Sunday, December 10, 2023

ଅବ୍ୟକ୍ତ



 ସେ  ମୁଣ୍ଡ ଉଠାଇଲା। ମୋ କାନ୍ଧରେ ତା’ର ଦିଟା ଯାକ ହାତ ରଖିଲା। ମୋ ଆଖିରେ ଆଖି ମିଶେଇଲା। ଆଉ କହିଲା ‘ମୁଁ ତୁମକୁ ଭଲ ପାଏ’। ଏ କଥା ସାରା ଦୁନିଆକୁ ଚିତ୍କାର କରି କହିପାରିବି। ଆଶୀ ଲଭ୍‌ସ ୟୁ। ମୁଁ ବି କହିଦେବାକୁ ଚାହୁଁଥିଲି ମୁଁ ବି ଆଶୀ... ମୁଁ ବି....। ହଠାତ୍‌ ସ୍କ୍ରିନ୍‌ ପଛରୁ ଆୱାଜ ଆସିଲା ପରଫେକ୍ଟ!!! ଦର୍ଶକଙ୍କ ତାଳିରେ ପ୍ରେକ୍ଷାଳୟରେ ଖେଳିଗଲା ମୃଦୁ ଗୁଞ୍ଜରଣ। ମୁଁ ନିଜକୁ ଆବିଷ୍କାର କଲି ମଞ୍ଚ ଉପରେ। ଆଶୀ ମୋ କାନ୍ଧରୁ ହାତ ବାହାର କଲା। ଦର୍ଶକଙ୍କ ଆଡ଼କୁ ଚାହିଁ ମୁଣ୍ଡ ନୁହଁାଇ ଜଣାଇଲା କୃତଜ୍ଞତା। ତା’ପରେ ମଞ୍ଚରୁ ଓହ୍ଲାଇ ଚାଲିଗଲା ଗ୍ରୀନ୍‌ ରୁମ୍‌ ଆଡକୁ। ମୁଁ କିନ୍ତୁ ସେମିତି ଅଟକି ଗଲି ସେଇଠି। ସମୟ ସହିତ। ଜମାରୁ ବିଶ୍ୱାସ ହେଉ ନ ଥିଲା ଏଇଟା ଥିଲା ନାଟକର ରିହାରର୍ସଲ।

ଆଶୀ ସହିତ ସମ୍ପର୍କ କଲେଜ ଦିନରୁ। ହେଲେ ଥିଏଟର ଗ୍ରୁପ୍‌ରେ ମିଶିବା ପରଠୁ ମୁଁ ତା’ ଭିତରେ ଅନୁଭବ କରିଛି ଏକ ନିଆରା ଆକର୍ଷଣ। ସେହି ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇଯାଉଛି,  ଯେମିତି ନିଅଁା ପାଖକୁ ପତଙ୍ଗ। ଏମିତି ଲାଗୁଛି ତା’ ମୋ ଭିତରେ କମିଯାଇଛି ଦୂରତା । ସେ ଘୋଳି ହୋଇଯାଉଛି ମୋ ଭିତରେ, ଏମିତି କିଛି ଅନୁଭବ ଉକୁଟୁଛି ଭିତରେ, କାହିଁକି କେଜାଣି ?

ଆଶୀ କ୍ରଏଟିଭ୍‌ିଟିର ଗୋଦାମ। ସେ ଅକ୍ଷର ସହ ଖେଳେ। ସ୍କ୍ରିପ୍ଟ ଲେଖେ। ଗୀତ ଗାଏ। ଗୀଟାର ବଜାଏ। କବିତା ଲେଖେ। ମୁଁ ପୁସ୍ତକ କୀଟ। ମୋଟା ମୋଟା ବହି ଭିତରେ ଧସି ହୋଇ ରହିଯିବା ଛଡ଼ା କିଛି ଜାଣେନା। ସମୟ ବହି ଭିତରୁ ବାହାରିବାକୁ ସୁଯୋଗ ଦେଲାନି। ଆଉ ଦୁନିଆରେ ପ୍ରେମ ବୋଲି ଗୋଟେ କିଛି ଅଛି, ସେ କଥା ବି କେମିତି କେଜାଣି ରହିଗଲା ବୟସର ଭାଙ୍ଗରେ। ହେଲେ ଏବେ ଆଶୀ ଆସିବା ଦିନକୁ ସବୁକିଛି ଯେମିତି ଫର୍ଚ୍ଚା ହୋଇଚାଲିଥିଲା ଧୀରେ ଧୀରେ।

ଆଜି ରିହଲର୍ସଲର ଶେଷଦିନ।  ସନ୍ଧ୍ୟାରେ ପ୍ଲେ। ତା’ ପରେ ଆଶୀ ଚାଲିଯିବ ପୁନେ ମୁଁ ଭୁବନେଶ୍ୱର। ପୁଣି କେବେ ଦେଖାହେବ କି ନାହିଁ !!! ଓଜନଦାର ହୋଇଗଲା ମନ। ଏମିତି ଲାଗିଲା ବରଫରେ ଜମିଯାଇଛି ପାଦ।  କିଛି ଗୋଟେ ସମାଧି ନେଉଛି ଛାତି ଭିତରେ। ଏସବୁ ଭାବିବା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ମଞ୍ଚରେ। ଏବେ ମୋ ପାଳି। ମୋ ଡାଇଲଗ। ଡାଇଲଗରେ ସେହି କଥା କହିବାକୁ ପଡ଼ିବ। ସେହି କଥା, ଯାହା ଅନେକ ଥର ଓଠ ପାଖକୁ ଆସି ଅଜଣା ଭୟରେ ଫେରିଯାଇଛି। ସ୍କ୍ରିନ୍‌ ସେପଟୁ ସିଗ୍‌ନାଲ ଦେଲେ ଡାଇରେକ୍ଟର।  ରେଡି ଥ୍ରୀ...ଟୁ...ୱାନ..ଗୋ...

‘ହଁ ମୁଁ ତୁମକୁ ଭଲପାଏ। ଆଉ ତମେ? ସେ ମୁଣ୍ଡ ଟୁଙ୍ଗାରି ଜଣାଇଲା ସମ୍ମତି। ସେ ହଜିଯାଇଥିଲା ମୋ ଆଖିରେ। ଥରଥର ହେଉଥିଲା ତା’ ଓଠ।  ତା’ ଅଙ୍ଗୁଠି ସ୍ପର୍ଶରେ ମୁଁ ଥରୁଥିଲି ଗୋଟାପଣେ। ଲାଗୁଥିଲା ମୋ କପାଳଠୁ ଆରମ୍ଭ କରି ଶିରାପ୍ରଶିରାରେ ସେ ଧାଉଁଛି। ଏଥର ବି ଦର୍ଶକଙ୍କ କରତାଳି ମତେ ଟାଣି ଆଣିଲା ଭାବନା ଭିତରୁ । ମନ ଏବେ ବି ମାନିବାକୁ ନାରାଜ ଏହା ନାଟକ। ମୁଁ ଅଭିନୟ କରୁଛି। ଲାଗୁଥିଲା ଜୀବନର ଗୋଟେ ପରିଚ୍ଛଦ ମୁଁ ନିଜ ହାତରେ ଲେଖିସାରିଛି ମଞ୍ଚ ଉପରେ, ଜଷ୍ଟ ଟିକେ ଆଗରୁ। 

ଧୀରେ ଧୀରେ ଖାଲି ହେଉଥିଲା ପ୍ରେକ୍ଷାଳୟ। ମୁଁ ଓଜନଦାର ମନ ନେଇ ଦରାଣ୍ଡୁଥିଲି ସେସବୁ ଡାଇଲଗ, ଯାହା କିଛି ସମୟ ଆଗରୁ ମିଶିଯାଇଥିଲା ପବନରେ। ଆଶୀ ଆସିଲା। ମତେ ଲାଗି ବସିଗଲା। ମୁଁ ଥଙ୍ଗ ଥଙ୍ଗ ହୋଇ ପଚାରିଦେଲି ନାଟକ ବଢ଼ିଆ ଥିଲା ନା? ହୁଁ...ସେ ଉତ୍ତର ଦେଲା। ଜୀବନ୍ତ ଥିଲା ତୁମ ଡାଇଲଗ୍‌। ମୁଁ ଅନୁଭବ କରିପାରୁଥିଲି ପ୍ରତିଟି ଶବ୍ଦ। ହବନି କେମିତି ଯେ... ଦି ସେକେଣ୍ଡ ରହି ସେ ପୁଣି କହିଲା। ତୁମେ ତ ଆଉ ଅନ୍ୟ ଆର୍ଟିଷ୍ଟଙ୍କ ପରି ମଞ୍ଚରେ ଅଭିନୟ କରୁ ନ ଥିଲ। କହିଚାଲିଥିଲ ମନ ତଳର ଅକୁହା କଥା। ମୁଁ ଆବାକାବା ହୋଇ ଚାହିଁ ରହିଥିଲି ଆଶୀକୁ। ତା’ମାନେ ସେ କ’ଣ ବୁଝିପାରିଛି ସେସବୁ ପ୍ରେମର ନୀରବ ଭାଷା, ଯାହା ଆଜି ଯାଏ ମୁଁ କହିବି କହିବି ଭାବି କହିପାରିନି !!!

...ବୁଦ୍ଦୁ। ତୁମେ ଦେଇ କିଛି ହବନି, କ’ଣ ଏକଥା ମୁଁ ଜାଣିନି!!! ସେଇଥି ପାଇଁ ତ ଏତକ ତୁମ ମୁହଁରୁ ଶୁଣିବି ବୋଲି ପୂରା ସ୍କ୍ରିପ୍ଟ ଲେଖି ଦେଇଗଲି। ଅଥଚ ତୁମେ ଯୋଉ ବୁଦ୍ଦୁକୁ ସେହି ବୁଦ୍ଦୁ। ଘୁଷୁରୀ, ଛେଳି, ମେଣ୍ଢା, ହାତୀ....ସେ ଜୋରରେ ହସିଲା। କେଇ ମୁହୂର୍ତ୍ତ ପରେ କହିଲା, ମୁଁ ବି ତୁମକୁ ହରାଇବାକୁ ଚାହେଁନି ଅକ୍ଷର। ଯାହା ଷ୍ଟେଜରେ କହିଲ ଏବେ ବେକ୍‌ ଷ୍ଟେଜରେ ଥରେ କୁହନା? ସରିଯାଇଥିଲା ଅୟୁତ ଯୁଗର ଅପେକ୍ଷା। ‘ମୁଁ ବି ତୁମକୁ ବହୁତ ଭଲ ପାଏ। ନିଜଠୁ ବି ବେଶି। ଲଭ୍‌ ୟୁ ଆଶୀ’। ଏହି ଧାଡ଼ିକ କହିବା ବେଳକୁ ଢିଲା ପଡି ଆସୁଥିଲା ଦୁଇ ବାହୁ। ସେ ଜାବୁଡ଼ି ଧରିଲା। ପ୍ରେକ୍ଷାଳୟର ନୀରବତା ଭିତରେ ଆମେ ଦୁହେଁ ଅନୁଭବ କରିପାରୁଥିଲୁ ପ୍ରେମର କୋଳାହଳ। ଲାଗୁଥିଲା ଗୋଟେ ଅଜଣା ଶକ୍ତି ଯେମିତି ଆକାଶରୁ ଅଜାଡ଼ି ଦେଉଛି ଅଗଣିତ ଆଶୀର୍ବାଦ।


Please read other interesting shorty stories below :

