ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଏକ ପର୍ବତ l ତା ନାଁ ତାରା ତାରିଣୀ ପର୍ବତ l ମା ତାରା ତାରିଣୀଙ୍କ ନାମରେ ଏହି ପର୍ବତ ନାମିତ l ସେମାନେ ପ୍ରତ୍ୟକ୍ଷ ଦେବୀ ଦୁଇ ଭଉଣୀ l ସେ ଅଂଚଳର ସେଇ ଦୁଇ ଭଉଣୀ ଆଶା ଓ ଭରଷାର ପ୍ରତୀକ l ମାଙ୍କ ବିଷୟରେ କିଛି କିମ୍ବଦନ୍ତୀ ରହିଛି l କିନ୍ତୁ ଏହା ସତ୍ୟ , ମା ସମସ୍ତିଙ୍କ ମନବାଞ୍ଛା ପୂରଣ କରନ୍ତି l
Dharakote is a semi-urban village located in the Dharakote Block of Ganjam district in the Indian state of Odisha. It is home to around 8,000 people and is surrounded by mountains, rivers, and fountains. The village is also home to a famous king palace and several other landmarks such as block headquarters, police stations and beautiful temples. One of the most famous events in Dharakote is the annual cart festival attended by thousands peoples from the near by villages.
Friday, December 1, 2023
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ
Thursday, November 30, 2023
Margashira Gurubara (Thursday) : Odia Praba Parbani
Margashira Gurubara (Thursday) is a festival celebrated by Odia Hindus in the state of Odisha. It is also celebrated by Odias living in all over the world.It falls around the month November-December. In this festival Goddess Mahalaxmi is the presiding deity. It is believed by the people that the goddess laxmi herself comes to every household and removes pain and sorrow. It is held on every Thursday in the month of Margasira.
Margashira Gurubara is considered auspicious for worshipping Goddess Lakshmi, the deity of wealth and prosperity. Devotees perform special pujas dedicated to Goddess Lakshmi to seek her blessings for prosperity and well-being. Many peopls observe fasts on Margashira Gurubara month. Devotees visit laxmi temples to seek the belssing during this month.
