*✤• • • • • • ✤ • • • • • • ✤• • • • • • ✤*
ଜଣେ ମହାନ ଭକ୍ତ ଥିଲେ ତାଙ୍କ ନାମ ମାଧବ ଦାସ l ସେ ପ୍ରତେକ ଦିନ ଜଗନ୍ନାଥ ଙ୍କୁ ଦର୍ଶନ କରନ୍ତି l
ଭକ୍ତ ମାଧବ ଦାସ ଭକ୍ତି ଭାବାପନ୍ନ ହୋଇଥିଲେ ମଧ୍ୟ ବୈରାଗ୍ୟ ରସର ରସିକ ଥିଲେ l ବାଲ୍ୟ କାଳରୁ ଗୀତା, ଭାଗବତ ଶାସ୍ତ୍ରର ମର୍ମ ବୁଝି ଥିବାରୁ ତାଙ୍କ ମନରେ ସ୍ୱାଭାବିକ ଭାବେ ସଂସାର ପ୍ରତି ଅରୁଚି ଆସି ଯାଇଥିଲା l
ସେ ସବୁକିଛି ତ୍ୟାଗ କରି ପ୍ରଭୁଙ୍କୁ ଅନୁମତି ମାଗି ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳରେ ଗୋଟିଏ ପତ୍ର କୁଡ଼ିଆ କରି ରହିଲେ,
ସେ ସବୁଦିନ ଚାଲି ଚାଲି ଆସି ପ୍ରଭୁଙ୍କ ଦର୍ଶନ କରୁଥିଲେ l
ହଠାତ ଦିନେ ତାଙ୍କର ଦେହ ଖରାପ ହୋଇଗଲା l ସେ ଜଗନ୍ନାଥଙ୍କ ଅନ୍ୟ ଭକ୍ତ ମାନଙ୍କୁ କଷ୍ଟ ନ ଦେବା ଲାଗି ସେଇ ପତ୍ର କୁଡ଼ିଆ ରେ ସେମିତି ପଡି ରହିଲେ l
ଦିନକୁ ଦିନ ଜର ବଢିବାକୁ ଲାଗିଲା l ପାଖରେ କେହି ନାହାନ୍ତି ଟିକେ ସେବା କରିବାକୁ l ବହୁତ କଷ୍ଟ ପାଇ କେବଳ ପ୍ରଭୁଙ୍କ ଉପରେ ଭରସା କରି ସେମିତି ପଡି ରହିଲେ l
ସେପଟେ ପ୍ରଭୁଙ୍କୁ ବା କଣ ଅଛପା l ଭକ୍ତ ର କଷ୍ଟ କେମିତି ସହିବେ ପ୍ରଭୁ l ଭକ୍ତର କଷ୍ଟରେ ପ୍ରଭୁ କଷ୍ଟ ଅନୁଭବ କଲେ l
ମନ୍ଦିର ଭିତରେ ଦୁଇ ଭାଇ କଥା ହେଲେ......
ଆମକୁ ଯିବାକୁ ପଡିବ ନ ହେଲେ ଆମର ଭକ୍ତ ମାଧବ ଦାସ ମରିଯିବ l
ଆସି ପହଞ୍ଚି ଗଲେ ଜଗନ୍ନାଥ ଓ ବଳଭଦ୍ର ଦୁଇଟି ବାଳକ ରୂପରେ ଭକ୍ତ ମାଧବ ଦାସଙ୍କର ପତ୍ର କୁଡ଼ିଆ ରେ l ଭକ୍ତର ମନ ଜାଣି ସବୁ ପ୍ରକାରର ସେବା କରୁଥାନ୍ତି ପ୍ରଭୁ l ନାନା ପ୍ରକାରର ପଥ୍ୟ ଦେଇ ରୋଗ ଦୂର କରିବାକୁ ଚେଷ୍ଟା କରୁଥାନ୍ତି ପ୍ରଭୁ l
ପ୍ରଭୁ ଦର୍ଶନ ଓ ଅଙ୍ଗ ସ୍ପର୍ଶରେ ମାଧବ ଦାସଙ୍କ ଶରୀରରେ ଶିହରଣ ଖେଳି ଯାଉଥାଏ l ସେ ଜାଣି ପାରିଲେ ଯେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ତାଙ୍କ ସେବାରେ ଉପସ୍ଥିତ l
ପ୍ରଭୁଙ୍କର ଯୋଗିମନମୋହିନୀ ରୂପ କୁ ଦେଖି ସେ ଆତ୍ମ ହରା ହୋଇଗଲେ l
କହିଲେ ହେ ଦୟାମୟ
ମୋ ଭଳି ଅଧମ ପାଇଁ ଏଭଳି ତୁଛ ସେବା କରିବାକୁ ମଧ୍ୟ ପଶ୍ଚାତପଦ ହେଲେ ନାହିଁ ଆପଣ ! ନିଜର ଈଷତ୍ୱ ଭୁଲି ଏତେ ନୀଚ ସେବା କରିବାକୁ ଆଗଭର ହୋଇ ଆସିଲେ !