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


Writer : Bikaram Prasad Panda

ସବୁ ସ୍ବାର୍ଥପର ତୁ ଏକା ନିଜର

|| ସବୁ ସ୍ବାର୍ଥପର ତୁ ଏକା ନିଜର || 


 "ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କ ଖୁସି କହିଲେ ନସରେ।ଯାହେ ହେଉ ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି, ପୁଅ ଆଲୋକ ଶିକ୍ଷା ବିଭାଗରେ ଭଲ ଚାକେରି ଟିଏ ପାଇଛି ।ଭୁବନେଶ୍ବରରେ ରୁହନ୍ତି
ପ୍ରଦ୍ୟୁମ୍ନ ବାବୁ । ସ୍ତ୍ରୀ ଏବଂ ପୁଅ ଆଲୋକକୁ ନେଇ ଛୋଟିଆ ପରିବାର। ଚାକେରି ରୁ ବର୍ଷେ ହେବ ଅବସର କରିଥାନ୍ତି । ଅବସର ପରେ ଯାହା ପଇସା ପାଇଥିଲେ ସେଥିରେ ଭୂବନେଶ୍ବରରେ ଯାଗା ଖଣ୍ଡେ କିଣି ଘର କରିଦେଲେ । ବର୍ତ୍ତମାନ ଚଳିବା ପାଇଁ ପେନସନ ଉପରେ ନିର୍ଭର କିନ୍ତୁ ପୁଅ ଚାକେରି ପରେ ସବୁ ଚିନ୍ତା ଗଲା  ।
        ଡେରି ନକରି ଏଥର ଭଲ ଝିଅଟେ ଦେଖି 
ପୁଅ ଆଲୋକକୁ ବାହା କରିଦେଲେ। ନିକଟ ସମ୍ପର୍କୀୟ ଝିଅଟି, ନାଁ ଅନିମା । ଅନିମା ବି ଶାଶୁ ଶଶୁରଙ୍କ ସେବା
କରନ୍ତି କିନ୍ତୁ ଧିରେ ଧିରେ ସେଥିରେ କମି ପରିଲିକ୍ଷିତ ହୁଏ।
         ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ମହାପ୍ରଭୁଙ୍କୁ ବହୁତ ଭଲ ପାଆନ୍ତି।ଦୁହେଁ ଠାକୁର ପୂଜାରେ ଅଧିକ ସମୟ ଅତିବାହିତ କରନ୍ତି ।ଠାକୁରଙ୍କୁ ଭୋଗ ଲଗାଇ ସାରିଲା ପରେ ଖାଆନ୍ତି ।ପଦ୍ୟୁମ୍ନ ବାବୁ ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ବାହାରକୁ ଯାଉଛି କହି କୁଆଡେ ଯାଆନ୍ତି କେହି ଜାଣନ୍ତିନି । ଏମିତି ଖୁସିରେ ସମୟ ଅତିବାହିତ ହେଉଥାଏ ।
         ଦିନେ ପ୍ରମିଳା ଦେବୀ ପୂଜା କରିବାକୁ ଠାକୁର ଘରକୁ ଯାଉଥାନ୍ତି ।ସେହି ସମୟରେ ବୋହୁ ଅନିମାର କିଛି କଥା , ଯାହା ସିଏ ଆଲୋକକୁ କହୁଥିଲେ ଶୁଣି ତାଙ୍କ ମୁଣ୍ଡ କ'ଣ ହୋଇଗଲା । ସେ ତଳେ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ କୁ ନିଆଗଲା କିନ୍ତୁ ଡାକ୍ତରଙ୍କ ସମସ୍ତ ପରିଶ୍ରମ ବିଫଳ ହେଲା । ସେ ଅଫେରା ଦୁନିଆର ଯାତ୍ରୀ ହୋଇଗଲେ କିନ୍ତୁ ମୃତ୍ୟୁ ପୂର୍ବରୁ ବୋହୁ କହିଥିବା ସମସ୍ତ କଥା ପ୍ରଦ୍ୟୁମ୍ନ ବାବୁଙ୍କୁ କହି ଦେଇଥିଲେ । ଏଥର ପ୍ରଦ୍ୟୁମ୍ନ ବାବୁ ଏକା ହୋଇଗଲେ । ସର୍ବଦା ମହାପ୍ରଭୁଙ୍କୁ ଡାକନ୍ତି । ଏଥର ଆଗ ଅପେକ୍ଷା ଅଧିକ ସମୟ ଠାକୁର ଘରେ ବିତେ ।
        ପ୍ରଦ୍ୟୁମ୍ନ ବାବୁ ବି ଏଥର ଶୁଣିବାକୁ ପାଇଲେ ବୋହୁ ଅନିମା ତାଙ୍କ ପୁଅକୁ କହିବାର " ତୁମ ବାପାଙ୍କୁ ନେଇ ଅଲଗା କେଉଁଠି ରଖ, ମୁଁ ତାଙ୍କ ସେବା କରି ପାରିବିନି , ମୁଁ ଘରେ ଫ୍ରୀ ରେ ରହି ପାରୁନି, ତୁମେ ତାଙ୍କୁ ଅନାଥାଶ୍ରମରେ ଛାଡି ଦେଉନ " ।ଏଭଳି ଶୁଣି ମଧ୍ୟ ତାଙ୍କ ପୁଅ କୌଣସି ବିରୋଧ ନ କରିବା ତାଙ୍କୁ ଅଧିକ ଚକିତ କଲା । ଏହାର କିଛି ଦିନ ପରେ,ଦିନେ ଅପରାହ୍ନ ସମୟ, ପୁଅ ଆଲୋକ ଆସି ମୁଣ୍ଡ ତଳକୁ କରି ଠିଆ ହେଲା । କହିଲା ବାପା କିଛି କହିବାକୁ ଆସିଛି ।
ପ୍ରଦ୍ୟୁମ୍ନ ବାବୁ କହିବାକୁ କହିବାରୁ ଆଲୋକ କହିଲେ "ବାପା ତୁମେ ରହିବା ପାଇଁ ମୁଁ କଥା ହୋଇଛି ତୁମର କିଛି ପ୍ରୋବ୍ଲେମ ହେବ ନାହିଁ ,ମୁଁ ପ୍ରତି ମାସରେ ଯାଇ ଦେଖା କରି ଆସିବି "।
                  ଏହା ଶୁଣି ପ୍ରଦ୍ୟୁମ୍ନ ବାବୁ କିଛି ସମୟ ଚୁପ୍ ହୋଇଯାଇ କହିଲେ ବର୍ତ୍ତମାନ ଯିବା। ଆଲୋକ ମୁଣ୍ଡ ତଳକୁ କରି କହିଲେ କାଲି ସକାଳୁ କିନ୍ତୁ ପ୍ରଦ୍ୟୁମ୍ନ ବାବୁ ଟିକିଏ ସମୟ ଅପେକ୍ଷା କରିବାକୁ କହି ଠାକୁର ଘରକୁ ଯାଇ କାନିରେ କ'ଣ ବାନ୍ଧି ଫେରି ଆସିଲେ ।ଆଉ କହିଲେ ମୁଁ ଗାଡିକୁ ଯାଉଛି ତୁ ଆସେ ।ଆଲୋକ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାଏ,ବାପାଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବିସ୍ମିତ କରୁଥାଏ । ସେ ଭାବିଥିଲେ ତାଙ୍କ ବାପା କାନ୍ଦିବେ ମନ ଦୁଃଖ କରିବେ କିନ୍ତୁ ସେମିତି କିଛି ନାହିଁ କୌଣସି ବିରୋଧାଭାବ ବି ନାହିଁ । ବାପାଙ୍କ ପଛେ ପଛେ ଗାଡି ପାଖକୁ ଗଲେ ଆଲୋକ ବାବୁ, ସେତେବେଳକୁ ଗାଡିର ଝରକା ଖୋଲି ପ୍ରଦ୍ୟୁମ୍ନ ବାବୁ ଭିତରେ ବସି ସାରିଥାନ୍ତି ।ଡ୍ରାଇଭର ସିଟ୍ ରେ ବସିପଡି ଆଲୋକ ବାବୁ ଗାଡି ଷ୍ଟାର୍ଟ କଲେ । ଗାଡି ଚାଲିଥାଏ ସତେ ଅବା ଦୁଇଟି ଅଚିହ୍ନା ବ୍ୟକ୍ତି ଗାଡିରେ ବସିଛନ୍ତି କୌଣସି କଥୋପକଥନ ନାହିଁ ।ଗାଡି ଯାଇ ଲାଗିଲା ଏକ ବୃଦ୍ଧାଶ୍ରମ ପାଖରେ ।ସଂଧ୍ୟା ସମୟ ଭିତରକୁ ଯାଉ ଯାଉ ନଜର ପଡିଲା ଅପୂର୍ବ ମହାପ୍ରଭୁଙ୍କର ସୁନାବେଶର ବିରାଟ ବଡ ପ୍ରତିଛବି
ଯାହା କାନ୍ଥରେ ଝୁଲି ସମସ୍ତଙ୍କୁ ବିମୋହିତ କରୁଛନ୍ତି ।
ମହାପ୍ରଭୁଙ୍କ ଆଖିରେ ଆଖି ମିଶିଗଲା ପ୍ରଦ୍ୟୁମ୍ନ ବାବୁଙ୍କର, କେଇ ଟୋପା ଲୁହ ବୋହି ଆସିଲା । ଭିତରୁ ଛୁଟି ଆସୁଥିଲା ଭାଗବତର ମଧୁର ରସଧ୍ବନି ।
ପ୍ରଦ୍ୟୁମ୍ନ ବାବୁଙ୍କୁ ଦେଖି ଧାଇଁ ଆସିଲେ ବୃଦ୍ଧାଶ୍ରମକୁ ବୁଝାସୁଝା କରୁଥିବା କାଳନ୍ଦି ବାବୁ ।ପ୍ରଦ୍ୟୁମ୍ନ ବାବୁଙ୍କୁ ପ୍ରଣାମ କରି ଦୁଇଟି ଚେୟାର ବଢାଇ ଦେଲେ ସେମାନଙ୍କ ଉଦ୍ଦେଶ୍ୟରେ । ପ୍ରାଥମିକ କାର୍ଯ୍ୟ ଯେଉଁଠି ଯାହା ଦସ୍ତଖତ କରିବା କଥା ତାହା ସଂପୂର୍ଣ୍ଣ କରାହେଲା  ।ତାହା ପରେ ପ୍ରଦ୍ୟୁମ୍ନ କାନିରେ ବାନ୍ଧି ଆଣିଥିବା ମହାପ୍ରଭୁଙ୍କର ଛୋଟିଆ ବିଗ୍ରହଟିକୁ ବାହାର କରି କାନିରେ ପୋଛି ଦେଇ କହିଲେ "ସବୁ ସ୍ବାର୍ଥପର ତୁମେ ହିଁ ନିଜର" କହି ବଢାଇ ଦେଲେ କାଳନ୍ଦି ବାବୁଙ୍କୁ ।କହିଲେ ମୋ କାଳିଆ ପୁଅକୁ ଟିକିଏ କେଉଁଠି ଭଲରେ ରଖି ଦେବେ।କାଳନ୍ଦି ବାବୁଙ୍କ ଆଖିରେ ଲୁହ ଥିଲା ଏକ ସ୍ବତନ୍ତ୍ର ଘରକୁ ନେଇ ଦେଖେଇ ଦେଲେ ତାଙ୍କ ରହିବା ଉଦ୍ଦେଶ୍ୟରେ ।
          ଆସନ୍ତାକାଲି ଆସିବାକୁ କହି ଯେତେବେଳେ ଆଲୋକ ବାବୁ ବାହାରିଲେ ପ୍ରଦ୍ୟୁମ୍ନ ବାବୁ କହିଲେ "ପୁଅ ଦେଖିକି ଯିବୁ, ଗାଡି ଧିରେ ଚଲେଇବୁ ଆଉ ତୋର ଯତ୍ନ ନେବୁ " । ସତରେ ବାପା ବାପା ଏତେ ପରେ ବି ବାପା ସର୍ବଦା ସନ୍ତାନର ମଙ୍ଗଳ ହିଁ ଚାହେଁ ।
ଆଲୋକ ବାବୁ ଫେରି ଆସିଲେ କିନ୍ତୁ ରାତି ସାରା ତାଙ୍କୁ ନିଦ ନାହିଁ ବାପାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା, ତାପରେ କାଳନ୍ଦି ବାବୁ ବି ତାଙ୍କ ବାପାଙ୍କ ସହିତ ଯେମିତି ମିଶୁଥିଲେ ସତେ ଅବା ସେ ତାଙ୍କୁ ଆଗରୁ ଜାଣିଛନ୍ତି ।
           ପରଦିନ ସକାଳୁ ବାପାଙ୍କର କିଛି ପୋଷାକ ପରିଛଦ ଏବଂ ପୂର୍ବରୁ କଥା ହୋଇଥିବା କିଛି ଟଙ୍କା ଯାହା ବୃଦ୍ଧାଶ୍ରମକୁ ଦିଆ ହେବା କଥା ତାହା ସାଙ୍ଗରେ ନେଇ ବାହାରି ପଡିଲେ ଆଲୋକ ବାବୁ ।ଯାଇ ପହଁଚିଲେ ବୃଦ୍ଧାଶ୍ରମରେ । ପୂର୍ବରୁ କାଳନ୍ଦି ବାବୁ ସେଠି ଉପସ୍ଥିତ ଥିଲେ ,ପାଖରେ ଏକ ଚେୟାର ପକାଇ ଆଲୋକ ବାବୁଙ୍କୁ ବସିବାକୁ କହିଲେ ।ଆଲୋକ ବାବୁ ବସିଲେ ଏବଂ ଆଣିଥିବା ଟଙ୍କାକୁ ବଢାଇ ଦେଲେ କିନ୍ତୁ କାଳନ୍ଦି ବାବୁ ରଖିବାକୁ ମନାକଲେ । ଏହା ଦେଖି ଟିକିଏ ରାଗିଗଲେ ଆଲୋକ ବାବୁ ,କହିଲେ ଏତେ ସିମ୍ପାଥି ଦେଖେଇବା ଦରକାର ନାହିଁ ,ମୁଁ ଦେଖୁଛି ଆପଣ ପ୍ରାପ୍ୟଠୁ ଅଧିକ ସମ୍ମାନ ଆମକୁ ଦେଉଛନ୍ତି।କ'ଣ ପାଇଁ ?
          ଆଲୋକର କଥାଶୁଣି କାଳନ୍ଦି ବାବୁ କହିଲେ ଯଦି ଶୁଣିବାକୁ ଚାହୁଁଛୁ ଶୁଣୁ । ଏହା ବୃଦ୍ଧାଶ୍ରମ ଆଗରୁ ଏକ ଅନାଥାଶ୍ରମ ଥିଲା । ଆଉ ସେତେବେଳେ ବି ତାହାର ସମସ୍ତ ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା ।
ତୁ ସେଇ ଅନାଥାଶ୍ରମର ଗୋଟିଏ ପିଲା ଥିଲୁ । ପ୍ରଦ୍ୟୁମ୍ନ ବାବୁଙ୍କର କୌଣସି ସନ୍ତାନ ନଥିଲେ ସେଇ ଅନାଥାଶ୍ରମ କୁ ବୁଲି ଆସିଥିବା ସମୟରେ ତୁ ତାଙ୍କ ହାତ ଧରି ପକାଇ ଥିଲୁ ।ତେଣୁ ତୋତେ ସିଏ ଗ୍ରହଣ କରିନେଲେ
ତୋର ହାତ ସିଏ କେବେ ଛାଡି ନାହାନ୍ତି କିନ୍ତୁ ତୋ ଭଳି ଅନାଥକୁ ସନ୍ତାନର ପରିଚୟ ଦେଇ ମଣିଷ କଲେ ଆଜି ତାଙ୍କ ଏଇ ଅବସ୍ଥାରେ ତୁ ହାତ ଛାଡି ଦେଲୁ ।
ତୁ ଜାଣିଛି ସମସ୍ତେ ବର୍ଷରେ ଥରେ ଜନ୍ମ ବାର୍ଷିକ ପାଳନ କରନ୍ତି କିନ୍ତୁ ତୋ ବାପା ପ୍ରତି ମାସରେ ତୋର ଜନ୍ମ ବାର୍ଷିକ ପାଳନ କରନ୍ତି ।ତୋତେ ଯେଉଁ ତାରିଖରେ ଏଠାରୁ ନେଇଥିଲେ ପ୍ରତି ମାସ ସେହି ତାରିଖରେ ଏଠାକୁ ଆସନ୍ତି ।ଆଉ ସେହି ଗୋଟେ ଦିନର ଖର୍ଚ୍ଚ ସିଏ ବହନ କରନ୍ତି । ଭାବନ୍ତି ଏମିତି କଲେ ତୋର ମଙ୍ଗଳ ହେବ ।ଯେଉଁ ପଛପଟେ ମହାପ୍ରଭୁଙ୍କ ଫଟୋ ଦେଖୁଛୁ ତାହା ବି ତୋ ବାପା ଦେଇଛନ୍ତି ।
              ସ୍ଥାଣୁ ହୋଇ ଛିଡା ହୋଇଥିଲା ଆଲୋକ ।ଆଖିରୁ ବହି ଚାଲିଥିଲା ଲୋତକର ଧାର ।କ'ଣ କଲା ସିଏ ।ଅନାଥ ହୋଇ ଯେଉଁ ବାପା ମାଆ ତାକୁ ଜଣେଇ ଦେଇ ନଥିଲେ ସେ ଅନାଥ ବୋଲି ଆଜି ନିଜ ସ୍ବାର୍ଥ ପାଇଁ ତାଙ୍କୁ ହତାଦାର କରିଦେଲି ।ଯେଉଁ ଘରେ ମୋର ଅଧିକାର ନାହିଁ କିନ୍ତୁ ତାଙ୍କ ଘରୁ ତାଙ୍କୁ ତଡି ଦେଲି । ଆଲୋକ କହିଲା ମୋତେ ଟିକେ ବାପାଙ୍କ ପାଖକୁ ନେଇଚାଲ । 
          ଆଲୋକ ଧାଇଁଗଲା ବାପାଙ୍କ ପାଖକୁ, ଧରି ପକାଇଲା ଗୋଡକୁ କହିଲା କ୍ଷମା କରନ୍ତୁ ମୋତେ ।ଆପଣଙ୍କ ଘରକୁ ଆପଣ ଚାଲନ୍ତୁ ସେ ଘରେ ମୋର ଅଧିକାର ନାହିଁ ।କୌଣସି କଥା ଆଉ ବାହାରୁ ନଥିଲା ଆଲୋକର ପାଟିରୁ ଖାଲି ହିକା ମାରି କାନ୍ଦୁଥିଲା ।
          ପ୍ରଦ୍ୟୁମ୍ନ ବାବୁ ଆଲୋକକୁ କୋଳେଇ ନେଲେ କହିଲେ କାନ୍ଦେନା ଆଲୋକ ।ମୁଁ ଆଉ ଘରକୁ ଫେରିବାକୁ ଚାହୁଁନି ।ତୋ ମାଆ ତ ଛାଡି ଚାଲିଗଲା ମୋତେ ସେଠି ଏକୁଟିଆ ଭଲ ଲାଗିବନି ।ଏଠି ବରଂ ସମସ୍ତଙ୍କ ସହିତ ସମୟ କଟିଯିବ ।
         ନିରାଶ ମନରେ ଆଲୋକ ଫେରିଲା ।ଆଉ ନୀଳ ଆକାଶକୁ ଅନେଇ ଭାବୁଥାଏ....ସତରେ କଣ ମୋ ଭୁଲ୍ ର କ୍ଷମା ଅଛି ।


 

Source : Internet

DM for credit

Thursday, December 7, 2023

ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା

 ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା



ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ  ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ  ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ  ତଥାପି, ମଳିନ ପଡିନି ଓଡିଆ ଭାଷା  ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍‌ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି  ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା  ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ 

ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ  ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା  ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ  କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ  ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ?