ବୋଇତ ବନ୍ଦାଣ ରେ କୁହାଯାଉଥିବା ଆ କା ମା ବୈ ର ଅର୍ଥ କଣ?
Saturday, April 8, 2023
ଶ୍ରୀ ହନୁମାନ ଜୟନ୍ତୀ 2023
ମୁଁ ସୀମିତ ରୁ ବିସ୍ତୃତ ପୁଣି ଶଙ୍ଖେ ରୁ ସମୁଦ୍ର
" ଆମ ସମୟର କଥା "
Saturday, April 1, 2023
ଉତ୍କଳ ଦିବସ ର ଶୁଭେଛା
ଉତ୍କଳ ଦିବସ ଅବସର ରେ ସମସ୍ତ ଓଡ଼ିଶା ବସି ଙ୍କୁ ହାର୍ଦିକ ଅଭିନନ୍ଦନ
Tuesday, December 27, 2022
ବାପା aau ବୋଉ
ଘରୁ ରାଗିକି ବାହାରି ପଳେଇ ଆସିଲି । ଏତେ ରାଗି ଯାଇଥିଲି ଯେ ମୁଁ ମୋ ଜୋତା ପିନ୍ଧିବା ବଦଳ ରେ ବାପାଙ୍କ ଜୋତା ପିନ୍ଧି ପଳେଇ ଆସିଥିଲି । ମନେ ମନେ ଭାବୁଥିଲି ଯଦି ବାଇକ କିଣି ନ ଦେଇ ପାରିବ ତାହେଲେ କାହିଁକି MBA କଲେଜ ରେ ଭର୍ତ୍ତି କରାଉ ଥିଲ । ବାଇକ ବିନା ମୁଁ କଲେଜ ଯିବିନି ।
କିଛି ବାଟ ଗଲା ପରେ ମୋ ପାଦରେ ଟିକେ କଷ୍ଟ ଅନୁଭବ ହେଲା । ଜୋତା ଟା ଖୋଲି ଦେଖିଲି ସେଥିରୁ ଗୋଟେ ପିନ ବାହାରିଛି । ଆଉ ସେ ପିନ ବାଜି ପାଦରୁ ଟିକେ ଟିକେ ରକ୍ତ ବି ବାହାରୁଚି । ସେ ରକ୍ତ କୁ ଖାତିର ନକରି ମୁଁ ଆହୁରି ଜୋର ଚାଲିଲି । କିଛି ସମୟ ପରେ ପାଦ ଟିକେ ଭିଜା ଭିଜା ଲାଗିଲା । ଦେଖିଲା ବେଳକୁ ରକ୍ତ ବାହାରି ପାଦ ଟା ପୁରା ରକ୍ତାକ୍ତ ହେଇଯାଇଛି ।
ଜୋତା ଖୋଲି ଦେଖିଲି।ଜୋତା ର ତଳ ଭାଗ ପୁରା ନଷ୍ଟ ହେଇଯାଇଛି । ଏହା ଭିତରେ ମୁଁ ବସ ଷ୍ଟାଣ୍ଡ ପହଂଚି ଯାଇଥିଲି । ଷ୍ଟାଣ୍ଡ ରେ ପହଂଚି ଜାଣିଲି ଯେ ବସ ଆସିବା ପାଇଁ ଏବେ ଆହୁରି ଘଣ୍ଟେ ବାକି ଅଛି । ତେଣୁ ମୁଁ କିଛି ସମୟ ସେଇଠି ବସି ରହିଲି ।ସେଠି ବସି ବସି ହଠାତ ମନେ ପଡ଼ିଲା ବାପାଙ୍କ ମନି ପର୍ସ ମୁଁ ସାଙ୍ଗରେ ନେଇ ଆସିଛି । ଯୋଉ ପର୍ସ କୁ ସେ କେବେ କାହାକୁ ହାତ ଲଗେଇବା ପାଇଁ ଦିଅନ୍ତି ନାହିଁ ଏମିତି କି ମୋ ବୋଉ କୁ ବି ନୁହଁ । ପର୍ସ ରେ କେତେ ପଇସା ଅଛି ବୋଲି ଖୋଲିଲା ବେଳକୁ ସେଥିରୁ ବାହାରିଲା ଚାଳିଶ ରୁ ପଚାଶ ଟଙ୍କା ଆଉ ତିନିଟା ମୋଡ଼ା ହେଇଥିବା ତିନିଟା କାଗଜ ।
ସେ କାଗଜ ସବୁକୁ ଖୋଲି ଯେତେବେଳେ ମୁଁ ପଡିଲି । ପଢ଼ି ସାରି ମୁଁ ପୁରା ସ୍ତବ୍ଧ ହେଇଗଲି ।
ପ୍ରଥମେ କାଗଜ ରେ ଲେଖା ଥିଲା "ଚାଷ ପାଇଁ ଚାଳିଶ ହଜାର ଟଙ୍କାର ଋଣ ଏବେ ବି ବାକି ଅଛି" ।କିନ୍ତୁ ଲୁଣି ପାଣି ବୁଡ଼ା ଯୋଗୁ ଚାଷ ନଷ୍ଟ ହେଇଯାଇଛି ସେଥି ପାଈଁ ଋଣ ଆଣିଥିଲେ ସେ କଥା କେବେ ମତେ କି ବୋଉ କୁ କହି ନାହାନ୍ତି।
