Pages

Saturday, April 8, 2023

" ଆମ ସମୟର କଥା "

" ଆମ ସମୟର କଥା " 😊😘😜😊😍😍 ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି , କାଁ ଭାଁ ଜଣେ ଦି'ଜଣ ସାଇକେଲରେ ହିଁ ଯାଉଥିଲେ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା l ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ....., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l 🤪 ପାସ / ଫେଲ... କେବଳ ଏତିକି ହିଁ ଆମକୁ ଜଣାଥିଲା.... % ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l 😛 ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା, କାରଣ ଆମକୁ ମୂର୍ଖ / ଗଧ ଭାବିବେ..... 🤣🤣 ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ...... ☺️☺️ କପଡା ବ୍ୟାଗ... , ଅଖା ବ୍ୟାଗ.... ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ..... ବହି ଖାତା ନେଇ ସ୍କୁଲ ଯାଉଥିଲୁ l 😁 ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ..... ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା.... 🤗 ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l 🤪 ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ କେବେ ଲାଗୁନଥିଲା l.😞 🥸😎 ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା , କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ "ଇଗୋ ପ୍ରୋବ୍ଲେମ " ନଥିଲା..... , ସତ କହିବାକୁ ଗଲେ " ଇଗୋ " କ'ଣ ଆମକୁ ଜଣା ନଥିଲା ........🧐😝 ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥି ପାଇଁ ଖୁସି ଯେ ଆଜି ପୁଣି ବହେ ଦେଇଛି..... 😀 ...... 😜 କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ବୁଲିଛୁ..... ତା'ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା.... ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l 😁 ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ....., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା......, କେବେ କେବେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ଚାରିଅଣା ( ୨୫ ପଇସା ) ମିଳିଯାଉଥିଲା ତ ବହୁତ ଖୁସି.... ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥ ପରିବାର ଥିଲା..... 😁 ଆମେ .... ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ..... କାରଣ ଆମକୁ I love you କହିବା ଜଣା ହିଁ ନଥିଲା ... 😌 ଆଜି ଆମେ ଦୁନିଆଁରେ ଅନେକ ଧକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ..... କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି..... ! 😇 ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ........ 😌 ଆମେ ଭଲ ଥିଲୁ କି ଖରାପ ଥିଲୁ .... ଜଣା ନାହିଁ ...କିନ୍ତୁ ଆମର ବି ଏକ ସମୟ ଥିଲା , ଆଉ ଠିକ ଥିଲା .🤩🥰 ଭଲ ଲାଗିଲେ ଅନ୍ୟକୁ ସେୟାର କରନ୍ତୁ💚 #thoughts #odiakatha odia kabita #childhoodmemories

No comments:

Post a Comment