ସେବେଠୁ ଓଡିଆଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡିଆ ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡିକ ନିଜ ନିଜର ଦାୟିତ୍ବ ତୁଲାଇ ଆସୁଛନ୍ତି  ସମୟକ୍ରମେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ସକାଶେ ଅନେକ ପରୀକ୍ଷା ନିରୀକ୍ଷା ହୋଇଛି ଏବଂ ଏବେ ମଧ୍ୟ ସେ ପ୍ରୟାସ ଜାରି ରଖିଛି  ଆଜିର ଏହି ସୂଚନା ଓ ପ୍ରଯୁକ୍ତି ଯୁଗରେ ଓଡିଆ ସାହିତ୍ୟ ଡଟ୍ କମ୍, ନିଶ୍ଚିତ ଭାବେ ଏକ କ୍ଷୁଦ୍ର କିନ୍ତୁ ନିଆରା ପ୍ରୟାସ  ଏଇଥିପାଇଁ ନିଆରା ଯେ, ସଂଗ୍ରହଣୀୟତା ଦୃଷ୍ଟିରୁ ଓଡିଆ ସାହିତ୍ୟ ଡଟ୍ କମ୍, ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକଠାରୁ ବହୁତ ଆଗରେ  ଅନ୍ୟ ଦୃଷ୍ଟିରୁ ବିଚାର କଲେ, ସମ୍ବାଦପତ୍ର ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକର ବ୍ୟାପ୍ତି କେବଳ କିଛି ଭୌଗୋଳିକ ସୀମା ସରହଦ ଭିତରେ ସୀମିତ, ମାତ୍ର ଇଣ୍ଟର୍‌ନେଟ୍‌ର ଉପସ୍ଥିତ ବିଶ୍ବବ୍ୟାପୀ  ଏଣୁ, ଓଡିଆ ଭାଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ତଥା ସୂଚନା ଓ ପ୍ରଦ୍ୟୋଗିକ କ୍ଷେତ୍ରରେ ଓଡିଆ ଭାଷାର ପ୍ରୟୋଗ ହିଁ ବର୍ତ୍ତମାନ ସମୟର ଆହ୍ବାନ ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା  ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା 

ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍‌ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ |


Our Other posts : 

ବାଜେ କଥା : 1 : https://dharakote.blogspot.com/2023/12/1.html

ମଦ୍ୟପ : https://dharakote.blogspot.com/2023/12/blog-post_52.html

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html


Source : Internet


Tuesday, December 5, 2023

ବାଜେ କଥା : 1

 ବାଜେ କଥାଗୁଡ଼ାକ। କ’ଣ ପାଇବେ ଏଗୁଡ଼ାକୁ ପଢ଼ି। ଯଦି ବି ପଢ଼ିବେ, ପ୍ଲିଜ୍‌ କାହାକୁ କହିବେନି। ନ ହେଲେ ସମସ୍ତେ କହିବେ ବାଜେ ପିଲାଟା, ଗୁଡ଼ାଏ ବାଜେ କଥା ଗପୁଛି। ଭାଗ୍‌ ଏଠୁ...



#ବ୍ରୋକେନ ହାର୍ଟ
-ମଲ୍‌ର ହେଙ୍ଗ୍‌ରରେ ଟଙ୍ଗା ହୋଇଥିଲା ଟି-ସାର୍ଟଟେ। ରକ୍ତ ରଙ୍ଗର ହୃଦୟଟେ ଭାଙ୍ଗି ବିକ୍ଷିପ୍ତ ହୋଇପଡ଼ିଥିଲା। ବଡ଼ବଡ଼ ଅକ୍ଷରରେ ଲେଖା ହୋଇଥିଲା ‘ଏ ବ୍ରୋକେନ ହାର୍ଟ ଓ୍ବେଇଟିଂ ଫର୍‌ ବିଉଟି’। ଓଡ଼ିଆରେ କହିଲେ ‘ଭଙ୍ଗା ହୃଦୟଟେ ସୁନ୍ଦରୀଙ୍କ ଅପେକ୍ଷାରେ। ଏମିତି ବି ବୁଝାଯାଇପାରେ ‘ଭଙ୍ଗା ହୃଦୟକୁ ସଜାଡ଼ିବାକୁ ସୁନ୍ଦରୀଟେ ଲୋଡ଼ା’। ମଲ୍‌ରେ ବୁଲୁଥିବା ପିଲାଟାକୁ କୋଟେଶନଟା ପସନ୍ଦ ଆସିଗଲା। ଦୌଡ଼ି ଆସି ସଙ୍ଗେ ସଙ୍ଗେ ଉଠାଇନେଲା। ସାଇଜ୍‌ ମାପିଲା। ବିଲ୍‌ କଲା। ବଡ଼ ବଡ଼ ପାହୁଣ୍ଡ ପକାଇ ଏକ୍‌ଜିଟ୍‌ ଗେଟ୍‌ ଦେଇ ବାହାରକୁ ଚାଲିଯିବା ଆଗରୁ ମୁହଁାମୁହିଁ ହୋଇଗଲା ଜିନ୍ସ, ଟି-ଶାର୍ଟ ପିନ୍ଧା ସୁନ୍ଦରୀଟେ। ପିଲାଟାର ମନକୁ କ’ଣ ଢୁକିଲା କେଜାଣି, ଦି ହାତରେ ସାର୍ଟଟାକୁ ଖୋଲା କରି ଧରିଲା। ବୋଧେ ହୁଏ ଝିଅଟାର ପ୍ରତିକ୍ରିୟା ଜାଣିବାକୁ ଚାହୁଁଥିଲା। ତରୁଣୀ ଜଣକ ସାମାନ୍ୟ ସ୍ମିତହାସ୍ୟ ଦେଲା। ଦି ସେକେଣ୍ଡ ନୀରବରେ ରହି ବୁଲିପଡ଼ିଲା। ତା’ ଟି-ସାର୍ଟ ପଛରେ ଲେଖାଥିଲା ‘ଆଇ ଲଭ୍‌ ୟୁ ବ୍ରୋକେନ ହାର୍ଟ’। ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ବେଦମ ହେବା ଯାଏ ହସିଲେ। ବୋଧେ ହୁଏ ଦି’ଟା ଭଙ୍ଗା ହୃଦୟରେ ସେଫ୍‌ଟିକ୍‌ ପିନ୍‌ଟେ ଲଗାଇ ଦେଇଥିଲା ସମୟର କାନ୍‌ଭାସ।

Writer : Bikram Prasad Panda

ମଦ୍ୟପ

ମଦ୍ୟପ

Drunken Man

ମଦର ନିଶା ଭାରି ମାରାତ୍ମକ,ଥରେ ଧରିଲେ ଛାଡିବା ଭାରି କଷ୍ଟକର। ସେଥିପାଇଁ ବୋଧି ସିପୁନକୁ ଆଜି ମାଡ ପଡିଛି। ମିଶ୍ରବାବୁ କହି କହି ଥକିଗଲେ ସେ ବିଷ ଗୁଡାକ ପିନା । ଏ ବୟସରେ ଯଦି ଏମିତି ପିଇକି ବୁଲିବୁ ତାହେଲେ ଜୀବନ ସାର ପଶ୍ଚାତାପ କରିବାକୁ ପଡିବ। ହେଲେ ସେ ଶୁଣିଲେ ତ, ଦିନ ତମାମ ଯାହା ଗାଳି ଶୁଣେ ସନ୍ଧ୍ୟା ହେଲା ବେଳକୁ ତାକୁ ପାସୋରି ଦିଏ । ଆଉ ବାହାରି ପଡେ ଗ୍ରୁପ୍ ଷ୍ଟଡି ନାଁରେ ତା'ର ଦୁଶ୍ଚରିତ୍ର ବନ୍ଧୁ ଆଲୋକ ଘରକୁ ।

   ଆଲୋକ  କୋଟିପତି ପ୍ରଶାନ୍ତ ବାବୁଙ୍କ ପୁଅ ।
ମାତୃହୀନ ତେଣୁ ଅଧିକ ଗୋହ୍ଲା ଓ ତଦ୍ଅନୁରୂପ ଉଶୃଙ୍ଖଳ । ମାତ୍ର ସିପୁନ୍ ଜଣେ କର୍ତ୍ତବ୍ୟନିଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଞ୍ଜନ ମିଶ୍ରଙ୍କର ପୁଅ ହୋଇବି ଆଜି ମଦ୍ୟପ, ଅସାମାଜିକ । ଯାହା କରୁଥିଲା ମିଶ୍ର ବାବୁ ସବୁ ସହି ଯାଉଥିଲେ। ଅଣ୍ଟି ଛୁରୀ ଯେବେ ତଣ୍ଟି କାଟିବ ତ କହିବେ କାହାକୁ । ହେଲେ କାଲି ରାତିର ଘଟଣା ତାଙ୍କ ଧାର୍ଯ୍ୟର ବନ୍ଧ ଭାଙ୍ଗିଦେଲା। ସିପୁନ୍ ନିଶାରେ ଆସି ପଡୋଶୀ ସୁଶାନ୍ତ ବାବୁଙ୍କ ଝିଅକୁ ଗୋଳିଗୁଲଜ କରିବା ଓ ଅଶ୍ଲୀଳ ମନ୍ତବ୍ୟ ଦେବା ତାଙ୍କ କଳ୍ପନା ଓ ସହନ ଶକ୍ତିର ବାହାରେ ଥିଲା। ତେଣୁ ସେ ନିଜ ଏକୋଇଶି ବର୍ଷର ପୁଅକୁ ପିଟିପିଟି ରାତିଯାକ ବାହାରେ ଛିଡା କରିଦେଲେ। ସକାଳୁ ସିପୁନର ନିଶା ଉତୁରିଲା ପରେ ରାଗିକି ଘରକୁ ନଯାଇ ଆଲୋକ ଘରକୁ ଚାଲିଗଲା। ଦିନ ଯାକ ସେଠି ରହିବାପରେ ସନ୍ଧ୍ୟାରେ ରୁସ୍ତମ ବାର୍ ରେ ଦୁହେଁ ଖୁବ ପିଇଲେ । ଫେରିବା  ବେଳେ ସିପୁନ ଗାଡ଼ିଚଳାବାକୁ କହିବାରୁ ଆଲୋକ ତାକୁ ଚାବିଦେଇ ପଛ ସିଟ୍ ରେ ଶୋଇଗଲା । କିଛି ସମୟ ଗାଡି ଚଳାଇଲା ପରେ ସିପୁନର ଅଖି ଲାଗି ଆସୁଥାଏ । ଏତିକି ବେଳେ ଗାଡି ଗୋଟିଏ ମୋଡାଣିରେ ବୁଲିବା ବେଳେ କିଛି ଗୋଟାଏ ଗାଡିରେ ପିଟି ହେବାପରି ତାକୁ ଲାଗିଲା। ହେଲେ ନିଶାରେ ଥିବାରୁ ଠିକ୍ ଭାବରେ ଲକ୍ଷ କରିପାରିଲା ନାହିଁ । ଅତ୍ୟଧିକ ପିଇଥିବାରୁ ସେଦିନ ସିପୁନ୍ ଆଉ ଘରକୁ ନଯାଇ ଆଲୋକ ଘରେ ରହିଗଲା।
ପରଦିନ ନିଦ ଭାଙ୍ଗିଲା ବେଳକୁ ୧୦ଟା ବାଜିଛି । ଫୋନ୍ ଦେଖିଲା ବେଳକୁ ଏକ ଅଜ୍ଞାତ ନମ୍ବରରୁ ୬ଟା ମିସ୍ କଲ୍ । ସିପୁନ୍ ସେ ନମ୍ବରକୁ ଲଗେଇଲା ତ ପାଖ ପୋଲିସ୍ ଷ୍ଟେସନ୍ କୁ ଲାଗିଲା। ସେପଟରୁ କେହି ଜଣେ କହିଲେ କାଲି ରାତିରେ ରୁସ୍ତମ୍ ବାର ପାଖ ଛକରେ ଗୋଟେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ତାଙ୍କ ପର୍ସରୁ ଆପଣଙ୍କ ଫୋନ୍ ନମ୍ବର ମିଳିଛି । ଆପଣ ଆସି ସିଟି ହସ୍ପିଟାଲ୍ ରେ ଶବଟିକୁ ଚିହ୍ନଟ କରନ୍ତୁ । ସିପୁନ୍ ମୁଣ୍ଡରେ ଯେମିତି ବଜ୍ର ପଡିଲା । ସେ ତୁରନ୍ତ ଯାଇ ଡାକ୍ତରଖାନାରେ ପହଞ୍ଚିଲା । ସେଠିଥିବା ପେଲିସ୍ ଅଧିକାରୀ ଯେବେ ତାକୁ ଶବଟିକୁ ଦେଖାଇଲେ ତା ପାଟିରୁ ଗୋଟେ ଚିତ୍କାର ସହ ବାହାରି ପଡିଲା ବାପା...... 
    ପୋଲିସ୍ ଅଧିକାରୀ ତାକୁ ଶବ ନିକଟରୁ ମିଳିଥିବା ଏକ ବ୍ୟାଗ୍ ଦେଲେ ଯେଉଁଥିରେ ଥିଲା ତା'ପାଇ ଗୋଟେ ସାଟ୍ ଆଉ ନିଶାନିବାରଣ କେନ୍ଦ୍ରର ଗୋଟିଏ ଫର୍ମ....।

Source : Social Media, DM for Credit

ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା

 

                                        ***  ଛପନ ଭୋଗ ରନ୍ଧନ ଶୈଳୀ *** 

ମହାପ୍ରଭୁ ଙ୍କର ଛପନଭୋଗ ରନ୍ଧନ ଶୈଳୀ ବିଷୟରେ କିଛି ଜାଣିବା ଆସନ୍ତୁ 🙏

#ମିଠା_କାନିକା 

ମିଠା କାନିକା ମହାପ୍ରଭୁଙ୍କ ୫୬ ଭୋଗର ଅନ୍ତର୍ଭୁକ୍ତ।

ଉପକରଣ:ଅରୁଆ ଚାଉଳ ଅଧ କିଲୋ,ଚିନି ୧/୩ କପ, ଖିସ୍ ମିସ୍ ୪୦ ଗ୍ରାମ,ଗୁଆଘିଅ ଅଧ କପ,ଲୁଣ ଅଧ ଚାମଚ,ତେଜପତ୍ର ୩ ଖଣ୍ଡ,ଲବଙ୍ଗ ୬ ଟା, ଡାଲଚିନି ୨ ଖଣ୍ଡ, ଶ୍ରୀକର୍ପୁର ଟିକେ ଓ ଦରକାର ଅନୁସାରେ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ଚାଉଳକୁ ପରିଷ୍କାର ଭାବେ ବାଛି ଭଲ ଭାବେ ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ।ଚୁଲିରେ ଗୋଟିଏ ପାତ୍ର ବସାଇ ତାକୁ ଗରମ କରିବେ।ପାତ୍ରଟି ଗରମ ହୋଇଗଲେ ରଖାଯାଇଥିବା ଘିଅରୁ ଅଧେ ସେଥିରେ ପକାଇବେ।ତା' ପରେ ସେଥିରେ ୧ ଚାମଚ ଚିନି ପକାଇବେ।ଚିନି ଘିଅରେ ମିଳାଇ ଘିଅକୁ ବାଦାମୀ ରଙ୍ଗ କରିଦେବେ।ତା' ପରେ ସେ ଘିଅରେ ଗୁଣ୍ଡ କରାହୋଇ ରଖାଯାଇଥିବା ଡାଲଚିନି, ତେଜପତ୍ର, ଲବଙ୍ଗ ଓ ଆଗରୁ ପ୍ରସ୍ତୁତ ଧୁଆ ଚାଉଳକୁ ପକାଇବେ।ଏହାକୁ ଭଲକରି ଗୋଳାଇ କରି ଭାଜିଦେବେ।ଏହାକୁ ଭାଜିବେ କିନ୍ତୁ ଚାଉଳ ଯେପରି ପୋଡ଼ି ନ ଯିବ ସେଥିପ୍ରତି ଦୃଷ୍ଟି ଦେବେ।ଅଳ୍ପ ସମୟ ଭାଜି ସେଥିରେ ଚିନି, ଲୁଣ ଓ ଖିସ୍ ମିସ୍ ମିଶାଇ ଯେତିକି ଦରକାର ସେତିକି ପାଣି ଘୋଡାଇ ଦେବେ।ଚାଉଳ ଫୁଟି ଆସି ଭାତ ହୋଇଗଲେ ଏଥିରେ ଅବଶିଷ୍ଟ ଘିଅ ଓ ଗୁଣ୍ଡ କର୍ପୁର ପକାଇ ଗୋଳାଇ ଦେବେ।ଏଥର ମିଠା କାନିକା ପ୍ରସ୍ତୁତ ହୋଇଗଲା।