ୟା ପରେ ଦ୍ୱିତୀୟ କାଗଜ ଖୋଲି ପଢ଼ିଲି । ଏଟା ଗୋଟେ ଡାକ୍ତର ଙ୍କ ପ୍ରେସକ୍ରିପ୍ସନ ଥିଲା ଆଉ ସେଥିରେ ଲେଖା ଥିଲା ଯେ "ଗୋଟେ ନୂଆ ଜୋତା କିଣି ପିନ୍ଧନ୍ତୁ ନହେଲେ ପାଦ ଖରାପ ହେଇଯିବ"
ମୋର ମନେ ନାହିଁ ବାପା ତାଙ୍କ ପାଇଁ ଶେଷ ଥର କେବେ ନୂଆ ଜୋତା କିଣି ଥିଲେ।ମୋ ବୋଉ ଯେତେବେଳେ ବି ତାଙ୍କୁ ନୂଆ ଜୋତା କିଣିବା ପାଇଁ କୁହେ ବାପା କୁହନ୍ତି "ଏଇ ଜୋତା ତ ଏବେ ଠିକ ଅଛି ଆହୁରି ଛଅ ମାସ ପାଖା ପାଖି ଯିବ । ୟା ପରେ ଶେଷ କାଗଜ ଟି ଖୋଲି ପଢ଼ିଲି । ସେଟା ଗୋଟେ ବାଇକ ସୋରୁମ ର କାଗଜ ଥିଲା ।ଯୋଉଠି ଲେଖା ଥିଲା"ପୁରୁଣା ସ୍କୁଟର ବଦଳ ରେ ନେଇ ଯାଅନ୍ତୁ ଗୋଟେ ନୂଆ ବାଇକ"
ମନେ ପଡ଼ିଲା ବାପାଙ୍କ ର ଗୋଟେ ପୁରୁଣା ସ୍କୁଟର ଅଛି ଆଉ କିଛି ଦିନ ତଳେ ସେ କହୁଥିଲେ ସେଟା କୁ ସେ ବିକି ଦେବେ ବୋଲି ।
ଏବେ ମୁଁ ଜାଣି ପାରିଲି କାହିଁକି ସେ କହୁଥିଲେ ସ୍କୁଟର ବିକି ଦେବେ ବୋଲି, ମତେ ଗୋଟେ ନୂଆ ବାଇକ କିଣି ଦେବେ ବୋଲି ।
ଏସବୁ ଜାଣି ସାରିଲା ପରେ ମୁଁ ପୁରା ଏକ ମୁହାଁ ହେଇ ଘରେ ଆଡ଼କୁ ଦ୍ରୁତ ଗତିରେ ଦୌଡ଼ିବା ପାଇଁ ଲାଗିଲି।ଘରେ ଯାଇ ବୋଉ କୁ ପଚାରିଲି "ବାପା କୋଉଠି"ବୋଉ କହିଲା ବାପା ସକାଳୁ ସ୍କୁଟର ଟା କୁ ନେଇ କୁଆଡେ଼ ଯାଇଛନ୍ତି ବୋଲି ।
ମୁଁ ଜାଣି ଗଲି ବାପା କୁଆଡେ ଯାଇଛନ୍ତି ବୋଲି ।ନିଶ୍ଚୟ ସେ ବାଇକ ସୋରୁମ ଯାଇଥିବେ । ଏହା ପରେ ଡେରି ନ କରି ମୁଁ ସୋରୁମ ଆଡ଼କୁ ଦୌଡ଼ିଲି । ଆଉ ସେଠି ଯାଇଦେଖିଲି ବାପା ଖରା ରେ ଗୋଟେ ଲାଇନ ଛିଡ଼ା ହେଇଛନ୍ତି।ଯୋଉଠି ସ୍କୁଟର ଏକ୍ସଚେଞ୍ଜ ଚାଲିଥିଲା ।
ମୁଁ ପଛରୁ ଦୌଡ଼ି ଯାଇ ବାପାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧ ରେ ମୁଣ୍ଡ ରଖି କାନ୍ଦିଲି । କାନ୍ଦୁ କାନ୍ଦୁ ବାପାଙ୍କ କାନ୍ଧ କୁ ପୁରା ଭିଜେଇ ଦେଲି । ଆଉ ତାଙ୍କୁ କହିଲି "ବାପା ମୋର ଭୁଲ ହେଇଯାଇଛି, ମୋର ବାଇକ ଦରକାର ନାହିଁ, ଆଗ ତୁମ ପାଇଁ ତମେ ଗୋଟେ ଭଲ ଜୋତା କିଣ । ବାପା ମୁଁ ଏବେ ତୁମ କଥା ଅନୁସାରେ MBA ମନ ଦେଇ ପଢ଼ିବି ।
ଏବଂ ନିଜେ କୋଉଠି Part-Time କାମ କରିବି । ବୋଉ ହେଉଛି ଏମିତି ଏକ ବ୍ୟାଙ୍କ ଯୋଉଠି ଆମେ ଆମର ସବୁ ରାଗ ଅଭିମାନ କଷ୍ଟ ଜମା ରଖିପାରୁ।କିନ୍ତୁ ବାପା ହେଉଛନ୍ତି ଏମିତି ଏକ କ୍ରେଡିଟ କାର୍ଡ ଯାହା ଦ୍ୱାରା ପୃଥିବୀର ସବୁ ସୁଖ ଶାନ୍ତି କିଣି ପାରିବା । ଶେଷରେ ଏତିକି କହିବି "ପୃଥିବୀ ରେ ସବୁ ବାପା ଙ୍କୁ ଭଲରେ ରଖନ୍ତୁ"।
ସୌଜନ୍ୟ:- ସାମାଜିକ ଗଣମାଧ୍ୟମ...