ପ୍ରଭୁ କହିଲେ --- ମାଧବ
ମୁଁ ଭକତ ଜନର ଅଧୀନ, ମୋ ତହୁଁ ଭକ୍ତ ନୁହେଁ ଭିନ୍ନ l
ଭକତ ଦେହ ପ୍ରାଣ ମୁଁହି, ସେବକ ପ୍ରାୟ ପଛେ ଥାଇ l
ଭଗବାନ କହିଲେ ମାଧବ ମୋ ଭକ୍ତ କଷ୍ଟ ପାଇବ ମୁଁ କେମିତି ବଡ଼ଦେଉଳରେ ଖୁସି କରିବି l
ଭକ୍ତ ମାଧବ ଦାସ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ
ହେ ପ୍ରଭୁ ! ମୋତେ ଆରୋଗ୍ୟ କରି ଦିଅନ୍ତୁ କିମ୍ବା ମୃତ୍ୟୁ ପ୍ରଦାନ କରନ୍ତୁ l
ମହାପ୍ରଭୁ କହିଲେ,,,,
ମୁଁ ସୃଷ୍ଟିର ନିୟନ୍ତା l ଏଣୁ ଅସମୟରେ କାହାର ମୃତ୍ୟୁ ଘଟାଇ ପାରିବି ନାହିଁ l ପ୍ରତ୍ୟେକ ଯିବ ତାଙ୍କର ଆୟୁ ଓ କର୍ମଫଳ ଭୋଗିବାକୁ ବାଧ୍ୟ l
ହେଲେ ମାଧବ ତୁମେ ଆମର ପରମ ଭକ୍ତ l ତୁମେ ଏତେ ମନସ୍ତାପ କରୁଛ କାହିଁକି ?? ଭକ୍ତର ସେବା କରିବାରେ ଆମକୁ ଭାରି ଆନନ୍ଦ ଲାଗେ l ମୋ ଭକ୍ତ ଏମିତି ଅସହାୟ ହୋଇ ପଡ଼ିଥିବ, ଆଉ ମୁଁ ମନ୍ଦିରରେ ସୁଖେ ଦିନ କାଟୁଥିବି ??
ଲୋକେ କହିବେ ଯେ ଦେଖ, ବିଚରା ସାଧୁ ହୋଇ ଜୀବନ ସାରା ପ୍ରଭୁଙ୍କୁ ଭଜିଲେ, ଅଥଚ ଦୁଃଖ ବେଳେ ପାଣି ମୁନ୍ଦାଏ ଦେବାକୁ କେହି ନାହିଁ l
ଏ କଥା କଣ ମୋତେ ବାଧିବ ନାହିଁ ??
ମୋ ପ୍ରତିଜ୍ଞା ଯେ ଭକ୍ତ ମୋତେ ଯେତିକି ଭଲ ପାଏ, ମୁଁ ମଧ୍ୟ ତାକୁ ସେତିକି ଭଲ ପାଏ l
ଆଜି ଆମେ ନିଷ୍ପତି କରିଛୁ ଆମେ ଦୁଇଜଣ ତୁମେ ଭୋଗୁଥିବା କଷ୍ଟ କୁ ନିଜ ଶରୀର କୁ ନେଇ ଯାଉଛୁ l
ଏହା କହି ବାଳକ ଦୁଇଟି ଅନ୍ତର୍ଧ୍ୟାନ ହୋଇଗଲେ l
ଆସ୍ତେ ଆସ୍ତେ ମାଧବ ଦାସଙ୍କ ଶରୀରରୁ ଅସୁସ୍ଥତା ଦୁରେଇ ଯାଇ କ୍ରମେ ସେ ଆରୋଗ୍ୟ ଲାଭ କଲେ l
ସେ ଆଷାଢ଼ ମାସ କୃଷ୍ଣ ପ୍ରତିପଦା ଦିନ ସମୁଦ୍ର ସ୍ନାନ କରି ଶୁଦ୍ଧପୂତ ଭାବେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗଦ୍ୱାରରୁ ଶ୍ରୀମନ୍ଦିରକୁ ଆସିଲେ l
କିନ୍ତୁ ଏ କଣ !
