Thursday, May 29, 2025

କାହିଁଗଲା ମୋର ଗୋଡ଼ିମାଟି ଗାଁ | ଗାଁ ଜୀବନ ଓ ସଂସ୍କୃତିର ବିଲୁପ୍ତି ଉପରେ ଓଡ଼ିଆ କବିତା

Odia village story

 
କାହିଁଗଲା ମୋର ଗୋଡ଼ିମାଟି ଗାଁ 🙏
ଛଣ ଛପରର ଘର
ଉଡ଼ିଗଲେ କାହିଁ ମୋ ଘର ଚଟିଆ
ଛିଟପାରା ଫର ଫର l
ନାହିଁ ମାଟିକାନ୍ଥ ବାଉଁଶର ଖୁଣ୍ଟି
ଧାନଶୀଂସା ଚିତା ଝୋଟି
ଶଗଡ଼ ବଳଦ ମହି ଲଙ୍ଗଳରେ
ଚଷେନାହିଁ ଚଷା ମାଟି l
ନାହିଁ ସେ ଗୁହାଳ କାଳିଆ କଷରା
ଗାଇ ଗୋଠ ହଁମା ରଡ଼ି
ନାହିଁ ରେଡ଼ିଓର ସୁଗମ ସଂଗୀତ
ମାଟି ସିଲଟର ଖଡ଼ି l
ଲଣ୍ଠନ ଆଲୁଅ ଚାଟଶାଳୀ ପାଠ
ନାହିଁ ଡାକଵାଲା ଚିଠି
ନାହିଁ ମାଟିହାଣ୍ଡି ପଖାଳର କଂସା
ସାଙ୍ଗ ସାଥି ମେଳ ଖଟି l
ଗାଁ ରେ ଶୁଭୁନି ଗୀତା ଭାଗବତ
ସାଧୂସଙ୍ଗ ଭାବ ଭକ୍ତି
ଘରେ ଘରେ ହେଲେ ଶକୁନି ମନ୍ଥରା
ଧରମକୁ ନାହିଁ ଭୀତି l
ସଭିଏଁ ଶିକ୍ଷିତ ସାକ୍ଷର ବୋଲାନ୍ତି
ନାହିଁ ସଂସ୍କାରର ଜ୍ଞାନ
ବଣ ମଲ୍ଲୀ ଏଠି ବଣରେ ଲୋଟୁଛି
ଧନବାନ ପାଏ ମାନ l
କୂପ ମଣ୍ଡୁକକୁ ମାରୁଥିଲେ ଟେକା
ଆଉ ଜଣେ କହେ ମାର l
କେହି କହେନାହିଁ ନିରୀହକୁ କାହିଁ
କରୁଅଛ ତିରସ୍କାର l
ଗୁରୁ ଗୁରୁଜନ ମାନ ସନମାନ
ବନ୍ଧୁ ପ୍ରୀତି ଗଲା ବୁଡ଼ି
ଦୁର୍ବଳ ଉପରେ ଶବଳ ବଳୁଆ
ଆଖି ଟେକି କରେ ରଡ଼ି l
ଭାଇରେ ଭାଇରେ ରାଜନୀତି ଯୁଦ୍ଧ
ନାରୀ ହେଲେ ଉର୍ଧ୍ଵ ମୁଖୀ
ସଞ୍ଜହେଲେ ଏଠି ମଦର ଆସର
ଡରଲାଗେ ସବୁ ଦେଖି l l
ବାଦ ଛେଦ ହିଂସା ସାଗଖିଆ ଦେଖେ -
ନାହିଁ ପେଜଖିଆ ଦୁଃଖ
ଅନ୍ୟାୟ ପଛରେ ଅଗଣିତ ଭିଡ଼
ନ୍ୟାୟକୁ ନମିଳେ ପକ୍ଷ l
ସଭିଏଁ କହନ୍ତି ଜୀବଙ୍କ ମଧ୍ୟରେ
ଶ୍ରେଷ୍ଠ ମଣିଷର ଜାତି
ହେଲେ ପଶୁ ଏଠି ପୋଷା ମାନିଛନ୍ତି
ଦେଖି ସଂସାରର ଗତି
l





ଏହି କବିତାଟି ଓଡ଼ିଆ ଭାଷାରେ ଏକ ଗଭୀର ଭାବନାର ପ୍ରକାଶ ଅଟୁଟ ଭାବେ କରୁଛି । ଏହା ଗାଁ ଜୀବନର ଏକ ସାଧାରଣ ଚିତ୍ରକୁ ଆଣିଛି, ଯାହା ବର୍ତ୍ତମାନ ଗୋଟିଏ ସ୍ମୃତିମାତ୍ରରେ ରହିଯାଇଛି । କବି ଏଠିରେ ନିଜ ଗାଁ, ତାହାର ଗୋଡ଼ିମାଟି, ଛଣ ଛପର ଘର, ଚଷି, ଗୋଠ, ଲଣ୍ଠନ, ଗୀତା-ଭାଗବତ ପାଠ, ଗାଁ ମେଳ, ମାଟିର ସ୍ନେହ — ଏହା ସବୁର ବିଲୁପ୍ତିକୁ ନେଇ ଏକ ଦୁଃଖ ଓ ଚିନ୍ତା ଜଣାଇଛନ୍ତି।