#ଲେମ୍ବୁ_ଅନ୍ନ 

ଉପକରଣ:ଆରୁଆ ଚାଉଳ ଅଧ କିଲୋ,ଗୁଆଘିଅ ୧୦୦ ଗ୍ରାମ, ୪ ଟା ଲେମ୍ବୁର ରସ, ଖିସ୍ ମିସ୍ ୫୦ ଗ୍ରାମ, ଲୁଣ ୧ ଚାମଚ ଏବଂ ଆବଶ୍ୟକ ଅନୁସାରେ ପାଣି

ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ପରିଷ୍କାର କରନ୍ତୁ।ଗୋଟିଏ ହାଣ୍ଡିକୁ ଆବଶ୍ୟକ ଅନୁସାରେ ପାଣି ଓ ଲୁଣ ମିଶାଇ ଚୁଲିରେ ବସାଇ ଗରମ କରି ଆଗରୁ ଧୁଆ ହୋଇ ରହିଥିବା ଚାଉଳକୁ ପକାନ୍ତୁ।ଚାଉଳ ଫୁଟି ଭାତ ହୋଇଗଲେ ପେଜ ଗାଳି ଦିଅନ୍ତୁ।ଗୁଆଘିଅକୁ ତରଳେଇ ରଖନ୍ତୁ।ପେଜ ଗାଳି ଦେବା ପରେ ଭାତରେ ତରଳ ଗୁଆଘିଅ ଓ ତା' ପରେ ଲେମ୍ବୁରସକୁ ଗୋଳାଇ ଦିଅନ୍ତୁ।ତା'ପରେ ଖିସ୍ ମିସ୍କୁ ପରିଷ୍କାର ବାଛନ୍ତୁ ଏବଂ ପରେ ତାକୁ ଧୋଇ ସେହି ଗରମ ଭାତରେ ପକାଇ ତାକୁ ତଳ ଉପର ପର୍ଯ୍ୟନ୍ତ ଭଲ କରି ଗୋଳାଇ ଢାଙ୍କୁଣି ଘୋଡାଇ ଦିଅନ୍ତୁ।ବର୍ତ୍ତମାନ ଲେମ୍ବୁ ଅନ୍ନ ପ୍ରସ୍ତୁତ ହେଇଗଲା ।

#ମିଠା_ଖେଚୁଡ଼ି 

ଭୋଗ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ୟ ଭୋଗ ସହିତ ମିଠା ଖେଚୁଡ଼ିକୁ ମଧ୍ୟ ଭୋଗ କରାଯାଇଥାଏ।

ଉପକରଣ:ଅରୁଆ ଚାଉଳ ଅଧ କିଲୋ, ହଲଦୀଗୁଣ୍ଡ ଅଧ ଚାମଚ, ମୁଗ ଡାଲି ଅଧ କପ, କୋରା ନଡ଼ିଆ ଅଧ କପ, ଗୁଣ୍ଡ ଡାଲଚିନି ଅଧ ଚାମଚ, ଚିନି ୧କପ ଓ ଆବଶ୍ୟକ ଅନୁସାରେ ପାଣି ନେବେ।

ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ଚାଉଳକୁ ସବୁ ସଫା କରି ପାଣି ନିଗଡ଼ିକି ରଖିବେ।ସେଥିରେ ମୁଗ ଡାଲିକି ବାଛି ପରିଷ୍କାର ଭାବରେ ଧୋଇ ଧୁଆ ଚାଉଳରେ ମିଶାଇ ହଳଦୀ ଗୁଣ୍ଡ ଗୋଳାଇ କରି ରଖି ଦିଅନ୍ତୁ।ଚୁଲିରେ ପାତ୍ର ବସାଇ ସେଥିରେ ଦରକାର ଅନୁସାରେ ପାଣି ଗରମ କରନ୍ତୁ।ପାଣି ଗରମ ହୋଇଗଲେ ପ୍ରସ୍ତୁତ ମୁଗ ମିଶା ଚାଉଳ ସେଥିରେ ପକାନ୍ତୁ।ଏହାପରେ ସେଥିରେ ଲୁଣ, ଚିନି ଓ ତେଜପତ୍ର ପକାଇ ଘୋଡ଼ଣୀରେ ଘୋଡାଇ ଦିଅନ୍ତୁ।

ଚାଉଳ ଫୁଟି ଭାତ ହୋଇଆସିଲେ ନିଆଁ କମାଇ ଦିଅନ୍ତୁ।ଏହାକୁ ମଝିରେ ମଝିରେ ଗୋଳାଇ ଦେବେ ନଚେତ୍ ତଳୁ ଲାଗି ପୋଡିଯିବ।ଏହା ହୋଇଆସିଲେ ସେଥିରେ କୋରା ନଡ଼ିଆ, ଘିଅ ଓ ଗୁଣ୍ଡ ଡାଲଚିନି ପକାଇ ଭଲକରି ଗୋଳାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି।

#ମିଠା_ପଲାଉ 

ଉପକରଣ:ଆରୁଆ ଚାଉଳ ଅଧ କିଲୋ, ଗୁଆଘିଅ ୧୫୦ ଗ୍ରାମ, ତେଜପତ୍ର, ୩ ଟା, ଚିନି ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଅଧ ଚାମଚ ଓ ଦରକାର ଅନୁସାରେ ଅଳେଇଚ ଓ ପାଣି ନେବେ।

ପ୍ରସ୍ତୁତି::ପ୍ରଥମ କାର୍ଯ୍ୟ ହେଉଛି ଚାଉଳକୁ ଭଲକରି ବାଛିବେ ଓ ପରିଷ୍କାର କରି ଧୋଇ ନିଗାଡିବେ।ଅଳେଇଚକୁ ଛେଚି ରଖିବେ।ଖିସ୍ ମିସ୍କୁ ଅଳ୍ପ ଭାଜି ରଖିବେ।ପ୍ରଥମେ ପାତ୍ରକୁ ଚୁଲିରେ ବସାଇ ଗରମ କରି ଦେବେ।ପାତ୍ରଟି ଗରମ ହୋଇଗଲେ ସେଥିରେ ଘିଅ ପକାଇବେ।ଘିଅ ଲାଲ ଦେଖାଗଲେ ଚିନି ପକାଇବେ।ଚିନି ପକାଇ ତାକୁ ଘାଣ୍ଟି ଦେବେ।ଚିନି ଘିଅରେ ଭଲକରି ମିଶିଗଲେ ସେଥିରେ ଧୁଆ ଚାଉଳ ପକାଇ ଅଳ୍ପ ସମୟ ଭାଜି ଯେତିକି ଦରକାର ସେତିକି ପାଣି ଦେବେ।ଜାଳ କମାଇ ଦେବେ।ସେଥିରେ ରଖାଯାଇଥିବା ତେଜପତ୍ର ଓ ହଳଦୀ ଗୁଣ୍ଡକୁ ପକାଇ ଦେବେ।ପଲାଉ ଯେପରି ପାତ୍ରରେ ନ ଲାଗି ରହିବ, ସେଥିପ୍ରତି ସବୁବେଳେ ଦୃଷ୍ଟି ଦଉଥିବେ।ପଲାଉ ହୋଇ ଆସିଲେ ସେଥିରେ ଖିସ୍ ମିସ୍ ପକାଇ ଘାଣ୍ଟି ଦେବେ।ଶେଷକୁ ମିଠା ପଲାଉ ଉପରେ ଅଳେଇଚକୁ ସବୁଆଡେ ପକାଇ ଘୋଡ଼ଣି ବନ୍ଦ କରି ଘୋଡାଇ ଦେବେ।ଏଥର ମିଠା ପଲାଉ ପ୍ରସ୍ତୁତ ହୋଇଗଲା।

#ଦହି_ପଖାଳ 

ଉପକରଣ:ଆରୁଆ ଚାଉଳ ୫୦୦ ଗ୍ରାମ, ଦହି ୧୨୫୦ ଗ୍ରାମ, ଖଟା କମଳା ପତ୍ର ୮ ଟା, ଅଦା ୫୦ ଗ୍ରାମ, ଲୁଣ ୧୦୦ ଗ୍ରାମ, ଜିରା ଅଳ୍ପ, ଖଟା କମଳା ୨ ଟା ଏବଂ ଦରକାର ଅନୁଯାୟୀ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ନିଗାଡ଼ି ରଖିବେ।ତା' ପରେ ପାତ୍ରରେ ପାଣି ଫୁଟାଇ ସେହି ପାଣିରେ ଧୁଆ ଚାଉଳ ପକାଇ ଭାତ କରିବେ।ଏହାପରେ ଭାତକୁ ଗାଳିବେ।ଭାତ ଗଳା ସରିବା ପରେ ଭାତକୁ ଥଣ୍ଡା ହେବାପାଇଁ ଛାଡ଼ି ଦେବେ।ଭାତ ଥଣ୍ଡା ହୋଇଗଲେ ସେଥିରେ ପାଣି ପୂରାଇ ଧୋଇ ଦେବେ।

ଏହି ଧୁଆ ଭାତରେ ଦରକାର ଅନୁସାରେ ପାଣି ରଖିବେ।ଏହାପରେ ଦହି ମିଶାଇବେ।ଅଦାକୁ ସଫା କରି ଛେଚି ସେହି ଭାତରେ ପକାଇବେ।ଆବଶ୍ୟକ ଅନୁଯାୟୀ ଲୁଣ ମିଶାଇବେ ଯେପରି ଲୁଣିଆ ନ ହୋଇଯାଏ।ଜିରାକୁ କରେଇରେ ଅଳ୍ପ ଭାଜି ଥଣ୍ଡା କରି ଏହି ଭାତରେ ମିଶାଇବେ।ସବୁ ମିଶି ସାରିବା ପରେ ଭାତକୁ ଭଲକରି ଗୋଳାଇ ଦେବେ।ଏଥର ଦହି ପଖାଳ ପ୍ରସ୍ତୁତ ହୋଇଗଲା। 

#ମିଠା_ଡାଲି 

ଉପକରଣ:ହରଡ଼ ଡାଲି ୨୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ସୋରିଷ ୧/୪ ଚାମଚ, ଗୁଆଘିଅ ୧ ଚାମଚ, ଚିନି ୫ ଚାମଚ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।

ପ୍ରସ୍ତୁତି:ହରଡ଼ ଡାଲିକୁ ଭଲଭାବେ ଧୋଇ ବତୁରାଇ ରଖିବେ।ହରଡ଼ ଡାଲି କିଛି ସମୟ ବତୁରିଗଲା ପରେ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ବେଶି ପାଣି ନ ଦେଇ ପାତ୍ରରେ ସିଝାଇ ଦେବେ।ଅଦାରୁ ଚୋପା ଛଡାଇ ତାକୁ ଭଲଭାବେ ଧୋଇ ଛେଚି ରଖିବେ।ହରଡ଼ ଡାଲି ସିଝିଗଲା ପୂର୍ବରୁ ପ୍ରସ୍ତୁତ ଅଦା ଛେଚା ଓ ଚିନି ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଅନ୍ୟ ଏକ ପାତ୍ରରେ ଗରମ ଘିଅରେ ସୋରିଷ ଫୁଟାଇ ସିଝା ହରଡ଼ ଡାଲିକୁ ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଏଥର ମିଠା ଡାଲି ପ୍ରସ୍ତୁତ ହୋଇଗଲା।

#ଡାଲମା

ଉପକରଣ:ହରଡ଼ ଡାଲି ୩ କପ, କଞ୍ଚା କଦଳୀ ୪ ଟା, ମୂଳା ୧ ଟା, କଖାରୁ ୨୦୦ ଗ୍ରାମ, ପୋଟଳ ୭ଟା, ଦେଶୀଆଳୁ (ଖମ୍ବଆଳୁ) ୩୦୦ ଗ୍ରାମ, କନ୍ଦମୂଳ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୫ ଟା, ଗୁଆଘିଅ ୪ ଚାମଚ, ଅଦା ୫୦ ଗ୍ରାମ, ଚିନି ୨ ଚାମଚ, ଲୁଣ ୫୦ ଗ୍ରାମ, ଜିରା ୨୫ ଗ୍ରାମ, ନାଡ଼ି ୨୦୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଉଛି ସବୁ ପନିପରିବାକୁ ଧୋଇ ଭଲଭାବେ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିରୁ ଗୋଡ଼ି ଓ ଅଳିଆ ସବୁ ବାଛି ପରିଷ୍କାର କରି ଧୋଇ ବତୁରାଇ ଦିଅନ୍ତୁ।ହରଡ଼ ଡାଲିରେ ଲୁଣ, ହଳଦୀ ଓ ଆବଶ୍ୟକ ପରିମାଣର ପାଣି ମିଶାଇ ସିଝାନ୍ତୁ।ହରଡ଼ ଡାଲି ସିଝିଗଲେ ସେଥିରେ ସବୁ ପନିପରିବା, ଚିନି, ଛେଚା ଅଦା, ତେଜପତ୍ର ପକାଇ ଆଉଥରେ ସିଝାନ୍ତୁ।ସିଝିଗଲେ ତଳକୁ ଓହ୍ଲାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ଜିରା ପକାଇ ଫୁଟାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ସିଝା ଡାଲମାକୁ ପକାଇ ଓ ଦରକାର ମୁତାବକ ପାଣି ଦେଇ ଘୋଡେଇ ଦିଅନ୍ତୁ। ଡାଲମା ହୋଇ ଆସିଲେ ସେଥିରେ କୋରା ନଡ଼ିଆ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଏଥର ଡାଲମା ପ୍ରସ୍ତୁତ ହୋଇଗଲା।

#ମସଲା_ଡାଲମା 

ଉପକରଣ:ହରଡ଼ ଡାଲି ୨ କପ, ଦେଶୀଆଳୁ (ଖମ୍ବଆଳୁ) ୨୦୦ ଗ୍ରାମ, କଞ୍ଚା କଦଳୀ ୩ ଟା, କଖାରୁ ୧୫୦ ଗ୍ରାମ, ମୂଳା ୧ ଟା, ପୋଟଳ ୫ଟା, କନ୍ଦମୂଳ ୧୦୦ ଗ୍ରାମ, ନଡ଼ିଆ କୋରା ୧ କପ, ଗୁଆଘିଅ ୩ ଚାମଚ,ତେଜପତ୍ର ୪ ଟା, ଛେଚା ଅଦା ୪୦ ଗ୍ରାମ, ଲୁଣ ୩୦ ଗ୍ରାମ, ଚିନି ୧ ଚାମଚ, ଜିରା ୫୦ ଗ୍ରାମ, ନାଡ଼ି ୧୦୦ ଗ୍ରାମ ଓ ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ସବୁ ପନିପରିବାକୁ ଭଲକରି ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିକୁ ଭଲଭାବେ ବାଛି ବତୁରାଇ ଦିଅନ୍ତୁ।ଅଧେ ଜିରା ଆଣି ତାକୁ ଗୁଣ୍ଡ କରି ରଖନ୍ତୁ।ହରଡ଼ ଡାଲିକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାନ୍ତୁ।ତା' ପରେ ସିଝା ହରଡ଼ ଡାଲିରେ କଟା ପନିପରିବା, ଛେଚା ଅଦା, କୋରା ନଡ଼ିଆ ପକାଇ ସିଝାନ୍ତୁ।ସିଝିଗଲା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ଓ ଗରମ ଘିଅରେ ତେଜପତ୍ର ଓ ଜିରା ପକାଇ ଫୁଟାନ୍ତୁ।ଫୁଟିଗଲେ ସେଥିରେ ଆଗରୁ ସିଝିଥିବା ଡାଲିକୁ ପକାଇ ବଗାଡ଼ନ୍ତୁ।ବଗାଡି ଦେଲା ପରେ ଆଗରୁ ଥିବା ଜିରା, କୋରା ନଡ଼ିଆ, ଜିରା, ଲଙ୍କାଗୁଣ୍ଡ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଆପଣ ଯେତିକି ରାଗ ଖାଇବେ ସେହି ଅନୁସାରେ ଲଙ୍କାଗୁଣ୍ଡ ପକାଇବେ।ବର୍ତ୍ତମାନ ମସଲା ଡାଲମା ପ୍ରସ୍ତୁତ ହୋଇଗଲା।