#odiastory
#odiapost
#odiapeople
Wednesday, June 29, 2022
Tuesday, May 3, 2022
🙏ଅକ୍ଷୟ ତୃତୀୟା🙏
Thursday, July 8, 2021
Wednesday, November 4, 2020
Sweet
Friday, October 30, 2020
Morning Vibes
Thursday, October 22, 2020
Daily Khabar 22nd Oct 2020
Sunday, September 6, 2020
~ସ୍ବୀକାରୋକ୍ତି ~
Monday, August 17, 2020
*🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹*
Sunday, August 16, 2020
କରୋନା କହୁଛି ତୁ କଣ ମାରିବୁ
କରୋନା କହୁଛି ତୁ କଣ ମାରିବୁ
ମୁଇଁ ମାରିଦେବି ତତେ
କେତେ ବୁଦ୍ଧି ତୋର ପରୀକ୍ଷା କରିବି
ବାହାଦୁରି ମାରୁ ମତେ (1)
ମଣିଷ ଜନ୍ମ ତୁ ପାଇଗଲୁ ବୋଲି
ଇନ୍ଦ୍ର ଚନ୍ଦ୍ର ମାନୁନାହିଁ
ତୋର ଗର୍ବ ଆଜି ତତେ ଖାଉଅଛି
ପାସ୍ତାଉଛୁ କାହିଁପାଇଁ (2)
ପ୍ରଭୁ ଭଗବାନ ସୃଷ୍ଟି କରିଥିଲେ
ମଣିଷ ସାଙ୍ଗରେ ପଶୁ
ପଶୁ ପକ୍ଷୀଙ୍କର ବୁଦ୍ଧି ନାହିଁ ବୋଲି
ଅଵିଵେକୀ ପରି ହସୁ (3)
ସମସ୍ତଙ୍କର ତ ଅଧିକାର ଅଛି
ସମାନ ଭାବେ ବଞ୍ଚିବା
କିଏ ତତେ ସେଇ ଅଧିକାର ଦେଲା
ପଶୁ ପକ୍ଷୀଙ୍କୁ ମାରିବା (4)
ଅତ୍ୟାଚାର ତୋର ଏତେ ବଢିଗଲା
ପଶୁ ପକ୍ଷୀ ମେଲି ହେଲେ
ସୃଷ୍ଟିକର୍ତାଙ୍କର ନିକଟକୁ ଯାଇ
ନିଜ ଦୁଃଖ ଜଣାଇଲେ (5)
ସବୁ ଶୁଣିସାରି ପଚାରିଲେ ପ୍ରଭୁ
କେଉଁ ଦେଶେ ହୁଏ ବେଶି
ପଶୁପକ୍ଷୀଙ୍କର ବେଶି ହତ୍ୟା ହୁଏ
ଜିଅନ୍ତା ଦିଅନ୍ତି ଫାସୀ (6)
ପଶୁଙ୍କର ରାଜା ହାତ ଯୋଡି କହେ
ଚୀନ ବୋଲି ଏକ ଦେଶ
ବୁହାନ ବୋଲି ଏକ ସୌନ୍ଦର୍ଯ୍ୟ ସହର
ବୁଲିଯିବେ କି ତା ପାସ (7)
ସେହି ସହରର ପଶୁ ର ବଜାର
ବିଶ୍ୱ ରେ ହୁଏ ପ୍ରସିଦ୍ଧି
ପଶୁ ହତ୍ୟା ହୁଏ କଞ୍ଚା ମାଂସ ଖାଇ
ଚୀନ ର ବଢ଼ଇ ବୁଦ୍ଧି (7)
କଅଁଳି ଘୋଡାଟା କାନ୍ଦି କାନ୍ଦି କହେ
ବାନ୍ଧି ଦେଇଥାନ୍ତି ମତେ