ମୂଳ ଥିମ୍:
ଏହି କବିତାରେ ଗାଁର ସାଧାରଣ ଜୀବନର ସୌନ୍ଦର୍ଯ୍ୟ ଓ ସଂସ୍କୃତିର ବିଲୁପ୍ତି ଦେଖାଯାଇଛି । ଗତିଶୀଳ ବିକାଶ ଓ ଆଧୁନିକତା ଗାଁ ଜୀବନକୁ କେମିତି ପଛକୁ ଠେଲିଦେଉଛି ଓ ସାଧାରଣ ଲୋକମାନେ କେମିତି ସେଇ ପୁରୁଣା ମୂଲ୍ୟବୋଧକୁ ହରାଇଦେଉଛନ୍ତି, ତାହିଁ ଏହାର ମୂଖ୍ୟ ବିଷୟ।

Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html

ଆମ ସମୟର କଥା : https://dharakote.blogspot.com/2023/04/blog-post_8.html

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


ଆମେ ବୋଧେ ସେହି ଶେଷ ପିଢ଼ି – A Thought That Haunts !

 ଆମେ ବୋଧେ ସେହି ଶେଷ ପିଢ଼ି



  • Ø  ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
  • Ø  ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
  • Ø  ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ
  • Ø  ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
  • Ø  ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ
  • Ø  ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
  • Ø  ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
  • Ø  ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
  • Ø  ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
  • Ø  ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
  • Ø  ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
  • Ø  ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସନ୍ତା...ଏମିତି ଆହୁରି କେତେ----* ।
COMMENT REMAININGS !!


Our other most liked and view post's : 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ଵର ହେବା କଥା : https://dharakote.blogspot.com/2024/06/blog-post.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା : https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
ଆମ ସମୟର କଥା : https://dharakote.blogspot.com/2023/04/blog-post_8.html
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html

Tuesday, May 27, 2025

ଆମେ ଓଡ଼ିଆ : – Odia is Pride

 
colorful Odisha artwork
ଆମେ ଓଡ଼ିଆ
ଆମେ କହୁ ଓଡ଼ିଆ
ଆମେ ପଢ଼ୁ ଓଡ଼ିଆ
ଆମେ ଲେଖୁ ଓଡ଼ିଆ
ଆମ ମାତୃଭାଷା ଓଡ଼ିଆ !!