#ମହୁର 

ଉପକରଣ:ଦେଶୀଆଳୁ ବା ଖମ୍ବଆଳୁ ୨୫୦ ଗ୍ରାମ, କନ୍ଦମୂଳ ୧୦୦ ଗ୍ରାମ, କଖାରୁ ୧୫୦ ଗ୍ରାମ, ପୋଟଳ ୮ ଟା, କଞ୍ଚା କଦଳୀ ୩ ଟା, ବିରିବଡ଼ି ୧୨ ଟା, ତେଜପତ୍ର ୫ ଟା, ଜିରା ୨ ଚାମୁଚ, ଗୁଆଘିଅ ୬ ଚାମଚ, ଦରକାର ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ସମସ୍ତ ପନିପରିବାକୁ ଭଲକରି ଧୋଇ କାଟି ଛୋଟ ଛୋଟ କରି ଦିଅନ୍ତୁ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖନ୍ତୁ।ପରିବା ସହିତ ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣକୁ ମିଶାଇ ସିଝାନ୍ତୁ।ବିରିବଡ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ଦିଅନ୍ତୁ।୬ ଚାମଚ ଘିଅ ଗୋଟେ ପାତ୍ରରେ ଗରମ କରି ସେଥିରେ ତେଜପତ୍ର ଓ ଅବଶିଷ୍ଟ ଜିରା ପକାଇ ଫୁଟାନ୍ତୁ।ଏଥିରେ ସିଝା ପନିପରିବା ଓ ଭଜା ଖଣ୍ଡ ବଡ଼ିକୁ ପକାନ୍ତୁ।ଦରକାର ଅନୁଯାୟୀ ପାଣି ଦେଇକୁ ଭଲକି ଖରଡ଼ି ଦିଅନ୍ତୁ।ତରକାରୀରେ ବେଶୀ ପାଣି ଦେବା ଉଚିତ୍ ନୁହେଁ।ତରକାରୀ ଜୁକୁଜୁକିଆ ହେବା ଦରକାର।ତରକାରୀ ଭଲକରି ଫୁଟିଗଲେ ସେଥିରେ ଆଗରୁ ଭଜା ହୋଇ ରହିଥିବା ଜିରାଗୁଣ୍ଡ ଭଲକରି ଗୋଳାଇ ଦେବେ।ବର୍ତ୍ତମାନ ମହୁର ପ୍ରସ୍ତୁତ ହୋଇଗଲା।

#ବେସର 

ଉପକରଣ:ବତୁରା ଗୋଟା ବୁଟ ୧୫୦ ଗ୍ରାମ,ଗୁଆଘିଅ ୧୫୦ ଗ୍ରାମ, ଦେଶୀଆଳୁ(ଖମ୍ବଆଳୁ) ୩୦୦ ଗ୍ରାମ, କଖାରୁ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ପୋଟଳ ୧୦ ଟା, କନ୍ଦମୂଳ ୧୫୦ ଗ୍ରାମ, ନାଡ଼ି ୧୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ଗୋଲମରିଚ ଗୁଣ୍ଡ ୮ ଗ୍ରାମ, ଧନିଆ ୧୦ ଗ୍ରାମ, ଡାଲଚିନି ୧୫ ଗ୍ରାମ, ମଧୁରିଗୁଣ୍ଡ ୧୦ ଗ୍ରାମ, ବଟା ସୋରିଷ ୩୦ ଗ୍ରାମ, ଚିନି ୫୦ଗ୍ରାମ, ଗୋଟା ଜିରା ୧୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ପନିପରିବାକୁ ପରିଷ୍କାର କରି ଧୋଇ କାଟି ଛୋଟ ଛୋଟ କରି କାଟି ରଖନ୍ତୁ।ଅଧେ ଗୁଆଘିଆରେ ଧୁଆ ହୋଇଥିବା ପନିପରିବାକୁ ପକାଇ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ।ଏଗୁଡିକ ଅଳ୍ପ ସିଝିଗଲା ପରେ ସେଥିରେ ଦରକାର ଅନୁସାରେ ପାଣି ଦେଇ ତହିଁରେ କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଧେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା ଅଦା ଛେଚା ଓ ଚିନି ପକାଇ ସିଝାନ୍ତୁ।

ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରନ୍ତୁ।ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜନ୍ତୁ।ଏହା ଫୁଟିଗଲେ ସେଥିରେ ଆଗରୁ ପ୍ରସ୍ତୁତ ସିଝା ପନିପରିବା ପକାଇବେ।ଏଥିସହିତ ନାଡ଼ି ଓ ଡାଲଚିନି ଗୁଣ୍ଡକୁ ଭଲକରି ମିଶାଇବେ।ଏଥର ବେସର ପ୍ରସ୍ତୁତ ହୋଇଗଲା। 

#ପୋଟଳ_ରସା 

ଉପକରଣ:ପୋଟଳ ୧ କିଲୋ, କୋରା ନଡ଼ିଆ ୨ କପ, ଛୋଟ ଅଦା ଖଣ୍ଡେ, ଗୁଆଘିଅ ୨ କପ, ଜିରା ୨ ଚାମଚ, ଚିନି ୧ କପ, ଲୁଣ ୫୦ ଗ୍ରାମ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ଦେବେ।

ପ୍ରସ୍ତୁତି:ପ୍ରଥମେ ପୋଟଳକୁ ପରିଷ୍କାର କରି ଧୋଇ ସଫା କରି ରଖନ୍ତୁ।ତା'ପରେ ପୋଟଳକୁ ରାମ୍ପି ଉପର ପରସ୍ତ ଚୋପା ସଫା କରନ୍ତୁ।ଛୋଟ ଛୋଟ ପୋଟଳ ଥିଲେ ଦୁଇଗଡ଼ ଓ ବଡ଼ ବଡ଼ ପୋଟଳ ଥିଲେ ତାକୁ ତିନି ଗଡ଼ କରନ୍ତୁ।ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ।ଅଦାକୁ ପରିଷ୍କାର କରି ଧୋଇ ରଖନ୍ତୁ ତା' ପରେ କୋରା ନଡ଼ିଆ, ଅଦା ଓ ଜିରାକୁ ମିଶାଇ ବାଟନ୍ତୁ।ଗରମ ଘିଅ ପାତ୍ରରେ କଟା ପୋଟଳକୁ ଛାଣି ରଖନ୍ତୁ।ତା' ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ଗରମ ଘିଅରେ ଚିନି ପକାଇ ଭାଜନ୍ତୁ।ଚିନି ବାଦାମୀ ରଙ୍ଗ ହୋଇଗଲେ ଆଗରୁ ପ୍ରସ୍ତୁତ କୋରାନଡ଼ିଆ, ଜିରା ଓ ଅଦା ବଟା ଏବଂ ଛଣା ପୋଟଳ ପକାଇ ଭଲକରି କଷନ୍ତୁ।ଛଣା ପୋଟଳ ଠିକ୍ ଭାବେ କଷା ହୋଇଗଲା ପରେ ପାଣି, ଲୁଣ ଓ ହଳଦୀ ଗୁଣ୍ଡ ଦେଇ ତାକୁ ଫୁଟାନ୍ତୁ।ପୋଟଳ ତରକାରୀ ଠିକ୍ ଭାବେ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ପୋଟଳ ରସା ପ୍ରସ୍ତୁତ ହୋଇଗଲା।

#ଚଣାମସଲା_ତରକାରୀ 

ଉପକରଣ:ଚଣା ବା କାବୁଲି ବଡ଼ ବୁଟ ୫୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୩ ଟା, ଜିରା ୪ ଚାମଚ, ଗୁଆଘିଅ ୪ ଚାମଚ, ଅଦା ୨୦ ଗ୍ରାମ, ଆବଶ୍ୟକ ଅନୁଯାୟୀ ଚିନି, ଲୁଣ, ହଳଦୀ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ କାବୁଲି ବୁଟକୁ ପରିଷ୍କାର କରି ଧୋଇ ଅତି କମ୍ରେ ୩ ଘଣ୍ଟା ବତୁରାଇ ରଖିବେ।କୋରା ନଡ଼ିଆ ଧୁଆ ଅଦା ଓ ଜିରାକୁ ମିଶାଇ ବାଟି ରଖିବେ।ଗୋଟେ ପାତ୍ରରେ ଅଳ୍ପ ପାଣି ଦେଇ ବତୁରା କାବୁଲି ବୁଟ ଆବଶ୍ୟକ ଅନୁସାରେ ଲୁଣ, ଚିନି, ହଳଦୀ ଗୁଣ୍ଡ ଦେଇ ସିଝେଇବେ।କାବୁଲି ବୁଟ ସିଝିଗଲେ ତାକୁ ତଳକୁ ଓହ୍ଲାଇ ରଖିବେ।ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ବଟା ମସଲା(ଅଦା, ନଡ଼ିଆ କୋରା, ଜିରା) ଓ ତେଜପତ୍ରକୁ ପକାଇ କଷିବେ। ଏହା ଠିକ୍ ଭାବେ କଷି ହୋଇଗଲେ ସେଥିରେ ପୂର୍ବ ପ୍ରସ୍ତୁତ କାବୁଲି ବୁଟ ପକାଇ ଆବଶ୍ୟକ ଅନୁସାରେ ପାଣି ଦେଇ କଷନ୍ତୁ।ଏହାକୁ ଜୁକୁଜୁକିଆ କରିବେ।ଏହାପରେ ଏହାକୁ ଚୁଲିରୁ ଓହ୍ଲାଇ ଦେବେ।ଏଥର ଚଣା ମସଲା ତରକାରୀ ପ୍ରସ୍ତୁତ ହୋଇଗଲା।

#ଗୋଟା_ବାଇଗଣ_ତରକାରୀ 

ଉପକରଣ:ବାଇଗଣ ୮ ଟା, ଗୁଆଘିଅ ୧କପ, କୋରା ନଡ଼ିଆ ୧ କପ, ଜିରା ୧ ଚାମଚ, ଅଦା ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ ନେବେ।

ପ୍ରସ୍ତୁତି: ପ୍ରଥମେ ବାଇଗଣ ତଳପଟୁ( ଡେମ୍ଫ ପଟୁ ନୁହେଁ) ଅଧା ପର୍ଯ୍ୟନ୍ତ ଚାରି ଫାଳ କରି କାଟି ଦିଅନ୍ତୁ।ଏବଂ ତାକୁ ପାଣିରେ ପକାନ୍ତୁ।ସାବଧାନ, ଯେପରି ବାଇଗଣ ଗୋଟା ରହେ।ଏହାପରେ ବାଇଗଣକୁ ଗରମ ଘିଅରେ ଛାଣି ରଖନ୍ତୁ।ଜିରା, ଅଦା ଓ କୋରା ନଡ଼ିଆକୁ ବାଟି ରଖନ୍ତୁ।ତା'ପରେ ବଟା ମସଲାକୁ ଗୁଆଘିଅରେ କଷନ୍ତୁ।ମସଲା ଲାଲ୍ ହୋଇ ଆସିଲେ ସେଥିରେ ଛଣା ବାଇଗଣ, ଦରକାର ଅନୁଯାୟୀ ଲୁଣ, ହଳଦୀଗୁଣ୍ଡ ପାଣି ଦେଇ ତାକୁ ଫୁଟାନ୍ତୁ।ବେଶୀ ପାଣି ଦେବେନି ଗୋଟା ବାଇଗଣ ଲଟପଟ ହୋଇ ମସଲାରେ ମିଶିବା ଦରକାର।ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲା।

#ପୋଟଳ_କୁରୁମା 

ଉପକରଣ:ପୋଟଳ ୫୦୦ ଗ୍ରାମ,ପେସ୍ତା ବାଦାମ ୫୦ ଗ୍ରାମ,ନଡିଆ ଫାଳେ, ଗୁଆଘିଅ ୧୦୦ ଗ୍ରାମ, ଅଳେଇଚ ୪ ଟା,ଡାଲଚିନି ଖଣ୍ଡେ, ଅଦା ବଡ଼ ଖଣ୍ଡେ, ଜିରା ବଡ଼ ଚାମଚ, ତେଜପତ୍ର ୨ଟା, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ପୋଟଳର ଚୋପା ରାମ୍ପି ତାର ଦୁଇ ପଟୁ ଦୁଇ ଭୁଣ୍ଡି ଓ ମଝି କାଟି ଦିଅନ୍ତୁ, ଯେମିତିକି ଏହା ଗୋଟା ହୋଇ ରହିବ ଓ ମଝି କାଟିବାଦ୍ୱାରା ଘିଅ, ମସଲା, ପୋଟଳ ମଧ୍ୟକୁ ଯାଇ ମିଶିବ।ଏହାକୁ ଭଲକରି ଧୋଇ ଘିଅରେ ଭାଜନ୍ତୁ।ଗରମ ଘିଅରେ ସବୁ ମସଲା ପକାଇ ଅଳ୍ପ କଷନ୍ତୁ।ମସଲା ଅଳ୍ପ ରାନ୍ଧି ହୋଇଗଲେ ସେଥିରେ ଗୋଟା ପୋଟଳ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲକରି କଷନ୍ତୁ।ତା' ପରେ ସେଥିରେ ଅଳ୍ପ ଗରମ ପାଣି ଦେଇ ପୋଟଳ କୁରୁମାକୁ ଜୁକୁଜୁକିଆ କରନ୍ତୁ।ଏହା ପ୍ରସ୍ତୁତ ହୋଇଗଲେ ସେଥିରେ ଡାଲଚିନି ଓ ଅଳେଇଚ ଗୁଣ୍ଡ ତରକାରୀ ଉପରେ ଦେଇ ଚୁଲ୍ଲିରୁ ଓହ୍ଲାନ୍ତୁ।ଏଥର ପୋଟଳ କୁରୁମା ପ୍ରସ୍ତୁତ ହୋଇଗଲା।

