପଟେ ତେଜସ୍ୱୀଙ୍କ ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ । ଉତ୍ସାହିତ ମହାମେଂଟ, ଅଡୁଆରେ ପଡିପାରେ ଏନଡିଏ ।

୧୭. ଓ୍ବାଶିଂଟନ : ଆମେରିକା ମହାକାଶ ଏଜେନ୍ସି ‘ନାସା’କୁ ମିଳିଛି ବଡ଼ ସଫଳତା ।
ଓସିରିସ୍‌-ରେକ୍ସମହାକାଶ ଯାନ ପାଖାପାଖି ୪ ବର୍ଷର ଯାତ୍ରା ଶେଷ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛି । 

୧୮. ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଭାରତରେ ଏହାର ବିକଶିତ ମୋବାଇଲ୍ ବ୍ରାଉଜର ‘ଜିଓ ପେଜ୍’ (JioPages) କୁ ଲଞ୍ଚ କରିଛି। ଏହା ଆଠଟି ଭାରତୀୟ ଭାଷାରେ ଉପଲବ୍ଧ ହେବ ।

୧୯. ନୂଆଦିଲ୍ଲୀ :  ଜଣାଶୁଣା କ୍ରୀଡ଼ା ପ୍ରଶାସକ ଆଦିଲେ ସୁମରିଓ୍ବାଲା ତୃତୀୟଥର ପାଇଁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ।

୨୦. ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ମୟୂରଭଞ୍ଜ ଜିଲାରେ ଥିବା ୧୧୦୬ ସ୍କୁଲରେ ତାଲା ଝୁଲିବ ବୋଲି ବିଭାଗର ଚିଠି ନଂ. ୫୫୩୮/୧୧ା୩ା୨୦ରୁ ଜଣାପଡ଼ିଛି ।

୨୧. ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । 

୨୨. ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା : ୨ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ; ଆଜି ଲଘୁଚାପ ନେବ ଅବପାତ ରୂପ, ଆଗକୁ ହେବ ଗଭୀର ଅବପାତ ।

୨୩. କରାଚୀ: ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସେନା ଓ ପୁଲିସ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି ।

*କରୋନା ଟିପ୍ସ୍ : ଲକଡାଉନ୍ ଉଠିଛି କିନ୍ତୁ ସାରା ବିଶ୍ୱରେ ଭାଇରସ୍ ଯାଇନାହିଁ । ଯେପର୍ଯ୍ୟନ୍ତ ଟିକାର ନିରାକରଣ ନାହିଁ ,  ସେପର୍ଯ୍ୟନ୍ତ ଆମ୍ଭେମାନେ ହାଲୁକା ନେବା ନାହିଁ । କରୋନା କୁ ଜିତିବା ଓ ସୁସ୍ଥରେ ରହିବା । ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।*

*ସୁପ୍ରଭାତ , ଗୁଡ଼ମର୍ଣ୍ଣିଂ 🙏*

Facebook COmment

Related Posts Plugin for WordPress, Blogger...