ମଣିଷର ମାତୃଭାଷା ଗୋଟିଏ । ମାତୃଭାଷା ହିଁ ଆମର ପ୍ରଥମ ଭାଷା । ମଣିଷ ଏହି ଭାଷାରେ ପ୍ରଥମେ କଥାବାର୍ତ୍ତା କରେ । ଏହି ଭାଷାରେ ସାହି ପଡ଼ିଶା ସ୍ବାଗତ ଜଣାନ୍ତି । ପରିବାରର ଲୋକ ଆକଟନ୍ତି , ଗେଲ କରନ୍ତି ଏବଂ ଗାଳି ମଧ୍ୟ ଦିଅନ୍ତି । ମାତୃଭାଷାର ପବିତ୍ର ଗଙ୍ଗାରେ ଗାଧୋଉ ଗାଧୋଉ ତାହା ମଣିଷର ପ୍ରତି ରକ୍ତକଣିକାରେ ମିଶିଯାଏ । ହେଇଯାଏ ତା ଜୀବନର ଅ°ଶ । ମାତୃଭାଷା ଶିଖିବାରେ କିଛି ଅସୁବିଧା ହୁଏନାହିଁ । ପୃଥିବୀର ବହୁଭାଗ ଲୋକ କେବଳ ନିଜର ମାତୃଭାଷା ହିଁ ଜାଣନ୍ତି । ସେଭଳି ଲୋକଙ୍କ ସ°ଖ୍ୟା ୯୫ ପ୍ରତିଶତରୁ ବେଶୀ । ନିଜ ଭାଷାରେ ଆମର ସବୁ କାମ ତୁଲ ହୋଇଯାଏ । ଦ୍ଵିତୀୟ ଭାଷା କେବଳ ପ୍ରୟୋଜନ ହେତୁ ଶିଖୁ । ଆମେ ନିଜ ଭାଷା କହିଲା ବେଳେ ଜିଭ ଦାନ୍ତ କଣ୍ଠ ଆଦି ବ୍ୟବହାର କରିଥାଉ । ସାରଳା ଦାସ , ଜଗନ୍ନାଥ ଦାସ ଆମ ଭାଷାକୁ ସମୃଦ୍ଧ କରି ଯାଇଛନ୍ତି । ଭାଷା ଭିତ୍ତିକ ରାଜ୍ୟ ଭାବେ ଆମ ଓଡ଼ିଶା ସର୍ବପ୍ରଥମ । ଅଞ୍ଚଳ ଅନୁସାରେ କିଛି ପ୍ରଭେଦ ଥିଲେ ମଧ୍ୟ ସବୁ ଓଡ଼ିଆ ଭାଷା । ବହିର ଭାଷା ଯାହା କଥିତ ଭାଷା ତାହା ନୁହେଁ । କଥିତ ଭାଷା ଲୋକଙ୍କ ମୁହଁରେ ରହେ ‌। ୟା ବୋଲି ଲିଖିତ ଭାଷା କଥିତ ଭାଷାଠୁ ସର୍ବଥା ଉନ୍ନତ , ଏ କଥା କହିବା ଠିକ୍ ନୁହେଁ । କଥିତ ଭାଷାର ବି ଖୁବ୍ ଅଦ୍ଭୁତ ଶକ୍ତି , ଅତୁଳନୀୟ ଗୌରବ ଅଛି । ଆମ ଓଡ଼ିଶାରେ ଗାଉଁଲି ଗୀତ , ଗପ , ଢ଼ଗଢ଼ମାଳି , ଶିଶୁ ଖେଳା ଏ ଯାଏଁ କଳନା ହେଇପାରିନି । ଏବେ ଆମର ଯେଉଁ ଭାଷାରେ ବହିପତ୍ର ଲେଖା ଚାଲିଛି ତାହା ଆମ ଭାଷାର ପୂର୍ଣ୍ଣାଙ୍ଗ ରୂପ ନୁହେଁ । ଆମ ଗାଁ ଗହଳରେ ଲୋକ ମୁହଁରେ ଆହୁରି ଅନେକ ଶବ୍ଦ ରହିଛି । ସେଗୁଡିକ ସଙ୍କଳିତ ହୋଇ ଲେଖାକୁ ଆସିବା ଦରକାର । ଶହ ଶହ ଶବ୍ଦ ଓ ଲୋକଗୀତ ହଜି ଯିବାକୁ ବସିଲାଣି । ସେ ସବୁକୁ ସ°ଗ୍ରହ କଲେ ଆମ ଭାଷା ସମୃଦ୍ଧ ହୋଇ ଉଠିବ । ଆମ ଭାଷା ପୂର୍ଣ୍ଣତା ଆଡ଼କୁ ଆଗେଇ ଯିବ ।



Comment on views on : What does ଆମେ ଓଡ଼ିଆ mean to you?

#Odia Language #Mo Bhasa #Odia Bhasa #ଓଡ଼ିଆ ଭାଷା

#My_Mother_Tongue #Indian_Languages #Odia_Culture

#Odia_Literature #Odia_Identity #Odisha_Culture

#Odia_Tradition #ଓଡ଼ିଆସାହିତ୍ୟ #ଓଡ଼ିଶାସଂସ୍କୃତି #Language_Learning

#Mother_Tongue_Education #OdiaGrammar #LanguagePreservation

#ଭାଷାଶିକ୍ଷା #LoveforOdia #ProudtobeOdia #Odia_Emotions

#ଓଡ଼ିଆଗର୍ବ #MoOdiaMoourab

Tuesday, November 19, 2024

ଭାବର ଠାକୁର

ଭାବର ସାଗର କାଳିଆ ଠାକୁର ଘର ତାଙ୍କ ଶ୍ରୀମନ୍ଦିର, ସେହିଠାରେ ବସି ସଂସାର ଚଳାନ୍ତି ସଭିଙ୍କୁ କରି ନିଜର। ତାଙ୍କ ନାମ ରସ ଅମୃତ ସମାନ ତୁଣ୍ଡେ ନେଲେ ଶୁଦ୍ଧିଜନେ, ବିନା ବାଧାବିଘ୍ନେ ଦିନ ବିତୁଥିବ ରଖନ୍ତୁ ଏହାକୁ ମନେ। *ଜୟ ଜଗନ୍ନାଥ। 🙏🙏।*

Wednesday, October 30, 2024

1999 ମହାବାତ୍ୟା ବିଷୟ ରେ ପଦେ


*ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା, ଦୋହଲି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ*