#ଛେନା_ରସା

ଉପକରଣ:ଛଣା ଛେନା ୫୦୦ ଗ୍ରାମ, ଚିନି ୫୦ ଗ୍ରାମ, ଗୁଆଘିଅ ୧୦୦ ଗ୍ରାମ, ନଡିଆ ୧ଟା,ଗୋଲମରିଚ ୫ ଗ୍ରାମ, ଜିରା ୧୦ ଗ୍ରାମ, ଅଳେଇଚ ୫ ଗ୍ରାମ, ଡାଲଚିନି ୨ ଖଣ୍ଡ (ବଡ଼), ପେସ୍ତା ବାଦାମ ୧୫ ଗ୍ରାମ, ଅଦା ଖଣ୍ଡେ, ତେଜପତ୍ର ୨ଟା, ଫୁଟଣ ୧ ଚାମଚ, ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ସବୁ ମସଲା ଓ ନଡିଆ ବାଟି ଦିଅନ୍ତୁ।ଗରମ ଘିଅରେ ୨୫ ଗ୍ରାମ ଚିନି ପକାନ୍ତୁ, ଚିନି ଲାଲ ହୋଇଗଲେ ଫୁଟଣ ସେଥିରେ ପକାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ବଟା ମସଲା, ନଡିଆ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ କଷନ୍ତୁ।ଏହା କଷି ହୋଇଗଲେ ଦରକାର ଅନୁଯାୟୀ ପାଣି ଦିଅନ୍ତୁ।କିଛି ସମୟ ଏହା ଫୁଟିଗଲେ ଛଣା ଛେନାକୁ ସେଥିରେ ପକାନ୍ତୁ।ରଖାଯାଇଥିବା ବାକି ଅଧା ଚିନିକୁ ତରକାରୀ ଉପରେ ପକାଇ ଗୋଳାନ୍ତୁ।ତରକାରୀ ପ୍ରସ୍ତୁତ ହୋଇଆସିଲେ ଶେଷରେ ଡାଲଚିନି ଓ ଅଳେଇଚ ଗୁଣ୍ଡ କରି ସେଥିରେ ପକାଇ ଗୋଳାଇ ତଳକୁ ଓହ୍ଲାନ୍ତୁ।ବର୍ତ୍ତମାନ ଛେନା ରସା ପ୍ରସ୍ତୁତ ହୋଇଗଲା। 

#ଶିମ୍ବରାଇ

ଉପକରଣ:ଶିମ୍ବ ୨୫୦ ଗ୍ରାମ,ଗୁଆଘିଅ ୨ ଚାମଚ, ଫୁଟଣ ୧ ଚାମଚ, ଚିନି ୧ ଚାମଚ, ସୋରିଷ ୨ ଚାମଚ, ଜିରା ୧ ଚାମଚ, ବିରିବଡ଼ି ୧୦ ଟା, ନଡିଆ ଫାଳେ, ଆବଶ୍ୟକ ଅନୁଯାୟୀ ଲୁଣ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ଗରମ ଘିଅରେ ଫୁଟଣ ପକାଇ ଫୁଟାନ୍ତୁ।ଶିମ୍ବକୁ ଛୋଟ ଛୋଟ କରି କାଟି ପାଣିରେ ଧୋଇ ତାକୁ ଅଳ୍ପ ଭାଜନ୍ତୁ।ଜିରା ଓ ସୋରିଷ ବାଟି ଶିମ୍ବରେ ପକାଇ ଘୋଡାଇ ଘୋଡାଇ ଅଳ୍ପ ଆଞ୍ଚରେ ଘାଣ୍ଟୁଥିବେ।ଅଳ୍ପ ଗରମ ପାଣି ଏହି ରାଇରେ ମିଶାଇ ଅଳ୍ପ ଜାଳରେ ରଖନ୍ତୁ। ଶିମ୍ବ ସିଝି ରାଇ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ ଓ ସ୍ୱାଦିଷ୍ଟ ହେବା ପାଇଁ ଶିମ୍ବ ରାଇରେ ଗୁଣ୍ଡ ଚିନି ମିଶାନ୍ତୁ।ବର୍ତ୍ତମାନ ଶିମ୍ବରାଇ ପ୍ରସ୍ତୁତ ହୋଇଗଲା।

#ଦହି_ବାଇଗଣ 

ଉପକରଣ:ଭଲ ବାଇଗଣ ୨୫୦ଗ୍ରାମ, ଆମ୍ବ କଷିଆ ଅଦା ଖଣ୍ଡେ, ଦହି ୨୦୦ ଗ୍ରାମ, ଗୁଆଘିଅ ୨୦୦ ଗ୍ରାମ, ଭୃସୁଙ୍ଗା ପତ୍ର ୨ ଶାଖା,ପଞ୍ଚୁଫୁଟଣ ୧ ଚାମଚ, ଜିରା ଗୁଣ୍ଡ ୧ ଚାମଚ,ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ନେବେ।

ପ୍ରସ୍ତୁତି:ପ୍ରଥମେ ବାଇଗଣକୁ ସରୁ ସରୁ କରି କାଟି ପାଣିରେ ଧୋଇ ଘିଅରେ ଛାଣି ସିଝିଲା ପରେ ଓହ୍ଲାଇ ରଖନ୍ତୁ।ଛଣା ବାଇଗଣ ଥଣ୍ଡା ହୋଇଗଲେ ସେଥିରେ ଦହି ମିଶାନ୍ତୁ।ଗରମ ଘିଅରେ ଫୁଟଣ ଓ ଭୃସୁଙ୍ଗା ପତ୍ର ମିଶାନ୍ତୁ।ଫୁଟଣ ଫୁଟିଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦହି ବାଇଗଣ ସେହି ଫୁଟଣରେ ମିଶାଇ ଗୋଳାନ୍ତୁ।ତା' ପରେ ଜିରାକୁ ଭାଜି ଗୁଣ୍ଡ କରି ଏହା ଉପରେ ମିଶାଇ ଦିଅନ୍ତୁ।ଶେଷରେ ଆମ୍ବ କଷିଆ ଅଦା ଖଣ୍ଡେ ଛେଚି ଦହି ବାଇଗଣରେ ମିଶାଇ ଏହା ପ୍ରସ୍ତୁତ ହୋଇଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ଏଥର ଦହି ବାଇଗଣ ପ୍ରସ୍ତୁତ ହୋଇଗଲା।

#ରାଇତା 

ଉପକରଣ:ସେଓ ୧ ଟା, ମିଠା କମଳା ୧ଟା,ଅଙ୍ଗୁର ୧୫୦ ଗ୍ରାମ,ଡାଳିମ୍ବ ୧ଟା, କଟା ଧନିଆପତ୍ର ୨ ଚାମୁଚ,ଅଦା ଛୋଟ ଖଣ୍ଡେ, ଜିରା ଅଧ ଚାମଚ, ଚିନି ୨ ଚାମଚ, କୋରା ନଡ଼ିଆ ୨ କପ, ଆବଶ୍ୟକ ଅନୁଯାୟୀ ବସାଦହି, ଲୁଣ ଓ ପାଣି ନେବେ।

ପ୍ରସ୍ତୁତି:ପ୍ରଥମେ ସେଓ, ଅଙ୍ଗୁର, ଡାଳିମ୍ବ ଓ କମଳାକୁ ଭଲ କରି ଧୋଇ ଦେବେ।ତା'ପରେ ସେଓକୁ ଛୋଟ ଛୋଟ କରି କାଟି ଦେବେ, ଡାଳିମ୍ବର ମଞ୍ଜି ବାହାର କରି ରଖିବେ।ଅଙ୍ଗୁରକୁ ଡେମ୍ଫରୁ ଛିଣ୍ଡାଇ ରଖିବେ।କମଳାରୁ ଚୋପା ଛଡାଇ କୋଲାକୁ ଅଲଗା ଅଲଗା କରି ରଖିବେ।ଏ ସମସ୍ତକୁ ଗୋଟିଏ ପାତ୍ରରେ ପକାଇ ସେଥିରେ କଟା ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ଏବଂ କୋରା ନଡ଼ିଆକୁ ପକାଇ ଭଲ ଭାବେ ଗୋଳାଇ ରଖିବେ।ତା'ପରେ ସେଥିରେ ବସାଦହିକୁ ପକାଇବେ ଓ ଶେଷରେ ଭଜା ଜିରାକୁ ପକାଇ ଭଲଭାବେ ଗୋଳାଇବେ।ଏଥର ରାଇତା ପ୍ରସ୍ତୁତ ହୋଇଗଲା।

#ଚାଉଳ_ଖିରି 

ଉପକରଣ:ନୂଆ ବସୁମତି ଆରୁଆ ଚାଉଳ ୨୦୦ଗ୍ରାମ,ଖିସମିସ୍ ୫୦ଗ୍ରାମ,ଦୁଧ ୧ କିଲୋ, ଗୁଆଘିଅ ୨ ଚାମଚ, ତେଜପତ୍ର ୪ଟା, ଚିନି ୨କପ ଓ ଅଳେଇଚ ୩ଟା ନେବେ।

ପ୍ରସ୍ତୁତି:ପ୍ରଥମେ ବସୁମତି ଚାଉଳକୁ ବାଛି ଭଲକରି ଧୋଇ ଦେବେ।ଏକ ପାତ୍ରରେ ଦୁଧକୁ ଭଲକରି ଫୁଟାଇ ଦେବେ।ଅନ୍ୟ ଏକ ପାତ୍ରରେ ଗୁଆଘିଅ ପକାଇ ଗରମ କରିବେ।ଘିଅ ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଚିନି ଲାଲ ହୋଇ ଆସିଲେ ସେଥିରେ ଦୁଧ ପକାଇ ଫୁଟାଇବେ।ଦୁଧ ଫୁଟିଲେ ପ୍ରସ୍ତୁତ ହୋଇ ରହିଥିବା ଧୁଆ ଚାଉଳ ପକାଇବେ।ନିଆଁ ଆଞ୍ଚକୁ କମାଇ କ୍ଷୀରି ପ୍ରସ୍ତୁତ କରିବେ।ଚାଉଳ ଫୁଟି ଫୁଟି ଗଲେ ସେଥିରେ ତେଜପତ୍ର ପକାଇବେ।ଖିସ୍ ମିସ୍ ଭାଜି ଏଥର ପକାଇବେ।କ୍ଷୀରି ବହଳା ହୋଇ ଲାଲ ଦେଖାଗଲେ ତାକୁ ତଳକୁ ଓହ୍ଲାଇ ପକାଇବେ।ଅଳେଇଚ ଗୁଣ୍ଡ କରି କ୍ଷୀରିରେ ପକାଇବେ।ଏଥର କ୍ଷୀରି ପ୍ରସ୍ତୁତ ହୋଇଗଲା।

#ବୁନ୍ଦିଆ_କ୍ଷୀରି

ଉପକରଣ:ଦୁଧ ଅଧ ଲିଟର, ଚିନି ଅଧ କପ, ଖାଣ୍ଟି ଗୁଆ ଘିଅ ୨କପ, ବେସନ ଅଧ କପ, ଅଳେଇଚ ୬ଟା ଓ ଆବଶ୍ୟକ ଅନୁଯାୟୀ ପାଣି ନିଅନ୍ତୁ।

ପ୍ରସ୍ତୁତି:ପ୍ରଥମେ ଅଳ୍ପ ପାଣି ଦେଇ ବେସନକୁ ଫେଣ୍ଟିବେ।ଗରମ ଘିଅ ପାତ୍ରରେ ଏହି ଫେଣ୍ଟା ବେସନକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରିବେ।ଅଳେଇଚକୁ ଛେଚି ରଖିବେ।ଅନ୍ୟ ଏକ ପାତ୍ରରେ ଦୁଧକୁ ଗରମ କରିବେ।ଦୁଧ ଭଲକରି ଫୁଟି ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଦୁଧ ଓ ଚିନିକୁ ଆଉଟି ଆଉଟି ଅଧା କରିବେ।ଏଥିରେ ଆଗରୁ ଛଣା ହୋଇ ରହିଥିବା ବୁନ୍ଦିଆକୁ ଆବଶ୍ୟକ ଅନୁଯାୟୀ ପକାଇବେ।ବୁନ୍ଦିଆକୁ ଦୁଧରେ ଚାମଚ ସାହାଯ୍ୟରେ ଚାପି ଚାପି ଦେବେ।ଶେଷରେ ବୁନ୍ଦିଆ କ୍ଷୀରିରେ ଅଳେଇଚ ଛେଚା ପକାଇ ଗୋଲାଇବେ।ପ୍ରସ୍ତୁତ ହୋଇଗଲେ ବୁନ୍ଦିଆ କ୍ଷୀରିକୁ ତଳକୁ ଓହ୍ଲାଇ ଦେବେ।ଏଥର ବୁନ୍ଦିଆ କ୍ଷୀରି ପ୍ରସ୍ତୁତ ହୋଇଗଲା।

#ପଣା

ଉପକରଣ:କ୍ଷୀର ୧ ଲିଟର,ଛେନା ୫୦୦ ଗ୍ରାମ, ନଡ଼ିଆ ଫାଳେ, ଚିନି ଅଧ କପ,ଖିସ୍ ମିସ୍ ୫୦ଗ୍ରାମ, ଅଳେଇଚ ୪ଟା ଓ ପାଚିଲା ଦେଶୀ କଦଳୀ ୨ ଟା ନିଅନ୍ତୁ।

ପ୍ରସ୍ତୁତି: ପ୍ରଥମେ କ୍ଷୀରକୁ ସିଝେଇ ସିଝେଇ ଅଧା କରି ରାବିଡ଼ି କରିଦିଅନ୍ତୁ।ସେଥିରୁ ସର ବାହାର କରି ରାବିଡ଼ିକୁ ଅଲଗା କରି ରଖନ୍ତୁ।ନଡିଆକୁ କୋରି ରଖନ୍ତୁ ଓ ଅଳେଇଚକୁ ଛେଚି ରଖନ୍ତୁ।ପାଚିଲା କଦଳୀର ଚୋପା ଛଡାଇ ସେଥିରେ ନଡ଼ିଆ କୋରା ଓ ଚିନି ମିଶାଇ ଭଲ କରି ଚକଟି ଦିଅନ୍ତୁ।ତା'ପରେ ସେଥିରେ କ୍ଷୀରରୁ ଅଲଗା ହୋଇଥିବା ସର, ରାବିଡ଼ି ଓ ଛେନାକୁ ଭଲ କରି ଚକଟି ପଣା କରନ୍ତୁ।ଶେଷରେ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଗୁଣ୍ଡ ମିଶାଇ ପଣା ପ୍ରସ୍ତୁତ କରନ୍ତୁ।ଏଥର ପଣା ପ୍ରସ୍ତୁତ ହୋଇଗଲା।

#ନଡ଼ିଆ_ଲଡୁ

ଉପକରଣ:କୋରା ନଡିଆ ୧ କପ, ଗୁଡ଼ ୨୦୦ଗ୍ରାମ ଓ ଦୁଇଟି ଅଲେଇଚର ଗୁଣ୍ଡ।

ପ୍ରସ୍ତୁତି:ଗରମ ପାତ୍ରରେ ଗୁଡ଼ ପକାଇ ଗୁଡ଼ରୁ ପାଣି ଅଂଶ ମରି ଗୁଡ଼ ଅଠାଳିଆ ଅଠାଳିଆ ହାତକୁ ଲାଗିଲେ କୋରା ନଡ଼ିଆ ଓ ଅଳେଇଚ ଗୁଣ୍ଡ ସେଥିରେ ପକାଇବ।ଏହାକୁ ଭଲକରି ଘଣ୍ଟିବ, ଯେପରି ତା' ଦେହରୁ ପାଣି ଅଂଶ ମରିଯିବି।ତା'ପରେ ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ପାଣି ହାତରେ ଏହାକୁ ଗୋଲ ଗୋଲ ରସଗୋଲା ପରି ପ୍ରସ୍ତୁତ କରିବ।ଥଣ୍ଡା ହୋଇଗଲେ ଏହା ଗୋଲ ଗୋଲ ହୋଇପାରିବନି।ବର୍ତ୍ତମାନ ନଡ଼ିଆ ଲଡୁ ପ୍ରସ୍ତୁତ ହୋଇଗଲା। 

#ଲୁଣି_ଖଜା 

ଉପକରଣ: ମଇଦା ୪୦୦ଗ୍ରାମ, ଗୁଆଘିଅ ୪୦୦ଗ୍ରାମ, ଜିରା ୧ ଚାମଚ, ଲୁଣ ୧ ଚାମଚ, ଆବଶ୍ୟକ ଅନୁସାରେ ଖାଇବା ସୋଡ଼ା ଓ ପାଣି ନେବେ।

ପ୍ରସ୍ତୁତି: ମଇଦାରେ ୮୦ ଗ୍ରାମ ଘିଅ ପକାଇ ଭଲକରି ମିଶାଇବେ।ତା'ପରେ ସେଥିରେ ପାଣି,ଜିରା,ଲୁଣ ଓ ଖାଇବା ସୋଡ଼ା ପକାଇ ଅଟା ଚକଟିଲା ପରି ଭଲକରି ଚକଟି ଦେବେ।ଏହାକୁ ଅଧ ଘଣ୍ଟା ରଖିଦେବେ।ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଦାବିଦେଇ ଅଳ୍ପ ଜାଳରେ ଗରମ ଘିଅରେ ବାଦାମୀ ରଙ୍ଗ ହେବାଯାଏ ରଖି ଛାଣି ରଖିବେ।ବର୍ତ୍ତମାନ ଲୁଣି ଖଜା ପ୍ରସ୍ତୁତ ହୋଇଗଲା। 


# ଜୟ ଜୟ ଜଗନ୍ନାଥ 🙏 



Source : Social Media, DM for Credit






Kids Math : Odia Numbers


 Remember this ? Comment below. 