ଗୋଟିଏ ଗୋଡ଼କୁ ଜିଅନ୍ତା କାଟନ୍ତି
ଗ୍ରାହକ ଦେଖିବୁ କେତେ (8)
ଗୋଟିଏ ଗୋଡ଼ର ବିକ୍ରୟ ସରିଲେ
ଅନ୍ୟ ଗୋଡ଼ ହୁଏ କଟା
ଜିଅନ୍ତା ମାଂସର ଡିମାଣ୍ଡ ବେଶି ବୋଲି
ମୋହରି ଭାଗ୍ୟ ଟା ଫଟା (9)
ମାଙ୍କଡ କାନ୍ଦଇ ଆହେ ଲୀଳାମୟ
ଯେତେ ଥାନ୍ତି ଧନୀ ଘର
କଞ୍ଚା ମସ୍ତିସ୍କକୁ କିଣି ଖାଇଥାନ୍ତି
ତେଣୁ ମୃତ୍ୟୁ ହୁଏ ମୋର (10)
କଅଁଳି ମୂଷାଟା ଜନ୍ମ ହୋଇଥାଏ
ଆଖି ଦିଶୁନାହିଁ ତାର
ପ୍ରଭୁ ପାଖ ଯାଇ ଗୁହାରି କରଇ
ଗୁହାରି ଟା ଶୁଣ ମୋର (11)
ଜନ୍ମ ହେଲା ପରେ ଧରି ନେଇ ମୋତେ
ବଜାରକୁ ନେଇଥାନ୍ତି
ଜିଅନ୍ତା ଥାଇ ମୁଁ ସସ ଦେଇ ମୋତେ
ଚୋବେଇ କି ଖାଇଥାନ୍ତି (12)
କୁକୁର କୁକୁଡ଼ା ଗାଇ ଓ ଘୁଷୁରୀ
ବିଲେଇ ସର୍ପ ନେଉଳ
ପ୍ରଭୁଙ୍କର ପାଖେ ଗୁହାରି କରନ୍ତି
ଏହାର ବିଚାର କର (13)
ସୃଷ୍ଟିକର୍ତାଙ୍କର ଦେହ ଥରିଗଲା
ଆଖିରୁ ବାହାରେ ପାଣି
ସମସ୍ତ ପଶୁଙ୍କୁ ଆଶ୍ୱାସନା ଦେଇ
ବୁଝାଇଲେ ଚକ୍ରପାଣି (14)
କୋରୋନା କୁ ଡାକି ଆଦେଶ ଦିଅଇ
ଭୁତାଣୁରେ ତୁହି ମୋର
ଚୀନ ର ବୁହାନ ସହର କୁ ଯାଇ
ତୋ କାୟା ବିସ୍ତାର କର (15)
କୋରାନା ଭାବିଲା ପଶୁଙ୍କଠୁଁ ମୁହିଁ
ମଣିଷ ପାଖକୁ ଯିବି
ମଣିଷ ଜାଣିବ ପଶୁ ଠୁଁ ମୁଁ ସୃଷ୍ଟି
ମୁଣ୍ଡ ଗରମ କରିବି (16)
ଜଣ ଜଣ କରି ଆକ୍ରାନ୍ତ ହୋଇଲେ
ଡାକ୍ତର ବି ବାଦ ନାହିଁ
ଡାକ୍ତରର ଯେବେ ମୃତ୍ୟୁ ହୋଇଗଲା
ବିଶ୍ୱ ଥରେ ଏଥିପାଇଁ (17)
ପଶୁମାନେ ଦିନେ କାନ୍ଦୁଥିଲେ ବୋଲି
ଆଜି ମଣିଷ କାନ୍ଦିଲା
କରୋନା ଭୁତାଣୁ ପ୍ରଭୁଙ୍କର ସୃଷ୍ଟି
କେତେଟେ ଜୀବନ ନେଲା (18)
ପ୍ରଭୁ କହୁଛନ୍ତି ଏବେବି ସମୟ
ଅଛିରେ ବହୁତ ତୋର
ଯିବେ ଦୟାକରି ଅଧିକାର ଦେଲେ
କରୋନା ହୋଇବ ଦୁର (19)
ଜୀବଜଗତ ଟା ସୃଷ୍ଟି କରିଥିଲି
ବେଶି ବୁଦ୍ଧି ଦେଲି ତତେ
ସମସ୍ତଙ୍କୁ ତୁହି ସମାନ ଭାବିବୁ
ଜବାବ ତୁ ଦିଅ ମୋତେ (20)
💐ଜୟ ଜଗନ୍ନାଥ 🙏