ରତ୍ନ ସିଂହାସନ ରେ ପ୍ରଭୁମାନେ ନାହାନ୍ତି l
ସେ ବିସ୍ମିତ ହୋଇ ବଡ଼ପଣ୍ଡା ଙ୍କୁ ପଚାରିଲେ, ଦିଅଁ ମାନେ ରତ୍ନ ସିଂହାସନ ରେ ନ ଥିବାର କାରଣ କଣ ??
ବଡ଼ପଣ୍ଡା ଉତ୍ତର ଦେଲେ,,, ଠାକୁର ମାନଙ୍କର ଜର ହୋଇଛି l
ତେଣୁ ସେ ଅଣସର ଘରେ ଅଛନ୍ତି lପନ୍ଦର ଦିନ ଅଣସରେ ରୁହନ୍ତି ଗୁମୁଟ ସରଘରେ ll
ଏହା ଶୁଣି ମାଧବ ଦାସ ମୁର୍ଚ୍ଛା ହୋଇ ପଡିଗଲେ l ସେ କ୍ଷୁର୍ଣସ୍ୱରରେ ପ୍ରାଥନା କଲେ ପ୍ରଭୁ, ହେ ମହାବାହୁ
ଆପଣ ଏ ଛାର ଅଧୀନ ପାଇଁ ଏତେ କଷ୍ଟ ପାଇଲେ l
ମୋ ଦେହରୁ ଜର ଚୋରି କରି ନେଇ ନିଜେ ଜରରେ ପଡିଲେ
ମୋ ଦେହର କଷ୍ଟ ଆପଣ ପାଇଲେ l
ମୋ ଠାରୁ ପାପୀ ଆଉ କେହି ନାହାନ୍ତି l
କ୍ରମେ ତାଙ୍କର ସଂଜ୍ଞା ହୀନ ହୋଇଗଲା l
ଏହିପରି ସେ ପନ୍ଦର ଦିନ ମୂର୍ଛିତ ଅବସ୍ଥାରେ ପଡିରହିଲେ l
ପନ୍ଦର ଦିନ ପରେ ଦିଅଁ ମାନେ ଆରୋଗ୍ୟ ଲାଭ କଲେ l
ପ୍ରଭୁ ନବ ଯୌବନ ଦର୍ଶନ ଦେଲେ l ପ୍ରଭୁଙ୍କୁ ଦର୍ଶନ କରି କାନ୍ଦି କାନ୍ଦି ତଳେ ଲୋଟିଗଲେ l କହିଲେ ପ୍ରଭୁ ମୋ ପାଇଁ ଏତେ କଷ୍ଟ ପାଇଲେ l ଶତଧିକ ମୋ ଜୀବନକୁ l
ପ୍ରଭୁ ନିଜେ ଦର୍ଶନ ଦେଲେ ଭକ୍ତ ମାଧବ ଦାସଙ୍କୁ ଆଉ କହିଲେ ଭକ୍ତ ମୋର ସବୁଠୁ ପ୍ରିୟ l ମୁଁ ସବୁ ସହିଯିବି ମୋ ଭକ୍ତର କଷ୍ଟ ସହି ପାରିବିନି l ତୁମେ ବ୍ୟସ୍ତ ହୁଅ ନାହିଁ l ମୁଁ ଦୁନିଆରେ ଜଣେଇବା କୁ ଚାହେଁ ମୁଁ ବି ମାନବୀୟ ଲୀଳା କରୁଛି l ମଣିଷ ଦେହରେ ଯେମିତି ରୋଗ ଅଛି ମୋ ଦେହରେ ମଧ୍ୟ ରହିଛି l
ମୁଁ ଏହି ଲୀଳା ଜଗତ ପାଇଁ କରିଛି l
ଏହା ଦର୍ଶନ କରି ଭକ୍ତ ମାଧବ ଦାସଙ୍କ ପ୍ରାଣ ବାୟୁ ଜଗନ୍ନାଥଙ୍କ ଶରୀର ରେ ମିଶିଗଲା l
ହେ ମହାପ୍ରଭୁ ଆପଣଙ୍କ ଲୀଳା ଆପଣ ଜାଣନ୍ତି l
*ଜୟ ତୁହି ଜଗନ୍ନାଥ ଅନାଦି ଅଚ୍ୟୁତ*
*ଜୟ ତୁହି ଜଗନ୍ନାଥ ଜଗଜନହିତ*
*ଜୟ ତୁହି ଜଗନ୍ନାଥ ମୋକ୍ଷ ର କାରଣ*
*ତୋହର ନାମ ଧରିଣ କରୁଥାନ୍ତି ଧ୍ୟାନ lll*🙏🌺🚩