Friday, December 1, 2023

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ

 ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଏକ ପର୍ବତ l ତା ନାଁ ତାରା ତାରିଣୀ ପର୍ବତ l ମା ତାରା ତାରିଣୀଙ୍କ ନାମରେ ଏହି ପର୍ବତ ନାମିତ l ସେମାନେ ପ୍ରତ୍ୟକ୍ଷ ଦେବୀ ଦୁଇ ଭଉଣୀ l ସେ ଅଂଚଳର ସେଇ ଦୁଇ ଭଉଣୀ ଆଶା ଓ ଭରଷାର ପ୍ରତୀକ l ମାଙ୍କ ବିଷୟରେ କିଛି କିମ୍ବଦନ୍ତୀ ରହିଛି l କିନ୍ତୁ ଏହା ସତ୍ୟ , ମା ସମସ୍ତିଙ୍କ ମନବାଞ୍ଛା ପୂରଣ କରନ୍ତି l


🙏
ରାଇପୁର ଗାଁରେ ଅବସ୍ଥିତ l ପାଖରେ ଏକ ଛକ, ଯାହା ତାରା ତାରିଣୀ ଛକ ଭାବେ ସମସ୍ତେ ଜାଣନ୍ତି l ମନ୍ଦିର ଠାରୁ ପୁରୁଷୋତ୍ତମପୁର ସହର ପ୍ରାୟ ପାଞ୍ଚ କିଲୋମିଟର ଦୂରରେ l ତାରା ତାରିଣୀ ଦୁଇ ଦେବୀଙ୍କ ନିବାସ ପର୍ବତ ଉପରେ l ବହୁ ଦିନରୁ ଜଣେ ଭକ୍ତ ତାରା ତାରିଣୀ ପର୍ବତ ଉପରକୁ 999 ପାହାଚ ପକାଇ ଏକ ମହାନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛନ୍ତି l ସେ ଏକ ପ୍ରାତଃସ୍ମରଣୀୟ ଭକ୍ତ ଯାହାଙ୍କୁ ବାୟା ଇନ୍ସପେକ୍ଟର ବୋଲି ସମସ୍ତେ ଜାଣନ୍ତି l ତାଙ୍କର ଏହି ଅକ୍ଷୟ କୀର୍ତ୍ତି ପାଇଁ ସେ ଚିର ନମସ୍ୟ l
ଏତେ ବଡ ପର୍ବତ l 999 ପାହାଚ l ପାହାଚ ଗୁଡିକ ସୁଉଚ୍ଚ l ଉପରକୁ ଚଢିଲା ବେଳେ ଆମେ ପିଲାଦିନେ ହାଲିଆ ହୋଇ ପଡ଼ୁଥିଲୁ l ପର୍ବତର ଅନ୍ୟ ପାର୍ଶ୍ୱ ରେ ଥିଲା ବହୁ ଦିନର ଏକ ପିଚୁ ରାସ୍ତା l ଚାରି ଚକିଆ ଓ ଦୁଇ ଚକିଆ ବାହାନ ପାଇଁ ଏହା ଠିକ ଥିଲା l କିନ୍ତୁ ସତ କହିବାକୁ ଗଲେ ରାସ୍ତା ଭାରି ଉଠାଣିଆ ଥିଲା l ଗାଡି ଓ ମଟରରେ ଉପରକୁ ଯିବା କଷ୍ଟ ହେଉଥିଲା l ପର୍ବତ ଉପରେ ମାଙ୍କ ମନ୍ଦିର ବହୁତ ଛୋଟ ଥିଲା l କିନ୍ତୁ ଭକ୍ତଙ୍କ ସଂଖ୍ୟା କିଛି କମ ନଥିଲେ l ପର୍ବତ ଉପରୁ ଅଂଚଳର ପ୍ରାକୃତିକ ସୁଷମା ଅତ୍ୟନ୍ତ ଉପଭୋଗ୍ୟ l ଆମେ ପାହାଚରେ ଚଢି ଚଢି ଯାଉ l ଫେରିଲା ବେଳେ ଫେରୁ ପିଚୁ ରାସ୍ତାରେ l ଅନେକ ସ୍ମୃତି ଓ ଅନେକ ଅନୁଭୂତି ତାରାତାରିଣୀ ମନ୍ଦିର ଓ ପର୍ବତ ସହିତ ମୋର l
ପର୍ବତର ପାଦ ଦେଶରେ ଯାତ୍ରୀଙ୍କ ରହିବା ଓ ରୋଷେଇ କରିବା ବ୍ୟବସ୍ଥା ହୋଇଥିଲା l ଅନେକ ବାହାଘର ଓ ବ୍ରତୋପନୟନ ସାକ୍ଷୀ ଏ ତାରାତାରିଣୀ ପୀଠ l ଅନେକ ବର୍ଷ ତଳେ ମୋରବି ବ୍ରତୋପନୟନ ଏହି ମନ୍ଦିରର ପାଦଦେଶରେ ହୋଇଥିଲା l
ଚୈତ୍ର ମାସର ଚାରି ପାଳି ମଙ୍ଗଳବାର, ତାରାତାରିଣୀ ପୀଠରେ ଭାରି ଗହଳି ହୁଏ l ଆମେ ଏହାକୁ କହୁ ପର୍ବତ ପାଳି ବୋଲି l ତୃତୀୟ ପାଳିକୁ ମଝି ପାଳି ବୋଲି କୁହାଯାଏ l ସେ ପାଳି ଭାରି ଭିଡ଼ l ସାରା ଓଡିଶାରୁ ଲୋକ ଆସନ୍ତି l ଆମେ ବଳଦ ଶାଗଡ଼ରେ ଯାଉଥିଲୁ ମାଙ୍କ ଦର୍ଶନ ପାଇଁ l ପର୍ବତ ପାଦ ଦେଶରେ ବିଶାଳ ଆମ୍ବ ତୋଟା l ସେଠାରେ ସମସ୍ତେ ଭୋଜି କରନ୍ତି ଓ ଅନେକ ମଜା ନିଅନ୍ତି l ଚୈତ୍ର ମାସର ଚାରି ମଙ୍ଗଳବାର ଓ ମକର ସଂକ୍ରାନ୍ତି ସମୟର ଜନଗହଳି ରଥଯାତ୍ରାର ଭ୍ରମ ସୃଷ୍ଟି କରେ l
ଆଜି ସବୁ ବଦଳି ଯାଇଛି l ମନ୍ଦିରର ରୂପ ରେଖ ଏଵଂ ଆନୁସଙ୍ଗିକ ବ୍ୟବସ୍ଥା l ସୁନ୍ଦର ଭବ୍ୟ ମନ୍ଦିର ଓ ପାରିପାର୍ଶ୍ଵିକ ସୌନ୍ଦର୍ଜିକରଣ ହୋଇଛି l ରହିବା ଏ, ଖାଇବା ଏଵଂ ବିଶ୍ରାମ ନେବା ପାଇଁ ଅପୂର୍ଵ ବ୍ୟବସ୍ଥା ହୋଇଛି l ଆଲୋକର ସାଜସଜ୍ଜା ଭିତରେ ମାଙ୍କ ମନ୍ଦିର ଶୋଭା ବହୁ ଗୁଣିତ ହୋଇଛି l କେବଲ ଦ୍ୱାରା ଆଜି କାଲି ଭକ୍ତ ମାଙ୍କ ମନ୍ଦିର ଉପରକୁ ଯାଉଛନ୍ତି l
ତାରାତାରିଣୀ ମନ୍ଦିର ସୌନ୍ଦର୍ଜୀକରଣ ପରେ ଆଜି ମାଙ୍କ ମନ୍ଦିରର ପ୍ରଥମ ପ୍ରତିଷ୍ଠା ଦିବସ l ଭକ୍ତଙ୍କ ଗହଣରେ ଉଛୁଳି ଉଠୁଛି ପୀଠ l ମୋ ସ୍ମୃତିର... ମୋ ଭକ୍ତିର ପ୍ରତୀକ ମା ତାରାତାରିଣୀ ମନ୍ଦିର ଓ ପର୍ବତ l ଦୁଇ ଭଉଣୀଙ୍କୁ... ମୋ ଅନେକ ଶୈଶବ ଓ କିଶୋରର ସ୍ମୃତିରେ ସହସ୍ର ପ୍ରଣାମ ଜଣାଉଛି l


ପ୍ରମୋଦ ଚନ୍ଦ୍ର ପାତ୍ର
ଲେଖକ ଓ ସମ୍ପାଦକ

Thursday, November 30, 2023

Margashira Gurubara (Thursday) : Odia Praba Parbani

 Margashira Gurubara (Thursday) is a festival celebrated by Odia Hindus in the state of Odisha. It is also celebrated by Odias living in all over the world.It falls around the month November-December. In this festival Goddess Mahalaxmi is the presiding deity. It is believed by the people that the goddess laxmi herself comes to every household and removes pain and sorrow. It is held on every Thursday in the month of Margasira.

Margashira Gurubara

Margashira Gurubara


Margashira Gurubara is considered auspicious for worshipping Goddess Lakshmi, the deity of wealth and prosperity. Devotees perform special pujas dedicated to Goddess Lakshmi to seek her blessings for prosperity and well-being. Many peopls observe fasts on Margashira Gurubara month. Devotees visit laxmi temples to seek the belssing during this month. 

ବୋଇତ ବନ୍ଦାଣ ରେ କୁହାଯାଉଥିବା ଆ କା ମା ବୈ ର ଅର୍ଥ କଣ?


ଆଶିଣ,କାର୍ତ୍ତିକ ,ମାର୍ଗଶୀର ମାସରେ ଉତ୍ତରା ପବନ ହେଉ ଥିବାରୁ ସେତେବେଳେ ପାଲଟଣା ବୋଇତ ଯାତ୍ରା କରି ଦକ୍ଷିଣପୂର୍ବ ଦେଶ ସମୂହକୁ ଯିବାପାଇଁ ସୁବିଧା ହେଉଥିଲା । ଏବଂ ବୈଶାଖ ମାସରେ ଦକ୍ଷିଣା ପବନ ଖୁବ ଜୋରରେ ହେଉ ଥିବାରୁ ଫେରିବା ପାଇଁ ଅନୁକୂଳ ଥିଲା । ଏହି ସବୁ ମାସର ମୂଳ ଅକ୍ଷର ହେଲା-ଆ,କା,ମା,ବୈ.
+++++++++++++++++
ଆଷାଢ଼ ରେ ଯାଇ କାର୍ତ୍ତିକ ରେ ଆସ ମା ଭୈ ଅର୍ଥାତ୍ ଭୟ କର ନାହିଁ ସାଧବ ପୁଅ ବୋଇତ ନେଇ ବେପାର ବଣିଜର କଥା.
±++++++++++++++++
*ଆ-କା-ମା-ବୈ ଜୀବନଚର୍ଯ୍ୟା*

କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରେ ଡଙ୍ଗା ଭସାଇବା ବେଳେ ସାଧାରଣତଃ ବୋଲା ଯାଇଥାଏ-
‘‘ଆ-କା-ମା-ଭୈ, ପାନ ଗୁଆ ଖାଇ।
ପାନ ଗୁଆ ତୋର, ମାସିକ ଧରମ ମୋର।’’

ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଭୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, ଏହି ସମୟରେ ସାମୁଦ୍ରିକ ଝଡ଼ର ଭୟ ନଥାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ଭୈ’ ବୋଲାଯାଏ।

କିନ୍ତୁ ‘ଆ-କା-ମା-ଭୈ’ ପ୍ରକୃତରେ ‘ଆ-କା-ମା-ବୈ’। ଏହା ପାରମ୍ପରିକ ଭାବରେ ସ୍ୱୀକୃତ ଚାରି ଧର୍ମମାସର ସୂଚନା। ‘ଆ’ ହେଉଛି ଆଷାଢ଼, ‘କା’ ହେଉଛି କାର୍ତ୍ତିକ, ‘ମା’ ହେଉଛି ମାଘ ଓ ‘ବୈ’ ହେଉଛି ବୈଶାଖ। ଏହି ଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ।

ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି। ଏହି ତିନି ମାସକୁ ନେଇ ‘ମାହାତ୍ମ୍ୟ’ ମାନ ମଧ୍ୟ ରଚିତ ହୋଇଛି। ‘ପଦ୍ମପୁରାଣ’ର ‘ଉତ୍ତରଖଣ୍ଡ’ ଆଧାରରେ ମହାଦେବ ଦାସ ‘କାର୍ତ୍ତିକ ମାହାତ୍ମ୍ୟ’ ରଚନା କରିଛନ୍ତି। ସେହିପରି ନୃସିଂହ ଦାସଙ୍କ ପୁତ୍ର କୃଷ୍ଣ ଦାସ (ଭକ୍ତକବି ଦୀନକୃଷ୍ଣ ଦାସ) ‘ମାଘ ମାହାତ୍ମ୍ୟ’ର ରଚୟିତା। ‘ସ୍କନ୍ଦପୁରାଣ’ ଆଧାରରେ ମଧ୍ୟ ‘ବୈଶାଖ ମାହାତ୍ମ୍ୟ’ ରଚିତ ହୋଇଛି। ଭକ୍ତକବି ଶ୍ରୀରାମ ଦାସ ଏହାର ରଚୟିତା। କିନ୍ତୁ ‘ଆ’ ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ।

‘ଆ-କା-ମା-ବୈ’ର ଏହି ଧାର୍ମିକ ପରଂପରା କେବଳ ଯେ ଆମ ଓଡ଼ିଶାରେ ଅଛି, ତାହା ନୁହେଁ। ‘ମତ୍ସ୍ୟପୁରାଣ’ରେ ଏହାର ଉଲ୍ଲେଖ ମିଳେ। ବିଷୁବ ସଂକ୍ରାନ୍ତିରେ ଦାନ କଲେ, ଏହି ଧର୍ମ ମାସଗୁଡ଼ିକର ପୁଣ୍ୟ ଫଳ ମିଳେ ବୋଲି ସେଥିରେ କୁହାଯାଇଛି।

ଏଣୁ କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ବେଳର ଏହି ଲୋକଗୀତର ସଂକେତ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ ଆମର ଧାର୍ମିକ ପରମ୍ପରା ସହିତ ହିଁ ଯୋଡ଼ିଥାଏ।

About Dharakote Bank


 