ମଙ୍ଗଳବାର ମହାବାତ୍ୟାକୁ ୨୫ ବର୍ଷ ପୂରିବ । ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଏଥିରେ ପୋକମାଛି ଭଳି ମଣିଷ ମରିଥିଲେ । ଶବର ପାହାଡ଼ ଗଦା ହୋଇ ଯାଇଥିଲା । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ମହାବାତ୍ୟା କୋପରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହାର ୨୫ ବର୍ଷ ପରେ ସେହି ଅକ୍ଟୋବର ମାସରେ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା । କିନ୍ତୁ ମହାବାତ୍ୟାରୁ ମିଳିଥିବା ଶିକ୍ଷା, ଅଭିଜ୍ଞତା ଓ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଜିରୋ କାଜୁଆଲିଟି ବା ଶୂନ ମୃତ୍ୟୁ ସମ୍ଭବ ହୋଇଛି । 

ବିଗତ ଦିନରେ ହୋଇଥିବା ବାତ୍ୟାର ଭୟାବହତାକୁ ବୁଝିବା ଓ ଏଥିରୁ ଶିକ୍ଷା ନେଇ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସରକାର ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରୁଛନ୍ତି । ଏହି ଅବସରରେ ମହାବାତ୍ୟା ସମୟର ଦୁଃଖଦ ସ୍ମୃତି ଠାରୁ ନେଇ ବିଭିନ୍ନ ସମୟରେ ଓଡ଼ିଶା ସାମ୍ନା କରୁଥିବା ବାତ୍ୟାର ସଫଳ ମୁକାବିଲା ଅନୁଭୂତି ଆଲୋଚନା ହେବ । 

୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ହୋଇଥିଲା । ଜଗତସିଂହପୁର ସହ ପୂରା ଉପକୂଳକୁ ଏହା ଛାରଖାର କରି ଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ । ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ମହାବାତ୍ୟା ପରେ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ ଅନେକ ବର୍ଷ ପଛକୁ ନେଇ ଯାଇଥିଲା । 

ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଥିଲା ସତ, କିନ୍ତୁ ଅନେକ ସରକାରୀ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା । ଏଥିରୁ ଶିଖିବା ପରେ ସରକାର ତତ୍କାଳ ବିପର୍ଯ୍ୟୟ ପରିଚାଳନା ନୀତି ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଗଢ଼ା ହେଲା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହେଲା । ଏହା ପରେ ଜନ୍ମ ନେଇଥିଲା ଓସ୍ଡମା(ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଏବଂ ଓଡ୍ରାଫ୍ । ୧୯୯୯ ବାତ୍ୟା ପୂର୍ବରୁ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା । ଏହା ପରେ ୧୦ ହଜାର ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ଶହ ଶହ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା । 

ମହାବାତ୍ୟା ପରେ ଓଡ଼ିଶା ୧୩ଟି ବାତ୍ୟାକୁ ସାମ୍ନା କରି ସାରିଲାଣି । ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି, ୪ଟିର ପ୍ରଭାବ ପଡ଼ିଛି । କିନ୍ତୁ ଓଡ଼ିଶା ପ୍ରତିଥର ଏହାକୁ ସଫଳ ମୁକାବିଲା କରିଛି । ୨୦୧୩ ଅକ୍ଟୋବରରେ ଫାଇଲିନ୍ ଗୋପାଳପୁରରେ ମାଡ଼ ହୋଇଥିଲା । ଏଥିରେ ପ୍ରାୟ ୯୦ଲକ୍ଷ ପ୍ରଭାବିତ ହୋଇଥିଲେ ଓ ୨ଲକ୍ଷ ୩୦ହଜାର ଘର ଭାଙ୍ଗି ଯାଇଥିଲା । ୨୪୦୦ କୋଟିର ସମ୍ପତ୍ତି ନଷ୍ଟ ହୋଇଥିଲା । ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ହୁଡହୁଡ୍, ତିତ୍ଲି, ବୁଲବୁଲ, ଫନି, ଅମ୍ପାନ୍, ଗୁଲାବ, ଜୱାଦ, ସିତରଙ୍ଗ, ମାଣ୍ଡୋସ୍, ଆସାନୀ ଓ ୟସ୍ ଭଳି ବାତ୍ୟା ଓଡ଼ିଶାରେ ମାଡ଼ ହୋଇଛି । କିନ୍ତୁ ସବୁଥର ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ପୂର୍ବାପେକ୍ଷା କମିଛି । ଗତ ୫୭ ବର୍ଷରେ ରାଜ୍ୟବାସୀ ମୋଟ ୧୬ଟି ବାତ୍ୟା ଦେଖିଲେଣି । ଗତ ୨୪ରେ ମାଡ଼ ହୋଇଥିବା ବାତ୍ୟା ଦାନାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ଜିଲ୍ଲାର ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ଏବେ ସବୁଠି ପ୍ରଶଂସା କରାଯାଉଛି ।

#1999cyclone #cyclone #odisha
Related Posts Plugin for WordPress, Blogger...