2023 କାର୍ତିକ ପୂର୍ଣ୍ଣିମା ଅବ ସର ରେ ପ୍ରଭୁଙ୍କର ଫୁଲ ଭେଷ

Saturday, April 8, 2023

ଶ୍ରୀ ହନୁମାନ ଜୟନ୍ତୀ 2023

କିନ୍ତୁ ବହୁ ପୁରାଣ କାଳ ରୁ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଆସନ୍ତା ୧୪ ତାରିଖ କୁ ନବବର୍ଷ, ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଓ ପ୍ରଭୁ ଶ୍ରୀ ହନୁମାନ ଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ. ସମସ୍ତଙ୍କୁ ଅନୁରୋଧ ସ ପରିବାର ସହ ପ୍ରଭୁ ଙ୍କୁ ଦର୍ଶନ କରି ପ୍ରସାଦ ସେବନ କରନ୍ତୁ , ଜୟ ଶ୍ରୀ ରାମ.. ଜୟ ଶ୍ରୀ ହନୁମାନ ଜୟ ବାଜରଙ୍ଗ ବଳି

ମୁଁ ସୀମିତ ରୁ ବିସ୍ତୃତ ପୁଣି ଶଙ୍ଖେ ରୁ ସମୁଦ୍ର

ବିଶାଳ ସମୁଦ୍ର ଆଉ ଏ ମନ ମୋର ତାର ପ୍ରତିବିମ୍ବ .. ମୁଁ ସୀମିତ ରୁ ବିସ୍ତୃତ ପୁଣି ଶଙ୍ଖେ ରୁ ସମୁଦ୍ର ଲଙ୍ଘି ଯିବାର ଇଛା କାଟି ସବୁ ବନ୍ଧନ ... କାହିଁକିନା ମୁଁ ଜଣେ ଏମିତି କା ପଥିକ, ଥକେ ନାହିଁ କେବେ ସୁଣିଥାରେ ଜୀବନ...
#odia #odialekha #odiakabita

" ଆମ ସମୟର କଥା "

" ଆମ ସମୟର କଥା " 😊😘😜😊😍😍 ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି , କାଁ ଭାଁ ଜଣେ ଦି'ଜଣ ସାଇକେଲରେ ହିଁ ଯାଉଥିଲେ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା l ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ....., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l 🤪 ପାସ / ଫେଲ... କେବଳ ଏତିକି ହିଁ ଆମକୁ ଜଣାଥିଲା.... % ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l 😛 ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା, କାରଣ ଆମକୁ ମୂର୍ଖ / ଗଧ ଭାବିବେ..... 🤣🤣 ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ...... ☺️☺️ କପଡା ବ୍ୟାଗ... , ଅଖା ବ୍ୟାଗ.... ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ..... ବହି ଖାତା ନେଇ ସ୍କୁଲ ଯାଉଥିଲୁ l 😁 ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ..... ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା.... 🤗 ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l 🤪 ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ କେବେ ଲାଗୁନଥିଲା l.😞 🥸😎 ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା , କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ "ଇଗୋ ପ୍ରୋବ୍ଲେମ " ନଥିଲା..... , ସତ କହିବାକୁ ଗଲେ " ଇଗୋ " କ'ଣ ଆମକୁ ଜଣା ନଥିଲା ........🧐😝 ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥି ପାଇଁ ଖୁସି ଯେ ଆଜି ପୁଣି ବହେ ଦେଇଛି..... 😀 ...... 😜 କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ବୁଲିଛୁ..... ତା'ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା.... ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l 😁 ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ....., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା......, କେବେ କେବେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ଚାରିଅଣା ( ୨୫ ପଇସା ) ମିଳିଯାଉଥିଲା ତ ବହୁତ ଖୁସି.... ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥ ପରିବାର ଥିଲା..... 😁 ଆମେ .... ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ..... କାରଣ ଆମକୁ I love you କହିବା ଜଣା ହିଁ ନଥିଲା ... 😌 ଆଜି ଆମେ ଦୁନିଆଁରେ ଅନେକ ଧକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ..... କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି..... ! 😇 ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ........ 😌 ଆମେ ଭଲ ଥିଲୁ କି ଖରାପ ଥିଲୁ .... ଜଣା ନାହିଁ ...କିନ୍ତୁ ଆମର ବି ଏକ ସମୟ ଥିଲା , ଆଉ ଠିକ ଥିଲା .🤩🥰 ଭଲ ଲାଗିଲେ ଅନ୍ୟକୁ ସେୟାର କରନ୍ତୁ💚 #thoughts #odiakatha odia kabita #childhoodmemories

Saturday, April 1, 2023

ଉତ୍କଳ ଦିବସ ର ଶୁଭେଛା

 


ଉତ୍କଳ ଦିବସ ଅବସର ରେ ସମସ୍ତ ଓଡ଼ିଶା ବସି ଙ୍କୁ ହାର୍ଦିକ ଅଭିନନ୍ଦନ

#jaijagannath
#utkaldivas
#odishafoundatationday

Tuesday, December 27, 2022

ବାପା aau ବୋଉ

 ଘରୁ ରାଗିକି ବାହାରି ପଳେଇ ଆସିଲି । ଏତେ ରାଗି ଯାଇଥିଲି ଯେ ମୁଁ ମୋ ଜୋତା ପିନ୍ଧିବା ବଦଳ ରେ ବାପାଙ୍କ ଜୋତା ପିନ୍ଧି ପଳେଇ ଆସିଥିଲି । ମନେ ମନେ ଭାବୁଥିଲି ଯଦି ବାଇକ କିଣି ନ ଦେଇ ପାରିବ ତାହେଲେ କାହିଁକି MBA କଲେଜ ରେ ଭର୍ତ୍ତି କରାଉ ଥିଲ । ବାଇକ ବିନା ମୁଁ କଲେଜ ଯିବିନି ।

କିଛି ବାଟ ଗଲା ପରେ ମୋ ପାଦରେ ଟିକେ କଷ୍ଟ ଅନୁଭବ ହେଲା । ଜୋତା ଟା ଖୋଲି ଦେଖିଲି ସେଥିରୁ ଗୋଟେ ପିନ ବାହାରିଛି । ଆଉ ସେ ପିନ ବାଜି ପାଦରୁ ଟିକେ ଟିକେ ରକ୍ତ ବି ବାହାରୁଚି । ସେ ରକ୍ତ କୁ ଖାତିର ନକରି ମୁଁ ଆହୁରି ଜୋର ଚାଲିଲି । କିଛି ସମୟ ପରେ ପାଦ ଟିକେ ଭିଜା ଭିଜା ଲାଗିଲା । ଦେଖିଲା ବେଳକୁ ରକ୍ତ ବାହାରି ପାଦ ଟା ପୁରା ରକ୍ତାକ୍ତ ହେଇଯାଇଛି ।

 

ଜୋତା ଖୋଲି ଦେଖିଲି।ଜୋତା ର ତଳ ଭାଗ ପୁରା ନଷ୍ଟ ହେଇଯାଇଛି । ଏହା ଭିତରେ ମୁଁ ବସ ଷ୍ଟାଣ୍ଡ ପହଂଚି ଯାଇଥିଲି । ଷ୍ଟାଣ୍ଡ ରେ ପହଂଚି ଜାଣିଲି ଯେ ବସ ଆସିବା ପାଇଁ ଏବେ ଆହୁରି ଘଣ୍ଟେ ବାକି ଅଛି । ତେଣୁ ମୁଁ କିଛି ସମୟ ସେଇଠି ବସି ରହିଲି ।ସେଠି ବସି ବସି ହଠାତ ମନେ ପଡ଼ିଲା ବାପାଙ୍କ ମନି ପର୍ସ ମୁଁ ସାଙ୍ଗରେ ନେଇ ଆସିଛି । ଯୋଉ ପର୍ସ କୁ ସେ କେବେ କାହାକୁ ହାତ ଲଗେଇବା ପାଇଁ ଦିଅନ୍ତି ନାହିଁ ଏମିତି କି ମୋ ବୋଉ କୁ ବି ନୁହଁ । ପର୍ସ ରେ କେତେ ପଇସା ଅଛି ବୋଲି ଖୋଲିଲା ବେଳକୁ ସେଥିରୁ ବାହାରିଲା ଚାଳିଶ ରୁ ପଚାଶ ଟଙ୍କା ଆଉ ତିନିଟା  ମୋଡ଼ା ହେଇଥିବା ତିନିଟା କାଗଜ ।

    

     ସେ କାଗଜ ସବୁକୁ ଖୋଲି ଯେତେବେଳେ ମୁଁ ପଡିଲି । ପଢ଼ି ସାରି ମୁଁ ପୁରା ସ୍ତବ୍ଧ ହେଇଗଲି ।

ପ୍ରଥମେ କାଗଜ ରେ ଲେଖା ଥିଲା "ଚାଷ ପାଇଁ ଚାଳିଶ ହଜାର ଟଙ୍କାର ଋଣ ଏବେ ବି ବାକି ଅଛି" ।କିନ୍ତୁ ଲୁଣି ପାଣି ବୁଡ଼ା ଯୋଗୁ ଚାଷ ନଷ୍ଟ ହେଇଯାଇଛି ସେଥି ପାଈଁ ଋଣ ଆଣିଥିଲେ  ସେ କଥା କେବେ ମତେ କି ବୋଉ କୁ କହି ନାହାନ୍ତି।

ୟା ପରେ ଦ୍ୱିତୀୟ କାଗଜ ଖୋଲି ପଢ଼ିଲି । ଏଟା ଗୋଟେ ଡାକ୍ତର ଙ୍କ ପ୍ରେସକ୍ରିପ୍ସନ ଥିଲା ଆଉ ସେଥିରେ ଲେଖା ଥିଲା ଯେ "ଗୋଟେ ନୂଆ ଜୋତା କିଣି ପିନ୍ଧନ୍ତୁ ନହେଲେ ପାଦ ଖରାପ ହେଇଯିବ"

ମୋର ମନେ ନାହିଁ ବାପା ତାଙ୍କ ପାଇଁ ଶେଷ ଥର କେବେ ନୂଆ ଜୋତା କିଣି ଥିଲେ।ମୋ ବୋଉ ଯେତେବେଳେ ବି ତାଙ୍କୁ ନୂଆ ଜୋତା କିଣିବା ପାଇଁ କୁହେ ବାପା କୁହନ୍ତି "ଏଇ ଜୋତା ତ ଏବେ ଠିକ ଅଛି ଆହୁରି ଛଅ ମାସ ପାଖା ପାଖି ଯିବ । ୟା ପରେ ଶେଷ କାଗଜ ଟି ଖୋଲି ପଢ଼ିଲି । ସେଟା ଗୋଟେ ବାଇକ ସୋରୁମ ର କାଗଜ ଥିଲା ।ଯୋଉଠି ଲେଖା ଥିଲା"ପୁରୁଣା ସ୍କୁଟର ବଦଳ ରେ ନେଇ ଯାଅନ୍ତୁ ଗୋଟେ ନୂଆ ବାଇକ"

ମନେ ପଡ଼ିଲା ବାପାଙ୍କ ର ଗୋଟେ ପୁରୁଣା ସ୍କୁଟର ଅଛି ଆଉ କିଛି ଦିନ ତଳେ ସେ କହୁଥିଲେ ସେଟା କୁ ସେ ବିକି ଦେବେ ବୋଲି ।

ଏବେ ମୁଁ ଜାଣି ପାରିଲି କାହିଁକି ସେ କହୁଥିଲେ ସ୍କୁଟର ବିକି ଦେବେ ବୋଲି, ମତେ ଗୋଟେ ନୂଆ ବାଇକ କିଣି ଦେବେ ବୋଲି ।

ଏସବୁ ଜାଣି ସାରିଲା ପରେ ମୁଁ ପୁରା ଏକ ମୁହାଁ ହେଇ ଘରେ ଆଡ଼କୁ ଦ୍ରୁତ ଗତିରେ ଦୌଡ଼ିବା ପାଇଁ ଲାଗିଲି।ଘରେ ଯାଇ ବୋଉ କୁ ପଚାରିଲି "ବାପା କୋଉଠି"ବୋଉ କହିଲା ବାପା ସକାଳୁ ସ୍କୁଟର ଟା କୁ ନେଇ କୁଆଡେ଼ ଯାଇଛନ୍ତି ବୋଲି ।

 ମୁଁ ଜାଣି ଗଲି ବାପା କୁଆଡେ ଯାଇଛନ୍ତି ବୋଲି ।ନିଶ୍ଚୟ ସେ ବାଇକ ସୋରୁମ ଯାଇଥିବେ । ଏହା ପରେ ଡେରି ନ କରି ମୁଁ ସୋରୁମ ଆଡ଼କୁ ଦୌଡ଼ିଲି । ଆଉ ସେଠି ଯାଇଦେଖିଲି ବାପା ଖରା ରେ ଗୋଟେ ଲାଇନ ଛିଡ଼ା ହେଇଛନ୍ତି।ଯୋଉଠି ସ୍କୁଟର ଏକ୍ସଚେଞ୍ଜ ଚାଲିଥିଲା ।


ମୁଁ ପଛରୁ ଦୌଡ଼ି ଯାଇ ବାପାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧ ରେ ମୁଣ୍ଡ ରଖି କାନ୍ଦିଲି । କାନ୍ଦୁ କାନ୍ଦୁ ବାପାଙ୍କ କାନ୍ଧ କୁ ପୁରା ଭିଜେଇ ଦେଲି । ଆଉ ତାଙ୍କୁ କହିଲି "ବାପା ମୋର ଭୁଲ ହେଇଯାଇଛି, ମୋର ବାଇକ ଦରକାର ନାହିଁ, ଆଗ ତୁମ ପାଇଁ ତମେ ଗୋଟେ ଭଲ ଜୋତା କିଣ । ବାପା ମୁଁ ଏବେ ତୁମ କଥା ଅନୁସାରେ MBA ମନ ଦେଇ ପଢ଼ିବି ।

ଏବଂ ନିଜେ କୋଉଠି Part-Time କାମ କରିବି । ବୋଉ ହେଉଛି ଏମିତି ଏକ ବ୍ୟାଙ୍କ ଯୋଉଠି ଆମେ ଆମର ସବୁ ରାଗ ଅଭିମାନ କଷ୍ଟ ଜମା ରଖିପାରୁ।କିନ୍ତୁ ବାପା ହେଉଛନ୍ତି ଏମିତି ଏକ କ୍ରେଡିଟ କାର୍ଡ ଯାହା ଦ୍ୱାରା ପୃଥିବୀର ସବୁ ସୁଖ ଶାନ୍ତି କିଣି ପାରିବା । ଶେଷରେ ଏତିକି କହିବି "ପୃଥିବୀ ରେ ସବୁ ବାପା ଙ୍କୁ ଭଲରେ ରଖନ୍ତୁ"।


ସୌଜନ୍ୟ:- ସାମାଜିକ ଗଣମାଧ୍ୟମ...


#odiastory 

#odiapost

#odiapeople

Tuesday, May 3, 2022

🙏ଅକ୍ଷୟ ତୃତୀୟା🙏




୧-ଏହି ଦିନ  ଗଙ୍ଗା ମାତାଙ୍କର  ଧରାବତରଣ ହୋଇଥିଲା।

୨- ଏହା ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ।

୩- ମା ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ।

୪-କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଏହିଦିନ।

୫- ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ମିଳନ ମଧ୍ୟ ଏହି ଦିନ ସଂଘଟିତ ହୋଇଥିଲା।

୬- ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ଦିନ।

୭- ସତ୍ୟ ଏବଂତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ମହାନ ଦିନରେ।

୮-ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଏହିଦିନ ହୋଇଥିଲା।

୯- ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ।

୧୦- ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ।

୧୧- ଏହିଦିନ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା।

୧୨- ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ, ପୂଣ୍ୟ ତିଥି ଟିଏ,ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ।

🕉️🕉️🚩🚩🙏🙏🌼🌼
Related Posts Plugin for WordPress, Blogger...